ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 24 APR 2020 2:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତିଉଭୟ ନେତା ସ୍ୱାସ୍ଥ୍ୟ ଆର୍ଥିକ ଅବସ୍ଥା ଉପରେ କୋଭିଡ-19 ମହାମାରୀର ପ୍ରଭାବ ନେଇ ଆଲୋଚନା କରିଥିଲେସେମାନେ ନିଜ ନିଜ ଦେଶରେ ଏହାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ସିଙ୍ଗାପୁରକୁ ଔଷଧପତ୍ର ସହ ଅନ୍ୟାନ୍ୟ ଆବଶ୍ୟକୀୟ ବସ୍ତୁ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଥିଲେସିଙ୍ଗାପୁରରେ ଭାରତୀୟ ନାଗରିକମାନଙ୍କୁ ଦିଆଯାଇଥିବା ସମସ୍ତ ସାହାଯ୍ୟ ସହଯୋଗର ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ

ଉଭୟ ନେତା ବର୍ତ୍ତମାନ ପରିସ୍ଥିତିରେ ଭାରତ-ସିଙ୍ଗାପୁର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେଏହାଛଡା ସେମାନେ କୋଭିଡ-19 ଯୋଗୁ ଉତ୍ପନ୍ନ ସାମାଜିକ ସ୍ଥିତିର ଏକାଠି ମୁକାବିଲା ନେଇ ସହମତ ହୋଇଥିଲେବର୍ତ୍ତମାନର ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସିଙ୍ଗାପୁରବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ମଙ୍ଗଳକାମନା କରିଥିଲେ

 

************


(ରିଲିଜ ଆଡି: 1617795) ପରିଦର୍ଶକ କାଉଣ୍ଟର : 222