ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

କୋଭିଡ-19 ପରିଚାଳନା ପାଇଁ 24 ଘଣ୍ଟିଆ କାର୍ଯ୍ୟକ୍ଷମରେ ବିଶାଖାପଟ୍ଟନମ ସ୍ମାର୍ଟ ସିଟି ଅପରେସନ କେନ୍ଦ୍ର

• ଅପରେସନ କେନ୍ଦ୍ର ଅନୁସନ୍ଧାନ, ନିରୀକ୍ଷଣ ଏବଂ ସଚେତନତା ପ୍ରସାର କାର୍ଯ୍ୟକଳାପର କରୁଛି ସଂଚାଳନ

Posted On: 01 MAY 2020 3:44PM by PIB Bhubaneshwar

ବିଶାଖାପଟ୍ଟନମ ସ୍ମାର୍ଟ ସିଟି ଅପରେସନ୍ କେନ୍ଦ୍ର କୋଭିଡ଼-19 ପରିଚାଳନା ପାଇଁ ତିନି ସିଫ୍ଟରେ 24 ଘଣ୍ଟା ପରିଚାଳିତ ହେଉଛି । ଏହି କେନ୍ଦ୍ରରେ ନିମ୍ନଲିଖିତ କାର୍ଯ୍ୟ କରାଯାଉଛି-

•        ସାରା ସହରରେ 90ଟି ସ୍ଥାନରେ ସ୍ଥାପିତ ସାର୍ବଜନିକ ଘୋଷଣା ପ୍ରଣାଳୀ ଜରିଆରେ କୋଭିଡ଼-19 ସମ୍ବନ୍ଧିତ ସତର୍କତା ଉପାୟ ଏବଂ ସୂଚନା ଗୁଡ଼ିକର ଘୋଷଣା

•        ସାରା ସହରର 10ଟି ପ୍ରମୁଖ ସ୍ଥାନରେ ସ୍ଥାପିତ ଡିଜିଟାଲ ସାଇନବୋର୍ଡ (ଭ୍ୟାରିଏବୁଲ ମେସେଜ୍ ଡିସପ୍ଲେ) ଜରିଆରେ କୋଭିଡ଼-19 ସୂଚନା ଗୁଡ଼ିକର ପ୍ରସାର

•        ସାରା ସହରର 10ଟି ପ୍ରମୁଖ ସ୍ଥାନରେ ସ୍ଥାପିତ ଡିଜିଟାଲ ସାଇନବୋର୍ଡ (ଭ୍ୟାରିଏବୁଲ ମେସେଜ୍ ଡିସପ୍ଲେ) ଜରିଆରେ କୋଭିଡ଼-19 ସୂଚନା ଗୁଡ଼ିକର ପ୍ରସାର ନିରୀକ୍ଷଣ ପ୍ରଣାଳୀ (ସାରା ସହରରେ ସ୍ଥାପିତ 500 କ୍ୟାମେରା) ମହତ୍ୱପୂର୍ଣ୍ଣ ଅଂଚଳ ଏବଂ ପ୍ରମୁଖ ଛକ ଜାଗାର ନିରୀକ୍ଷଣ କରୁଛି ।

•        ସିଓସିରେ କୋଭିଡ଼ ହେଲ୍ପ ଡେସ୍କ/ସମ୍ପର୍କ କେନ୍ଦ୍ର ଦୈନଦିନ ଆଧାରରେ ସିଏମଓଏଚର ସମନ୍ୱୟ ସହିତ ବିଦେଶରୁ ଫେରୁଥିବା ନାଗରିକଙ୍କ ସନ୍ଧାନ କରୁଛି ଏବଂ ନିରୀକ୍ଷଣ କରୁଛି । ହେଲ୍ପଡେସ୍କ/ସମ୍ପର୍କ କେନ୍ଦ୍ର ସାର୍ବଜନିକ ସ୍ୱାସ୍ଥ୍ୟ, ନଗର ଏବଂ ଜିଲ୍ଲାସ୍ତର ଅଧିକାରୀଙ୍କ ଭଳି ଲାଇନ୍ ବିଭାଗଗୁଡ଼ିକ ସହିତ ସମନ୍ୱୟ ରକ୍ଷାକରି 24 ଘଣ୍ଟା କାର୍ଯ୍ୟ କରୁଛି ।

•        ଜରୁରୀକାଳୀନ ସମୟରେ ଉତ୍ତର ଦେବା ଏବଂ ତାହା ଅନୁସାରେ ଲାଇନ୍ ବିଭାଗ ଗୁଡ଼ିକ ସହିତ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ସିଓସିରେ ଏକ ନିଃଶୁଳ୍କ ନମ୍ବର ସ୍ଥାପିତ କରାଯାଇଛି ।

•        ବିଦେଶରୁ ଫେରୁଥିବା ସମସ୍ତ ଲୋକଙ୍କ ଅନୁସନ୍ଧାନ କରିବା ଏବଂ ମାନଚିତ୍ରଣ ପାଇଁ ଏକ ମୋବାଇଲ ଆପ୍ଲିକେସନ୍ ବିକଶିତ କରାଗଲା । ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପ୍ରାପ୍ତ ସୂଚନା ଆଧାରରେ କ୍ଲଷ୍ଟର ମ୍ୟାପିଂ ଏବଂ ହାଇରିସ୍କ କଲର କୋଡିଂ ମ୍ୟାପକୁ ଡିଜିଟାଇଜ୍ କରାଗଲା, ଯାହାଦ୍ୱାରା ଗୋଷ୍ଠୀ ଆଧାରରେ କ୍ଲଷ୍ଟରର ନିର୍ମାଣ କରାଗଲା ଅର୍ଥାତ ସିଓସିରେ ଜିଆଇଏସର ଉପଯୋଗ କରି 0-14, 15-28 ଏବଂ 28ରୁ ଅଧିକ ଦିନର ଚିହ୍ନଟ କରାଗଲା । ଜିଲ୍ଲା ପ୍ରଶାସନ ଦ୍ୱାରା ଉପରୋକ୍ତ ବିଶ୍ଳେଷଣ ଆଧାରରେ ସ୍ୱାବ ନମୁନା ମଧ୍ୟ ସଂଗ୍ରହ କରାଗଲା ।

•        ମୋବାଇଲ ଆପ୍ଲିକେସନ୍ ଚିହ୍ନଟ ପଜିଟିଭ କ୍ଷେତ୍ରରେ ପ୍ରତ୍ୟକ୍ଷ ସ୍ତର ଏଏନଏମ/ ଆଶା/ସ୍ୱେଚ୍ଛାସେବୀଙ୍କ ଦ୍ୱାରା ନିୟନ୍ତ୍ରଣ କ୍ଲଷ୍ଟରର ସର୍ଭେ ପାଇଁ ବିକଶିତ କରାଯାଉଛି ।

•        ବିଶାଖାପଟ୍ଟନମରେ 20 ରାପିଡ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଗଲା ଏବଂ ସମ୍ବନ୍ଧିତ ଦଳ ଆମ୍ବୁଲାନ୍ସରେ ସ୍ଥିରୀକୃତ ମୋବାଇଲ ଟ୍ୟାବ ଜରିଆରେ ଏହି ଦଳକୁ ଟ୍ରାକ କରାଯାଉଛି ।

•        ଏକ ଆରଆରଟି ଆପ୍ଲିକେସନ୍ ବିକଶିତ କରାଗଲା ଯେଉଁଥିରେ ସମ୍ବନ୍ଧିତ ଦଳର ସମସ୍ତ ଚିକିତ୍ସକ ସିଧାସଳଖ କ୍ଷେତ୍ରରେ ସାକ୍ଷାତ କରିଥିବା ସନ୍ଦିଗ୍ଧ/ ନାଗରିକମାନଙ୍କର ବିବରଣୀ ଅପଲୋଡ କରୁଛନ୍ତି । ରିୟଲ ଟାଇମରେ ଏମାନଙ୍କର ନିରୀକ୍ଷଣ ସିଓସି ଏବଂ ସମ୍ବନ୍ଧିତ ସମିତି ଗୁଡ଼ିକ ଦ୍ୱାରା କରାଯାଉଛି ।

•        ଲକ୍ଷଣ ଥିବା ନାଗରିକମାନଙ୍କ ପାଇଁ ନମୁନା ସଂଗ୍ରହ ନିମନ୍ତେ ଚାରୋଟି ମୋବାଇଲ ଦଳ ଗଠନ କରାଗଲା । ଏହି ଦଳର ନିରୀକ୍ଷଣ ମୋବାଇଲ ଟ୍ୟାବ ଆଧାରିତ ଟ୍ରାକିଂ ସିଓସି ଦ୍ୱାରା କରାଯାଉଛି । ଏହା ବ୍ୟତୀତ ସମ୍ବନ୍ଧିତ ଚିକିତ୍ସକ ରିୟଲ ଟାଇମ ଆଧାରରେ ମୋବାଇଲ ଆପ୍ଲିକେସନ୍ ଜରିଆରେ ବିବରଣୀ ପ୍ରସ୍ତୁତ କରୁଛନ୍ତି ।

•        ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପ୍ରତ୍ୟେକ ଘରେ କରାଯାଉଥିବା ସର୍ଭେର ନିରୀକ୍ଷଣ କରାଯାଉଛି ଏବଂ ନିୟମିତ ଭାବେ ଏହାର ରିପୋର୍ଟ ସମ୍ବନ୍ଧିତ ପ୍ରଭାରୀ ସମିତିକୁ ଦିଆଯାଉଛି ।

•        ସାର୍ବଜନିକ ସ୍ୱାସ୍ଥ୍ୟ ୱିଙ୍ଗ ଦ୍ୱାରା ନିୟନ୍ତ୍ରଣ କ୍ଷେତ୍ରରେ ବ୍ଲିଚିଂ ଏବଂ ଅନ୍ୟ ବିଶୋଧନ କାର୍ଯ୍ୟକଳାପର ନିରୀକ୍ଷଣ ପାଇଁ ଏକ ମୋବାଇଲ ଆପ୍ଲିକେସନ୍ ବିକଶିତ କରାଗଲା ।

•        ସାମାଜିକ ଗଣମାଧ୍ୟମ ଜରିଆରେ ଅତ୍ୟାବଶ୍ୟକ ଏବଂ ଗ୍ରୋସରୀ ଭଣ୍ଡାରର ବିବରଣୀ ବିତରଣ କରାଗଲା । ଅତ୍ୟାବଶ୍ୟକ ଏବଂ ଗ୍ରୋସରୀ ଆଦି ସମ୍ବନ୍ଧରେ କୌଣସି ଅଭିଯୋଗର ଶୁଣାଣି ପାଇଁ ସମର୍ପିତ ହେଲ୍ପଡେସ୍କ ନମ୍ବର 0891-2869106, 2869110 ପ୍ରସାରିତ କରାଗଲା ।

•        ଟ୍ୱିଟର / ଫେସବୁକ ଭଳି ମିଡିଆ ପ୍ଲାଟଫର୍ମ ଜରିଆରେ ସତର୍କତା ଅବଲମ୍ବନ ପାଇଁ ସେ ସମ୍ବନ୍ଧୀୟ ସନ୍ଦେଶ / ସୂଚନାଗୁଡ଼ିକ ପ୍ରକାଶିତ କରାଗଲା ।

 

**********



(Release ID: 1620331) Visitor Counter : 182