ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ

କୋଲ୍ଡ ଚେନ୍ ପ୍ରକଳ୍ପ ପ୍ରମୋଟର ସମୂହଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ହରସିମରତ କୌର ବାଦଲଙ୍କ ଆଲୋଚନା

Posted On: 04 MAY 2020 6:47PM by PIB Bhubaneshwar

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ ଆଜି ମହାରାଷ୍ଟ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ତଥା ସଂପୂର୍ଣ୍ଣ ହୋଇ ସାରିଥିବା ଏକୀକୃତ କୋଲ୍ଡ ଚେନ୍ ପ୍ରକଳ୍ପଗୁଡ଼ିକର ପ୍ରମୋଟର ସମୂହମାନଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଏଫପିଆଇ ରାଜ୍ୟମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ମଧ୍ୟ ଉପସ୍ଥିତ ଥିଲେ ।

ଭିଡିଓ କନଫରେନ୍ସରେ 38ଟି କୋଲ୍ଡ ଚେନ୍ ପ୍ରକଳ୍ପଗୁଡ଼ିର ପ୍ରମୋଟର ସମୂହ ଅଂଶଗ୍ରହଣ କରିଥିଲେ । ପ୍ରମୋଟର ସମୂହ କେନ୍ଦ୍ରୀୟ ଖାଦ୍ୟ ପକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ଏବଂ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବାରେ ନିଜ ନିଜର ଅନୁଭବ/ସମସ୍ୟାଗୁଡ଼ିକ ବିଷୟରେ ଭାବ ବିନିମୟ କଲେ । ଏହା ବ୍ୟତୀତ, ସମୂହ ଲକ୍ ଡାଉନ୍ ସମୟକାଳ ମଧ୍ୟରେ କୋଲ୍ଡ ଚେନ୍ ପ୍ରକଳ୍ପଗୁଡ଼ିକର ସଂଚାଳନରେ ଆସୁଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ କହିଲେ ।

ଶ୍ରୀମତୀ ହରସିମରତ କୌର ବାଦଲ କୋଭିଡ଼-19 ସଙ୍କଟ ସହିତ ଲଢ଼େଇ କରିବା ପାଇଁ ଏକୀକୃତ କୋଲ୍ଡ ଚେନ୍ ନେଟୱର୍କର ସାମୂହିକ ଏକତାର ଲାଭ ଉଠାଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ । ସେ କହିଲେ କି ମହାମାରୀ ଖାଦ୍ୟ ଉତ୍ପାଦଗୁଡ଼ିକର ବର୍ତ୍ତମାନର ଯୋଗାଣ ଶୃଙ୍ଖଳା ନିମନ୍ତେ ଏକ ଗମ୍ଭୀର ଆହ୍ୱାନ ସୃଷ୍ଟି କରିଛି ।

କନଫରେନ୍ସରେ ଲକଡାଉନ୍ ସମୟରେ ଫ୍ରୋଜେନ ପନିପରିବା ଏବଂ ପ୍ରକ୍ରିୟାକୃତ ଦୁଗ୍ଧ ଉତ୍ପାଦଗୁଡ଼ିକର ସଂରକ୍ଷଣ ହେଉଥିବା ଷ୍ଟକ୍ ଏବଂ ଏଗୁଡ଼ିକ ପାଇଁ ରେସ୍ତୋରାଁ, ସମାରୋହ, ହୋଟେଲ ଆଦି ପାରମ୍ପରିକ ବଜାର ନମିଳିବା ତଥା ଏହି ଉତ୍ପାଦଗୁଡ଼ିକର ରପ୍ତାନୀରେ ଅସୁବିଧା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଗଲା ।

ପ୍ରମୋଟର କହିଲେ କି ଅଧିକ ଘଣ୍ଟା କାର୍ଯ୍ୟ କରିବାର ଆବଶ୍ୟକତା ରହିଛି କାରଣ ବ୍ୟବସାୟର ଏକ ତୃତୀୟାଂଶ କିମ୍ବା ଅଧା ଶ୍ରମବଳ ସହିତ କାର୍ଯ୍ୟ କରୁଛନ୍ତି । ଏହାଦ୍ୱାରା ଉତ୍ପାଦନ ପରିମାଣରେ ବୃଦ୍ଧି ହୋଇଛି ଏବଂ ଉତ୍ପାଦରେ ପ୍ରତିଦ୍ୱନ୍ଦିତା କମ୍ ହୋଇ ରହି ଯାଇଛି ।

କେନ୍ଦ୍ରୀୟ ଖାଦ୍ୟ ପକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଭିଡିଓ କନଫରେନ୍ସରେ ନିମ୍ନଲିଖିତ ପ୍ରମୁଖ ପ୍ରସଙ୍ଗ ଉପରେ ଚର୍ଚ୍ଚା କଲେ:

1.     କଂଚାମାଲର ଉପଲବ୍ଧତା ଏବଂ ତାହାର ଅଧିକ ଖର୍ଚ୍ଚ

2.     ସଂଚାଳନ ଉପରେ ଲକଡାଉନର ପ୍ରଭାବ

3.     ଶ୍ରମ ଏବଂ ଲଜିଷ୍ଟିକ୍ସ ସହିତ ଯୋଡ଼ି ହୋଇଥିବା ପ୍ରସଙ୍ଗ

4.     ମାଲ (ଇୱେଂଟି)ର ଅଧିକ ବ୍ୟୟ

5.     କୃଷକମାନଙ୍କୁ ପରିଶୋଧ କରିବାରେ ନଗଦ ଅର୍ଥର ଅଭାବ

 

 

**********



(Release ID: 1621108) Visitor Counter : 153