ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଲକଡାଉନ ଅବଧିରେ ଅତିରିକ୍ତ ଚାହିଦା ପୂରଣ ପରେ ମଧ୍ୟ ଆରାମଦାୟକ ସ୍ଥିତିରେ ଏଫସିଆଇ ଷ୍ଟକ: ଶ୍ରୀ ରାମ ବିଳାସ ପାଶୱାନ

• ଲକଡାଉନ ବେଳେ ଏଫସିଆଇ ଓପନ୍ ମାର୍କେଟ୍ ସେଲ୍ସ ସ୍କିମ ଜରିଆରେ 4.50 ଏଲଏମଟି ଗହମ ଓ 5.61 ଏଲଏମଟି ଚାଉଳ ବିକ୍ରି

Posted On: 05 MAY 2020 7:21PM by PIB Bhubaneshwar

ଉପଭୋକ୍ତା ବ୍ୟାପାର, ଖାଦ୍ୟ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମ ବିଳାସ ପାଶୱାନ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସରକାରଙ୍କ ନିକଟରେ ଉପଲବ୍ଧ ଥିବା ଏବଂ ରାଜ୍ୟଗୁଡ଼ିକୁ ପଠାଯାଇଥିବା ମୋଟ ଖାଦ୍ୟ ଶସ୍ୟ ଷ୍ଟକ୍ ଡାଲି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି

ମନ୍ତ୍ରୀ କହିଲେ ଯେ 2020 ମେ4 ତାରିଖର ରିପୋର୍ଟ ମୁତାବକ, ଏଫସିଆଇ ନିକଟରେ ବର୍ତ୍ତମାନ 276.61 ଏଲଏମଟି ଚାଉଳ 353.49 ଏଲଏମଟି ଗହମ ରହିଛିଏହା ଅର୍ଥ ଏଫସିଆଇ ନିକଟରେ ମୋଟ 630.10 ଏଲଏମଟି ଖାଦ୍ୟଶସ୍ୟ ଷ୍ଟକ ରହିଛିଏନ୍ଏଫ୍ଏସ୍ଏ ଅନ୍ୟ ଜନମଙ୍ଗଳ ସ୍କିମ ଅଧୀନରେ ମାସକୁ ପ୍ରାୟ 60 ଏଲଏମଟି ଖାଦ୍ୟ ଶସ୍ୟ ଆବଶ୍ୟକ ହୋଇଥାଏ

ମନ୍ତ୍ରୀ କହିଲେ ଯେ ଲକଡାଉନ ପରଠାରୁ ପ୍ରାୟ 69.52 ଏଲଏମଟି ଖାଦ୍ୟଶସ୍ୟ ଉଠାଯାଇ 2483ଟି ରେଳ ରେକ ଜରିଆରେ ପରିବହନ କରାଯାଇଛିରେଳ ରୁଟ୍ ବ୍ୟତୀତ ସଡ଼କ ଜଳପଥ ମାଧ୍ୟମରେ ମଧ୍ୟ ଏଫସିଆଇ ଖାଦ୍ୟ ଶସ୍ୟକୁ ପରିବହନ କରାଯାଇଛିମୋଟ୍ 137.62 ଏଲଏମଟି ଖାଦ୍ୟ ଶସ୍ୟ ପରିବହନ ହୋଇଛିମୋଟ 5.92 ଏଲଏମଟି ଶସ୍ୟ ନର୍ଥ-ଇଷ୍ଟ ରାଜ୍ୟଗୁଡ଼ିକୁ ପରିବହନ ହୋଇଛି

ଲକଡାଉନ ବେଳେ ରିଲିଫ୍ କ୍ୟାମ୍ପ ଚଳାଉଥିବା ଏନଜିଓ ସାମାଜିକ ଅନୁଷ୍ଠାନଗୁଡ଼ିକ ଓପନ୍ ମାର୍କେଟ୍ ସେଲ୍ସ ସ୍କିମ୍ (OMSS) ଜରିଆରେ ସିଧାସଳଖ ଏଫସିଆଇ ଡିପୋରୁ ଗହମ ଚାଉଳ କିଣିପାରିବେରାଜ୍ୟ ସରକାରମାନେ ମଧ୍ୟ ଏଫସିଆଇରୁ ସିଧାସଳଖ ଖାଦ୍ୟ ଶସ୍ୟ କିଣିପାରିବେରାଜ୍ୟ ସରକାରଙ୍କ ଦ୍ୱାରା ରାସନ କାର୍ଡ ଜାରି ହୋଇଥିବା ଅଣ-ଏନ୍ଏଫ୍ଏସ୍ଏ ପରିବାରଗୁଡ଼ିକୁ ମଧ୍ୟ ରାଜ୍ୟ ସରକାରମାନେ ଆଗାମୀ 3 ମାସ ପାଇଁ ଚାଉଳ/ଗହମ ଯୋଗାଇ ପାରିବେଆବଶ୍ୟକ କରୁଥିବା ଅଣ-ଏନ୍ଏଫ୍ଏସ୍ଏ ପରିବାରକୁ ରାସନ ଯୋଗାଇ ଦେବାକୁ ଅନୁରୋଧ କରି ଓଏମ୍ଏସ୍ଏସ୍ ସମ୍ପର୍କିତ ଏକ ଚିଠି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ/କେନ୍ଦ୍ର ଶାସିତ ଅଂଚଳର ପ୍ରଶାସକଙ୍କୁ ପଠାଯାଇଛିଓଏମ୍ଏସ୍ଏସ୍ ଅଧୀନରେ ଚାଉଳ ଦର କିଲୋଗ୍ରାମ ପିଛା 22 ଟଙ୍କା ଗହମ ମୂଲ୍ୟ 21 ଟଙ୍କା ଧାର୍ଯ୍ୟ ହୋଇଛିଲକଡାଉନ ଅବଧିରେ ଏଫସିଆଇ ଓଏମ୍ଏସ୍ଏସ୍ ଜରିଆରେ 4.50 ଏଲଏମଟି ଗହମ 5.61 ଏଲଏମଟି ଚାଉଳ ବିକ୍ରୟ କରିଛି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାଅଧୀନରେ ଆଗାମୀ 3 ମାସ ପାଇଁ ମୋଟ 104.4 ଏଲଏମଟି ଚାଉଳ 15.6 ଏଲଏମଟି ଆବଶ୍ୟକସେଥି ମଧ୍ୟରୁ ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ 59.50 ଏଲଏମଟି ଚାଉଳ 8.14 ଏଲଏମଟି ଗହମ ଉଠାଇଛନ୍ତିପଞ୍ଜାବ, ହରିୟାଣା, ରାଜସ୍ଥାନ, ଚଣ୍ଡିଗଡ଼, ଦିଲ୍ଲୀ ଗୁଜରାଟ ଭଳି 6ଟି ରାଜ୍ୟକୁ ଗହମ ଆବଂଟନ କରାଯାଇଥିବା ବେଳେ ବଳକା ରାଜ୍ୟ କେନ୍ଦ୍ର ଶାସିତ ଅଂଚଳକୁ ଚାଉଳ ଯୋଗାଇ ଦିଆଯାଉଛିଏହି ସ୍କିମ୍ ଅଧୀନରେ ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ ଭାରତ ସରକାର 100% ଆର୍ଥିକ ବୋଝ ସହ 46,000 କୋଟି ଟଙ୍କା ଖର୍ଚ୍ଚ କରିବେ

ସେହିଭଳି ଆଗାମୀ 3 ମାସ ପାଇଁ 5.82 ଏଲଏମଟି ଡାଲି ଆବଶ୍ୟକବର୍ତ୍ତମାନ ସୁଦ୍ଧା 220727 ଏମଟି ଡାଲି ଡେସପାଚ୍ ହୋଇଥିବା ବେଳେ 147165  ଏମଟି ଡାଲି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳଗୁଡ଼ିକରେ ପହଂଚିଛି ଏବଂ 47490 ଏମଟି ଡାଲି ଡେଲିଭରି ହୋଇଛି2020 ମେ5 ତାରିଖ ସୁଦ୍ଧା ବଫର୍ ଷ୍ଟକରେ ମୋଟ 12.54 ଏଲଏମଟି ଡାଲି (ଟୁର୍-5.16 ଏଲଏମଟି, ମୁଗ-1.26 ଏଲଏମଟି, ହରଡ-2.55 ଏଲଏମଟି, ବେଙ୍ଗଲ ଗ୍ରାମ୍-2.72 ଏଲଏମଟି, ମସୁର- 0.84 ଏଲଏମଟି) ମହଜୁଦ ରହିଛି

ଅପରପକ୍ଷରେ ଖାଉଟି ବ୍ୟାପାର ବିଭାଗ କୋଭିଡ-19 ଯୋଗୁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଫେସ୍ ମାସ୍କ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ବିଜ୍ଞପ୍ତି ଜାରି କରିଛିମାସ୍କ, ସାନିଟାଇଜର ସେଗୁଡ଼ିକର ମାନୁଫାକ୍ଚରିଂରେ ବ୍ୟବହାର ହେଉଥିବା ଉପାଦାନର ଦର ସୀମା ଧାର୍ଯ୍ୟ କରାଯାଇଛିଲକଡାଉନ ଯୋଗୁ ଯୋଗାଣ ଶୃଙ୍ଖଳରେ କୌଣସି ପ୍ରତିବନ୍ଧକ ନଥିବା ସୁନିଶ୍ଚିତ କରିବା ସହ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି ହୋଇଛିଇସି ଆଇନ ଅଧୀନରେ ନିଷ୍ପତି ନେବା ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି

 

****************



(Release ID: 1621669) Visitor Counter : 158