କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରମଣରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ

Posted On: 03 MAY 2020 5:04PM by PIB Bhubaneshwar

ମେ’ 02, 2020 ଶନିବାର ଦିନ ସନ୍ଧ୍ୟା 08.45 ସମୟରେ ନୂଆଦିଲ୍ଲୀ ଏମ୍ସଠାରେ ଭାରତର ଲୋକପାଳର ନ୍ୟାୟୀକ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ସେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଥିଲେ ଏବଂ ଏପ୍ରିଲ 02, 2020ରେ ଶ୍ଵାସଗତ ସମସ୍ୟା ଦେଖାଯିବାରୁ ଏମ୍ସରେ ଭର୍ତ୍ତି ହୋଇଥିଲେ ।

ସ୍ଵର୍ଗତ ଜଷ୍ଟିସ ଅଜୟ କୁମାର ତ୍ରିପାଠୀ ନଭେମ୍ବର 12, 1957ରେ ଜନ୍ମ ଗ୍ରହଣ କରିଥିଲେ । ସେ ଶ୍ରୀରାମ କଲେଜ ଅଫ କମର୍ସରୁ ଅର୍ଥନୀତିରେ ସ୍ନାତ୍ତକ କଲାପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ସେ ପାଟନା ହାଇକୋର୍ଟରୁ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ଅକ୍ଟୋବର 09, 2006ରେ ପାଟନା ହାଇକୋର୍ଟର ଅତିରିକ୍ତ ଜର୍ଜ ଭାବେ ନିଯୁକ୍ତି ପାଇଥିଲେ । ନଭେମ୍ବର 21, 2007ରେ ସେ ପାଟନା ହାଇକୋର୍ଟର ସ୍ଥାୟୀ ଜର୍ଜ ଭାବେ ଶପଥପାଠ କରିଥିଲେ । ସେ ଜୁଲାଇ, 07, 2018ରେ ଛତିଶଗଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥପାଠ କରିଥିଲେ । ଜଷ୍ଟିସ ତ୍ରିପାଠୀ ମାର୍ଚ୍ଚ 27, 2019ରେ ଭାରତର ଲୋକପାଳରେ ନ୍ୟାୟୀକ ସଦସ୍ୟ ଭାବେ ଶପଥପାଠ କରିଥିଲେ । ଭାରତରେ ଲୋକପାଳ ଅନୁଷ୍ଠାନ ଗଠନରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଲୋକପାଳର ସମସ୍ତ ସଦସ୍ୟ ଓ ଅଧିକାରୀମାନେ ତାଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ତାଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

 

**********



(Release ID: 1620688) Visitor Counter : 169