ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

କୋଭିଡ଼-19 ଯୋଗୁ ଉତ୍ପନ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର 49ଟି ଲଘୁ ବନଜାତ ସାମଗ୍ରୀ ଉପରେ ଏମଏସପି ବୃଦ୍ଧି ନିଷ୍ପତ୍ତି

• ରାଜ୍ୟମାନଙ୍କର ସଂଶୋଧିତ ଏମଏସପି ପ୍ରବର୍ତ୍ତନ ମନିଟନ କରିବ ଟ୍ରାଇଫେଡ଼

Posted On: 01 MAY 2020 7:03PM by PIB Bhubaneshwar

ଆଦିବାସୀ ବର୍ଗର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକାରୀମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବା ସକାଶେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ସରକାର 49ଟି ଲଘୁ ବନଜାତ ଦ୍ରବ୍ୟ (ଏମଏଫପି)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ବୃଦ୍ଧି ଘଟାଇଛନ୍ତି । ନୂଆଦିଲ୍ଲୀଠାରେ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଆଦେଶନାମା ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ପ୍ରତି ତିନି ବର୍ଷରେ ଏମଏଫପିର ଏମଏସପିରେ ମୂଲ୍ୟ ନିର୍ଦ୍ଧାରଣ ସେଲ୍‌ ପକ୍ଷରୁ ସଂଶୋଧନ କରାଯାଇଥାଏ । ଏହି ମୂଲ୍ୟ ନିର୍ଦ୍ଧାରଣ ସେଲ୍‌ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗଠନ କରାଯାଇଥାଏ । ତେବେ କୋଭିଡ଼–19 ମହାମାରୀ ଯୋଗୁ ଏବେ ଦେଶରେ ଉତ୍ପନ୍ନ ଅଭାବନୀୟ ଓ ଆକସ୍ମିକ ପରିସ୍ଥିତି ଦୃଷ୍ଟିରୁ ତୁରନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପ ଦ୍ୱାରା ଆଦିବାସୀ ଏମଏଫପି ସଂଗ୍ରହକାରୀମାନେ ଉପକୃତ ହୋଇପାରୁଥିବାରେ ତୁରନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଏଥି ନିମନ୍ତେ କ୍ଷମତାପ୍ରାପ୍ତ ଅଧିକାରୀ ବର୍ତ୍ତମାନ ପ୍ରଚଳିତ ଯୋଜନାର ଗାଇଡ଼ ଲାଇନକୁ କୋହଳ କରି ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟରେ ଏଭଳି ବୃଦ୍ଧି ଘଟାଇଛନ୍ତି । ଏମଏଫପି ମୂଲ୍ୟ ନିର୍ଦ୍ଧାରଣ ସେଲ ସହ ପରାମର୍ଶ କ୍ରମେ ଏଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି ।

ଲଘୁ ବନଜାତ ସାମଗ୍ରୀର ଏମଏସପିରେ ବୃଦ୍ଧି ସଂକ୍ରାନ୍ତ ବିସ୍ତୃତ ବିବରଣୀ ସକାଶେ ଦୟାକରି ଏଠାରେ କ୍ଲିକ୍‌ କରନ୍ତୁ । http://pibphoto.nic.in/documents/rlink/2020/may/p20205101.pdf

ବିଭିନ୍ନ ଲଘୁ ବନଜାତ୍ର ସାମଗ୍ରୀର ମୂଲ୍ୟରେ 16% ରୁ 66% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ।

ଏଭଳି ଏମଏସପି ବୃଦ୍ଧି ତୁରନ୍ତ ଆଦିବାସୀ ବର୍ଗର ଲୋକମାନଙ୍କ ପାଇଁ ସହାୟକ ହେବ ଏବଂ ଅନ୍ତତଃ ପକ୍ଷେ ଦେଶର 20ଟି ରାଜ୍ୟରେ ଏଭଳି ସାମଗ୍ରୀ ସଂଗ୍ରହ କରୁଥିବା ଲୋକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ ।

**********



(Release ID: 1620202) Visitor Counter : 172