ଶକ୍ତି ମନ୍ତ୍ରଣାଳୟ

ସ୍ୱାସ୍ଥ୍ୟ ପ୍ରୋଟୋକଲ ରକ୍ଷାକରି ଲକଡାଉନ କାଳରେ ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ରାଜ୍ୟ ସରକାରଗୁଡିକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ପରାମର୍ଶ

Posted On: 23 APR 2020 2:47PM by PIB Bhubaneshwar

ଦେଶବ୍ୟାପୀ କୋଭିଡ-19 ଯୋଗୁଁ ଲକଡାଉନ ଚାଲିଥିବା ସତ୍ଵେ ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପଗୁଡିକ ଚାଲୁ ରଖିବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ପରାମର୍ଶ ଦେଇଛି ତେବେ ଗତ 15 ତାରିଖ ଦିନ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଜାରି ନିୟମଗୁଡିକୁ ପାଳନ କରିବାକୁ ହେବ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ପ୍ରୋଟୋକଲଗୁଡିକୁ ପାଳନ କରାଯାଇ ଏଥିପାଇଁ ଅନୁମତି ଦିଆଯାଇପାରିବ

କେନ୍ଦ୍ର ସରକାର ଗତ 20 ତାରିଖ ଦିନ ଜାରି କରିଥିବା ପତ୍ର ଅନୁସାରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଅନୁଚ୍ଛେଦ 16(i)ର ମାର୍ଗଦର୍ଶିକା ତଥା ମନ୍ତ୍ରଣାଳୟ ଆଦେଶ ସଂଖ୍ୟା 40-3/2020-DM-1(A), ତା- 15.04.2020 ଅନୁସାରେ 20 ତାରିଖରୁ ପୌରପାଳିକା ଅଞ୍ଚଳ ବାହାରେ ସମସ୍ତ ପ୍ରକାର ଶିଳ୍ପ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇପାରିବ ଏଗୁଡିକ ତାପଜ ଓ ଜଳ ବିଦ୍ୟୁତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଲାଗୁ ହେବ ତେବେ ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବାହାରେ ଥିବା ଆବଶ୍ୟକ

ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ନିର୍ମାଣ ସାମଗ୍ରୀ, ଉପକରଣ, ଯନ୍ତ୍ରାଂଶ ଇତ୍ୟାଦି ମନ୍ତ୍ରଣାଳୟର ଆଦେଶ ସଂଖ୍ୟା 40-3/2020-DM-1(A), ତା- 15.04.2020 ଅନୁସାରେ ପରିବହନ ପାଇଁ ଅନୁମତି ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଅନୁରୋଧ କରାଯାଇଛି

ତେବେ କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଵରାଷ୍ଟ୍ର ବ୍ୟାପାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ସାମାଜିକ ଦୂରତ୍ଵ ଭଳି ମାର୍ଗଦର୍ଶିକାକୁ ପ୍ରକଳ୍ପ ସ୍ଥାନରେ ଅନୁସରଣ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

ଶକ୍ତି ମନ୍ତ୍ରଣାଳୟ ମଧ୍ୟ ସମସ୍ତ କେନ୍ଦ୍ରୀୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକଳାପରେ ନିୟୋଜିତ ଶ୍ରମିକ ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି । 

ସେହିଭଳି ମନ୍ତ୍ରଣାଳୟ ରାଜ୍ୟ ମଧ୍ୟରେ ଥିବା ବିଭନ୍ନ ସ୍ଵାଧୀନ ଓ ସରକାରୀ ଶକ୍ତି ଉତ୍ପାଦନକାରୀ ପ୍ରକଳ୍ପଗୁଡ଼ିକ ଯେପରି ଏହି ନିୟମାବଳୀ ଅନୁସରଣ କରନ୍ତି ତାହା ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବମାନଙ୍କୁ ଆରାମର୍ଶ ଦେଇଛି

 

**********



(Release ID: 1617629) Visitor Counter : 179