ପର୍ଯ୍ୟଟନ ମନ୍ତ୍ରଣାଳୟ

ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏଗାରତମ ଦେଖୋ ଆପନା ଦେଶ ୱେବିନାର ସିରିଜ

Posted On: 29 APR 2020 12:49PM by PIB Bhubaneshwar

ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଖୋ ଅପନା ଦେଶ, ବିଷୟବସ୍ତୁ ଆଧାରିତ ଏକାଦଶତମ ୱେବିନାର ଆୟୋଜିତ ହୋଇଛି । ଏହାର ନାମ ଥିଲା “ଅନ୍ ଏପିକ କଲଡ ଇଣ୍ଡିଆ ଏ ଲ୍ୟାଣ୍ଡ ଅଫ ମିରିଆର୍ଡ ଷ୍ଟୋରିସ (ଭାରତ ଏକ ମହାକାବ୍ୟ ବିବିଧ କାହାଣୀର ଦେଶ) । ୱେବିନାର ଭିତ୍ତିକ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା । ଏଥିରେ ଛୋଟ ବଡ ଜ୍ଞାତ ଅଜ୍ଞାତ ଓ ସ୍ୱଳ୍ପଜ୍ଞାତ ପର୍ଯ୍ୟଟନସ୍ଥଳୀ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି  ।

ଦେଖୋ ଅପନା ଦେଶ ୱେବିନାର ସିରିଜ ଜରିଆରେ ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳ ସଂପର୍କରେ ଅଜଣା ଓ  ଚିତାକର୍ଷକ କାହାଣୀ ଶୁଣି ଶ୍ରୋତା ବିମୁଗ୍ଧ ହେଉଛନ୍ତି ।

ଏପ୍ରିଲ 28ରେ ଅନୁଷ୍ଠିତ ୱେବିନାରକୁ କେୟାର ଇଣ୍ଡିଆର ପ୍ରତିଷ୍ଠାତା ସୁଶ୍ରୀ ଶୋଭା ମୋହନ ପରିଚାଳିତ କରିଥିଲେ । ସେ ଭାରତର ବିଭିନ୍ନ  ଅବଗତ ବିଖ୍ୟାତ ସ୍ଥାନ ପୁରପଲ୍ଲୀ, ସେସବୁର ଐତିହ୍ୟ ସଂସ୍କୃତି ଜୀବନ ଜୀବିକା, ପରମ୍ପରା ଇତିହାସ ଓ ବିଶେଷତ୍ୱ ସଂପର୍କରେ ଅସରନ୍ତି ମନଲୋଭା କଥା ଶୁଣାଇ ଦର୍ଶକଙ୍କୁ ପ୍ରୀତ କରିଥିଲେ । ପର୍ଯ୍ୟଟନ ମନ୍ତ୍ରଣାଳୟ ଅତିରିକ୍ତ ମହା ନିର୍ଦ୍ଦେଶକ ରୂପୀନ୍ଦର ବ୍ରାର ଥିଲେ କାର୍ଯ୍ୟକ୍ରମର ସଂଯୋଜକ । ମନ୍ତ୍ରଣାଳୟର ଡିଜିଟାଲ ଇନିସିଏଟିଭର ଏହା ଏକ ଅଂଶ ବିଶେଷ ।

ଏହି ୱେବିନାର ପରିଚାଳନରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଯେଉଁମାନେ ଏହି ୱେବିନାରର ଆନନ୍ଦ ଉଠାଇ ପାରି ନାହାଁନ୍ତି ସେମାନେ ନିମ୍ନଲିଖିତ ଚ୍ୟାନେଲରେ ତାହା ଦେଖି ପାରିବେ

https://www.youtube.com/channel/UCbzIbBmMvtvH7d6Zo_ZEHDA/featured ଏହାଛଡା ପର୍ଯ୍ୟଟନ ମନ୍ତ୍ରଣାଳୟର ସୋସିଆଲ ମିଡିଆରେ ଏହା ଉପଲବ୍ଧ ।

ଏପ୍ରିଲ 30 ପୂର୍ବାହ୍ନ 11 ଘଟିକା ସମୟରେ ଆୟୋଜିତ ହେବାକୁ  ଥିବା ୱେବିନାର ବିଷୟବସ୍ତୁ ହେଲା ନ୍ୟୁଜ ୱିମେନ୍ ଇନ୍ ରେସପନସିବଲ  ଟ୍ୟୁରିଜିମ୍ ଏଥିପାଇଁ https://bit.ly/WebinarNewAgeWomenରେ ପଞ୍ଜୀକରଣ କରାଯାଇପାରିବ

 

**********



(Release ID: 1619381) Visitor Counter : 164