ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କୋଭିଡ-19 ନମୁନା ପରୀକ୍ଷା ପାଇଁ ଡିଆରଡିଓ ପକ୍ଷରୁ ବିକଶିତ ଭ୍ରାମ୍ୟମାଣ ପରୀକ୍ଷାଗାର ଉଦ୍ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

प्रविष्टि तिथि: 23 APR 2020 6:46PM by PIB Bhubaneswar

ହାଇଦ୍ରାବାଦସ୍ଥିତ ESIC ହସ୍ପିଟାଲ, ଘରୋଇ ଶିଳ୍ପାନୁଷ୍ଠାନ ଓ ଡିଆରଡିଓର ମିଳିତ ଉଦ୍ୟମରେ ବିକଶିତ ଭ୍ରାମ୍ୟମାଣ ଭୂତାଣୁ ଗବେଷଣା ଓ ରୋଗ ନିରୂପଣ ପରୀକ୍ଷାଗାର (ଏମଭିଆରଡିଏଲ)କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ଆମ ଦେଶରେ ଅନ୍ୟ ଦେଶ ତୁଳନାରେ କମ ରହିଛି

ପରିବେଶ ଦୃଷ୍ଟିରୁ ସୁରକ୍ଷିତ ଲେବଲ- 2 ଓ 3 ସ୍ତରୀୟ 6 ମାସର ପରୀକ୍ଷାଗାର ପ୍ରକଳ୍ପକୁ ମାତ୍ର 15 ଦିନ ମଧ୍ୟରେ କରିପାରିଥିବାରୁ ଶ୍ରୀ ସିଂ ଏହାର ପ୍ରଶଂସା କରିଥିଲେ ଦିନକୁ 1000ରୁ ଅଧିକ ପରୀକ୍ଷା କରିପାରୁଥିବା ଏହି ପରୀକ୍ଷାଗାର ଦେଶର କୋଭିଡ-19 ମୁକାବିଲାରେ ବେଶ ସହାୟକ ହେବ ।

ସଙ୍ଗରୋଧ କେନ୍ଦ୍ର ନିର୍ମାଣ, ସ୍ଵାସ୍ଥ୍ୟସେବା ଯୋଗାଣ, ଅନ୍ୟ ଦେଶରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ଇତ୍ୟାଦି ବହୁବିଧ କାର୍ଯ୍ୟ ଆମ ସଶସ୍ତ୍ର ସେନା ସମ୍ପାଦନ କରିଛନ୍ତି । କୋଭିଡ-19 ବିରୁଦ୍ଧରେ ସଶସ୍ତ୍ର ସେନାର ଏହି ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ସିଂ କହିଛନ୍ତି । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ, ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର, ତେଲଙ୍ଗାନା ସରକାରଙ୍କ ପ୍ରଯୁକ୍ତି ଶିଳ୍ପ, ପୌର ପ୍ରଶାସନ ଓ ନଗର ବିକାଶ ମନ୍ତ୍ରୀ ଶ୍ରୀ କେ.ଟି. ରାମାରାଓ, ତେଲଙ୍ଗାନା ଶ୍ରମ ମନ୍ତ୍ରୀ ଚୌଧୁରୀ ମଲା ରେଡ୍ଡୀ, ଡିଆରଡିଓ ଅଧ୍ୟକ୍ଷ ଶ୍ରୀ ଜି. ସତିଶ ରେଡ୍ଡୀ  ଏହି ଉତ୍ସବରେ ଉପସ୍ଥିତ ଥିଲେ ।  

ହାଇଦ୍ରାବାଦର ଇମାରତ ଗବେଷଣା କେନ୍ଦ୍ର, ଡିଆରଡିଓ ଓ ESIC ହସ୍ପିଟାଲର ମିଳିତ ସହଯୋଗରେ ଦେଶର ପ୍ରଥମ ଭ୍ରାମ୍ୟମାଣ ପରୀକ୍ଷାଗାର ରୂପେ ଏହା ବିକଶିତ ହୋଇଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଆଇସିଏମଆର ଦ୍ଵାରା ପ୍ରଣିତ ପରିବେଶ ସୁରକ୍ଷା ନିୟମାବଳୀ ସହ ଏହା ଆନ୍ତର୍ଜାତିକ ମାନର ପ୍ରକଳ୍ପ ରୂପେ ବିକଶିତ ହୋଇଛି ଏହି ଭ୍ରାମ୍ୟମାଣ ପରୀକ୍ଷାଗାର କୋଭିଡ-19 ସଂକ୍ରମଣ ନିରୂପଣ ସହ ଭୂତାଣୁ କଲଚର, ପ୍ଲାଜମା ଥେରାପି, ବିସ୍ତୃତ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷଣ ଇତ୍ୟାଦି କରିପାରିବ, ଯାହାକି ଭାରତବର୍ଷରେ ପ୍ରତିଷେଧକ ଟୀକା ପ୍ରସ୍ତୁତର ମୂଳଦୁଆ ପକାଇପାରିବ ଦିନକୁ ଏହି ପରୀକ୍ଷାଗାର 1000 ରୁ 2000 ପର୍ଯ୍ୟନ୍ତ ନମୁନା ପରୀକ୍ଷା କରିପାରୁଥିବା ବେଳେ ଆବଶ୍ୟକ ଆନୁଯାୟୀ ଏହାକୁ ଦେଶର ଯେକୌଣସି ସ୍ଥାନରେ ସ୍ଥାପନ କରାଯାଇପାରିବ ।

 

**********

  


(रिलीज़ आईडी: 1617653) आगंतुक पटल : 251
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Bengali , Punjabi , Gujarati , Tamil , Telugu