ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
କ୍ଲାସ ସେଣ୍ଟାଲ ପକ୍ଷରୁ ଜାରି 2019ର ଶ୍ରେଷ୍ଠ 30 ଅନଲାଇନ ପାଠ୍ୟକ୍ରମରେ ସ୍ଥାନ ପାଇଲା ସ୍ଵୟମର 6ଟି ପାଠ୍ୟକ୍ରମ
Posted On:
27 APR 2020 6:48PM by PIB Bhubaneshwar
ଦ କ୍ଲାସ ସେଣ୍ଟ୍ରାଲ (ଷ୍ଟାନଫୋର୍ଡ, ଏମଆଇଟି, ହାର୍ଭାର୍ଡ ଆଦି ଶୀର୍ଷ ବିଶ୍ବବିଦ୍ୟାଳୟରୁ ଏକ ମାଗଣା ଅନଲାଇନ ପାଠ୍ୟକ୍ରମ ଆକଳନକାରୀ) ପକ୍ଷରୁ 2019ର ଶ୍ରେଷ୍ଠ 30ଟି ଅନଲାଇନ ପାଠ୍ୟକ୍ରମ ତାଲିକା ପ୍ରକାଶ ପାଇଛି। ଏଥରେ ସ୍ଵୟମ 6ଟି ପାଠ୍ୟକ୍ରମ ସ୍ଥାନ ପାଇଛି ।
ସ୍ଵୟମ (Webs of Active Learning for Young Aspiring Minds) ଏକ ସମନ୍ଵିତ ଅନଲାଇନ ପାଠ୍ୟକ୍ରମ ମଞ୍ଚ ଯେଉଁଥରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି (ଆଇସିଟି)ର ଉପଯୋଗ କରି ନବମରୁ ଦ୍ବାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷା ଠାରୁ ଆରମ୍ଭ କରି ସ୍ନାତ୍ତୋକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଉପଲବ୍ଧ ରହିଛି । ସ୍ଵୟମ ଜରିଆରେ 2867ଟି ପାଠ୍ୟକ୍ରମ ଉପଲବ୍ଧ ହେଉଥିବା ବେଳେ ଏଥରେ ଜାନୁଆରୀ 2020 ସେମିଷ୍ଟର ପାଇଁ 568ଟି ପାଠ୍ୟକ୍ରମ ଅପଲୋଡ କରାଯାଇଛି । ସ୍ଵୟମ ମଞ୍ଚରେ 57,84,770 ଜଣ ଅଭିନବ ଉପଯୋଗକାରୀ ରହିଛନ୍ତି ଏବଂ ସ୍ଵୟମର ବିଭିନ୍ନ ପାଠ୍ୟକ୍ରମ ପାଇଁ ପାଖାପାଖି 125,04,722 ପଞ୍ଜିକରଣ କରାଯାଇଛି । ଏହା ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷକ ପ୍ରଶିକ୍ଷାର୍ଥୀମାନଙ୍କୁ ଅନଲାଇନ ପାଠ୍ୟକ୍ରମ ଯୋଗାଇ ଦିଆଯାଉଛି। ଏହା swayam.gov.in. ରେ ଉପଲବ୍ଧ।
ସ୍ଵୟମର ନିମ୍ନୋକ୍ତ 6ଟି ପାଠ୍ୟକ୍ରମ 2019ର ଶ୍ରେଷ୍ଠ 30ଟି ଅନଲାଇନ ପାଠ୍ୟକ୍ରମରେ ସ୍ଥାନ ପାଇଛି ।
1. Academic Writing: H.N.B Garhwal University (A Central University) Srinagar Garhwal
2. Digital Marketing: Punjab University Chandigarh.
3. ANIMATIONs: Banaras Hindu University.
4. Mathematical Economics: Doon University, Dehradun
5. Python for Data Science: Indian Institute of Technology Madras
6. Early Childhood Care and Education (ECCE): Avianshilingam Institute for Home Science and Higher Education for Women, Coimbatore
**************
(Release ID: 1618817)
Visitor Counter : 143