କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ଜମ୍ମୁ କଶ୍ମୀର ଓ ଲଦାଖର ସମସ୍ତ କେନ୍ଦ୍ର ଏବଂ କେନ୍ଦ୍ରଶାସିତ ଅଂଚଳ କର୍ମଚାରୀଙ୍କ ବୃତିଗତ ମାମଲାର ଶୁଣାଣି ଜମ୍ମୁ–କଶ୍ମୀର କ୍ୟାଟ ବେଞ୍ଚରେ ହେବ

प्रविष्टि तिथि: 01 MAY 2020 2:19PM by PIB Bhubaneshwar

କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ଜମ୍ମୁ-କଶ୍ମୀର ଲଦାଖର ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ କେନ୍ଦ୍ର ଶାସିତ ଅଂଚଳ କର୍ମଚାରୀଙ୍କ ବୃତିଗତ ମାମଲା (ସର୍ଭିସ ମ୍ୟାଟର) ଗୁଡିକର ବିଚାର ଦାୟିତ୍ୱ କେନ୍ଦ୍ର ସରକାର ଚଣ୍ଡିଗଡସ୍ଥିତ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ) ସ୍ଥାନାନ୍ତର କରିଛନ୍ତିକେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଖବରକୁ ଖଣ୍ଡିତ କରିବା ସହ ସ୍ପଷ୍ଟ କରି ଦିଆଯାଇଛି ଯେ, କୌଣସି କର୍ମଚାରୀ ବା  ଆବେଦନକାରୀ କିମ୍ବା ତାଙ୍କ ଓକିଲଙ୍କୁ ସର୍ଭିସ ମ୍ୟାଟର ଆବେଦନ ବା ବିଚାର ପାଇଁ ଚଣ୍ଡିଗଡ ଯିବାର ଆବଶ୍ୟକତା ନାହିଁଚଣ୍ଡିଗଡ ସର୍କିଟ ଶଦ୍ଦର କଦର୍ଥ କରାଯାଇ  ଏଭଳି ଅର୍ଥ ବାହାର କରାଯାଇଛି ଯାହା ଠିକ୍ ନୁହେଁ

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ପେନସନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜମ୍ମୁ-କଶ୍ମୀର, ଲଦାଖର ସମସ୍ତ କେନ୍ଦ୍ର ଏବଂ କେନ୍ଦ୍ର ଶାସିତ ଅଂଚଳ କର୍ମଚାରୀଙ୍କ ସମସ୍ତ ସର୍ଭିସ ମାମଲାର ଆବେଦନ ଶୁଣାଣି ଜମ୍ମୁ-କଶ୍ମୀର କ୍ୟାଟରେ ହିଁ ହେବ

ଆହୁରି ମଧ୍ୟ କୁହାଯାଇଛି  ଯେ, ପୂର୍ବରୁ କ୍ୟାଟ ବେଂଚ ଜମ୍ମୁ-କଶ୍ମୀରରେ ଏହାର ଶୁଣାଣି ବ୍ୟବସ୍ଥା କରି ସେଠାକାର କେନ୍ଦ୍ରୀୟ କର୍ମଚାରୀମାନଙ୍କ ମାମଲାର ଫୈସଲା କରୁଥିଲାଏବେ କ୍ୟାଟ ଏହା ସହିତ ଦୁଇ କେନ୍ଦ୍ର ଶାସିତ ଅଂଚଳ କର୍ମଚାରୀମାନଙ୍କ ସର୍ଭିସ ମାମଲାର ବିଚାର କରିବତେଣୁ ଜମ୍ମୁ-କଶ୍ମୀରରେ କ୍ୟାଟର ଅଦାଲତ ଏଣିକି  ଅଧିକ ଥର ବସିବ

ମାମଲାଗୁଡିକ ପଞ୍ଜିକରଣ ଅନ୍ ଲାଇନରେ କିମ୍ବା କ୍ୟାଟର ସ୍ଥାନୀୟ ଦପ୍ତରରେ କରାଯାଇ ପାରିବସଂପୃକ୍ତ କେନ୍ଦ୍ରଶାସିତ ଅଂଚଳ କର୍ତ୍ତୃପକ୍ଷ କ୍ୟାଟର ଦପ୍ତର ଖୋଲିବାକୁ ଆବଶ୍ୟକ ସୁବିଧା ସୁଯୋଗ ଦେଲେ ସେଠାରେ ଏହା କାର୍ଯ୍ୟ କରିବ

କ୍ୟାଟ ଦ୍ୱାରା ମାମଲାଗୁଡିକର ବିଚାର ହେଲେ ଆବେଦନକାରୀଙ୍କୁ ନ୍ୟାୟ ମିଳିବାରେ ସୁବିଧା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି

**********


(रिलीज़ आईडी: 1620198) आगंतुक पटल : 206
इस विज्ञप्ति को इन भाषाओं में पढ़ें: Punjabi , English , Urdu , हिन्दी , Bengali , Manipuri , Gujarati , Tamil , Telugu