ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

Posted On: 01 MAY 2020 5:37PM by PIB Bhubaneshwar

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ଵରୂପ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

ବିହାର ରାଜ୍ୟରେ ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ମୁକାବିଲା ଏବଂ କୋଭିଡ-19 ସ୍ଥିତି ସମୀକ୍ଷା ନିମନ୍ତେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ, ବିହାର ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ମଙ୍ଗଲ ପାଣ୍ଡେଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି ଏହି ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ଚୌବେ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଦେଶର ସମସ୍ତ ଜିଲ୍ଲାକୁ ସବୁଜ, କମଳା ଓ ଲାଲ ରଙ୍ଗର ଜୋନରେ ବିଭକ୍ତ କରାଯାଇଛି। ଯାହାଫଳରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଓ ଜିଲ୍ଲା ପ୍ରଶାସନ ଅଧିକ ମାମଲା ଥିବା ଲାଲ ଏବଂ କମଳା ଜୋନରେ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ନିମନ୍ତେ ପ୍ରଭାବୀ ଓ କଡ଼ା ଅବରୋଧ ନିମନ୍ତେ ଲକ୍ଷ୍ୟବଦ୍ଧ ପ୍ରୟାସ କରିପାରିବେ।

ସଂକ୍ରମିତ ଓ  ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା; ଏମାନଙ୍କର ଭୌଗଳିକ ସ୍ଥିତି; ଭଲ ଭାବେ ସୀମାଙ୍କନ ହୋଇଥିବା ପରିସର ଏବଂ କଟକଣା ଲାଗୁ କରାଯାଇ ଅବରୋଧ ଅଞ୍ଚଳକୁ ଚିହ୍ନଟ କରାଯିବା ଉଚିତ।

ସହରାଞ୍ଚଳରେ ଆବଶ୍ୟକତା ଅନୁଯାୟୀ, ଅବରୋଧ ଅଞ୍ଚଳ ଆବାସିକ କଲୋନୀ/ଷ୍ଟ୍ରିଟ/ ପୌରପାଳିକା ୱାର୍ଡ କିମ୍ବା ପୋଲିସ ଷ୍ଟେସନ ଅଞ୍ଚଳ/ପୌରାଞ୍ଚଳ ଜୋନ/ସହର ଆଦିରେ ଚିହ୍ନିତ ହୋଇପାରେ। ଗ୍ରାମାଞ୍ଚଳ କ୍ଷେତ୍ରରେ ଗାଁ/ଏକାଧିକ ଗାଁକୁ ନେଇ ଗୋଟିଏ କ୍ଲଷ୍ଟର କିମ୍ବା ଏକାଧିକ ପୋଲି ଷ୍ଟେସନ/ଗ୍ରାମ ପଞ୍ଚାୟତ/ବ୍ଲକ ଆଦିକୁ ନେଇ ଅବରୋଧ ଅଞ୍ଚଳ ହୋଇପାରେ ବୋଲି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଅବରୋଧ ଅଞ୍ଚଳ ଓ ବଫର ଜୋନକୁ ସ୍ପଷ୍ଟ ଭାବେ ଚିହ୍ନିତ କରିବାର ଆବଶ୍ୟକତା ରହିଛି। ଅବରୋଧ ଅଞ୍ଚଳର ପରିସୀମାକୁ କଡ଼ାକଡ଼ି ଭାବେ ନିୟନ୍ତ୍ରିତ କରିବା ସହିତ ଘରକୁ ଘର ବୁଲି ସକ୍ରିୟ ମାମଲାଗୁଡ଼ିକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ସ୍ଵତନ୍ତ୍ର ଦଳ ଗଠନ କରିବାର ଆବଶ୍ୟକତା ରହିଛି। ନମୁନା ଗାଇଡଲାଇନ ଅନୁଯାୟୀ ସମସ୍ତ ସନ୍ଦିଗ୍ଧ ମାମଲାର ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା, ସମସ୍ତ ସୁନିଶ୍ଚିତ ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ବଫର ଜୋନରେ ମାମଲାଗୁଡ଼ିକର ବ୍ୟାପକ ନିରୀକ୍ଷଣ ତଥା ଆଇଏଲଆଇ/ ଏସଏଆରଆଇ ମାମଲାଗୁଡ଼ିକର ଅନୁଧ୍ୟାନ ଜରିଆରେ ଚିକିତ୍ସା ସେବା ଯୋଗାଇ ଦେବାର ଆବଶ୍ୟକତା ରହିଛି।

ବର୍ତ୍ତମାନସୁଦ୍ଧା ଦେଶରେ 8,888 ଜଣ କୋଭିଡ-19 ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ଫଳରେ ଦେଶରେ ଆରୋଗ୍ୟ ହାର 25.37% ପ୍ରତିଶତକୁ ବୃଦ୍ଧି ପାଇଛି ବର୍ତ୍ତମାନ ଦେଶରେ 35,043ଟି ସୁନିଶ୍ଚିତ ସଂକ୍ରମଣ ମାମଲା ରହିଛି ଗତକାଲି ଠାରୁ ଆଜି ମଧ୍ୟରେ ଦେଶରେ 1,993ଟି ନୂଆ କୋଭିଡ-19 ସଂକ୍ରମଣ ମାମଲା ସାମ୍ନାକୁ ଆସିଛି

ଏହା ପୁଣିଥରେ ଦୋହରାଇବା ଆବଶ୍ୟକ ହୋଇପଡ଼ିଛି ଯେ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲାଗି ହାତକୁ ସଫା ରଖିବା, ସାବୁନ ପାଣିରେ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର କରିବା, ଟେବୁଲ, ଚେୟାର ହାତ, କି-ବୋର୍ଡ, ମାଉସ, ମାଉସ ପ୍ୟାଡ ଆଦି ନିୟମିତ ସ୍ପର୍ଶ କରାଯାଉଥିବା କ୍ଷେତ୍ରକୁ ନିୟମିତ ସଫା ବିଶୋଧନ କରିବା, ସମସ୍ତେ ଭଲ ଭାବେ ମାସ୍କ ପିନ୍ଧି ମୁହଁକୁ ଘୋଡ଼ାଇବା, କରୋନା ଠାବ ଆପ “ଆରୋଗ୍ୟ ସେତୁ” ଡାଉନ ଲୋଡ କରିବା ଏବଂ ଶାରୀରିକ ଦୂରତା ରକ୍ଷା କରିବାର ଅତ୍ୟନ୍ତ ଜରୁରି

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟ୍ଵିଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

**********



(Release ID: 1620187) Visitor Counter : 225