ଅର୍ଥ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଗ୍ରଗତି

• 33 କୋଟିରୁ ଅଧିକ ଗରିବ ଲୋକଙ୍କୁ 31,235 କୋଟି ଟଙ୍କାର ଆର୍ଥିକ ସହାୟତା
• 20.05 କୋଟି ମହିଳା ଜନଧନ ଖାତାଧାରୀଙ୍କ ମଧ୍ୟରେ 10,025 କୋଟି ଟଙ୍କା ବଣ୍ଟାଯାଇଛି
• 2.82 କୋଟିରୁ ଅଧିକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦରେ ପାଇଛନ୍ତି 1405 କୋଟି ଟଙ୍କା
• ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତିରେ 8 କୋଟି ଚାଷୀଙ୍କୁ ମିଳିଛି 16,146 କୋଟି ଟଙ୍କାର ସହାୟତା
• ଇପିଏଫ ବାବଦରେ 68,775 ସଂସ୍ଥାକୁ ପ୍ରଦାନ କରଯାଇଛି 162 କୋଟି ଟଙ୍କା, ଉପକୃତ ହୋଇଛନ୍ତି 10.6 ଲକ୍ଷ କର୍ମଚାରୀ
• 2.17 କୋଟି କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ପାଇଛନ୍ତି 3497 କୋଟି ଟଙ୍କାର ସହାୟତା
• 37.27 କୋଟି ହିତାଧିକାରୀଙ୍କୁ ଦିଆଯାଇଛି ମାଗଣାରେ ରାସନ ବାବଦ ଖାଦ୍ୟସଶ୍ୟ
• ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 1,09,227 ମେଟ୍ରିକ ଟନ ଡାଲି ଯୋଗାଇ ଦିଆଯାଇଛି
• ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ 2.66 କୋଟି ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର

Posted On: 23 APR 2020 12:10PM by PIB Bhubaneshwar

ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ 33 କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପର୍ଯ୍ୟନ୍ତ (2020 ଏପ୍ରିଲ 22) 31,235 କୋଟି ଟଙ୍କା ସିଧାସଳଖ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛିକେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ 26ରେ ଏହି ତଥ୍ୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ ଲକଡାଉନର ପ୍ରଭାବରୁ ଗରିବ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସହାୟତା ଯୋଗାଇ ଦିଆଯାଇଛି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଂଶ ସ୍ୱରୂପ ସରକାର ମହିଳା, ଗରିବ, ବରିଷ୍ଠ ନାଗରିକ ଚାଷୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତିଏହି କାର୍ଯ୍ୟକ୍ରମରେ ତ୍ୱରିତ ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନଜର ରଖିଛନ୍ତି ଏବଂ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛିପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ସଂପୃକ୍ତ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାର କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତିକ୍ୟାବିନେଟ ସେକ୍ରେଟାରିଏଟ ମଧ୍ୟ ଏହା ଉପରେ ନଜର ରଖିଛିଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଲକଡାଉନ କାଳରେ ଗରିବ ଅଭାବୀ ଲୋକ ଯେପରି ଅସୁବିଧା ଭୋଗନ୍ତି

ହିତାଧିକାରୀଙ୍କୁ ଆର୍ଥିକ ଅନ୍ୟାନ୍ୟ ସହାୟତା ପ୍ରଦାନ ସମୟରେ ତାହା ଯେପରି ବାଟମାରଣା ନହୁଏ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛିଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବାବେଳେ ଖାଦ୍ୟଶସ୍ୟ, ଗ୍ୟାସ ସିଲିଣ୍ଡର ସେମାନଙ୍କୁ ସରକାରୀ ଅନୁମୋଦିତ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ଏପ୍ରିଲ 22 ସୁଦ୍ଧା ଯେଉଁସବୁ ସହାୟତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଯୋଗାଇ ଦିଆଯାଇଛି ତାହାର ଏକ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି

 

Scheme

Number of Beneficiaries

Amount transferred

Support to PMJDY women account holders

20.05Cr(98%)

10,025 Cr

Support to NSAP (Aged widows, Divyang, Senior citizen)

2.82 Cr (100%)

1405 Cr

Front-loaded payments to farmers under PM-KISAN

8 Cr (out of 8 Cr)

16,146 Cr

Support to Building & Other Construction workers

2.17 Cr

3497 Cr

24% contribution to EPFO

0.10 Cr

162 Cr

TOTAL

33.14 Cr

31,235 Cr

 

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ 2.66 କୋଟି ଗ୍ୟାସ ସିଲିଣ୍ଡର ହିତାଧିକାରରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଇଛିଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ 1,09,277 ମେଟ୍ରିକ ଟନ ଡାଲି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତିଲୋକଙ୍କୁ ଲକଡାଉନ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ 39.27 କୋଟି ହିତାଧିକାରୀଙ୍କୁ ମାଗଣାରେ ରାସନ ବାବଦ ଖାଦ୍ୟଶସ୍ୟ ଦିଆଯାଇଛି

ଏପ୍ରିଲ 1, 2020 ଠାରୁ ମନରେଗା ଯୋଜନା ଅନ୍ତର୍ଗତ ପାରିଶ୍ରମିକରେ ବୃଦ୍ଧି କରାଯାଇଛି । 1,27 କୋଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି । ଏଥିପାଇଁ ରାଜ୍ୟମାନଙ୍କୁ 7300 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ପିଏମ-କିଷାନ ଯୋଜନା ଅନ୍ତର୍ଗତ 16,146 କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ସମସ୍ତ 8 କୋଟି ଚିହ୍ନିତ ହିତାଧିକାରୀ ନିଜ ବ୍ୟାଙ୍କ ଖାତରେ 2000 ଟଙ୍କା ଲେଖାଏଁ ପାଇଛନ୍ତି ।

20.05 କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ 500 ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି। 22 ଏପ୍ରିଲ 2020 ସୁଦ୍ଧା ଏ ବାବଦକୁ ମୋଟ 10,025 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧିନରେ ପ୍ରାୟ 2.82 କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ 1405 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଭାବେ 500 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।  ଆର ମାସକୁ ଦ୍ୱିତୀୟ କିସ୍ତିରେ ଆଉ 500 ଟଙ୍କା ପ୍ରଦାନ କରାଯିବ ।

2.17 କୋଟି ନିର୍ମାଣ  ଶ୍ରମିକଙ୍କୁ ଆର୍ଥିକ  ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଦେଶବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କୁ ମୋଟ 3497 କୋଟି ଟଙ୍କାର ସହାୟତା ଦିଆଯାଇଛି ।

***********

 



(Release ID: 1617454) Visitor Counter : 214