ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
ପେନସନଭୋଗୀଙ୍କୁ 764 କୋଟି ଟଙ୍କା ପ୍ରଦାନ କଲା ଇପିଏଫଓ
Posted On:
05 MAY 2020 2:23PM by PIB Bhubaneshwar
ଦେଶରେ ଇପିଏଫଓ ଅଧୀନରେ ମୋଟ 65 ଲକ୍ଷ ପେନସନଭୋଗୀ ରହିଛନ୍ତି । କୋଭିଡ-19 ଲକଡାଉନ କାଳରେ ପେନସନଭୋଗୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଏପ୍ରିଲ ମାସରେ ଇପିଏଫଓର ସମସ୍ତ 135ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଅଗ୍ରୀମ ପେନସନ ପ୍ରଦାନ କରିଛି । ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ପେନସନ ପ୍ରଦାନ କରୁଥିବା ଦେଶର ସମସ୍ତ ନୋଡାଲ ବ୍ୟାଙ୍କ ଜରିଆରେ 764 କୋଟି ଟଙ୍କା ପ୍ରଦାନ କରିଛନ୍ତି । ପେନସନଭୋଗୀଙ୍କ ବ୍ୟାକ ଖାତାକୁ ସଠିକ ସମୟରେ ପେନସନ ରାଶି ପ୍ରଦାନ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ-19 ମହାମାରୀ ସମୟରେ ପେନସନଭୋଗୀଙ୍କ ସୁବିଧାକୁ ଅଗ୍ରାଧିକାର ଦେଇ ଇପିଏଫଓ ତାହାର ନିରନ୍ତର ସେବା ଜାରି ରଖିଛି ।
**********
(Release ID: 1621266)
Visitor Counter : 262
Read this release in:
Punjabi
,
English
,
Assamese
,
Gujarati
,
Urdu
,
Hindi
,
Marathi
,
Bengali
,
Tamil
,
Telugu
,
Kannada