ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ସରପଞ୍ଚମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

Posted On: 24 APR 2020 6:00PM by PIB Bhubaneshwar

ନମସ୍କାର!!

ଆପଣ ସମସ୍ତ ସାଥୀମାନଙ୍କୁ ପଞ୍ଚାୟତିରାଜ ଦିବସର ବହୁତ ବହୁତ ଶୁଭକାମନାକରୋନା ବିଶ୍ୱ ମହାମାରୀ ବାସ୍ତବରେ ଆମ ସମସ୍ତଙ୍କ କାର୍ଯ୍ୟ କରିବାର ଶୈଳୀକୁ ବଦଳାଇ ଦେଇଛିପୂର୍ବରୁ ଆମେମାନେ କୌଣସି କାର୍ଯ୍ୟକ୍ରମରେ ସାମନା-ସାମନି ପରସ୍ପରକୁ ଭେଟୁଥିଲେ, ଏବେ ସେହି କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ଜରିଆରେ ହେଉଛି

ବର୍ତ୍ତମାନ ସାରା ଦେଶର ଲକ୍ଷ ଲକ୍ଷ ସରପଞ୍ଚ ପଞ୍ଚାୟତ ସଦସ୍ୟ ଟେକ୍ନୋଲଜି ମାଧ୍ୟମରେ ଯୋଡି ହୋଇଛନ୍ତିଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନଆଜି ଅନେକ ପଞ୍ଚାୟତକୁ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କାର ମଧ୍ୟ ମିଳିଛିପୁରସ୍କାର ବିଜେତା ସମସ୍ତ ପଞ୍ଚାୟତ ଗୁଡିକୁ, ଜନପ୍ରତିନିଧିମାନଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା

ସାଥୀଗଣ, ପଞ୍ଚାୟତିରାଜ ଦିବସ, ଗାଁ ଗାଁରେ ସୁରାଜ ପହଞ୍ଚାଇବାରେ ଆମର ସଂକଳ୍ପ ଦୋହରାଇବାର ମଧ୍ୟ ଏକ ସୁଯୋଗ ପାଲଟିଥାଏଆଉ କରୋନାର ଏହି ସଂକଟ କାଳରେ ଏହି ସଂକଳ୍ପର ପ୍ରାସଙ୍ଗିକତା ଆହୁରି ବଢିଯାଇଛିଏହା ଠିକ ଯେ କରୋନା ମହାମାରୀ, ଆମପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି

କିନ୍ତୁ ଏଥିରେ ସବୁଠାରୁ ବଡ କଥା ଏହା ଯେ ଏହି ମହାମାରୀ ଆମକୁ ଏକ ନୂଆ ଶିକ୍ଷା ଦେଇଛି, ଏକ ନୂତନ ସନ୍ଦେଶ ମଧ୍ୟ ଦେଇଛିଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଦେଶର ପ୍ରତ୍ୟେକ ନାଗରିକ, ସେ ଗାଁର ହୁଅନ୍ତୁ ଅବା ସହରର, ସେମାନଙ୍କ ପାଖରେ ଏହି ସନ୍ଦେଶ ପହଞ୍ଚାଇବାକୁ ଚାହୁଁଛି

ସାଥୀଗଣ, କରୋନା ସଂକଟରେ ନିଜର ଏହି ସନ୍ଦେଶ, ସବୁଠାରୁ ବଡ ଶିକ୍ଷା ଆମକୁ ଦେଇଛି କି ଆମକୁ ଆତ୍ମ ନିର୍ଭରଶୀଳ ହେବାକୁ ପଡିବ

ଗାଁ ଗୁଡିକ ନିଜ ସ୍ତରରେ, ନିଜର ମୌଳିକ ଆବଶ୍ୟକତା ଗୁଡିକ ପାଇଁ ଆତ୍ମନିର୍ଭର ହୁଅନ୍ତୁ, ଜିଲ୍ଲା ନିଜ ସ୍ତରରେ, ରାଜ୍ୟ ନିଜ ସ୍ତରରେ, ଏବଂ ଏହିଭଳି ଭାବେ ସମ୍ପୂର୍ଣ୍ଣ ଦେଶ କିଭଳି ଆତ୍ମନିର୍ଭର ପାଲଟିବ, ନିଜର ଆବଶ୍ୟକତା ଗୁଡିକୁ ପୂରଣ କରିବା ପାଇଁ ଆମକୁ ବାହାରର ମୁହଁ ଦେଖିବାକୁ ପଡୁ, ଏବେ ଏହା ବହୁତ ଆବଶ୍ୟକ ହୋଇପଡିଛି ।  

ଭାରତରେ ଏହି ବିଚାର ଶତାବ୍ଦୀ ଶତାବ୍ଦୀ ଧରି ରହିଛି, କିନ୍ତୁ ଆଜି ପରିବର୍ତ୍ତିତ ପରିସ୍ଥିତିରେ, ଆମକୁ ଏହା ପୁଣି ଥରେ ମନେ ପକାଇଦେଇଛି କି ଆତ୍ମନିର୍ଭରଶୀଳ ହୁଅଆମ ଦେଶର ଗ୍ରାମ ପଞ୍ଚାୟତ ଗୁଡିକର ଏଥିରେ ବହୁତ ବଡ଼ ଭୂମିକା ରହିଛି

ସୁଦୃଢ ପଞ୍ଚାୟତ ଗୁଡିକ, ଆତ୍ମନିର୍ଭର ଗାଁ ଗୁଡିକର ମଧ୍ୟ ହେଉଛି ଆଧାରଆଉ ଏଥିପାଇଁ ପଞ୍ଚାୟତର ବ୍ୟବସ୍ଥା ଯେତେ ସୁଦୃଢ ହେବ, ଗଣତନ୍ତ୍ର ମଧ୍ୟ ସେତିକି ସୁଦୃଢ ହେବ ଆଉ ସେତିକ ବିକାଶର ଲାଭ, ଶେଷ ଧାଡିରେ ଠିଆ ହୋଇଥିବା ଲୋକପାଖରେ ପହଂଚିବ

ସାଥୀଗଣ, ଏହି ଚିନ୍ତାଧାର ସହିତ ସରକାର ପଞ୍ଚାୟତିରାଜ ସହିତ ଜଡିତ ବ୍ୟବସ୍ଥା ଗୁଡିକୁ, ଭିତ୍ତିଭୂମିକୁ ଆଧୁନିକ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତିନଚେତ 5-6 ବର୍ଷ ପୂର୍ବରୁ ଗୋଟିଏ ସମୟ ତାହା ମଧ୍ୟ ଥିଲା ଯେତେବେଳେ ଦେଶର ଶହେରୁ ମଧ୍ୟ କମ୍ ପଞ୍ଚାୟତ ବ୍ରଡବ୍ୟାଣ୍ଡ ସହିତ ଯୋଡ଼ି ହୋଇଥିଲାଏବେ 125 ଲକ୍ଷରୁ ଅଧିକ ପଞ୍ଚାୟତ ପର୍ଯ୍ୟନ୍ତ ବ୍ରଡ଼ବ୍ୟାଣ୍ଡ ପହଂଚି ଯାଇଛି

କେବଳ ଏତିକି ହିଁ ନୁହେଁ, ଗାଁରେ ସାଧାରଣ ସେବାକେନ୍ଦ୍ରର ସଂଖ୍ୟା ମଧ୍ୟ ତିନି ଲକ୍ଷକୁ ଅତିକ୍ରମ କରିଯାଇଛି

ସରକାର ଭାରତରେ ହିଁ ମୋବାଇଲ ନିର୍ମାଣ କରିବାର ଯେଉଁ ଅଭିଯାନ ଚଲାଇଛନ୍ତି, ତା ଫଳାଫଳ ହେଉଛି ହେଉଛି କି ଆଜି ଗାଁ-ଗାଁ ପର୍ଯ୍ୟନ୍ତ କମ୍ ମୂଲ୍ୟର ସ୍ମାର୍ଟ ଫୋନ ପହଂଚିପାରିଛିଆଜି ଯେଉଁ ଏତେ ବଡ଼ ସଂଖ୍ୟାରେ ଭିଡ଼ିଓ କନଫରେନ୍ସ ହେଉଛି, ଏଥିରେ ଏହି ସମସ୍ତ କାର୍ଯ୍ୟର ବହୁତ ବଡ଼ ଯୋଗଦାନ ରହିଛି

ସାଥୀଗଣ, ଗାଁର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ, ସହର ଏବଂ ଗାଁ ମଧ୍ୟରେ ଥିବା ଦୂରତ୍ୱକୁ କମ୍ କରିବା ପାଇଁ, ଆଜି ସରକାରଙ୍କ ଦ୍ୱାରା ଆହୁରି ଦୁଇଟି ବଡ଼ ପ୍ରକଳ୍ପ ଆରମ୍ଭ କରାଯାଇଛିଏବେ ଯେଉଁ ଭିଡିଓ ଫିଲ୍ମ ଚାଲିଥିଲା, ଆପଣ ସମସ୍ତେ ସେଥିରେ ମଧ୍ୟ ଦେଖିଛନ୍ତି- ଗୋଟିଏ ହେଉଛି -ଗ୍ରାମ ସ୍ୱରାଜ ପୋର୍ଟାଲ ଆଉ ଆପର ଶୁଭାରମ୍ଭ ଏବଂ ଦ୍ୱିତୀୟଟି ହେଉଛି ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ

-ଗ୍ରାମ ସ୍ୱରାଜ୍ୟ ଅର୍ଥାତ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକାରିତାର ସରଳ ଆର୍ଥିକ ବ୍ୟୟର କାର୍ଯ୍ୟଖସଡ଼ା, ଏହା ଏକ ପ୍ରକାରରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ସଂପୂର୍ଣ୍ଣ ଡିଜିଟାଲକରଣ ଦିଗରେ ହେଉଛି ଏକ ବଡ଼ ପଦକ୍ଷେପ

ଏହା ଭବିଷ୍ୟତରେ, ଗ୍ରାମପଞ୍ଚାୟତର ଭିନ୍ନ ଭିନ୍ନ କାର୍ଯ୍ୟର ହିସାବକିତାବ ରଖିବା ଭଳି ଏକ ସିଙ୍ଗଲ ପ୍ଲାଟଫର୍ମ ପାଲଟିବଏବେ ଆଉ ଭିନ୍ନ ଭିନ୍ନ ଆପ୍ଲିକେସନରେ ଭିନ୍ନ ଭିନ୍ନ କାର୍ଯ୍ୟ କରିବାର ଆବଶ୍ୟକତା ପଡ଼ିବ ନାହିଁ

ଏବେ ଯେମିତି କୁହାଯାଇଛି, ଏହି ପୋର୍ଟାଲରେ, ଏହି ଆପରେ, ପଞ୍ଚାୟତର ବିକାଶ କାର୍ଯ୍ୟର ବିଷଦ ବିବରଣୀ ଠାରୁ ନେଇ ସେଥିପାଇଁ ସ୍ଥିର କରାଯାଇଥିବା ରାଶି ଏବଂ ତାହାର ଖର୍ଚ୍ଚ ସହିତ ଜଡ଼ିତ ସମସ୍ତ ପ୍ରକାରର ସୂଚନା ରହିବଏହା ମାଧ୍ୟମରେ କୌଣସି ମଧ୍ୟ ବ୍ୟକ୍ତି ନିଜ ଗ୍ରାମ ପଞ୍ଚାୟତରେ ହେଉଥିବା କାର୍ଯ୍ୟର ବିବରଣୀ ରଖିପାରିବ

ଏହାଦ୍ୱାରା ଗ୍ରାମ ପଞ୍ଚାୟତରେ ପାରଦର୍ଶୀତା-ସ୍ୱଚ୍ଛତା ମଧ୍ୟ ବୃଦ୍ଧି ହେବ, ରେକର୍ଡ ରଖିବା କାର୍ଯ୍ୟ ମଧ୍ୟ ଅଧିକ ସରଳ ହେବ ଏବଂ ପ୍ରକଳ୍ପଗୁଡ଼ିକର ପ୍ଲାନିଂ ବା ଯୋଜନାରୁ ନେଇ ଶେଷ ହେବା ବା ସମାପ୍ତର ପ୍ରକ୍ରିୟା ମଧ୍ୟ ଦ୍ରୁତ ହେବଆପଣ କଳ୍ପନା କରିପାରିବେ, -ଗ୍ରାମ ସ୍ୱରାଜ ଯୋଜନା ମାଧ୍ୟମରେ ଆପଣ ସମସ୍ତଙ୍କୁ କେତେ ବଡ଼ ଶକ୍ତି ମିଳିବାକୁ ଯାଉଛି

ସାଥୀଗଣ, ଗାଁମାନଙ୍କରେ ସମ୍ପତିବାଡ଼ିକୁ ନେଇ ଯେଉଁ ପରିସ୍ଥିତି ରହିଥାଏ, ତାହା ଆପଣ ସମସ୍ତେ ଭଲ ଭାବେ ଜାଣିଛନ୍ତିସ୍ୱାମୀତ୍ୱ ଯୋଜନା ହେଉଛି ଏହାକୁ ଠିକ୍ କରିବାର ଏକ ପ୍ରୟାସଏହି ଯୋଜନା ମାଧ୍ୟମରେ ଦେଶରେ ଥିବା ସମସ୍ତ ଗାଁରେ ରହିଥିବା ଆବାସଗୁଡ଼ିକର ମ୍ୟାପିଂ ଡ୍ରୋନ୍ ଦ୍ୱାରା କରାଯିବଏହା ପରେ ଗାଁର ଲୋକମାନଙ୍କୁ ସମ୍ପତିର ଏକ ମାଲିକାନା ପ୍ରମାଣପତ୍ର ଅର୍ଥାତ ଟାଇଟଲ ଡିଡ୍ ଦିଆଯିବ

ସ୍ୱାମୀତ୍ୱ ଯୋଜନା ଦ୍ୱାରା ଗାଁର ଲୋକମାନଙ୍କର ଗୋଟିଏ ନୁହେଁ, ବରଂ ବହୁତଗୁଡ଼ିଏ ଲାଭ ହେବପ୍ରଥମତଃ ଏହା କି ସମ୍ପତିକୁ ନେଇ ଯେଉଁ ଭ୍ରମାତ୍ମକ ସ୍ଥିତି ରହିଥାଏ, ତାହା ଦୂର ହୋଇଯିବଦ୍ୱିତୀୟତଃ ଏହାଦ୍ୱାରା ଗ୍ରାମର ବିକାଶ ଯୋଜନାଗୁଡ଼ିକର ଉନ୍ନତ ମାନର ପ୍ଲାନିଂରେ ଆହୁରି ଅଧିକ ସାହାଯ୍ୟ ମିଳି ପାରିବଏହାର ଏକ ବହୁତ ବଡ଼ ଲାଭ ଏହା ହେବ ଯେ ଏହା ଦ୍ୱାରା ସହରଗୁଡ଼ିକ ଭଳି ଗାଁରେ ମଧ୍ୟ ବ୍ୟାଙ୍କରୁ ଋଣ ମିଳିବାର ପଥ ଆହୁରି ସହଜ ହୋଇଯିବ

ସାଥୀଗଣ,

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ଏହି ଛଅଟି ରାଜ୍ୟରେ ଏହି ଯୋଜନା ପ୍ରୟୋଗାତ୍ମକ ଭାବେ, ଏକ ବଡ଼ ପରୀକ୍ଷାମୂଳକ ଭାବେ, ଆରମ୍ଭ କରାଯାଉଛିଏଥିରୁ ଯେଉଁସବୁ ଅନୁଭବ ମିଳିବ, ଯେଉଁଠି ରହିଥିବା ଦୁର୍ବଳତାଗୁଡ଼ିକୁ ଠିକ୍ କରିବାକୁ ହେବ, ଯେଉଁଠାରେ ସୁଧାର କରିବାକୁ ହେବ, ସେ ସବୁ ସୁଧାର କରିବା ପରେ ଏହି ଯୋଜନାକୁ ସମଗ୍ର ଦେଶରେ ଲାଗୁ କରାଯିବ

ସାଥୀଗଣ, କେବେ କେବେ ମୋତେ ଲାଗୁଛି କି ଜୀବନର ପ୍ରକୃତ ଶିକ୍ଷାର କସଟି, ତାହାର ପରୀକ୍ଷା, ସଙ୍କଟ ସମୟରେ ହିଁ ହୋଇଥାଏସୁରକ୍ଷିତ ପରିବେଶରେ, ବହୁତ ଦେଖାଶୁଣା ଭରି ରହିଥିବା ବାତାବରଣରେ ପ୍ରକୃତ ଶିକ୍ଷା ଜଣା ପଡ଼ିନଥାଏ, ପ୍ରକୃତ ସାମର୍ଥ୍ୟର କଥା ମଧ୍ୟ ଜଣା ପଡ଼ିନଥାଏଏହି କରୋନା ସଙ୍କଟ ଆମକୁ ଦେଖାଇଦେଲା କି ଦେଶର ଗାଁରେ ରହୁଥିବା ଲୋକମାନେ, ହୁଏତ ସେମାନେ ବଡ଼ ଏବଂ ନାମକରା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ନେଇ ନଥାଆନ୍ତୁ କିନ୍ତୁ ଏହି ସମୟ ମଧ୍ୟରେ ସେମାନେ ନିଜର ସଂସ୍କାର-ନିଜର ପରମ୍ପରାଗୁଡ଼ିକର ଶିକ୍ଷାର ଦର୍ଶନ କରାଇଛନ୍ତି

ଗାଁମାନଙ୍କରୁ ଯେଉଁ ଅପଡେଟମାନ ଆସୁଛି, ସେଗୁଡ଼ିକ ବଡ଼ ବଡ଼ ବିଦ୍ୱାନମାନଙ୍କୁ ପ୍ରେରଣା ପ୍ରଦାନ କଲାଭଳିମୋର ସାଥୀଗଣ, ଏହି କାର୍ଯ୍ୟ ଆପଣମାନେ କରିଛନ୍ତି, ଗାଁର ପ୍ରତ୍ୟେକ ବ୍ୟକ୍ତି କରିଛନ୍ତି, ମୋର ଆଦିବାସୀ ଭାଇ ଭଉଣୀ, କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ, ଫସଲ କାଟିବା ଏବଂ ବୁଣିବାରେ ଜଡିତ ଥିବା ସାଥୀଗଣ, ଦେଶକୁ ପ୍ରେରଣା ପ୍ରଦାନ କଲାଭଳି ଏହି କାର୍ଯ୍ୟ ଆପଣମାନେ କରିଛନ୍ତି

ଆପଣମାନେ ସମସ୍ତେ ଦୁନିଆକୁ ମନ୍ତ୍ର ଦେଇଛନ୍ତି – ‘ଦୁଇ ଗଜ ଦୂରତା, କିମ୍ବା କହି ପାରିବାଦୁଇ ଗଜ ଦେହର ଦୂରତାଏହି ମନ୍ତ୍ରକୁ ପାଳନ କରିବା ପାଇଁ ଗାଁମାନଙ୍କରେ ବିଶେଷ ଧ୍ୟାନ ଦିଆଯାଉଛି ଦୁଇ ଗଜ ଦୂରତାଅର୍ଥାତ ସାମାଜିକ ଦୂରତା ବଜାୟ ରଖିବା ଫଳରେ ଆପଣ କରୋନା ଭୂତାଣୁକୁ ନିଜଠାରୁ ମଧ୍ୟ ଦୂରେଇ ରଖୁଛନ୍ତି, କୌଣସି ସମ୍ଭାବିତ ସଂକ୍ରମଣରୁ ନିଜକୁ ବଂଚାଇ ପାରୁଛନ୍ତିଏହା ହେଉଛି ଆପଣମାନଙ୍କର ପ୍ରୟାସ କି ଆଜି ଦୁନିଆରେ ଚର୍ଚ୍ଚା ହେଉଛି କି କରୋନାକୁ ଭାରତ କେଉଁଭଳି ଭାବେ ଉତ୍ତର ଦେଇପାରିଛି

ସାଥୀଗଣ, ଏତେ ବଡ଼ ସଙ୍କଟ ଆସିଲା, ଏତେ ବଡ଼ ବିଶ୍ୱସ୍ତରୀୟ ମହାମାରୀ ଆସିଲା, କିନ୍ତୁ ଏହି ଦୁଇ-ତିନି ମାସରେ ଆମେ ଏହା ମଧ୍ୟ ଦେଖିଛେ କି ଭାରତର ନାଗରିକ, ସୀମିତ ସଂସାଧନ ମଧ୍ୟରେ, ଅନେକ କଠିନ ପରିସ୍ଥିତି ଆଗରେ ନଇଁ ପଡ଼ିବା ପରିବର୍ତ୍ତେ, ତାସହିତ ଲଢେଇ କରୁଛନ୍ତି, ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତିଏହା ଠିକ୍ ଯେ ବାଧା ଆସୁଛି, ବ୍ୟସ୍ତତାର ଅନୁଭବ ହେଉଛି, କିନ୍ତୁ ସଙ୍କଳ୍ପର ସାମର୍ଥ୍ୟକୁ ଦେଖି, ନୂତନ ଉର୍ଜ୍ଜାର ସହିତ ଆଗକୁ ବଢ଼ି, ନୂଆ-ନୂଆ ଉପାୟ ଖୋଜି, ଦେଶକୁ ବଂଚାଇବାର ଏବଂ ଦେଶକୁ ଆଗକୁ ବଢ଼ାଇବାର କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି

ସାଥୀଗଣ, ସମସ୍ତ ପରିସ୍ଥିତି ମଧ୍ୟରେ ଗାଁମାନଙ୍କରେ ଯାହା ସବୁ ହେଉଛି, ସେଗୁଡ଼ିକର ଖବବର ମୁଁ ଭିନ୍ନ-ଭିନ୍ନ ସ୍ରୋତରୁ ନିରନ୍ତର ଭାବେ ତାହାର ଖବର ସଂଗ୍ରହ କରୁଛିଆଜି ମୁଁ ଆପଣମାନଙ୍କ ମଧ୍ୟରୁ କିଛି ସାଥୀଙ୍କଠାରୁ, କରୋନା ସମୟ କାଳ ମଧ୍ୟରେ ରହିଥିବା ଅନୁଭବ ଏବଂ ଆପଣମାନଙ୍କ ପରାମର୍ଶ ବିଷୟରେ ଜାଣିବାକୁ ଚାହୁଁଛିଆସନ୍ତୁ, ଚର୍ଚ୍ଚାର ଏହି ଧାରା ଆରମ୍ଭ କରିବାମୋତେ ଅବଗତ କରାଯାଇଛି କି ପ୍ରଥମେ ଜମ୍ମୁ-କଶ୍ମୀର ଯିବାକୁ ହେବ

ମହମ୍ମଦ ଇକବାଲ, ଜମ୍ମୁ-କଶ୍ମୀରର ବାରାମୂଲାରୁ ଆମ ସହିତ ଯୋଡ଼ି ହୋଇଛନ୍ତିସେ ହେଉଛନ୍ତି ନାରବାଓ ପଞ୍ଚାୟତ ତଥା ବ୍ଳକର ଅଧ୍ୟକ୍ଷଇକବାଲ ମହାଶୟ ନମସ୍କାର !!

ଇକବାଲ ମହାଶୟ, ଆପଣଙ୍କ ବ୍ଲକରେ କରୋନା ବିରୁଦ୍ଧରେ ଳଢେଇ କିପରି ଚାଲିଛି? ଆପଣମାନେ ଦୁଇ ଗଜ ଦୂରତା ଏବଂ ପରିସ୍କାର ପରିଚ୍ଛନ୍ନତା ପାଇଁ ଆଉ କିଛି କରୁଛନ୍ତି ?

ଇକବାଲ- ନମସ୍କାର ଆଜ୍ଞା, ମୁଁ ଜମ୍ମୁ-କାଶ୍ମୀରର ବାରମୂଲା ବ୍ଲକ ନାରବାଓରୁ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛିଆଉ ଆଜି ଏହି ଅବସରରେ, ଯାହା ହେଉଛି ଆମର ପଞ୍ଚାୟତିରାଜ ଦିବସ, ଏହାର ଶୁଭେଚ୍ଛା ଜଣାଉଛି, ଆଜ୍ଞାଆଜ୍ଞା, ଆମର ଏହି ସମୟରେ ଆମର ଯେଉଁ ନାରବାଓରେ ଆମେ ଯେଉଁ କରୋନା ଭୂତାଣୁ ସହି ଲଢୁଛୁ, ଯାହା ଆପଣ ଉପରୁ ଆଦେଶ ଦେଇଛନ୍ତି, ଲକଡାଉନର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତୃଣମୂଳ ସ୍ତରରେ ତାହାର ଶତ ପ୍ରତିଶତ ପାଳନ କରାଯାଉଛିସେଥିପାଇଁ ଆମେ ପ୍ରଥମରୁ ପ୍ରସ୍ତୁତି କରି ରଖିଥିଲୁ, ଯେତେବେଳେ ଆପଣ ପ୍ରଥମେ ଗୋଟିଏ ଦିନ ପାଇଁ ଲକଡାଉନ କରିଥିଲେ ସେହିଦିନ ଆମେ ବ୍ଲକ ସ୍ତରରେ ଆମର ଯେଉଁ ମେଡିକାଲ ଅଫିସର ଅଛନ୍ତି, ଆମର ଆଇସିଡିଏସ ଅଛି, ଏବଂ ପଞ୍ଚାୟତରେ ଆମେ ଏକ ଆଦେଶ ଜାରି କରିଥିଲୁ, ବିଡିସିଙ୍କ ଅଫିସରୁ, ଆମେ ଏକ ମିଟିଂ କଲୁ ଆଉ ସେହି ମିଟିଂରେ ଆମେ ତିନି ବିଭାଗକୁ, ଆଶା କର୍ମଚାରୀ, ଆଇସିଡିଏସ କର୍ମଚାରୀ ଏବଂ ପଞ୍ଚାୟତ ପିଆରଆଇ ସଭ୍ୟ ଅଛନ୍ତି, ସେମାନଙ୍କୁ ତାଲିମ ପ୍ରଦାନ କଲୁସେମାନଙ୍କୁ ଆମେ, ଆମର ଯେଉଁ କରୋନା ଭୂତାଣୁକୁ ନେଇ ପ୍ରତିଷେଧମୂଳକ ପଦକ୍ଷେପ ଅଛି ସେ ବିଷୟରେ ସଚେତନ କଲୁତାପରେ ଆମେ ସେମାନଙ୍କୁ ବ୍ଲକର ପ୍ରତ୍ୟେକ ଘରକୁ ପଠାଇଲୁ

ଆଉ ମୁଁ ଆପଣଙ୍କୁ ଗୋଟିଏ ସତକଥା କହିବାକୁ ଚାହୁଁଛି କି, ଆମ ବ୍ଲକରେ କୌଣସି ଏଭଳି ଗୋଟିଏ ଘର ଥିବ, ଯେଉଁଠିକୁ ଆମର ଟିମ୍, ଯେଉଁଠିକୁ ଆମର ପିଆରଆଇ, ଯେଉଁଠିକୁ ଆମର ମେଡିକାଲ ଏବଂ ଆଇସିଡିଏସର କର୍ମଚାରୀ ଯାଇ ଥିବେ, ଆଉ ପ୍ରତ୍ୟେକ ଘରର ପ୍ରତ୍ୟେକ ଲୋକଙ୍କୁ କରୋନା ଭାଇରସ କବଳରୁ କିପରି ରକ୍ଷା ପାଇବେ ସେ ସମ୍ପର୍କରେ ସଚେତନ କରାଇଛନ୍ତିଆମ ବ୍ଲକରେ ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ ମାତ୍ର ପଜିଟିଭ କେସ୍ ଆସିଥିଲା, କିନ୍ତୁ ତା ସବୁଠାରୁ ବଡ଼ କାରଣ ଏହା ଥିଲା କି ଆମର ସେଠାରେ ପଞ୍ଚାୟତ ଗଠନ ହୋଇନାହିଁଆଉ ଏକ କାରଣ ଥିଲା କି ଆମର ସେଠାରେ ପଞ୍ଚାୟତ ସଭ୍ୟ ନଥିଲେ, ଆଉ ସେହି କେସକୁ ଆମେ ଚିହ୍ନଟ କରି ପାରି ନଥିଲୁ

କିନ୍ତୁ ବାକି ଯେତେ ଗାଁ ଅଛି, ବାକି ଯେତେ ବ୍ଲକ୍ ଅଛି, ଜିଲ୍ଲା ପ୍ରଶାସନର ସହାୟତାରେ, ସ୍ୱାସ୍ଥ୍ୟ ବିଭାଗର ସହାୟତାରେ ଆମେ ପ୍ରତ୍ୟେକ ଘରକୁ, ପ୍ରତ୍ୟେକ ଲୋକର ଯାତ୍ରା ଇତିହାସ ଯାହା ସବୁ ଥିଲା, ତାକୁ ଚିହ୍ନଟ କଲୁ, ତାଙ୍କୁ କ୍ୱାରେଣ୍ଟାଇନ୍ କଲୁ ଏବଂ ପିଆରଆଇମାନଙ୍କର ସେଠାରେ ଡ୍ୟୁଟି ଲଗାଇ ଦେଲୁ24X7 ଘଣ୍ଟା ସେଠାରେ ଡ୍ୟୁଟି ଲଗାଇଲୁ ଫଳରେ ତାଙ୍କର ଯେଉଁ ହୋମ କ୍ୱାରେଣ୍ଟାଇନ ଅଛି, ତାହା ସଫଳ ହୋଇଯାଉଆମ ଉପରେ ଆମ ଜିଲ୍ଲା ପ୍ରଶାସନର ଯେଉଁ ନିର୍ଦ୍ଦେଶାବଳୀ ଥିଲା, ଆପଣଙ୍କୁ ଯେତେ କଠୋର ପଦକ୍ଷେପ ଉଠାଇବାକୁ ପଡ଼ୁ ପଛେ, କିନ୍ତୁ ଲକଡାଉନ୍ ସମୟରେ ତୃଣମୂଳ ସ୍ତରରେ କ୍ୱାରେଣ୍ଟାଇନକୁ ସଫଳ କରିବାର ଅଛିଆମର ପଞ୍ଚାୟତରାଜର ଯୁବ ଆସୋସିଏସନର ଯେତେ ସବୁ ସଭ୍ୟ ଅଛନ୍ତି, ଆମର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ସେମାନଙ୍କୁ ଦିଆଯାଇଥିଲା, ବାସ୍ତବରେ ଲକଡାଉନକୁ ସଫଳ କରିବା ପାଇଁ ସେହି ପିଆରଆଇଙ୍କ ଦ୍ୱାରା ସଫଳ କରାଯାଇଥିଲାସେମାନେ ରୋଷ୍ଟର ପ୍ରସ୍ତୁତ କରି, ସ୍ୱେଚ୍ଛାସେବୀଙ୍କ ସହିତ ରାସ୍ତାରେ ଜଗି ରହି ଲକଡାଉନକୁ ସଫଳ କଲେଲୋକମାନଙ୍କୁ ଦୁଇଟି ସନ୍ଦେଶ ଦେଲେ, ଦୁଇଟି ସ୍ଲୋଗାନ ଦେଲେ, ସମସ୍ତଙ୍କୁ ସମ୍ମାନ ଦିଅ, ସମସ୍ତଙ୍କୁ ସନ୍ଦେହ କର ପ୍ରଥମ ସ୍ଲୋଗାନ ଥିଲାଦ୍ୱିତୀୟ ସ୍ଲୋଗାନ ଥିଲା କି ଆଜ୍ଞା ଘରେ ରୁହନ୍ତୁ, ନିରାପଦରେ ରୁହନ୍ତୁଆଉ ସେମାନେ ଯେତେବେଳେ ଏହି ଦୁଇଟି ସ୍ଲୋଗାନକୁ ନେଇ ଚାଲିଲେ, ଆଜି ଆମ ବ୍ଲକରେ 99 ପ୍ରତିଶତ ସ୍ଥିତି ନିୟନ୍ତ୍ରଣାଧିନ ଅଛି ଆଜ୍ଞା

ଇକବାଲ- ଧନ୍ୟବାଦ ଆଜ୍ଞା

ପ୍ରଧାନମନ୍ତ୍ରୀ ମହୋଦୟ- ଆପଣ କଥା କହିଲେ, ସେଥିରୁ ଜଣା ପଡୁଛି ଯେ, ଆପଣ ନିଜେ କ୍ଷେତ୍ରରେ ଜଡିତ ରହୁଛନ୍ତିନିଜେ ଗାଁ ଗାଁକୁ ଯାଉଛନ୍ତି, ତାହାର ପରିଣାମ ହେଉଛି କି ଆପଣ ଏତେ ବଡ ସହଜରେ କଥାକୁ ବୁଛିପାରିଛନ୍ତି ଏବଂ ଆପଣ ମାନବ ସମ୍ବଳ ହେଉ, ନିୟମର ପାଳନ ହେଉ, ବହୁତ ଭଲ ଭାବେ କରିଛନ୍ତିମୋର ବିଶ୍ୱାସ ଯେ, ଦୁଇ ଗଜର ଦୂରତା- ଏହି ମନ୍ତ୍ରକୁ ଆପଣ ଗାଁ-ଗାଁରେ, ଘରେ-ଘରେ ଏବଂ ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀରକୁ ମଧ୍ୟ ଆପଣଙ୍କଠାରୁ ଶିଖିବା ଉଚିତମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି, ବହୁତ ଉତ୍ତମ କାର୍ଯ୍ୟ କରିଛନ୍ତି ଏବଂ ଆପଣଙ୍କ ବ୍ଲକର ସମସ୍ତ ନାଗରିକଙ୍କୁ ମଧ୍ୟ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛିଆଉ ହେଉଛି ରମଜାନର ମାସ, ଯେଉଁ ପରିଶ୍ରମ କରିଛନ୍ତି, ସେହି କାରଣରୁ ରମଜାନର ଉତ୍ସବ ବହୁତ ଭଲ ଭାବରେ ନାଗରିକମାନେ ପାଳନ କରି ପାରିବେ।  ବାସ୍ତବରେ ଆପଣ ବହୁତ ଭଲ ବଡ଼ ସେବା କରିଛନ୍ତି

ଆସନ୍ତୁ, ଜମ୍ମୁ କଶ୍ମୀର ପରେ ଆମେ ସିଧାସଳଖ ଦକ୍ଷିଣ ଭାଗକୁ ଯିବା, କର୍ଣ୍ଣାଟକକୁ ଚାଲନ୍ତୁକର୍ଣ୍ଣାଟକର ଚିକ୍କାବାଲାପୁରରୁ ଆମ ସହିତ ଶ୍ରୀ ନବୀନ କୁମାର ମହୋଦୟ ଯୋଡ଼ି ହୋଇଛନ୍ତି

ନବୀନ କୁମାର- ଦେଶର ପ୍ରଧାନ ସେବକଙ୍କୁ ଗ୍ରାମ ପଞ୍ଚାୟତ ତରଫରୁ ନମସ୍କାର

ପ୍ରଧାନମନ୍ତ୍ରୀ ମହୋଦୟ- ଆଜିକାଲି ମୋତେ ଗାଁର ପ୍ରଧାନଙ୍କ ସହିତ ମଧ୍ୟ କଥା ହେବାର ସୌଭାଗ୍ୟ ମିଳୁଛି ? ଆଉ ଦୁନିଆର ବଡ଼-ବଡ଼ ଦେଶର ବଡ଼-ବଡ଼ ପ୍ରଧାନଙ୍କ ସହିତ ମଧ୍ୟ କଥା ହେବାର ସୁଯୋଗ ମିଳିଯାଉଛି

ନବୀନ କୁମାର- ଧନ୍ୟବାଦ ଆଜ୍ଞାଆମ ଗ୍ରାମପଞ୍ଚାୟତରେ କୌଣସି କରୋନା ପୀଡ଼ିତ ବ୍ୟକ୍ତି ନାହାଁନ୍ତି ଆଉ 14 ଜଣ ଲୋକଙ୍କୁ ଆମେ ହୋମ କ୍ୱାରେଣ୍ଟାଇନରେ ରଖିଛୁଏମାନଙ୍କୁ ପଞ୍ଚାୟତ ପକ୍ଷରୁ ପାଣି, କ୍ଷୀର, ପରିବା, ରାସନ ସାମଗ୍ରୀ ଆଦିର ବ୍ୟବସ୍ଥା ଘରେ ହିଁ କରାଯାଉଛିଆଶାକର୍ମୀ, ସ୍ୱାସ୍ଥ୍ୟବିଭାଗର ଅଧିକାରୀମାନେ ଏବଂ ଗ୍ରାମ ପଞ୍ଚାୟତର ସମସ୍ତ ସଦସ୍ୟ ଏବଂ କର୍ମଚାରୀଙ୍କର ଏକ ଟାସ୍କ ଫୋର୍ସ ଗଠନ କରାଯାଇଛିପ୍ରତି ସପ୍ତାହରେ ଦୁଇ-ଚାରି ବୈଠକ ଡକାଇ କିପରି କରୋନାକୁ ରୋକାଯାଇ ପାରିବ, ଏଥିପାଇଁ ପ୍ରୟାସ କରାଯାଇ ପାରିବ, ବିଷୟରେ ଚର୍ଚ୍ଚା କରାଯାଉଛିଆଇଇସି, ସାମାଜିକ ଦୂରତା ଏବଂ ସାନିଟେସନର କାର୍ଯ୍ୟ ବେଶ୍ ଭଲ ଭାବେ ଚାଲିଛି

ଏହି ଚାରିଗୋଟି ଯୋଜନା-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନା, ଉଜ୍ଜ୍ୱଳା ଯୋଜନା ଏବଂ ପେନସନ ଯୋଜନା ଅଧିନରେ 5 ହଜାରରୁ ଅଧିକ ହିତାଧୀକାରୀଙ୍କୁ ଲାଭ ମିଳିଛି

ଏଠାକାର ଯୁବକମାନଙ୍କୁ ପ୍ରେରଣା ଦେଇ ଗ୍ରାମ ପୁଲିସ ଗଠନ କରାଯାଇଛିପଞ୍ଚାୟତ ସୀମାରେ ଚେକ୍ ପୋଷ୍ଟ ବସାଇ ଏହି ସବୁ ଗ୍ରାମ ପୁଲିସ କାର୍ଯ୍ୟ କରୁଛନ୍ତିଏହାଦ୍ୱାରା ଲୋକମାନଙ୍କୁ କାମ ନଥାଇ ବାହାରେ ବୁଲିବା ଉପରେ କଟକଣା ଲଗାଯାଇ ପାରିଛିଏହାଦ୍ୱାରା କରୋନାକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପହଂଚାଇବାକୁ ଦେଇ ନାହାନ୍ତିବ୍ୟକ୍ତିଗତ ଏବଂ ସାମୁହିକ ସ୍ୱଚ୍ଛତା ଦିଗରେ ପ୍ରତ୍ୟେକ ସ୍ଥାନରେ ଭଲଭାବେ ଆଇଇସି ହୋଇଛି ଏବଂ ପରିସ୍କାର ପରିଚ୍ଛନ୍ନତା ହୋଇଛି

ଲକଡାଉନ ଯୋଗୁଁ ମହାରାଷ୍ଟ୍ରର ଯେଉଁ 170ରୁ ଅଧିକ ଶ୍ରମିକ ଥିଲେ, ସେମାନଙ୍କୁ ଆମେ ଏକ ପାଠଶାଳାରେ ରଖିଛୁଏହି ସମସ୍ତଙ୍କୁ ଭୋଜନ, ପାଣି ଏବଂ ଔଷଧ ଆଦିର ବ୍ୟବସ୍ଥା କରାଯାଇଛି ଏବଂ ସେମାନଙ୍କୁ ମଧ୍ୟ ଆମେ କୌଣସି ନା କୌଣସି କାର୍ଯ୍ୟରେ ଲଗାଇ ରଖିଛୁ

ଫଳ ଏବଂ ପନିପରିବା ପାଇଁ ଏକ ବଜାରର ବ୍ୟବସ୍ଥା କରାଯାଇଛିଏହା ଦ୍ୱାରା କୃଷକଙ୍କୁ କୌଣସି ଆର୍ଥିକ କ୍ଷତି ହେଉନାହିଁସେମାନଙ୍କ ଆର୍ଥିକ ସ୍ଥିତି ଏବଂ ମନୋବଳ ବୃଦ୍ଧି କରାଯାଇଛିଘରେ-ଘରେ ଯେଉଁମାନଙ୍କୁ ଯେ କୌଣସି ପ୍ରକାରର ଔଷଧର ଆବଶ୍ୟକତା ରହିଛି, ସେମାନଙ୍କ ଘରେ ଡାକ୍ତରମାନେ ପହଂଚି ସେମାନଙ୍କୁ ସେବା ଔଷଧ ଯୋଗାଇ ଦେଉଛନ୍ତି

ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଉଦ୍ୟୋଗ ଯୋଜନା ଅଧିନରେ ପଞ୍ଚାୟତର ଶ୍ରମିକମାନଙ୍କୁ ଏବଂ କୃଷକମାନଙ୍କୁ ବ୍ୟକ୍ତିଗତ ଶ୍ରମିକମାନଙ୍କୁ ଏବଂ ଜଳ ସଂରକ୍ଷଣର କାର୍ଯ୍ୟକାରିଣୀରେ ଭାଗ ନେବା ପାଇଁ ଆମେ ସୁଯୋଗ ସୃଷ୍ଟି କରୁଛୁଏହା ଦ୍ୱାରା ଗ୍ରାମ ପଞ୍ଚାୟତରେ ମଧ୍ୟ ଲୋକମାନଙ୍କର ମନୋବଳ ବୃଦ୍ଧି ପାଉଛି

ପ୍ରଧାନମନ୍ତ୍ରୀ ମହୋଦୟ- ନବୀନ ମହାଶୟ ଆପଣଙ୍କ ଗାଁର ଜନସଂଖ୍ୟା କେତେ ?

ନବୀନ ମହାଶୟ 8,500 ଆଜ୍ଞା

ପ୍ରଧାନମନ୍ତ୍ରୀ ମହୋଦୟ - ଅର୍ଥାତ ହେଉଛି ଗୋଟିଏ ବଡ଼ ଗାଁଆପଣ କେତେ ବର୍ଷ ହେବ ସରପଞ୍ଚ ଅଛନ୍ତି ?

ନବୀନ ମହାଶୟ ପ୍ରଥମ ଥର ପାଇଁ ଆଜ୍ଞା,

ପ୍ରଧାନମନ୍ତ୍ରୀ ମହୋଦୟ - ପ୍ରଥମ ଥର ପାଇଁ ହୋଇଛନ୍ତି ? କିନ୍ତୁ ଆପଣ ବହୁତ ଭଲ କାର୍ଯ୍ୟ କରୁଛନ୍ତି ଏବଂ ବଡ଼ ବ୍ୟବସ୍ଥିତ ଢଙ୍ଗରେ କରୁଛନ୍ତି, ଯୋଜନାବଦ୍ଧ ଭାବେ କରୁଛନ୍ତିଗାଁ ବାଲା ଆପଣଙ୍କ କଥା ମାନୁଛନ୍ତି ?

ନବୀନ ମହାଶୟହଁ ଆଜ୍ଞା

ପ୍ରଧାନମନ୍ତ୍ରୀ ମହୋଦୟ- ମାନୁଛନ୍ତିଚାଲନ୍ତୁ, ମୋ ତରଫରୁ ଆପଣଙ୍କୁ ଏବଂ ଆପଣଙ୍କ ଗାଁକୁ ଏତେ ଉତ୍ତମ କାର୍ଯ୍ୟ କରିବା ପାଇଁ ଏବଂ ସମସ୍ତ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ, ଆର୍ଥିକ ପ୍ରଗତି ମଧ୍ୟ ଏତେ ବଢିଆ ଢଙ୍ଗରେ ଚଲାଉଥିବାରୁ ମୁଁ ବାସ୍ତବରେ ଆପଣଙ୍କ ନେତୃତ୍ୱକୁ, ଆପଣଙ୍କର ଏହି ପ୍ରକାରର ଦୃଷ୍ଟିଭଙ୍ଗିକୁ, ଏବଂ ଗାଁର ଶକ୍ତି କିଭଳି ହୋଇଥାଏ,ଏହାର ଦର୍ଶନ କରାଇବା ପାଇଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି

ଆସନ୍ତୁ ଆମେ ବିହାର ଯିବା

ବିହାରର ଜହାନାବାଦ ଜିଲ୍ଲାର ଘରନିଆ ଗ୍ରାମ ପଞ୍ଚାୟତର ପ୍ରଧାନ ଶ୍ରୀ ଅଜୟ ସିଂହ ଯାଦବ ଆମ ସହିତ ଯୋଡି ହେଉଛନ୍ତିଅଜୟ ମହାଶୟ ନମସ୍କାର

ଅଜୟ ମହାଶୟ- ନମସ୍କାର ସାର୍ମୁଁ ଅଜୟ ସିଂହ ଯାଦବ, ବିହାରର ଘରନିଆ ଗ୍ରାମ ପଞ୍ଚାୟତର ମୁଖିଆ, ବିହାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ବନ୍ଦନା କରୁଛି, ଆଜ୍ଞା

ପ୍ରଧାନମନ୍ତ୍ରୀ ମହୋଦୟ- ନମସ୍କାର ଆଜ୍ଞା22 ତାରିଖରେ ଲକଡାଉନ ପାଇଁ ବନ୍ଦ ହୋଇଥିଲା, ତାପରେ ଚାରି ଦିନ ଧରି ଲଗାତାର ଆମେ ନିଜେ ଗ୍ରାମ ପଞ୍ଚାୟତ କ୍ଷେତ୍ରରେ ବୁଲିବୁଲି ପ୍ରଚାର କରିଥିଲୁ, ଆଜ୍ଞା ଲକଡାଉନ ନିୟମ ପାଳନ କରିବାର ଅଛି ଏବଂ ସାମାଜିକ ଦୂରତା ବଜାୟ ରଖିବାର ଅଛିଅତି କମରେ ଛଅ ଫୁଟ ଦୂରତା ବଜାୟ ରଖିବା

ପ୍ରଧାନମନ୍ତ୍ରୀ ମହୋଦୟ- ଅଜୟ ମହାଶୟ ଲୋକଙ୍କୁ ବୁଝାନ୍ତୁ, ଦୁଇ ଗଜର ଦୂରତା

ଅଜୟ ମହାଶୟ- ଦୁଇ ଗଜର ଦୂରତା, ଆଜ୍ଞା ?

ପ୍ରଧାନମନ୍ତ୍ରୀ ମହୋଦୟ- ହଁ

ଅଜୟ ମହାଶୟ- ଗାଁରେ ଆଜ୍ଞା ବ୍ଲିଚିଂ ପାଉଡର ପକାଇବାକୁ ପଡ଼ିବଘରକୁ ଘର ଯାଇ ଆଶା କର୍ମକର୍ତା, ୱାର୍ଡ ପଞ୍ଚ, ସରପଞ୍ଚ ସାହେବ ପ୍ରତ୍ୟେକ ଘରେ ଦେଲେ ଆଜ୍ଞା, ଶରୀର ଏବଂ ହାତ ଧୋଇବା ବିଷୟରେ ଶିଖାଇଲୁ ଆଜ୍ଞା, ଏକ ଘଣ୍ଟା-ଅଧ ଘଣ୍ଟା ପୂର୍ବରୁ ହାତ ଧୋଇବା ନେଇ ସତର୍କ ରୁହନ୍ତୁହୋମ କ୍ୱାରେଣ୍ଟାଇନରେ 18 ଜଣଙ୍କୁ ରଖିଥିଲୁ ଆଜ୍ଞାସେମାନଙ୍କୁ ମଧ୍ୟ ପଞ୍ଚାୟତ ନିଜ ତରଫରୁ ସମସ୍ତ ସୁବିଧା ଯୋଗାଇ ଦେଉଛି ଆଜ୍ଞାସାର୍ 30 ଶଯ୍ୟା ବିଶିଷ୍ଟ ଏକ ହୋମ କ୍ୱାରେଣ୍ଟାଇନ କେନ୍ଦ୍ର ନିର୍ମାଣ କରିଛୁସେଠାରେ ମଧ୍ୟ ଖାଇବା ପିଇବା, ଏଏନଏମଙ୍କୁ ଡ୍ୟୁଟିରେ ଲଗାଇଛୁ, ଚୌକିଦାରଙ୍କୁ ମଧ୍ୟ ଡ୍ୟୁଟିରେ ଲାଗାଇଛୁ ଆଜ୍ଞା45 ଜଣ ଲୋକଙ୍କୁ ନେଇ ଏକ ଗ୍ରାମରକ୍ଷା ଦଳ ଗଠନ କରିଛୁତାହା ମଧ୍ୟ ସମସ୍ତ ଗ୍ରାମରେ ଆଜ୍ଞା, ଗାଁର ପ୍ରବେଶ ପଥରେ ବାଉଁଶ ବାନ୍ଧି ବ୍ୟାରିୟର ଲଗାଇଛୁ ଆଜ୍ଞା ଫଳରେ ଗାଁର କେହି ଲୋକ ବାହାରକୁ ଯିବେ ନାହିଁଯାହାର ଜରୁରୀ କାମ ଥିବ ସେ ହିଁ ବାହାରକୁ ଯିବେ, ଯେପରି ଜରୁରିକାଳୀନ କାର୍ଯ୍ୟ ପାଇଁ ଅବା ଔଷଧ ଆଣିବା ପାଇଁଆଉ ସାର ସ୍ୱାସ୍ଥ୍ୟ ବିଭାଗ ଏବଂ ମେଡିକାଲ ତରଫରୁ ଗାଁକୁ ସପ୍ତାହରେ ଦୁଇଥର ଆସୁଛନ୍ତି ଆଜ୍ଞାପଞ୍ଚାୟତ ସରକାରଙ୍କ ପାଖରେ ଆଜ୍ଞା ସେଥିରେ ମଧ୍ୟ ଆମ ଲୋକମାନେ ଜନପ୍ରତିନିଧିମାନେ ଆଜ୍ଞା, ସଦା ସର୍ବଦା ତିନି ଦିନକୁ ଥରେ ସଭା କରୁଛୁପାଞ୍ଚରୁ ଦଶଜଣ ମୁଖିଆ, ସରପଞ୍ଚ, ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ କର୍ମୀ

ପ୍ରଧାନମନ୍ତ୍ରୀ ମହୋଦୟ - ଆଚ୍ଛା ଅଜୟ ମହାଶୟ, ଆପଣଙ୍କ ପଞ୍ଚାୟତରେ ମଧ୍ୟ ଅନେକ ପ୍ରବାସୀ ସାଥୀ ଅନ୍ୟ ସହରରୁ ଘରକୁ ଫେରୁଥିବେ, ଯେଉଁମାନେ ଆସି ପାରି ନଥିଲେ, ସେମାନେ ମଧ୍ୟ ଆସିବାକୁ ଚାହୁଁଥିବେ

ଅଜୟ ମହାଶୟ- ଆଜ୍ଞା, ଆସିବାକୁ ଚାହୁଁଛନ୍ତି ଆଜ୍ଞା, କିନ୍ତୁ ଆମେ ସେମାନଙ୍କୁ ଅଟକାଇ ଦେଇଛୁ କି ଯେଉଁଠାରେ ଅଛ, ସେଠାରେ ରୁହ, ଲକଡାଉନ ସଂପୂର୍ଣ୍ଣ ଖୋଲିବ ସେତେବେଳେ ଆସିବ ଭାଇକାରଣ ଚଉଦ ଦିନ ଆମେ ସ୍କୁଲରେ ରଖୁଛୁସେମାନେ କହୁଛନ୍ତି କି ନାହିଁ, ମୁଖିଆ ମହାଶୟ, ଆମେ ଏବେ ବାହାରେ ରହିବୁ, ଯେତେବେଳେ ଖୋଲିବ ସେତେବେଳେ ଆସିବୁଚଉଦ ଦିନ ରହିବୁ ନାହିଁ

ପ୍ରଧାନମନ୍ତ୍ରୀ ମହୋଦୟ- ଅର୍ଥାତ ଆପଣଙ୍କ କଥା ସବୁଲୋକ ମାନୁଛନ୍ତି ?

ଅଜୟ ମହାଶୟ- ହଁ, ମାନୁଛନ୍ତି ଆଜ୍ଞା

ପ୍ରଧାନମନ୍ତ୍ରୀ ମହୋଦୟ - ଚାଲନ୍ତୁ, ଆପଣ ସମସ୍ତେ ସୁରକ୍ଷିତ ରୁହନ୍ତୁ ଆଉ ଯେଉଁ ଲୋକ ସହରରେ ଅଛନ୍ତି, ସେମାନେ ମଧ୍ୟ ସୁରକ୍ଷିତ ରୁହନ୍ତୁ, ସେମାନଙ୍କ ମନ ସୁରକ୍ଷିତ ରହୁଆପଣ ନିଶ୍ଚିତ ସେମାନଙ୍କ ସହ ଫୋନରେ କଥା ହଉ ଥାଆନ୍ତୁଫଳରେ ସହରରେ ସେମାନେ ଟିକେ କମ୍ ଅସୁବିଧାରେ ରୁହନ୍ତୁମନ ଟିକେ ହାଲକା ରହୁଘର କଥା ମନେ ପଡ଼ୁଛି, ମାଆ-ବାପା ମନେ ପଡ଼ୁଛନ୍ତିଯାହା ମଧ୍ୟ ହେଉଛି ସ୍ୱାଭାବିକ କଥାକିନ୍ତୁ ଏଭଳି ସମୟରେ ଗାଁରୁ ଯଦି ଲୋକ ସେମାନଙ୍କ ସହିତ କଥା ହେଉଛନ୍ତି ସେମାନଙ୍କ ମନ ଟିକେ ହାଲକା ହୋଇ ଯାଉଛିଆଉ ଆଜି ଯେଉଁ କାମ କରୁଛେ, ସେଥିପାଇଁ ମୁଁ ଅଭିନନ୍ଦନ ଜଣାଉଛି

ଆସନ୍ତୁ, ଆମେ ଉତ୍ତର ପ୍ରଦେଶର ବସ୍ତିକୁ ଯିବାବସ୍ତି ଗ୍ରାମପଞ୍ଚାୟତର ନକ୍ତିଦେହୀର ପ୍ରଧାନ ଭଉଣୀ ବର୍ଷା ସିଂହ ଆମ ସହିତ ଯୋଡ଼ି ହେଉଛନ୍ତିବର୍ଷା ଜୀ, ନମସ୍ତେ

ବର୍ଷା ମହାଶୟା- ନମସ୍ତେ ଆଜ୍ଞାମୁଁ ନିଜ ଗ୍ରାମ ପଞ୍ଚାୟତବାସୀଙ୍କ ତରଫରୁ ଆପଣଙ୍କୁ ନମସ୍କାର ଜଣାଉଛିଆଉ ପଞ୍ଚାୟତିରାଜ ଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛି

ପ୍ରଧାନମନ୍ତ୍ରୀ ମହୋଦୟ - ବସ୍ତିରେ ଠିକ ଭାବେ ଲକଡାଉନ ପାଳନ ହେଉଛି ?

ବର୍ଷା ମହାଶୟା- ଆଜ୍ଞା, ମୋ ଗାଁରେ ସଂପୂର୍ଣ୍ଣ ଭାବେ ଲକଡାଉନ ପାଳନ ହେଉଛି ଆଉ ମୁଁ ଆଶା ଭଉଣୀ, ଅଙ୍ଗନୱାଡ଼ି ଭଉଣୀ ଏବଂ ଏଏନଏମଙ୍କ ମାଧ୍ୟମରେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରୁଛୁ କି ଲକଡାଉନ ପାଳନ କର, ସାମାଜିକ ଦୂରତାର ପାଳନ କର ଏବଂ ଘରେ ରୁହ

ପ୍ରଧାନମନ୍ତ୍ରୀ ମହୋଦୟ - ଆପଣ କେତେ ସମୟ ଧରି ପ୍ରଧାନ ଅଛନ୍ତି ?

ବର୍ଷା ମହାଶୟା - ଆଜ୍ଞା, ମୁଁ ପ୍ରଥମ ଥର ପାଇଁ ପ୍ରଧାନ ହୋଇନାହିଁଏହା ପୂର୍ବରୁ ମଧ୍ୟ ମୁଁ ପ୍ରଧାନ ଭାବେ କାର୍ଯ୍ୟ କରିଥିଲି

ପ୍ରଧାନମନ୍ତ୍ରୀ ମହୋଦୟ - ଯେତେବେଳେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ଯାହା କାର୍ଯ୍ୟକାରୀ ହେଉଛି ପିଏମ ଗରୀବ କଲ୍ୟାଣ ଯୋଜନା ଇତ୍ୟାଦି, ପିଏମ୍ କିଷାନ ସମ୍ମାନ ନିଧି, ଏହା ସବୁ ପହଂଚିଯାଇଛି ଏହାସବୁ ସେଠାରେ ଆପଣ କିପରି କାର୍ଯ୍ୟକାରୀ କରୁଛନ୍ତି

ବର୍ଷା ମହାଶୟା - ଆଜ୍ଞା, ଆମର ଏଠାରେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଯେଉଁ 25 ଲାଭାର୍ଥୀ ଅଛନ୍ତି, କିଷାନ ସମ୍ମାନ ନିଧିରେ 155 ଲାଭାର୍ଥୀ ଅଛନ୍ତି ଆଉ ଯେଉଁମାନେ ପଂଜୀକୃତ ହୋଇଛନ୍ତି ତାଅଧୀନରେ 10 ଜଣ ଲୋକ ଅଛନ୍ତି ଏବଂ ଜନ-ଧନ ଯୋଜନାରେ ଯେଉଁ 50 ଲୋକ ଅଛନ୍ତି, ସେମାନଙ୍କୁ ସୁଫଳ ମିଳିଛି

ପ୍ରଧାନମନ୍ତ୍ରୀ ମହୋଦୟଲୋକଙ୍କ ଅନୁଭବ କିପିରି ରହିଛି, ସେମାନେ ସମସ୍ତେ ସନ୍ତୁଷ୍ଟ ଅଛନ୍ତି ?

ବର୍ଷା ମହାଶୟା - ଆଜ୍ଞା ଲୋକମାନେ ବହୁତ ସନ୍ତୁଷ୍ଟ ଅଛନ୍ତିଆପଣଙ୍କ ଲକଡାଉନର ନିର୍ଦ୍ଦେଶକୁ ବହୁତ ଭଲ ଭାବେ ପାଳନ କରୁଛନ୍ତି ଆଉ ଲୋକମାନେ ନିଜକୁ ନିଜେ ବହୁତ ସୁରକ୍ଷିତ ଅନୁଭବ କରୁଛନ୍ତିସେହି ଲୋକମାନଙ୍କର ଚିନ୍ତାଧାରା ରହିଛି ଯେ ଆମେ ଘରେ ହିଁ ସୁରକ୍ଷିତ ଅଛୁ କାରଣ ଏହି କରୋନା ଭୂତାଣୁ ହେଉଛି ଏକ ଏଭଳି ରୋଗ ଯାହାର ସଠିକ ଚିକିତ୍ସା ନାହିଁବାସ ଏହାର ଏହି ଚିକିତ୍ସା ହେଉଛି ଘରେ ରହିବା, ସୁରକ୍ଷିତ ରହିବା, ସାମାଜିକ ଦୂରତା - ଦୁଇ ଗଜର ଦୂରତାରେ ରହିବାଘରେ ମଧ୍ୟ ସାମାଜିକ ଦୂରତା ପାଳନ କରିବା

ପ୍ରଧାନମନ୍ତ୍ରୀ ମହୋଦୟ - ଦେଖନ୍ତୁ, କରୋନା ଭୂତାଣୁ ହେଉଛି ବଡ଼ ବିଚିତ୍ର ଭୂତାଣୁ କିନ୍ତୁ ତାହାର ମଧ୍ୟ ଏକ ସ୍ୱତନ୍ତ୍ରତା ରହିଛିସେ ନିଜକୁ ନିଜେ କାହା ଘରକୁ ଯାଉ ନାହିଁ, ନିଜକୁ ନିଜେ କେଉଁଠାକୁ ଯାଉ ନାହିଁଯଦି ଆପଣ ତାକୁ ଡାକିବାକୁ ଯିବେ, ଯଦି ଆପଣ ତାକୁ ଆଣିବାକୁ ଯିବେ, ତେବେ ସେ ଆପଣଙ୍କ ସହିତ ଘର ଭିତରକୁ ପ୍ରବେଶ କରିଯିବପୁଣି ସେ ଘରେ କାହାକୁ ଛାଡେ ନାହିଁଆଉ ଏଥି ପାଇଁ ଦୁଇ ଗଜର ଦୂରତା ଏହି ମନ୍ତ୍ର ଗୁଂଜରିତ ହେଉଥିବା ଦରକାରଦୁଇ ଗଜର ଦୂରତା ଏହି ଦୂରତା ରକ୍ଷା କରି କଥା ହେବା, ଦୁଇ ଗଜର ଦୂରତା ଏହି ଦୂରତା ରକ୍ଷା କରି ଠିଆହେବା, ଦୁଇ ଗଜର ଦୂରତା ଏହି ଦୂରତା ସବୁବେଳେ ବଜାୟ ରଖିବାଯେପରି ଛତା ଧରି ଠିଆ ହେଉଛେ ନା, ଯଦି ମୁଁ ଗୋଟିଏ ଛତା ଧରିଲି, ଆଉ ସାମ୍ନାରେ ଥିବା ଲୋକ ଆଉ ଗୋଟିଏ ଛତା ଧରିଲା, ସଦା ସର୍ବଦା ନିଜକୁ ନିଜେ ଦୁଇ ଗଜର ଦୂରତା ସୃଷ୍ଟି ହୋଇଯିବଏହା ବଜାୟ ରଖିବା,  ମୁଁ ବୁଝାଉଛି ଏହି ସଂକଟ ସମୟରେ ମୋତେ ଭଲ ଲାଗିଲା ଯେ.... ।

ଆଚ୍ଛା ଆପଣଙ୍କ ଏଠାରେ ଗାଁର ଲୋକଙ୍କୁ, ଦୟାକରି ପୂର୍ବରୁ ଏପରି କହୁଥିଲେ କି ଭାଇ ଦିଲ୍ଲୀରୁ ଏକ ଟଙ୍କା ଯାଉଛି 15 ପଇସା ପହଂଚୁଛିଆଜିକାଲି ଏକ ଟଙ୍କା ବାହାରୁଛି ତାହାର ବ୍ୟାଙ୍କ ଖାତାରେ ଶହେରୁ ଶହେ ପଇସା ଯାଇ ଜମା ହୋଇ ଯାଉଛିଗାଁ ବାଲାଙ୍କୁ କିପରି ଲାଗୁଛି ଯେତେବେଳେ ସଂପୂର୍ଣ୍ଣ ପଇସା ମିଳି ଯାଉଛି ?

ବର୍ଷା ମହାଶୟା - ଗାଁ ଲୋକମାନେ ଖୁବ ସନ୍ତୁଷ୍ଟ ଅଛନ୍ତି ସାର୍

ପ୍ରଧାନମନ୍ତ୍ରୀ ମହୋଦୟ - କହୁଛନ୍ତି ?

ବର୍ଷା ମହାଶୟା - କହୁଛନ୍ତି, ଯେବେଠାରୁ ଏହି ସରକାର ଆସିଛି, ତେବେଠାରୁ ସେମାନଙ୍କୁ ସମସ୍ତ ଲାଭ ସଂପୂର୍ଣ୍ଣ ଭାବେ, ଭଲ ଭାବେ ମିଳି ପାରୁଛି

ପ୍ରଧାନମନ୍ତ୍ରୀ ମହୋଦୟ - ଚାଲନ୍ତୁ ବର୍ଷା ମହାଶୟା, ଆପଣ ବହୁତ ଭଲ କାର୍ଯ୍ୟ କରୁଛନ୍ତିହଁ, କୁହନ୍ତୁ ଆପଣ କିଛି କହୁଥିଲେ

ବର୍ଷା ମହାଶୟା - ଆଜ୍ଞା, ଗାଁରେ ଏହା ଚର୍ଚ୍ଚା ହେଉଛି କି ଏହି ସଙ୍କଟ ସମୟରେ କରୋନା ଭଳି ଯେଉଁ ବିଶ୍ୱ ମହାମାରୀ ରହିଛି, ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ଥାଆନ୍ତେ ଦେଶର ହୋଇ ଥାଆନ୍ତାଆଜ୍ଞା, ଯେଉଁ କ୍ଷେତ୍ରକୁ ମଧ୍ୟ ଯାଉଛୁ, ସବୁଠାରେ ଏହି ଚର୍ଚ୍ଚା ହେଉଛି, ଆମେମାନେ ନିଜ ମଧ୍ୟରେ ମଧ୍ୟ ଏହି ଚର୍ଚ୍ଚା କରୁଛୁ

ପ୍ରଧାନମନ୍ତ୍ରୀ ମହୋଦୟ - ବାସ ବର୍ଷା ମହାଶୟା, ଦୁଇ ଗଜର ଦୂରତା, ଆମ ସମସ୍ତଙ୍କୁ ବଞ୍ଚାଇବ, ଦୁଇ ଗଜର ଦୂରତାଛାଡ଼ନ୍ତୁ, ମୋତେ ଭଲ ଲାଗିଲା, ଗାଁ ବାଲା ସନ୍ତୁଷ୍ଟ ଅଛନ୍ତିକାରଣ ସରକାର ଏବଂ ଜନତାଙ୍କ ମଧ୍ୟରେ ଯେତେବେଳେ ବିଶ୍ୱାସ ଆସି ଯାଇଥାଏ, କେତେ ବଡ଼ ସଙ୍କଟକୁ ଆମେ ଅତିକ୍ରମ କରି ନେଇଥାଉଆଉ ଚଳିତ ଥର ଯେଉଁ ଲଢ଼େଇ ଆମେ ଜିତୁଛୁ, ତାହାର ମୂଳ କାରଣ ହେଉଛି ବିଶ୍ୱାସସବୁଠାରୁ ବଡ଼ ଶକ୍ତି ହେଉଛି ବିଶ୍ୱାସନିଜ ଉପରେ ମଧ୍ୟ ବିଶ୍ୱାସ ଅଛି, ବ୍ୟବସ୍ଥା ଉପରେ ମଧ୍ୟ ବିଶ୍ୱାସ ଅଛି ଆଉ ବିକଳ୍ପ ଅଛି କି ଆମକୁ ସଙ୍କଟରୁ ବାହାରିବାର ଅଛି

ଆସନ୍ତୁ, ପଞ୍ଜାବ ଆଡ଼େ ଯିବାପଞ୍ଜାବର ପଠାନକୋଟ ଗ୍ରାମ ପଞ୍ଚାୟତ ହାଡାର ସରପଞ୍ଚ ଭଉଣୀ ପଲ୍ଲବୀ ଠାକୁର ଆମ ସହିତ ଉପସ୍ଥିତ ଅଛନ୍ତିପଲ୍ଲବୀ ମହାଶୟା ନମସ୍କାର

ପଲ୍ଲବୀ ମହାଶୟା- ନମସ୍କାର ଆଜ୍ଞାଆପଣଙ୍କୁ ମୋ ତରଫରୁ ଆଉ ମୋର ସମଗ୍ର ପଞ୍ଚାୟତ ତରଫରୁ ହାର୍ଦ୍ଦିକ ଅଭିନନ୍ଦନମୁଁ ହାଡା ଗ୍ରାମ ପଞ୍ଚାୟତର ସରପଞ୍ଚ, ଯାହାକି ହେଉଛି ଏକ ପଛୁଆ ଅଞ୍ଚଳଆଉ ହେଉଛି ଏକ ସୀମାବର୍ତ୍ତୀ ଅଞ୍ଚଳ, ସାର୍ ଯେଭଳି ଏବେ କରୋନା ଭୂତାଣୁର ସଂକ୍ରମଣ ଚାଲୁ ରହିଛି, ଏହି କାରଣରୁ ଆମ ଗାଁରେ ଆମ ଗ୍ରାମବାସୀ ଆଉ ଆମ ଗ୍ରାମର ଯୁବକମାନଙ୍କର ସବୁଠାରୁ ଅଧିକ ସହଯୋଗ ମିଳୁଛିଯେଉଁମାନେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ସନ୍ଦେଶକୁ ପାଳନ କରୁଛନ୍ତି - ଘରେ ରୁହନ୍ତୁଆଜ୍ଞା, ଏଥିପାଇଁ ଆମେ ଗାଁରେ ବହୁତ ଭଲ ବ୍ୟବସ୍ଥା କରିଛୁନିଜ ଗାଁର ଦୁଇ ପ୍ରବେଶ ଦ୍ୱାରରେ କଟକଣା ଲଗାଇଛୁଯେଉଁଠାକୁ ମୁଁ ନିଜେ ମଧ୍ୟ ଯାଉଛି ଆଉ ମୋ ଗାଁର ଯେତେ ମଧ୍ୟ ପଞ୍ଚ ଅଛନ୍ତି, ଆଉ ଆମ ଗାଁର ଯୁବକମାନେ ଅଛନ୍ତି, ସେମାନେ ସମସ୍ତେ ସେଠାରେ ପହରା ଦେଉଛନ୍ତି ଫଳରେ ନା କେହି ଗାଁରୁ ବାହାରକୁ ଯାଇ ପାରିବେ, ବିନା କାମରେ ଏବଂ ନା କେହି ଗାଁ ଭିତରକୁ ଆସି ପାରିବେଆଉ ଏହା ପରେ ଆମେମାନେ ଘରକୁ ଘର ଯାଇ ଲୋକଙ୍କୁ ଏହି ବିଷୟରେ ଟିକେ ସୂଚନା ପ୍ରଦାନ କରୁଛୁଏମିତି ମଧ୍ୟ ଆଜ୍ଞା, 22 ତାରିଖରେ ଯେଉଁ ଲକଡାଉନ ଆରମ୍ଭ ହୋଇଥିଲା, ଆମର ଯେଉଁ ପଞ୍ଜାବ ସରକାରଙ୍କ ତରଫରୁ ଯେଉଁ 31 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା,  ଆପଣମାନେ ନିଜ ଘରେ ରୁହନ୍ତୁ, ବହୁତ ଲୋକ ଅଛନ୍ତି ଯେଉଁମାନେ ଏହାର ପାଳନ କରୁଥିଲେ କି ଲକଡାଉନ ଅଛି ନିଜ ନିଜ ଘରେ ରୁହନ୍ତୁ ଆଉ ଆମମାନଙ୍କ ଦ୍ୱାରା ସଂପୂର୍ଣ୍ଣ ପଞ୍ଚାୟତ ଦ୍ୱାରା ଯାହା ଲୋକଙ୍କୁ ବୁଝାଯାଇଥିଲା, ଘରେ ରୁହନ୍ତୁ ଏବଂ ବସୁଛନ୍ତି ଦୂରତା ରକ୍ଷା କରି ବସନ୍ତୁ, ସମୟ ସମୟରେ ନିଜ ହାତ ଧୁଅନ୍ତୁ ଆଉ ହାତ-ମୁହଁ-ଆଖିକୁ ବାରମ୍ବାର ଛୁଅନ୍ତୁ ନାହିଁ

ସାର, ଯେଭଳି କି ଏବେ ଆମର ପଞ୍ଜାବରେ ମଧ୍ୟ ଫସଲ ଅମଳ କରିବାର ଋତୁ ଚାଲିଛି, ସବୁଠାରୁ ଅଧିକ ଆମର ଆବଶ୍ୟକତା ଏହି ବିଷୟ ଉପରେ ଧ୍ୟାନ ରଖିବାର ଅଛି କି ଯେପରି ଏବେ ଫସଲ କଟା ଯାଉଛି, ପଞ୍ଜାବ ସରକାରଙ୍କ ତରଫରୁ ଯେଉଁ କିଛି ସ୍ୱତନ୍ତ୍ର ନିୟମ ପାଳ କରିବାର ଅଛି ତାହାର ଅର୍ଥ ସେମାନଙ୍କୁ ବୁଝାଇ ଦିଆଯାଇଛିଲୋକଙ୍କୁ ସେହି ନିୟମ ପାଳନ କରିବାର ଅଛିଯେପରି କି ଫସଲ କାଟିବା ସମୟରେ ଆପଣମାନଙ୍କୁ ଦୁଇ ଦୁଇ ମିଟରର ଦୂରତାରେ ବସିବାର ଅଛି ଯଦି ଆପଣ ଫସଲ କାଟୁଛନ୍ତି ଏବଂ ବାରମ୍ବାର ହାତ ଧୋଇବାର ଅଛି, ସେଥିରେ ମଧ୍ୟ ଆଜ୍ଞା, ଆହୁରି କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିଯେଭଳି କି ଫସଲ ଆସୁଛି, ତାହାକୁ କିପରି ମଣ୍ଡି ପର୍ଯ୍ୟନ୍ତ ନେଇ ଯିବାର ଅଛିଆଜ୍ଞା ଏହି ସମସ୍ତ ବ୍ୟବସ୍ଥା ଯାହାକିଛି ଅଛି, ଯେପରି କି ଚାରି ପାଞ୍ଚ ଗାଁକୁ ମିଶାଇ ଗୋଟିଏ ମଣ୍ଡି ତିଆରି କରାଯାଇଛିସେଠାରେ ହେବ, ଯେଉଁଠାରେ କି କୃଷକ ମାନେ ଅଛନ୍ତି, ପୂର୍ବରୁ କୃଷକମାନେ ସେଠାରେ ହୋଲୋଗ୍ରାମ ଚିଠା ନେବେ ପରେ ମଣ୍ଡିକୁ ଯାଇ ପାରିବେ ଯଦି ହୋଲୋଗ୍ରାମ ଚିଠା ସେମାନଙ୍କ ପାଖରେ ଥିବ ତେବେ ଯାଇ ମଣ୍ଡିକୁ ଯାଇ ପାରିବେ ଆଉ ଆମେ କହିଛୁ କି ଆପଣଙ୍କର ହେକ୍ଟର ପିଛା କେବଳ 50 କ୍ୱିଂଟାଲ ଉତ୍ପାଦକୁ ଥରେ ଆପଣ ମଣ୍ଡିକୁ ନେଇ ଯାଇ ପାରିବେଆଉ ଟ୍ରାକ୍ଟରରେ କେବଳ ଜଣେ ଡ୍ରାଇଭର ତାହାର ଜଣେ ସହଯୋଗୀ ରହିବେସେମାନେ ମଧ୍ୟ ଯେଉଁ ସାମାଜିକ ଦୂରତା ରହିଛି, ତାହା ଉପରେ ଧ୍ୟାନ ଦେବେ

ପ୍ରଧାନମନ୍ତ୍ରୀ ମହୋଦୟ - ପଲ୍ଲବୀ ମହାଶୟା, ଆପଣ ଏତେ ଭଲ ଢ଼ଂଗରେ କହିଦେଲେମୁଁ ସବୁଠାରୁ ଅଧିକ ଆପଣଙ୍କୁ ଅଭିନନ୍ଦନ ଜଣାଉଛି କି ଆପଣ ଏତେ ଭଲ ଭାବେ ଏହି ସମସ୍ତ ସଙ୍କଟ ସମୟରେ ନିଜ ଗାଁକୁ ସମ୍ଭାଳିଛନ୍ତିଆଉ ଗାଁବାଲା ଆପଣଙ୍କ କଥା ମାନୁଛନ୍ତିଆପଣଙ୍କ କଥା ଠିକ ଯେ କୃଷକ ସୁସ୍ଥ ରହିବା ବହୁତ ଆବଶ୍ୟକତା ରହିଛିକାରଣ ସେ ହେଉଛି ଆମର ଅନ୍ନଦାତା ଆଉ ନିସ୍ୱାର୍ଥ ଭାବନା ସହିତ ସାରା ଦେଶର ପେଟକୁ ଖାଦ୍ୟ ଯୋଗାଉଛି ଏହି କୃଷକ ଏବଂ ପଶୁପାଳନ କରୁଥିବା ସାଥୀମାନେ ହେଉଛନ୍ତି ଯେଉଁମାନଙ୍କୁ ସଂପୂର୍ଣ୍ଣ ଲକଡାଉନ ଯୋଗୁଁ ଦେଶ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟଶସ୍ୟ, ଦୁଗ୍ଧ, ଫଳ, ଏହାର କେବେ ଅଭାବ ହେବାକୁ ଦେଉ ନାହାଁନ୍ତିମୁଁ ସେମାନଙ୍କୁ ଏହି ଉତ୍ସାହ ପାଇଁ ଭୁୟସୀ ପ୍ରଶଂସା କରିବାକୁ ଚାହୁଁଛିହଁ, ପ୍ରଶଂସା ସହିତ ହିଁ ମୋର ଆପଣ ସମସ୍ତଙ୍କୁ ଏକ ପ୍ରାର୍ଥନା ହେଉଛି କି ପଞ୍ଜାବ ହେଉ, ହରିୟାଣା ହେଉ, ଦେଶର କୃଷକ ଏବଂ ପଲ୍ଲବୀ ମହାଶୟା, ମୋତେ ଲାଗୁଛି କି ପଠାନକୋଟ୍ ହେଉ, ଗୁରୁଦାସପୁର ହେଉ, ଯେଭଳି ନିଶା ଦ୍ରବ୍ୟ ବିରୁଦ୍ଧରେ ମୁଁ ଦେଖିଛି କି ପ୍ରଧାନ ଗୋଡୋ ଗୁରୁଦାସପୁରର ଭଉଣୀ ଯେତେବେଳେ ମୁଁ ସେଠାରେ ସଂଗଠନର କାର୍ଯ୍ୟ କରୁଥିଲି ମୋର ଅନେକ ଗାଁର ମାଆମାନେ - ଭଉଣୀମାନଙ୍କ ସହିତ ସମ୍ପର୍କ ଥିଲାସେମାନେ ସର୍ବଦା ମୋତେ କହୁଥିଲେ କି ଆମ ଯୁବକମାନଙ୍କୁ ନିଶା ଦ୍ରବ୍ୟ ଆଦିରୁ ଦୂରେଇ ରଖନ୍ତୁବହୁତ ଚିନ୍ତା କରୁଥିଲେଯେଭଳି ତାହା ହେଉଛି ଏକ କାର୍ଯ୍ୟ, ସେହିଭଳି ଆମ ଧରଣୀ ମାଆକୁ ବଞ୍ଚାଇବା ପାଇଁ ଆମର କୃଷକ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଆମ ଦେଶର ନାଗରିକମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ଆମର ଆଗାମୀ ପିଢ଼ୀ କିଭଳି ଦୁର୍ବଳ ହୋଇ ଜନ୍ମ ହୁଅନ୍ତୁ ସେଥିପାଇଁ ମଧ୍ୟ ଆମକୁ ଗାଁ-ଗାଁର କୃଷକମାନଙ୍କୁ ବୁଝାଇବାକୁ ପଡ଼ିବ କି ୟୁରିଆର ବ୍ୟବହାର କମ କରିବେୟୁରିଆ କାରଣରୁ ବହୁତ ବଡ଼ ସଙ୍କଟ ଆସିବାକୁ ଯାଉଛିୟୁରିଆ ଦ୍ୱାରା ଆମର ମାଟି, ଆମର ଜଳସ୍ତର ଉପରେ ପ୍ରତିକୂଳ ପ୍ରଭାବ ପଡୁଛି

ଆଉ ଏଥିପାଇଁ ପଲ୍ଲବୀ ମହାଶୟା, ଆପଣଙ୍କ ଭଳି ପ୍ରଧାନ ଗାଁବାଲାଙ୍କୁ ବୁଝାନ୍ତୁ କି ଭାଇ ଏବେ ଗାକୁ ପୂର୍ବରୁ ଯଦି 10 ବସ୍ତା ୟୁରିଆ ଆସୁଥିଲା ଏବେ 5 ବସ୍ତା ଆସିବ, ପୂର୍ବରୁ 100 ବସ୍ତା ଆସୁଥିଲା ଏବେ 50 ବସ୍ତା ଆସିବ, ଆମେ ଅଧା କରିଦେବାଆପଣ ଦେଖନ୍ତୁ, ଅର୍ଥ ମଧ୍ୟ ବଂଚିବ ଏବଂ ଆମର ଏହି ଧରଣୀ ମାତା ମଧ୍ୟ ବଂଚିବ

ମୁଁ ଚାହିଁବି କି ଯେତେବେଳେ ପଞ୍ଜାବର କୃଷକଙ୍କ ସହିତ କଥା ହେଉଛେ, ପଲ୍ଲବୀଙ୍କ ଭଳି ପ୍ରଧାନଙ୍କ ସହିତ କଥା ହେଉଛି, ମୋର ପକ୍କା ବିଶ୍ୱାସ ରହିଛି କି ଆପଣ ଏହି କାର୍ଯ୍ୟ କରିବେ ଆଉ ମୋ ତରଫରୁ ଆପଣଙ୍କୁ ବହୁତ ଶୁଭେଚ୍ଛା, ବହୁତ ଶୁଭକାମନା

ଆସନ୍ତୁ ଆମେ ମହାରାଷ୍ଟ୍ରକୁ ଯିବାମେଦନ କାରୱାଡୀ ଗ୍ରାମ ପଞ୍ଚାୟତର ପ୍ରଧାନ ଭଉଣୀ ପ୍ରିୟଙ୍କା ଆମ ସହିତ ଅଛନ୍ତିପ୍ରିୟଙ୍କା ମହାଶୟା ନମସ୍କାର

ପ୍ରିୟଙ୍କା ମହାଶୟା - ନମସ୍କାର ଆଜ୍ଞା

ପ୍ରଧାନମନ୍ତ୍ରୀ ମହୋଦୟ - କୁହନ୍ତୁ ପ୍ରିୟଙ୍କା ମହାଶୟା, ଯେବେଠାରୁ ଆପଣ କରୋନା ପାଇଁ ଳକଡାଉନ ଘୋଷଣା କରିଛନ୍ତି, ତାପରେ 26 ତାରିଖରୁ ସୋଡିୟମ sodium hypochlorite ଦ୍ୱାରା ସମ୍ପୂର୍ଣ୍ଣ ଗାଁକୁ ବିଶୋଧନ କଲୁତାପରେ ଆମେ ସେନିଟାଇଜର ଟନେଲ, ଦୁଇଟି ସ୍ଥାନ ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ରହୁଛନ୍ତି, ସେଠାରେ ସେନିଟାଇଜର ସୈନିକଙ୍କୁ ବସାଇଲୁତା ପରେ ଆମେ ପ୍ରତ୍ୟେକ ଘର ଯେଉଁଠାରେ ମହିଳା ଅନ୍ୟମାନଙ୍କ ପାଖରେ ସାନିଟାଇଜର ପହଂଚି ପାରୁ ନାହିଁ, ଆମେ ଘର ଘର ବୁଲି ସାବୁନ ବଂଟନ କଲୁ ।  ତାପରେ ଯେତେବେଳେ ଆମ ଗାଁ ଭିତରେ ଯେଉଁ ମହିଳାମାନେ ସିଲେଇ ବିଷୟରେ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନେଇଥିଲେ, ସେହି ମହିଳାମାନଙ୍କୁ ଆମେ ମାସ୍କ ତିଆରି କରିବାର କାମ ଦେଲୁଯେଉଁ ଏସଏଚଜି ଅଛନ୍ତି ସେମାନଙ୍କୁ ଆମେ ଏହି ପ୍ରକାରର ମାସ୍କ ତିଆରି କରିବାର କାମ ଦେଲୁ ଯେ ସେମାନେ ଏହି ସମୟ ମଧ୍ୟରେ 5 ହଜାର ମାସ୍କ ତିଆରି କରିଛନ୍ତିଆମେ ପୂରା ଗାଁରେ ଏହାର ବଂଟନ କରିଛୁଏହା ସହିତ ଆମ ଅଂଚଳରେ ଯେଉଁ ଅର୍ଦ୍ଧ ସହରାଂଚଳ ଅବା ପୁଣି ଅଧିକାଂଶ ଶିଳ୍ପାଂଚଳ ପାଖରେ ଅଛି, ଆମେ ଏହି କ୍ଷେତ୍ରର ଲୋକମାନେ ଆଗକୁ ଆସୁଛୁଏଥିପାଇଁ ଆମେ ଏକ ସମୟ ନିର୍ଦ୍ଧାରିତ କରିଛୁତାମଧ୍ୟରେ ଆମେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କଲୁ, ସେଥିରୁ ଆମକୁ ବହୁତ ଲାଭ ହେଲା ଆଉ ସାମାଜିକ ଦୂରତା ରଖିବା ପାଇଁ ଏକ ଫଳପ୍ରଦ ଉପାୟ ପ୍ରମାଣିତ ହେଲା

ଏହା ସହିତ ମଧ୍ୟ ଯେଉଁ ଦୋକାନ ଅଛି, ଆମେ ତାଆଗରେ ଏକ ବୃତ୍ତାକାର ରେଖା ଟାଣିଲୁଏହାଦ୍ୱାରା ଆମେ ସାମାଜିକ ଦୂରତା ବଜାୟ ରଖିବାରେ ସଫଳ ହେଲୁଏହା ସହିତ ଯେଉଁ ତେଜରାତି ଦୋକାନ ଆଉ ପନିପରିବା ଦୋକାନ ଥିଲା, ତାପାଇଁ ଆମେ ଦିନେ ଛଡ଼ା ଦିନେ ବିକ୍ରି ଆରମ୍ଭ କଲୁ କି ତିନି ଦିନ ରାସନ ଦୋକାନ ଖୋଲା ରହିବ ଆଉ ତିନି ଦିନ ପରିବା ଦୋକାନ ଖୋଲା ରହିବଯାହାଦ୍ୱାରା ଲୋକଙ୍କ ଯାତାୟାତକୁ କମ୍ କରିବାରେ ବହୁତ ସହାୟତା ହେଲା

ଏହା ସହିତ ଯେଉଁ ହାଉସିଂ ସୋସାଇଟିଗୁଡ଼ିକ ଥିଲା, ଆଉ ଯେଉଁ କୃଷକମାନେ ଥିଲେ, ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଏକ ପିଏମସି ମାଧ୍ୟମରେ ଆମେ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଆମେ ପରିବା ଏବଂ ଖାଦ୍ୟଶସ୍ୟ ସେଠାକାର ହାଉସିଂ ସୋସାଇଟିରେ ପହଂଚାଇବାର କାର୍ଯ୍ୟ କଲୁ, ତାହାର ବିକ୍ରି ବ୍ୟବସ୍ଥା କଲୁଏହାଦ୍ୱାରା କୃଷକମାନଙ୍କୁ ବହୁତ ଲାଭ ମିଳିଲାଏହା ସହିତ ଆମେ ମହିଳାଙ୍କ ସୁରକ୍ଷା ପାଇଁ ଆଉ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆମ ଗାଁରେ 7 ହଜାର ସାନିଟାରୀ ନ୍ୟାପକିନ୍ ଆଶା ଭଉଣୀଙ୍କ ସହିତ ଆମେ ସାରା ଗାଁରେ ବାଂଟିଲୁପ୍ରତ୍ୟେକ ମହିଳାଙ୍କୁ ଆମେ ନ୍ୟାପକିନ୍ ଦେଲୁଏହା ସହିତ ଆମେ ହୋମ କ୍ୱାରେଣ୍ଟାଇନର ସୁବିଧା ମଧ୍ୟ ଆରମ୍ଭ କଲୁ କି ଆମର ସେଠାରେ ଯଦି କିଛି ସନ୍ଦିଗ୍ଧ ମିଳିଯିବେ ତେବେ ହୋମ କ୍ୱାରେଣ୍ଟାଇନର ସୁବିଧା ନେଇ ପାରିବେଏଥିପାଇଁ ଆମେ ହୋମ କ୍ୱାରେଣ୍ଟାଇନ୍ ସୁବିଧା ଆରମ୍ଭ କଲୁ, ଏହାଦ୍ୱାରା ଆମକୁ ବହୁତ ଲାଭ ମିଳିଲା

ଦ୍ୱିତୀୟ ଥର ପାଇଁ ଆମେ ପୁଣି ଥରେ ଗାଁକୁ ସାନିଟାଇଜ କଲୁ, ଏବେ ଯେତେବେଳେ ଲକଡାଉନ୍ ବଢ଼ିଥିଲା, ତାହା ସହିତ ଆମେ ପୁଣି ଥରେ ସବୁଗୁଡ଼ିକୁ ସାନିଟାଇଜ କଲୁ ଏହିସବୁ ଉପାୟଗୁଡ଼ିକ ଦ୍ୱାରା, ସାମାଜିକ ଦୂରତା ରଖିବାରେ ଆମକୁ ବହୁତ ଅଧିକ ଲାଭ ମିଳିଛି

ପ୍ରଧାନମନ୍ତ୍ରୀ ମହୋଦୟ - ପ୍ରିୟଙ୍କା ମହାଶୟା, ଏବେ ଗାଁବାଲା ଥକି ଯାଇଥିବେ ? ଲୋକମାନଙ୍କୁ କ୍ରୋଧ ଆସୁଥିବ, ଏହି ମୋଦୀଜୀ ହେଉଛନ୍ତି କିପରି ଲୋକ, ଏତେ ଦିନ ଧରି ବନ୍ଦ କରି ରଖିଛନ୍ତି

ପ୍ରିୟଙ୍କା ମହାଶୟା - ସେମାନଙ୍କୁ ଘରେ ରହିବାର ଅଭ୍ୟାସ ନାହିଁ, ଏଥିପାଇଁ ଗାଁବାଲା ଥକି ଯାଇଛନ୍ତି, କିନ୍ତୁ ସେମାନଙ୍କୁ ଜଣାଅଛି କି ଆମ ଦେଶର ପ୍ରଧାନମନ୍ତ୍ରୀ ମହୋଦୟ କହୁଛନ୍ତି, ସେ ହିଁ ଆମର ସ୍ୱାସ୍ଥ୍ୟ ପାଇଁ କରୁଛନ୍ତି, ଆମ ଦେଶ ପାଇଁ କରୁଛନ୍ତି, ଲୋକ ବୁଝି ଯାଇଛନ୍ତି

ପ୍ରଧାନମନ୍ତ୍ରୀ ମହୋଦୟ - ଆପଣଙ୍କ ଗାଁର ଜନସଂଖ୍ୟା କେତେ, ପ୍ରିୟଙ୍କା ମହାଶୟ ?

ପ୍ରିୟଙ୍କା 50,000

ପ୍ରଧାନମନ୍ତ୍ରୀ ମହୋଦୟ - ମୁଁ ବୁଝି ପାରୁଛି କି, ଆମକୁ କୃଷି ଉତ୍ପାଦ ଏବଂ ଅନ୍ୟ କାମ ଦ୍ୱାରା ଭାରତ ସରକାରଙ୍କୁ ବହୁତ ସାହାଯ୍ୟ କରୁଛନ୍ତିଏହିପରି ଭାବେ ଯେତେ ଶକ୍ତି ମିଳିବ, ଆପଣଙ୍କ ଗାଁର କୃଷକମାନଙ୍କୁ ବହୁତ ବଡ଼ ଶକ୍ତି ମିଳିବ

ସେହିପରି ଭାବେ -ନାମ-ନାମ ମଧ୍ୟ ଟେକ୍ନୋଲଜି ମାଧ୍ୟମରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ କୃଷକମାନଙ୍କୁ ଭଲ ବଜାର ସୁବିଧା ଯୋଗାଇ ଦେଉଛିଆଉ କୃଷକଙ୍କୁ ଏବେ ଭରସା ମିଳିବାରେ ଲାଗିଛି ଏବଂ ଆପଣଙ୍କ ଭଳି ପଢ଼ାଲେଖା ଜାଣିଥିବା ପ୍ରଧାନ ଥିବେ, ମୁଁ ପକ୍କା ବିଶ୍ୱାସ କରୁଛି କି ଆପଣ ଆଧୁନିକ ବ୍ୟବସ୍ଥାଗୁଡ଼ିକୁ ଆପଣ ନିଜ ଗାଁକୁ ଆଣି ପାରିବେ

ସେହିପରି ସରକାରୀ -ବଜାର ସ୍ଥାନ, ଜିଇଏମ୍ - ମୁଁ ଚାହୁଁଛି କି ଜେମ୍ ପୋର୍ଟାଲରେ ଆପଣଙ୍କ ଗାଁରେ ଯେଉଁ ମହିଳା ସଂଚୟ ସଂଗଠନ ଅଛି, ଆଉ ଛୋଟ ଛୋଟ ଉଦ୍ୟମୀ ଅଛନ୍ତି - ଯେଉଁ ଜିନିଷ ତିଆରି କରୁଛନ୍ତି, ତାହାକୁ ସେମାନେ ସିଧାସଳଖ ଭାରତ ସରକାରଙ୍କୁ ବିକ୍ରି କରିପାରିବେ ଆଉ କୌଣସି ଟେଣ୍ଡର-ଫେଣ୍ଡରର ଚକ୍କର କାଟିବାକୁ ପଡ଼ିବ ନାହିଁକୌଣସି କମିଶନ ନାହିଁ, କିଛି ନାହିଁ, ସିଧାସଳଖ ସେମାନେ ଜିଇଏମ୍ ପୋର୍ଟାଲରେ କାରବାର କରନ୍ତୁଆପଣଙ୍କ ଭଳି ଯେଉଁ ପାଠ ପଢୁଆ ପ୍ରଧାନ ଅଛନ୍ତି, ଏକ ଭଲ ଗୋଷ୍ଠୀ ଗଠନ କରି ଟେକ୍ନୋଲଜି ମାଧ୍ୟମରେ ଆପଣଙ୍କ ଗାଁର ଭଉଣୀମାନଙ୍କୁ, ସେମାନେ ଯାହା ଉତ୍ପାଦନ କରୁଛନ୍ତି, ତାହାକୁ ମାର୍କେଟିଂର ସୁବିଧା ମିଳୁ, ସମସ୍ତ ସୁବିଧା ଗୁଡିକ ଉପଲବ୍ଧ ଅଛି

ହଁ କିଛି କହୁଥିଲେ ଆପଣ ପ୍ରିୟଙ୍କା ମହାଶୟା ?

ପ୍ରଧାନମନ୍ତ୍ରୀ ମହୋଦୟ - ଆଜ୍ଞା, -ନାମ ଯେଉଁ ଜାତୀୟ ସ୍ତରୀୟ ବଜାର ଅଛି, ଆଉ କୃଷକମାନଙ୍କ ପାଇଁ ଆମେ ଏଠାରେ ଯେଉଁ ପଞ୍ଚାୟତ ଅପରେଟର ଅଛନ୍ତି, ସେମାନଙ୍କ ସହିତ ସମନ୍ୱୟ ଦ୍ୱାରା ଆମେ ତା ଉପରେ ମଧ୍ୟ କାର୍ଯ୍ୟ କରୁଛୁ

ପ୍ରଧାନମନ୍ତ୍ରୀ ମହୋଦୟ - ଚାଲନ୍ତୁ, ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଶୁଭକାମନା

ପ୍ରିୟଙ୍କା - ନାହିଁ ଆଜ୍ଞା, ଆପଣଙ୍କ ପାଇଁ କହିବାକୁ ଚାହିଁବି

ପ୍ରଧାନମନ୍ତ୍ରୀ ମହୋଦୟ - ଆଜ୍ଞା କୁହନ୍ତୁ

ପ୍ରିୟଙ୍କା - ଯେଭଳି ଭାବେ ଆପଣ ସମଗ୍ର ବିଶ୍ୱକୁ ପଥ ଦେଖାଉଛନ୍ତି, କି କରୋନା ସଂକଟର କିଭଳି ସାମ୍ନା କରିବା, ମୁଁ କିଛି ଫକ୍ତି ଆପଣଙ୍କ ପାଇଁ କହିବାକୁ ଚାହିଁବି

ପ୍ରଧାନମନ୍ତ୍ରୀ - ନିଶ୍ଚିତ କୁହନ୍ତୁ

ପ୍ରିୟଙ୍କା-

ପ୍ରୟାସ ଜାରି ରହିଛି ଏବଂ ଦୃଢ ବିଶ୍ୱାସ ରହିଛି,

ମୁଣ୍ଡରେ ରହିଛି ସାରା ଦୁନିଆରେ ଛାଇଯିବାର ଲକ୍ଷ୍ୟ

ମୋର କାହା ଉପରେ ଭରସା ନାହିଁ, ମୋର ପରିଶ୍ରମ ଉପରେ ଭରସା ଅଛି,

ଦିନେ ନା ଦିନେ ଏହି ପରିସ୍ଥିତି ନିଶ୍ଚୟ ବଦଳିବ

ପ୍ରଧାନମନ୍ତ୍ରୀ ମହୋଦୟ - ବାହାଃ, ଚାଲନ୍ତୁ ଆପଣଙ୍କ ଶବ୍ଦରେ ମଧ୍ୟ ବିଶ୍ୱାସ ଅଛି, ତାହା ହେଉଛି ଦେଶ ଭାବନାର ପ୍ରତିବିମ୍ବ, ମୋ ତରଫରୁ ବହୁତ ଶୁଭକାମନା

ଆସନ୍ତୁ ଆମେ ପୂର୍ବ ଆଡକୁ ଚାଲିବା, ଆସାମ ଆଡକୁ ଯିବାଆସାମର କଚାର ଜିଲ୍ଲାର ଗ୍ରାମପଞ୍ଚାୟତ ଛୋଟ-ଦୁଧପାଟିଲ, ସେଠାକାର ପ୍ରଧାନ ଶ୍ରୀମାନ ରଞ୍ଜିତ ସରକାର ମହାଶୟ ଆମ ସହିତ ଅଛନ୍ତିରଞ୍ଜିତ ମହାଶୟ ନମସ୍କାର

ରଞ୍ଜିତ ମହାଶୟ - ନମସ୍କାର ଆଜ୍ଞାଆଜ୍ଞା ସର୍ବ ପ୍ରଥମେ ଲକଡାଉନ ଘୋଷଣା କରିଥିବାରୁ ଆପଣଙ୍କୁ ଆସାମ ରାଜ୍ୟର ସମସ୍ତଙ୍କ ତରଫରୁ ମୁଁ ପକ୍ଷ ରଖୁଛି

ପ୍ରଧାନମନ୍ତ୍ରୀ ମହୋଦୟ - ଚାଲନ୍ତୁ ବହୁତ ହୋଇଗଲା, ଆସାମର ଲୋକମାନେ ବିରକ୍ତ ହୋଇ ଯାଇଥିବେକାରଣ ମୁଁ ସେମାନଙ୍କର ବହୁତ ବଡ଼ ଆନନ୍ଦର ଉତ୍ସବ ବିହୁ ପର୍ବ ଆଉ ମୋଦୀଜୀ ଲକଡାଉନ କରିଦେଲେଏଥର କରୋନା କାରଣରୁ ମଧ୍ୟ ଲୋକମାନେ ସୀମିତ ସ୍ତରରେ ବିହୁ ପର୍ବ ପାଳନ କରି ପାରିଲେକରୋନା ବିରୁଦ୍ଧରେ ଦେଶର ଏହି ଲଢ଼େଇ ଆସାମର ଲୋକମାନଙ୍କର ଏହି ସଂଯମ ହେଉଛି ବହୁତ ପ୍ରଶଂସନୀୟଆସାମରେ ମୁଁ ଦେଖୁଛି ଆମର ଗାଁର ଭଉଣୀମାନେ, ଗାମୁଛାରେ ମାସ୍କ ତିଆରି କରିବାରେ ଲାଗିଛନ୍ତିଯେଉଁ ସ୍ୱାସ୍ଥ୍ୟକର୍ମୀ ଯାଂଚ କରିବାକୁ ଆସୁଛନ୍ତି, ସେମାନଙ୍କୁ ସହାୟତା କରିବା ପାଇଁ ଆପଣଙ୍କ ପଞ୍ଚାୟତ କି କାମ କରୁଛି ?

ରଞ୍ଜିତ ସରକାର - ଲକଡାଉନ୍, ଆପଣ ଯେଉଁ କାମ କରିଛନ୍ତି ଆଜ୍ଞା, ତାହା ବହୁତ ଭଲ କାର୍ଯ୍ୟ କରିଛନ୍ତିଦେଶକୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଛନ୍ତି ଆଜ୍ଞାପିଏମ୍ ମହୋଦୟ, ଆମର ପଞ୍ଚାୟତର ଏହା ଚେଷ୍ଟା ରହିଛି କି ନିଜ ଗାଁକୁ କରୋନା କବଳରୁ ସଂପୂର୍ଣ୍ଣ ଭାବେ ମୁକ୍ତ ରଖିବା ପାଇଁବାହାରୁ ଆସୁଥିବା ଲୋକମାନଙ୍କ ଉପରେ ଦୃଷ୍ଟି ରଖା ଯାଉଛିଏଠାରେ ଆଶ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ମେଡିକାଲ ସେବା ସହିତ ଜଡ଼ିତ ଲୋକ ସର୍ଭେ କରିବାକୁ ଆସୁଛନ୍ତିଏହି ମେଡିକାଲ ସାଥୀମାନଙ୍କୁ ଘର-ଘର ପର୍ଯ୍ୟନ୍ତ ପହଂଚାଇବାରେ ଏବଂ ଜରୁରୀ ସୂଚନା ଏକାଠି କରିବା ପାଇଁ ଆମ ପଞ୍ଚାୟତର ଟିମ୍ ସଂପୂର୍ଣ୍ଣ ସାହାଯ୍ୟ କରୁଛିଆପଣ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଯେଉଁ ନୂଆ ଆଇନ ପ୍ରସ୍ତୁତ କରିଛନ୍ତି, ସେଥିପାଇଁ ସଂପୂର୍ଣ୍ଣ ପଞ୍ଚାୟତ ସ୍ତରରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ଜଣାଇବାକୁ ଚାହୁଁଛିଏହାର ବହୁତ ଆବଶ୍ୟକତା ଥିଲାଆମ ପଞ୍ଚାୟତ ମଧ୍ୟ ସେହି ଲୋକଙ୍କୁ ସାହାଯ୍ୟ କରୁଛି, ଯାହାଙ୍କ ପାଖରେ ସମୟରେ କୌଣସି କାମ ନାହିଁକେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ସହାୟତା ମିଳୁଛି, ତାହାକୁ ଦ୍ରୁତ ଗତିରେ ଲୋକଙ୍କ ପାଖରେ ପହଂଚାଯାଉଛି

ପ୍ରଧାନମନ୍ତ୍ରୀ ମହୋଦୟ - ରଞ୍ଜିତ ମହାଶୟ, ଆପଣ ବହୁତ ଭଲ ଭାବେ କଥା କହିଲେମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛିଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ

ଏହା ହେଉଛି ବହୁତ ଭଲ କଥା ରଞ୍ଜିତ ମହାଶୟ

ଆପଣଙ୍କୁ ଏବଂ ଆପଣଙ୍କ ଟିମକୁ ଏବେ ବହୁତ କାର୍ଯ୍ୟ କରିବାର ଅଛିଯେଉଁ ଭଳି ଆପଣ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ଆଇନର କଥା କହିଲେ, ମୁଁ ଚାହିଁବି କି ଏହି ଆଇନର ନିଶ୍ଚିତ ଉପଯୋଗ କରିବାର ଆବଶ୍ୟକତା ପଡ଼ୁ

ଆମକୁ ଆମର କରୋନା ଯୋଦ୍ଧାଙ୍କୁ କାର୍ଯ୍ୟ କରିବାକୁ ଦେବା ଦରକାର, ସେମାନଙ୍କୁ ସମ୍ମାନ ଦେବାର ଅଛିକାରଣ ସେମାନେ ନିଜ ପାଇଁ ନୁହେଁ, ଆମ ପାଇଁ ମୈଦାନରେ ଅଛନ୍ତି

ସାଥୀଗଣ, ଆପଣଙ୍କ ସହିତ ଯେଉଁ ସାର୍ଥକ ଆଲୋଚନା ଦ୍ୱାରା ନା କେବଳ ମୋତେ ବରଂ ଦେଶର ଯେଉଁ ନାଗରିକ ଆପଣମାନଙ୍କୁ ଶୁଣୁଛନ୍ତି, ସବୁ ଦେଶବାସୀଙ୍କୁ ସନ୍ତୋଷ ମିଳିଥିବସେମାନଙ୍କ ମଧ୍ୟରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଥିବ କି ଦୂର-ସୁଦୂର ଗାଁରେ ଆମ ଲୋକମାନେ କିଭଳି ଭାବରେ ଦେଶକୁ ସମ୍ଭାଳିଛନ୍ତିଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେତେ ଭଲ କାର୍ଯ୍ୟ କରୁଛନ୍ତିଆଉ ବୋଧହୁଏ ସମୟ ଅଧିକ ମିଳି ଥାଆନ୍ତା ମୁଁ ସମସ୍ତଙ୍କୁ ଶୁଣି ପାରି ଥାଆନ୍ତିକେତେ ଆନନ୍ଦ ଆସିଥାଆନ୍ତା, କେତେ ନୂଆ-ନୂଆ କଥା ଶୁଣିବାକୁ ମିଳି ଥାଆନ୍ତାକିନ୍ତୁ ମୁଁ ଯେତେବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ପଞ୍ଚ-ସରପଞ୍ଚ ମୋ ସମ୍ମୁଖରେ ଏହି ଟେକ୍ନୋଲଜି ମାଧ୍ୟମରେ ଯୋଡ଼ି ହୋଇଛନ୍ତିଯଦିଓ ମୁଁ ଆପଣ ସମସ୍ତଙ୍କୁ ଶୁଣି ପାରି ନାହିଁ, କିନ୍ତୁ ଯେଉଁ କେତେ ଜଣ ପ୍ରଧାନ ମାନେ ନିଜ ଅନୁଭବ ବିଷୟରେ କହିଛନ୍ତି, ସେଥିରୁ ଗୋଟିଏ ପ୍ରକାରରେ ଆପଣମାନେ ସମ୍ଭାବନା ପ୍ରକଟ କରିଛନ୍ତିକିନ୍ତୁ ଏହା ବ୍ୟତୀତ ମଧ୍ୟ ଆପଣମାନେ କୌଣସି ଏପରି ବିଶେଷ ପ୍ରୟାସ କରିଛନ୍ତି, ପ୍ରୟୋଗ କରିଛନ୍ତି ନିଜ ଗାଁକୁ ବଞ୍ଚାଇଛନ୍ତି; ଯଦି ମୋତେ ଲେଖିକରି ପଠାଇବେ, ମୋତେ ବହୁତ ଭଲ ଲାଗିବ

ଆପଣ ସମସ୍ତେ ଏହି କଠନି ପରିସ୍ଥିତିରେ ମଧ୍ୟ ଗାଁର ଜୀବନକୁ ସୁରକ୍ଷିତ ଏବଂ ସହଜ କରିବାର ନେତୃତ୍ୱ ନେଉଛନ୍ତି, ଦାୟିତ୍ୱ ତୁଲାଉଛନ୍ତିଆମେ ସମସ୍ତେ ଶୁଣିଛୁ, ପିଲାଦିନରୁ ଶୁଣି ଆସୁଛୁମହାତ୍ମା ଗାନ୍ଧି ଗୋଟିଏ କଥା ବାରମ୍ବାର କହୁଥିଲେ, ମହାତ୍ମା ଗାନ୍ଧି କହୁଥିଲେ କି- ମୋ ସ୍ୱରାଜ୍ୟର କଳ୍ପନାର ଆଧାର ହିଁ ହେଉଛି ଗ୍ରାମ ସ୍ୱରାଜ

ଏଥିପାଇଁ, ଗ୍ରାମ ପଞ୍ଚାୟତ ହେଉଛି ଆମର ଗଣତନ୍ତ୍ରର ଏକତାର ଶକ୍ତି କେନ୍ଦ୍ରଆମର ଲୋକତାନ୍ତ୍ରିକ ଏକତାର ଏହା ହେଉଛି ସବୁଠାରୁ ବଡ଼ କେନ୍ଦ୍ରଆଉ ଆମର ଏଠାରେ ଶାସ୍ତ୍ରରେ କୁହାଯାଇଛି – ‘ସଂଘ ମୂଳଂ ମହାବଳଂଅର୍ଥାତ ବୃହତରୁ ବୃହତ ଶକ୍ତି କେନ୍ଦ୍ର, ସଂଗଠନ ଅବା ଏକତାରୁ ହିଁ ହୋଇଥାଏ

ଆଉ ଏଥିପାଇଁ ଆଜିର ପରିସ୍ଥିତି ଦେଶକୁ ଆଗକୁ ନେଇ ଯିବାର ଶୁଭାରମ୍ଭ, ଦେଶକୁ ଆତ୍ମ ନିର୍ଭରଶୀଳ କରିବାର ଶୁଭାରମ୍ଭ ଗାଁର ସାମୁହିକ ଶକ୍ତି ଦ୍ୱାରା ହିଁ ହେବ, ଆପଣ ସମସ୍ତଙ୍କର ଏକତା ଦ୍ୱାରା ହିଁ ସମ୍ଭବ ହେବ

ଏହି ପ୍ରୟାସ ମଧ୍ୟରେ ଆମକୁ ଏହା ମନେ ରଖିବାକୁ ହେବ କି ତିଳେ ମାତ୍ର ଦାୟିତ୍ୱହୀନତା ଗାଁକୁ ବିପଦରେ ପକାଇ ଦେଇପାରିବଏଥିପାଇଁ ଟିକେ ଢ଼ିଲା କରିବାର ସମ୍ଭାବନା ନାହିଁ

ଗାଁରେ ସାନିଟାଇଜେସନ୍ ଅଭିଯାନ ହେଉ, ସହରରୁ ଆସୁଥିବା ଲୋକମାନଙ୍କ ପାଇଁ ଏତେ କମ୍ ସମୟରେ କ୍ୱାରେଣ୍ଟାଇନ୍ କେନ୍ଦ୍ର ନିର୍ମାଣ କରିବାର କାର୍ଯ୍ୟ ହେଉ, ପ୍ରତ୍ୟେକ ଲୋକର ଖାଦ୍ୟ ପେୟ ଏବଂ ଆବଶ୍ୟକତାର ଚିନ୍ତା ହେଉ, ଅବା ପୁଣି ସାଧାରଣ ଲୋକଙ୍କୁ ସଚେତନ କରିବାର କାର୍ଯ୍ୟ ହେଉ; ଏହି କାମକୁ ନିରନ୍ତର ଭାବେ ଅଟକି ଯାଇ, ଥକି ପଡି କରିବାର ଅଛି

ଆଉ ଯେପରି ଇକବାଲ ମହାଶୟ ଏବେ କହିଲେ, ଜମ୍ମୁ-କାଶ୍ମୀରର ନିଜର ସାଥୀ କହିଲେ ସମ୍ମାନ କର, ସନ୍ଦେହ ମଧ୍ୟ କରମୁଁ ବୁଝି ପାରୁଛି, ଗାଁରେ ବୟସ୍କ, ଦିବ୍ୟାଙ୍ଗ ଅବା ପୁଣି ରୋଗଗ୍ରସ୍ତ ଲୋକଙ୍କ ପାଖରେ ସର୍ବ ପ୍ରଥମେ ପହଂଚିବା, ସେମାନଙ୍କୁ କିଛି ମଧ୍ୟ ଅସୁବିଧା ହେବ, ପ୍ରଥମେ ଆପଣଙ୍କ ପାଖକୁ ଆସିବେ, ଏଥିପାଇଁ ପ୍ରଥମ ସମାଧାନ ମଧ୍ୟ ଗାଁର ପଞ୍ଚ ଏବଂ ଗାଁର ପ୍ରଧାନଙ୍କ ପାଖରେ ରହିବା ଦରକାର

ଆମକୁ ଏହା ଧ୍ୟାନରେ ରଖିବାର ଅଛି କି ଶାରିରୀକ ଦୂରତା, ଦୁଇ ଗଜର ଦୂରତା, ଏହି ମନ୍ତ୍ରକୁ ଭୁଲିବାର ନାହିଁଗାଁ-ଗାଁ, ଘର-ଘର, ଗଳି-କନ୍ଦି ଦୁଇ ଗଜର ଦୂରତା ଏହା ସହିତ ମୁହଁକୁ ଘୋଡାଇ ରଖିବା, ଜରୁରୀ ନୁହେଁ ଯେ ତାହା ବଡ଼ ମହଙ୍ଗା ହୋଇଥାଇ, ଏଭଳି ଗାମୁଛା ମଧ୍ୟ ଚଳିଯାଉଛି, କିନ୍ତୁ ଲଗାତର ହେବା ଦରକାର, ଅବା ମାସ୍କରେ ଢାଙ୍କିବା, ହାତକୁ ବାରମ୍ବାର ପରିସ୍କାର ପରିଚ୍ଛନ୍ନତାର କଥା ହେଉ, ଆଗାମୀ ଦିନରେ ଏହି ରୋଗରୁ ବଂଚିବା ପାଇଁ ଏହା ହିଁ ହେଉଛି ବଡ଼ ରାସ୍ତା, ଏହା ଏକମାତ୍ର ଔଷଧ

ଆମକୁ ନିରାପତ୍ତା ଏବଂ ସ୍ୱଚ୍ଛତା ଉପରେ ଏଥିପାଇଁ ଗୁରୁତ୍ୱ ଦେବାର ଅଛି କାରଣ ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ଅନେକ ପ୍ରକାରର ରୋଗର ବିପଦ ମଧ୍ୟ ବଢି ଯାଇଥାଏଆଉ ଆମର ବର୍ଷା ଋତୁର ଦିନ ଆସିବାର ଆରମ୍ଭ ହେବାକୁ ଯାଉଛିଚଳିତ ଥର କରୋନା ରୋଗ ଏହି ବିପଦ ପାଇଁ ଆହୁରି ଚିନ୍ତାର କାରଣ ପାଲଟିଛିଏଥିପାଇଁ ଆମକୁ ବହୁତ ସତର୍କ ରହି ନିଜ ଗାଁକୁ ବଞ୍ଚାଇବାର ଅଛି

ସାଥୀଗଣ, ଆମର ଅତୀତର ଅନୁଭବ କହୁଛି ଯେ, ରୋଗ ଏବଂ ସେଗୁଡିକର ଚିକିତ୍ସା ବିଷୟରେ ଭୁଲ ତଥ୍ୟ ଯୋଗୁଁ ଆମେ ରୋଗର ବ୍ୟାପକତାକୁ ରୋକିବାରେ ବହୁତ କଷ୍ଟ ହୋଇଥାଏ, ବହୁତ ସମୟ ଚାଲି ଯାଇଥାଏଚଳିତ ଥର ଆମେ ଏଭଳି ହେବାକୁ ଦେବା ନାହିଁଆମକୁ ସମସ୍ତ ପ୍ରକାରର ଭ୍ରାନ୍ତ ଧାରଣାରୁ ବାହାରିବାକୁ ପଡିବ

ପ୍ରତ୍ୟେକ ପରିବାର ପାଖରେ ସଠିକ ସୂଚନା- ତାହା ହୁଏତ ପ୍ରତିରୋଧକୁ ନେଇ ହେଉ କିମ୍ବା ଚିକିତ୍ସା ପାଇଁ, ଏହି ସୂଚନା ପହଂଚିବା ହିଁ ଦରକାରଏଥିପାଇଁ ଆପଣ ଛୋଟ ଛୋଟ ଦଳ ଗଠନ କରି, ଆଉ ମୁଁ ଶୁଣିଛି ଅନେକ ସରପଞ୍ଚମାନେ କହିଛନ୍ତି, ସେମାନେ ଗାଁରେ ଛୋଟ ଛୋଟ ଦଳ ଗଠନ କରିଛନ୍ତିଭିନ୍ନ ଭିନ୍ନ କାମ ପାଇଁ ଲୋକଙ୍କୁ ସଂଗଠିତ କରି ଦେଇଛନ୍ତିଗୋଷ୍ଠୀ ଗଠନ କରି ସଚେତନତା ଅଭିଯାନକୁ ଦ୍ରୁତତର କରାଇ ପାରିବେଆଶା ହୁଅନ୍ତୁ, ଏଏନଏମ ହୁଅନ୍ତୁ, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତାଙ୍କ ସହିତ ଆମର ଏଠାରେ ସ୍ୱୟଂସହାୟକ ଗୋଷ୍ଠୀ ଅଛନ୍ତି ତାହାର ଭଉଣୀମାନେ ହୁଅନ୍ତୁ, ଯୁବମଣ୍ଡଳ ହେଉ, ପୂର୍ବତନ ସୈନିକ ହୁଅନ୍ତୁ, ଅନ୍ୟାନ୍ୟ ସଂଗଠନର ମଧ୍ୟ କେତେ ଲୋକ ଆସୁଛନ୍ତି, ଧାର୍ମିକ, ସାମାଜିକ, ସାଂସ୍କୃତିକ, ଏହାର ସଂଗଠନ ମଧ୍ୟ ହୁଅନ୍ତୁପ୍ରତ୍ୟେକଙ୍କ ସହାୟତା ନେବାକୁ ହେବ

ସାଥୀଗଣ, ମୁଁ ସାମାଜିକ ଗଣମାଧ୍ୟମରେ ଦେଖୁଥିଲି, ଖାଦ୍ୟପେୟକୁ ନେଇ ମଧ୍ୟ କିଛି ଲୋକ ନାନା ପ୍ରକାରର କଥା କହୁଛନ୍ତିଏହାଦ୍ୱାରା ମଧ୍ୟ ଯାବତୀୟ ଗୁଜବ ସୃଷ୍ଟି ହୋଇଥାଏ, ଯେଉଁଥିରୁ ଆମକୁ ସତର୍କ ରହିବାକୁ ପଡ଼ିବଆମେ ଯାହା କିଛି ମଧ୍ୟ ଖାଇବା ଖୁବ୍ ଭଲ ଭାବେ ଧୋଇକରି ଏବଂ ଭଲ ଭାବେ ରାନ୍ଧିକରି ଖାଇବା, ଏହି କଥାକୁ ଆମକୁ ପ୍ରତ୍ୟେକଟି ଗାଁରେ ପହଂଚାଇବାକୁ ପଡ଼ିବଆଉ ହଁ, ଗାଁମାନଙ୍କରେ କିଛି ବହୁତ ଭଲ ପରମ୍ପରାମାନ ମଧ୍ୟ ରହିଛି, ଯାହାକୁ ଆମକୁ ଆହୁରି ପ୍ରୋତ୍ସାହିତ କରିବାକୁ ପଡ଼ିବ

ଯେଭଳି, ଆମର ଏଠାରେ ଆୟୁର୍ବେଦିକ କାଢ଼ା ପିଇବାର ପରମ୍ପରା ରହିଛି, ଅନେକ ପ୍ରକାରର ମସଲା ଆମେ ବ୍ୟବହାର କରୁଛେଏହା ସହିତ ଯଦି ଆମେ ନିୟମିତ ଭାବେ ଯୋଗ-ପ୍ରାଣାୟାମ କରିବା, ନିଶ୍ଚିତ ଭାବେ ଆମକୁ ଭଲ ଲାଭ ମିଳିବଏହା କୌଣସି ରୋଗର ଚିକତ୍ସା ନୁହେଁ, କିନ୍ତୁ ଏହା ଆମ ଶରୀରକୁ ରୋଗ ସହିତ ଲଢିବା ପାଇଁ ଶକ୍ତି ଦେଇଥାଏ, ସକ୍ଷମ କରିଦେଇଥାଏଆୟୁଷ ମନ୍ତ୍ରଣାଳୟ ତରଫରୁ ଏହା ସହିତ ଜଡିତ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛିଆଉ ମୁଁ ଚାହିଁବି ସମସ୍ତ ପ୍ରଧାନ ଆୟୁଷ ମନ୍ତ୍ରଣାଳୟର ୱେବସାଇଟକୁ ଯାଆନ୍ତୁ, ସେଥିରେ ସମସ୍ତ କଥା ରହିଛିନିଜ ଗାଁରେ ତାହାକୁ ଉପଯୋଗ କରନ୍ତୁ

ଆଉ ଗୋଟିଏ କଥା ଯାହା ଉପରେ ଆପଣ ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡିବ, ତାହା ହେଉଛି ଆରୋଗ୍ୟ ସେତୁ ମୋବାଇଲ ଆପ, ମୁଁ ଏବେ ଟିଭିରେ ଜଣେ କେହି କଳାକାରଙ୍କୁ ଦେଖିଥିଲି, ସେ ଏହି ଆରୋଗ୍ୟ ସେତୁ ମୋବାଇଲ ଆପକୁ ବଡିଗାର୍ଡ କହିଛନ୍ତିଏହି ମୋବାଇଲ ଆପ କରୋନା ବିରୁଦ୍ଧରେ ଲଢାଇ ପାଇଁ ହେଉଛି ବହୁତ ଉପଯୋଗୀ

ଏହି ଆପ ଆପଣଙ୍କ ମୋବାଇଲରେ ରହିବ ଆପଣଙ୍କୁ ଜଣାପଡିବ କି ଆପଣଙ୍କ ଗାଁରେ, ସାମ୍ନାରେ ଥିବା ଲୋକ କିଛି ଏଭଳି ଗାଁରୁ ଆସି ନାହିଁ, ଯାହା କରୋନା ପ୍ରଭାବତି ରହିଛିଆପଣଙ୍କ ନିଜର ସୁରକ୍ଷା ପାଇଁ, ଆପଣଙ୍କ ଗାଁର ସୁରକ୍ଷା ପାଇଁ, ଆପଣଙ୍କ ଆଖପାଖ ଲୋକଙ୍କ ସୁରକ୍ଷା ପାଇଁ ଯଦି ଆପଣ ଏହି ଆରୋଗ୍ୟ ସେତୁ ଆପ ନିଜ ମୋବାଇଲରେ ଡାଉନଲୋଡ କରିବେ, ସମଗ୍ର ଗାଁକୁ ପାସ କରାଇବେ, ତେବେ ଦୀର୍ଘ ସମୟ ଧରି ଏହା ଆପଣଙ୍କ ବଡିଗାର୍ଡ ଭାବେ କାର୍ଯ୍ୟ କରିବ

ମୁଁ ଦେଶର ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିବେଦନ କରିବି କି ଆପଣ ସମସ୍ତେ ନିଜ ଗାଁର ପ୍ରତ୍ୟେକ ସଦସ୍ୟଙ୍କ ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରାନ୍ତୁଏହା ଏକ ପ୍ରକାରରେ ହେଉଛି ଆମର ସୁରକ୍ଷାର ସେତୁ

ସାଥୀଗଣ, ଦେଶର ଗ୍ରାମୀଣ କ୍ଷେତ୍ରରେ ରହୁଥିବା ଭାଇ ଭଉଣୀମାନଙ୍କର ସ୍ୱାସ୍ଥ୍ୟ, ଆମ ସରକାରଙ୍କର ସବୁଠାରୁ ବଡ଼ ପ୍ରାଥମିକତା ଗୁଡିକ ମଧ୍ୟରୁ ହେଉଛି ଗୋଟିଏଆପଣମାନଙ୍କର ଗୋଟିଏ ଗୋଟିଏ ଆବଶ୍ୟକତାକୁ ବୁଝି ସରକାର ଲଗାତାର କାର୍ଯ୍ୟ କରି ଚାଲିଛନ୍ତି

ପୂର୍ବରୁ ଟିକାକରଣକୁ ନେଇ ଏତେ ସମସ୍ୟା ହେଉଥିଲାଆମ ସରକାର ନା କେବଳ ଟିକାର ସଂଖ୍ୟା ବଢାଇଲେ ନାହିଁ, ବରଂ ଦୂର ଦୂରାନ୍ତ ଅଞ୍ଚଳକୁ ମଧ୍ୟ ଟିକାକରଣ ଅଭିଯାନକୁ ନେଇ ଯାଇଛନ୍ତିପୂର୍ବରୁ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ମଧ୍ୟରେ କୁପୋଷଣର ଅଧିକ ସମସ୍ୟା ଥିଲାଆମେ ପିଏମ ମାତୃ ବନ୍ଦନା ଯୋଜନା ମାଧ୍ୟମରେ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ସ୍ଥାନାନ୍ତର କରିବା ଆରମ୍ଭ କଲୁ ଫଳରେ କୁପୋଷଣ ବିରୁଦ୍ଧରେ ଲଢେଇ କରିବାରେ ତାଙ୍କୁ ସହାୟତା ମିଳିବ

ପୂର୍ବରୁ ଶୌଚାଳୟର ସ୍ଥିତି ଥିଲା, ତାହା ମଧ୍ୟ ଆପଣଙ୍କୁ ଜଣା ଅଛିଶୌଚାଳୟ ଥିବାରୁ କେତେ ରୋଗ ବ୍ୟାପୁଥିଲା, ଏହା ମଧ୍ୟ ଆପଣଙ୍କୁ ଜଣାଅଛିଆମେ ବହୁତ ଗମ୍ଭୀରତାର ସହ ପ୍ରୟାସ କରୁଛୁ କି ଗାଁରେ ରହିଥିବା ଗରିବରୁ ଅତି ଗରିବଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳୁ, ଏଥିପାଇଁ ପ୍ରୟାସ କରାଯାଉଛିଆୟୂଷ୍ମାନ ଭାରତ ଯୋଜନା ମଧ୍ୟ ଗାଁର ଗରିବମାନଙ୍କ ପାଇଁ ବହୁତ ବଡ଼ ଆଶ୍ୱାସନା ହୋଇ ପାରିଛିଏହା ମାଧ୍ୟମରେ ପର୍ଯ୍ୟନ୍ତ ପ୍ରାୟତଃ ଏକ କୋଟି ଗରିବ ରୋଗୀଙ୍କୁ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସେବା ମିଳି ପାରିଛି

ଏହି ଯୋଜନା ଗ୍ରାମୀଣ ଅଞ୍ଚଳରେ ଯେଉଁଠାରେ ହସ୍ପିଟାଲର ଅଭାବ ରହିଛି, ସେଠାରେ ହସ୍ପିଟାଲ ନିର୍ମାଣ କରିବାରେ ମଧ୍ୟ ସାହାଯ୍ୟ କରିଛିସରକାରଙ୍କ ଦ୍ୱାରା ମଧ୍ୟ ସମଗ୍ର ଦେଶରେ ରହିଥିବା ଗାଁମାନଙ୍କରେ ପ୍ରାୟ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛିଏହି କେନ୍ଦ୍ରଗୁଡ଼ିକରେ ଅନେକ ଗୁରୁତର ରୋଗଗୁଡ଼ିକର ପରୀକ୍ଷଣର ସୁବିଧା ଉପଲବ୍ଧ କରାଇ ଦିଆଯାଉଛି

ପ୍ରଥମରୁ କରାଯାଉଥିବା ଏଭଳି ପ୍ରୟାସ, ଆମର ଗାଁକୁ କରୋନା ବିରୁଦ୍ଧରେ ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ପ୍ରସ୍ତୁତ କରିଛିମୋର ବିଶାସ ଅଛି କି ଆପଣ ସମସ୍ତେ ନିଜର ସାମୁହିକ ପ୍ରୟାସ ଦ୍ୱାରା, ନିଜର ଏକତା ଭାବ ଦ୍ୱାରା, ନିଜର ସଙ୍କଳ୍ପ ଶକ୍ତି ଦ୍ୱାରା କରୋନାକୁ ନିଶ୍ଚିତ ପରାସ୍ତ କରିବେ

ଏହି ବିଶ୍ୱାସ ସହିତ ପୁଣି ଥରେ ଆପଣ ସମସ୍ତ ସାଥୀମାନଙ୍କୁ ପଞ୍ଚାୟତରାଜର ଏହି ମହତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଦିବସର ଶୁଭକାମନା ଜଣାଉଛିଆପଣଙ୍କର, ଆପଣଙ୍କ ପରିବାର ଲୋକ, ଆପଣଙ୍କ ଗାଁର ନାଗରିକଙ୍କର ଉନ୍ନତ ସ୍ୱାସ୍ଥ୍ୟ କାମନା କରୁଛିଆଉ ପୁଣି ଥରେ ଆପଣମାନେ ସମୟ ବାହାର କଲେ, ଆପଣ ନିଜର ବହୁତ କଥା ମୋତେ କହିଲେ, ବହୁତଗୁଡ଼ିଏ ସୂଚନା ମିଳିଲା, ଆପଣଙ୍କର ଆତ୍ମବିଶ୍ୱାସକୁ ମୁଁ ଅନୁଭବ କଲି

ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି

ନମସ୍କାର!!!

************



(Release ID: 1619231) Visitor Counter : 158