ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଗରୁଡ଼ ପୋର୍ଟଲ ମାଧ୍ୟମରେ କୋଭିଡ଼-19 ସଂପର୍କୀତ ଡ୍ରୋନ୍/ ଆରପିଏଏସ ପରିଚାଳନା ପାଇଁ ସରକାରୀ ସଂସ୍ଥାଙ୍କୁ କେତେକ ସର୍ତ୍ତମୂଳକ ଛାଡ଼
प्रविष्टि तिथि:
05 MAY 2020 7:06PM by PIB Bhubaneshwar
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ମିଳିତ ଭାବେ ‘ଗରୁଡ଼’ପୋର୍ଟାଲ (https://garud.civilaviation.gov.in)ର ଶୁଭାରମ୍ଭ କରାଯାଇଛି । କୋଭିଡ଼-19 ସଂପର୍କୀତ ଆରପିଏଏସ (Remotely Piloted Aircraft System)/ ଡ଼୍ରୋନ୍ ଚଳାଇବା ସକାଶେ ସରକାରୀ ଏଜେନ୍ସିମାନଙ୍କୁ ଫାଷ୍ଟ୍ ଟ୍ରାକିଂ ନିମନ୍ତେ ସର୍ତ୍ତମୂଳକ ଭାବେ କେତେକ ଛାଡ଼ ରିହାତି ଯୋଗାଇ ଦିଆଯାଇଛି ।
‘ଗରୁଡ଼’ହେଉଛି “ଗଭର୍ଣ୍ଣମେଣ୍ଟ ଅଥରାଇଜେସନ୍ ଫର୍ ରିଲିଫ ୟୁଜିଂ ଡ଼୍ରୋନସ୍”ର ସଂକ୍ଷିପ୍ତ ନାମ । କ୍ଷମତାପ୍ରାପ୍ତ ପ୍ରାଧିକରଣଙ୍କ ଠାରୁ ଆବଶ୍ୟକ ସ୍ୱୀକୃତି ଲାଭ ନିମନ୍ତେ ଏବଂ ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଏଭଳି ପୋର୍ଟାଲର ଶୁଭାରମ୍ଭ କରିବା କଠିନ ଶ୍ରମ ସ୍ୱୀକାର ତଥା ଉତ୍ସର୍ଗୀକୃତ ମନୋଭାବର ନିଦର୍ଶନ ସଦୃଶ ଯାହାକି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏବଂ ଏନଆଇସିର ବିଭିନ୍ନ ଅଧିକାରୀମାନେ ସାକାର କରି ଦେଖାଇଛନ୍ତି । ସେମାନେ ଏହି କାର୍ଯ୍ୟରେ ସାମିଲ ଅଛନ୍ତି । ମାତ୍ର ଆଠ ଦିନର ସୀମିତ ସମୟ ମଧ୍ୟରେ ସରକାରଙ୍କ ଠାରୁ ଆଗକୁ କାର୍ଯ୍ୟ ଜାରି ରଖିବା ନିମନ୍ତେ ଅନୁମତି ପ୍ରାପ୍ତ ହୋଇ ସେମାନେ ଏହି ପୋର୍ଟାଲର ଡ଼ିଜାଇନ୍ ପ୍ରସ୍ତୁତ କରିବା ସହ ଏହାର ବିକାଶ ମଧ୍ୟ ଘଟାଇଥିଲେ । ସେହିଭଳି ଏହା ବେଟା ପରୀକ୍ଷିତ ହେବା ପରେ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର (ଏନଆଇସ), ନୂଆ ଦିଲ୍ଲୀର ବରିଷ୍ଟ ସିଷ୍ଟମ ଆନାଲିଷ୍ଟ ଶ୍ରୀ ବିକ୍ରମ ସିଂହ ଏହାର ଶୁଭାରମ୍ଭ କରିଛନ୍ତି । ଘରୁ ଏକୁଟିଆ କାର୍ଯ୍ୟ କରି ସେ ଏହାର ବିକାଶ ଘଟାଇଛନ୍ତି ।
ଏହି ‘ରାପ୍’ (Remotely Piloted Aircraft)କୁ ଚଳାଇବା ସଂପର୍କୀତ ନୀତି ନିୟମ ବିମାନ ଚାଳନା ନିୟମ, 1937ର ଧାରା-15ଏ ଏବଂ ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ସେକ୍ସନ 3 ସିରିଜ 10 ଭାଗ 1 ତାରିଖ 27.08.2018 ଯାହାକି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଛି, ତାହା ଦ୍ୱାରା ନିୟନ୍ତ୍ରିତ ।
ଏଥିରେ ପ୍ରଦାନ କରାଯାଇଥିବା ସର୍ତ୍ତମୂଳକ ଛାଡ଼, ଯଦ୍ୟପି ମଂଜୁର କରାଯାଇଥିବ, ତାହା ନିମ୍ନ ଲିଖିତ ସର୍ତ୍ତାବଳୀ ଦ୍ୱାରା ପରିପାଳିତ:
-ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ଆକାଶ ମାର୍ଗରୁ ଦୃଷ୍ଟି ରଖିବା, ଆକାଶମାର୍ଗରୁ ଫଟୋ ଉତ୍ତୋଳନ ଏବଂ କୋଭିଡ଼-19 ସଂପର୍କୀତ ଜନ ଘୋଷଣାନାମା ପାଇଁ ରାପ୍ ମୁତୟନ ମଧ୍ୟରେ ସୀମିତ । ରାପର ଅନ୍ୟ କୌଣସି ପ୍ରକାର କାର୍ଯ୍ୟ, ଯଦ୍ୟପି ତାହା କୋଭିଡ଼-19 କାର୍ଯ୍ୟ ସଂପର୍କୀତ ହୋଇଥିବ, ସେଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟଙ୍କ ଠାରୁ ସ୍ୱାଭାବିକ ବିଧି ଅନୁସାରେ ପୃଥକ ଭାବେ ଅନୁମତି ଲୋଡ଼ଯିବା ପରେ ହିଁ ପରିଚାଳିତ ହେବ ।
-ଏଭଳି ସର୍ତ୍ତମୂଳକ ଛାଡ଼ ରିହାତି କେବଳ ବ୍ୟାଟେରୀ ଦ୍ୱାରା ପରିଚାଳିତ ରୋଟାରୀ ପକ୍ଷଯୁକ୍ତ ରାପ୍ ପାଇଁ ପ୍ରଯୁଜ୍ୟ । ଅନ୍ୟ ଯେକୌଣସି ପ୍ରକାର ରାପ୍ର ବ୍ୟବହାର, ଯାହା ସେଥିରେ ସାମିଲ କିନ୍ତୁ ସେଥି ମଧ୍ୟରେ ସୀମିତ ନୁହେଁ, ସଂଯୁକ୍ତ ପକ୍ଷଯୁକ୍ତ ରାକ୍ ଏବଂ ସ୍ୱନିୟନ୍ତ୍ରିତ ରାପ୍ ଇତ୍ୟାଦିକୁ କଡ଼ାକଡ଼ି ଭାବେ ନିଷିଦ୍ଧ କରାଯାଇଛି ।
-ରାପର ନିରାପଦ ବ୍ୟବହାର ନିମନ୍ତେ ସମସ୍ତ ପ୍ରକାର ଦାୟିତ୍ୱ ସଂପୂର୍ଣ୍ଣ ଭାବେ ସରକାରୀ ସଂସ୍ଥାଙ୍କ ଉପରେ ନ୍ୟସ୍ତ । ସରକାରୀ ସଂସ୍ଥାଙ୍କ ସାମଗ୍ରିକ ତତ୍ତ୍ୱାବଧାନ ଏବଂ ନିୟନ୍ତ୍ରଣରେ ହିଁ ପ୍ରତ୍ୟେକ ରାପ୍ ଅପରେସନ୍ କାର୍ଯ୍ୟକାରୀ କରାଯିବ । ରାପ୍ କୌଣସି ସମୟରେ ସୁଦ୍ଧା କାହାରି ଜୀବନ, ସମ୍ପତ୍ତି କିମ୍ବା ଅନ୍ୟ ଯେକୌଣସି ମାନବଯୁକ୍ତ କିମ୍ବା ମାନବବିହୀନର ବିମାନ ପାଇଁ ବିପଦ ପହଞ୍ଚାଉ ନଥିବା ବାଂଛନୀୟ ।
-ସରକାରୀ ସଂସ୍ଥା ଚାହିଁଲେ ସେମାନଙ୍କର ନିଜସ୍ୱ ରାପ୍ ମଧ୍ୟ ଚଳାଇପାରିବେ କିମ୍ବା କୌଣସି ତୃତୀୟ ପକ୍ଷ ରାପ୍ ଯୋଗାଣକାରୀ ସେବା ସଂସ୍ଥା (ଆରଏସପି) ଙ୍କୁ ନିୟୋଜିତ କରିପାରିବେ ଯେଉଁମାନେ କି ରାପ୍ ଯୋଗାଇବେ କିମ୍ବା ତାହା ଚାଳନା କରିବେ । ଆରଏସପିର ନିରାପତ୍ତା ଯାଞ୍ଚ ଏବଂ କ୍ଷମତା ଆକାନ ଏବଂ ଆରଏସପିର ରାପ୍ ଅପରେଟରମାନେ ସରକାରୀ ସଂସ୍ଥାଙ୍କ ନିକଟରେ ସଂପୂର୍ଣ୍ଣ ରୂପେ ଉତ୍ତରଦାୟୀ ରହିବେ ଏବଂ ରାପ୍ ପରିଚାଳନା ପୂର୍ବରୁ ତାହା ସଂପୂର୍ଣ୍ଣ ରୂପେ ପ୍ରଦର୍ଶନ କରିଥିବେ ।
-ସରକାରୀ ସଂସ୍ଥା ରାପ୍ ର ରକ୍ଷଣାବେକ୍ଷଣ, ନିରାପତ୍ତା ଏବଂ ନିୟନ୍ତ୍ରଣ ସୁବିଧା ପାଇଁ ସଦାବେଳେ ତଥା ସଂପୂର୍ଣ୍ଣ ଭାବେ ଦାୟୀ । ଯଦି କୌଣସି ତୃତୀୟ ପକ୍ଷଙ୍କ ରାପ୍ ପରିଚାଳନା ଦ୍ୱାରା କୌଣସି କ୍ଷୟକ୍ଷତି ହୁଏ ସେଥିପାଇଁ ସରକାରୀ ସସ୍ଥା ହିଁ ଦାୟୀ ରହିବେ ।
ରାପ୍ ଏବଂ ତାହାର କାର୍ଯ୍ୟ ନିମ୍ନଲିଖିତ ସର୍ତ୍ତାବଳୀ ପୂରଣ କରୁଥିବା ବାଂଛନୀୟ:
• ରାପ୍ର ଏକ ୟୁନିକ୍ ପରିଚୟ ନମ୍ବର (ୟୁଆଇଏନ) ରହିବ ଏବଂ / କିମ୍ବା ଡ଼୍ରୋନ୍ ସ୍ୱୀକୃତ ନମ୍ବର (ଡ଼ିଏଏନ) ରହିବ ଯାହାକି ଡ଼ିଜିସିଏ ଦ୍ୱାରା ପ୍ରଦାନ କରାଯାଇଥିବ;
• ରାପ୍ର ଉଡ଼ାଣ ବେଳର ଓଜନ ସବୁ ସହ 25 କିଲୋଗ୍ରାମ ଠାରୁ ଅଧିକ ହେବନାହିଁ;
• ରାପ୍କୁ ଅଟୋମେଟିପ୍ ରିଟର୍ଣ୍ଣ-ଟୁ-ହୋମ୍ ବୈଶିଷ୍ଟ୍ୟରେ ସଜ୍ଜିତ କରାଯାଇଥିବ ଯଦ୍ୟପି ଏହା କୌଣସି କମାଣ୍ଡ ଓ କଣ୍ଟ୍ରୋଲ୍ ଲିଙ୍କ୍ ହରାଇ ବସେ ତେବେ ତାହା ନିରାପଦରେ ଫେରିଆସିବ;
• ଏହାର ଅପରେସନ୍ ଭୂପୃଷ୍ଠ ଲିମିଟ୍ (ଏଜିଏଲ) ଠାରୁ 200 ଫୁଟ ଉଚ୍ଚତା ମଧ୍ୟରେ ସୀମୀତ ରହିବ;
• ରାପ୍ ସଦାବେଳେ ଦୃଶ୍ୟମାନ ସୀମାରେଖା (ଭିଏଲଓଏସ) ମଧ୍ୟରେ ପରିଚାଳନା କରାଯାଉଥିବ;
• ଜନସାଧାରଣ, କୋଠା, ଯାନବାହନ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଠାରୁ ସଦାବେଳେ ରାପ୍ ଉପଯୁକ୍ତ ଦୂରତା ରକ୍ଷା କରି ପରିଚାଳନା କରାଯିବ;
• ରାପ୍ କୌଣସି ପ୍ରକାର ବସ୍ତୁକୁ ଉଠାଇବ ନାହିଁ କି ତଳକୁ ପକାଇବ ନାହିଁ କିମ୍ବା ସିଞ୍ଚନ କରିବ ନାହିଁ ଅଥବା ନିଜଠାରୁ ଫିଙ୍ଗିବ ନାହିଁ ।
• ଋାପ୍ ଅପରେସନ୍ ସ୍ଥାନୀୟ ସୂର୍ଯ୍ୟ ଉଦୟଠାରୁ ନେଇ ସୂର୍ଯ୍ୟାସ୍ତ ସମୟସୀମା ମଧ୍ୟରେ ସୀମାବଦ୍ଧ ରହିବ;
• ଋାରାପ୍ ଅପରେସନ୍ ପ୍ରତିକୂଳ ପାଗରେ ଏଡ଼ାଯିବା ଆବଶ୍ୟକ ଏବଂ ସେଥିରେ ସାମିଲ କିନ୍ତୁ ସୀମିତ ନୁହେଁ, ପ୍ରବଳ ପବନ ପ୍ରବାହ, ବର୍ଷା, ଧୂଳିଝଡ଼, ସ୍ୱଳ୍ପ ଦୃଶ୍ୟମାନ ଭଳି ଅବସ୍ଥା ଇଦ୍ୟାଦି ରହିଛି;
• ସମସ୍ତ ଉଡ଼ାଣର ପର୍ଯ୍ୟାୟରେ ରାପ୍କୁ ପରିଚାଳନା କରିବା ଲାଗି ଅପରେଟରଙ୍କର ଦକ୍ଷତା ଥିବ । ବିଶେଷ କରି କୌଣସି ଯନ୍ତ୍ରାଂଶ ଅଚଳ ହୋଇପଡ଼ିଲେ ଜରୁରି ରିକଭରୀ ଆକ୍ସନ ପାଇଁ ଦକ୍ଷତା ଥିବା ଆବଶ୍ୟକ;
• ସମସ୍ତ ରାପ୍ ଉଡ଼ାଣ ବାତିଲ କରାଯିବ ଯେତେବେଳେ ବ୍ୟାଟେରୀର ରିଜର୍ଭ 15 ମିନିଟକୁ ଖସିଆସିବ;
• କୌଣସି ବ୍ୟକ୍ତି ଗୋଟିଏ ଠାରୁ ଅଧିକ ରାପର ଅପରେସନ ପାଇଁ ଏକ ସମୟରେ ରିପୋଟ ପାଲଇଟ୍ ଭାବେ କାର୍ଯ୍ୟ କରିବେନାହିଁ ।
ନିମ୍ନଲିଖିତ ଭୌଗୋଳିକ କ୍ଷେତ୍ରସୀମା ଭିତରେ କୌଣସି ପ୍ରକାର ରାପ୍ ପରିଚାଳନା ସଂପାଦନ କରାଯିବ ନାହିଁ ।
• ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ବିମାନ ବନ୍ଦରର 5 କିଲୋମିଟର ଦୂର ପରିସୀମା ଭିତରେ ନୁହେଁ;
• କୌଣସି ସିଭିଲ, ଘରୋଇ, ପ୍ରତିରକ୍ଷା ବିମାନବନ୍ଦର, 3 କିଲୋମିଟର ପରିସୀମା ଭିତରେ, ଯାହାକି ଉପରେ ପ୍ରଦତ୍ତ ପାରା (ଏ)ରେ ସୂଚୀତ ଠାରୁ ଅନ୍ୟକିଛି ହୋଇଥିବ;
• କୌଣସି ସ୍ଥାୟୀ କିମ୍ବା ଅସ୍ଥାୟୀ ନିଷିଦ୍ଧାଞ୍ଚଳ, ନିୟନ୍ତ୍ରିତ ଓ ବିପଦପୂଣ୍ଣ ର୍ସ୍ଥାନ ଏବଂ ସେଥିରେ ଅସ୍ଥାୟୀ ସଂରକ୍ଷିତ ବାୟୁସୀମା (ଟିଆରଏ) ଏବଂ ଅସ୍ଥାୟୀ ବିଚ୍ଛିନ୍ନ କ୍ଷେତ୍ର (ଟିଏସଏ) ଯାହାକି ଏରୋନଟିକାଲ୍ ଇନଫରମେସନ୍ ପବ୍ଲିକେଶନ (ଏଆଇପି)ରେ ସୂଚୀତ ହୋଇଛି;
• ଅନ୍ତରାଷ୍ଟ୍ରୀୟ ସୀମା ଯେଉଁଥିରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଓସି), ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଏବଂ ବାସ୍ତର ଭୂ ରେଖା ସ୍ଥିତି (ଏଜିପିଏଲ) ସାମିଲ ତାହାର 25 କିଲୋମିଟର ସୀମା ମଧ୍ୟରେ;
• ସମୁଦ୍ର ତଟର 500 ମିଟର (ଭୂସମାନ୍ତରାଳ) ବାହାରକୁ ଯଦି ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ୍ ଏକ ଫିକ୍ସଡ଼୍ ପ୍ଲାଟଫର୍ମରେ ଭୂମି ଉପରେ ଅବସ୍ଥାପିତ ଥାଏ;
• ସାମରିକ ଘାଟି/ବ୍ୟବସ୍ଥାର ତିନି କିଲୋମିଟର ସୀମା ମଧ୍ୟରେ ଯେଉଁଠାରେ କି ସାମରିକ କାର୍ଯ୍ୟ/ ଅଭ୍ୟାସ ଚାଲୁଥିବ ଏବଂ ସେଠାରୁ ସ୍ଥାନୀୟ ସାମରିକ ଛାଉଣି/ ବ୍ୟବସ୍ଥାଠାରୁ ଅନୁମତି ପ୍ରାପ୍ତ ହୋଇନଥିବ;
• ଦିଲ୍ଲୀର ବିଜୟଚୌକ ଠାରୁ 5 କିଲୋମିଟର ପରିସୀମା ମଧ୍ୟରେ । ଏଥିରେ କେତେକ ଅତିରିକ୍ତ ସର୍ତ୍ତାବଳୀ/ ନିଷେଧାଦେଶ ସ୍ଥାନୀୟ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି/ ଅଥରିଟିମାନଙ୍କ ଦ୍ୱାରା ଜାରି କରାଯାଇଛି;
• କୌଣସି ରଣନୀତିକ ସ୍ଥାନ/ ଗୁରୁତ୍ୱପୂର୍ଣ୍ଣ ଘାଟି ଯାହା ସଂପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ସେଠାରୁ ପୂର୍ବାନୁମତି ପ୍ରାପ୍ତ ବିନା ;
• କୌଣସି ଭ୍ରାମ୍ୟମାଣ ପ୍ଲାଟଫର୍ମ ଯଥା ଚଳନ୍ତା ଗାଡ଼ି, ଜାହାଜ କିମ୍ବା ବିମାନରୁ ଏବଂ
• ଅତ୍ୟଧିକ ପର୍ଯ୍ୟାବରଣ ସଂବେଦନଶୀଳ ଜୋନ୍ ଯାହାକି ଜାତୀୟ ଉଦ୍ୟାନ ଏବଂ ବିଜ୍ଞପିତ ବନ୍ୟପ୍ରାଣୀ ସଂରକ୍ଷିତ ସ୍ଥାନ ହୋଇଥିବ ଏବଂ ସେସଂପର୍କରେ ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପିତ ହୋଇଥିବ, ସେଭଳି ସ୍ଥାନରେ ପୂର୍ବାନୁମତି ବିନା ରାପ୍ ଉଡ଼ାଣ ନିଷିଦ୍ଧ
• ରାଜ୍ୟ ରାଜଧାନୀର ରାଜ୍ୟ ସଚିବାଳୟର ତିନି କିଲୋମିଟର ପରିସୀମା ମଧ୍ୟରେ ହୋଇନଥିବ ।
ଏହି ଜନସାଧାରଣ ବିଜ୍ଞପ୍ତି ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଭାରତ ସରକାରଙ୍କ ନିକଟରେ ଏହି ସାଧାରଣ ବିଜ୍ଞପ୍ତିକୁ ବଦଳାଇବା, ଓହରାଇନେବା କିମ୍ବା ପରିବର୍ଦ୍ଧିତ କରିବାର କ୍ଷମତା ରହିଛି ।
ଏହି ପବ୍ଲିକ୍ ନୋଟିସର ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କଲେ ସର୍ତ୍ତମୂଳକ ଭାବେ ଛାଡ଼ ସୁବିଧାକୁ ବାଜ୍ୟାପ୍ତ ଓ ରଦ୍ଦ କରାଯିବ; ଏବଂ ପ୍ରଚଳିତ ନିୟମାନୁସାରେ ଦଣ୍ଡବିଧାନ ବ୍ୟବସ୍ଥା ଗ୍ରହଣ କରାଯିବ ।
Linik to Public Notice.
**********
(रिलीज़ आईडी: 1621666)
आगंतुक पटल : 252