ରେଳ ମନ୍ତ୍ରଣାଳୟ

ଲକଡାଉନ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଶ୍ରଦ୍ଧାଳୁ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ଯାତାୟାତ ପାଇଁ ଆରମ୍ଭ ହେବ ଶ୍ରମିକ ସ୍ପେଶାଲ ରେଳ

• ଗୋଟିଏରୁ ଅନ୍ୟ ସ୍ଥାନକୁ ଏସବୁ ରେଳ ଗାଡ଼ି ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଚଳାଚଳ କରିବ ଭାରତୀୟ ରେଳପଥ

Posted On: 01 MAY 2020 4:51PM by PIB Bhubaneshwar

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ, ଆଜି ଶ୍ରମିକ ଦିବସଠାରୁଶ୍ରମିକ ସ୍ପେଶାଲସ୍ଵତନ୍ତ୍ର ରେଳ ଗାଡ଼ି ଚଳାଚଳ ଆରମ୍ଭ କରିବାକୁ ନିର୍ଣ୍ଣୟ ନିଆଯାଇଛି ଏହି ରେଳ ମାଧ୍ୟମରେ ଲକଡାଉନ କାରଣରୁ ଦେଶର ବିଭିନ୍ନ ଭାଗରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଅନ୍ୟମାନେ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିପାରିବେ

ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଏହି ସ୍ଵତନ୍ତ୍ର ରେଳ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାତ୍ରା କରିବ ତେବେ ଫସିରହିଥିବା ଯାତ୍ରୀଙ୍କୁ ପଠାଇବା ଏବଂ ଗ୍ରହଣ କରିବା ଲାଗି ସାଧାରଣ ନିୟମ ପାଳନ କରିବାକୁ ପଡ଼ିବ ଏହିସବୁ “ଶ୍ରମିକ ସ୍ପେଶାଲ” ରେଳର ସୁଗମ ଯାତାୟାତ ସମନ୍ବୟ ସ୍ଥାପନ ଲାଗି ରେଳପଥ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବ

ଯାତ୍ରୀଙ୍କୁ ପଠାଉଥିବା ରାଜ୍ୟ ସେମାନଙ୍କର ସ୍ଵାସ୍ଥ୍ୟ ଯାଞ୍ଚ କରିବେ ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ନଥିଲେ ହିଁ ସେମାନଙ୍କୁ ଯାତ୍ରା କରିବାର ସୁଯୋଗ ଦିଆଯିବ ଯାତ୍ରୀମାନଙ୍କୁ ପଠାଉଥିବା ରାଜ୍ୟ ବିଶୋଧିତ ହୋଇଥିବା ବସରେ ସାମାଜିକ ଦୂରତା ଏବଂ ଅନ୍ୟ ସତର୍କତା ପଦକ୍ଷେପ ଗ୍ରହଣ କରି ଅନୁମତିପ୍ରାପ୍ତ ରେଳ ଷ୍ଟେସନକୁ ଯାତ୍ରୀମାନଙ୍କୁ ନେଇ ଆସିପାରିବେ ପ୍ରତ୍ୟେକ ଯାତ୍ରୀ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଯାତ୍ରା ଆରମ୍ଭ ହେଉଥିବା ଷ୍ଟେସନରେ ସମ୍ପୃକ୍ତ ରାଜ୍ୟ ସରକାର ଯାତ୍ରୀମାନଙ୍କୁ ଖାଦ୍ୟ ପିଇବା ପାଣି ଯୋଗାଇ ଦେବେ

ଯାତ୍ରୀଙ୍କ ସହଯୋଗରେ ରେଳପଥ ପକ୍ଷରୁ ସାମାଜିକ ଦୂରତା ଏବଂ ଅନ୍ୟ ସ୍ଵଚ୍ଛତା ନିୟମ ପାଳନ ପାଇଁ ପଦକ୍ଷେପ ନିଆଯିବ ଦୂରବର୍ତ୍ତୀ ମାର୍ଗରେ, ରେଳ ପଥ ପକ୍ଷରୁ ଯାତ୍ରା ସମୟରେ ଖାଇବା ଯୋଗାଇ ଦିଆଯିବ ଗନ୍ତବ୍ୟ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଯାତ୍ରୀମାନଙ୍କର ସ୍କ୍ରିନିଂ, ଆବଶ୍ୟକ ସଙ୍ଗରୋଧ ଷ୍ଟେସନରୁ ଅନ୍ୟ ସ୍ଥାନକୁ ଯାତ୍ରା ବ୍ୟବସ୍ଥା ସମ୍ପୃକ୍ତ ରାଜ୍ୟ ସରକାର କରିବେ

ଯେତେବେଳେ ସାରା ଦେଶ ସଙ୍କଟର ସମ୍ମୁଖୀନ ହେଉଛି, ଭାରତୀୟ ରେଳପଥର ସମସ୍ତ ଅଧିକାରୀ କର୍ମଚାରୀ ଦେଶର ନାଗରିକମାନଙ୍କୁ ସେବା ଯୋଗାଇଦେବା ସହିତ ଦିଗରେ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି

 

**********

 



(Release ID: 1620183) Visitor Counter : 281