କ୍ୟାବିନେଟ

ଇଣ୍ଡିଆ କୋଭିଡ-19 ଏମର୍ଜେନ୍ସି ରେସପନ୍ସ ଏଣ୍ଡ ହେଲଥ ସିଷ୍ଟମ ପ୍ରିପେଆର୍ଡନେସ ପ୍ୟାକେଜ

• କୋଭିଡ-19ର ମୁକାବିଲା ପାଇଁ 15 ହଜାର କୋଟି ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ

Posted On: 22 APR 2020 3:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଭିଡ-19ର ମୁକାବିଲା ପାଇଁ ଜରୁରିକାଳୀନ ଭିତ୍ତିରେ 15 ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଅନୁମୋଦିତ ହୋଇଛିଏହି ମଞ୍ଜୁର ଅର୍ଥ କୋଭିଡ-19ର ଜରୁରିକାଳୀନ ମୁକାବିଲା ପାଇଁ 3ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବଜରୁରିକାଳୀନ ଭିତ୍ତିରେ 7,774 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଅବଶିଷ୍ଟ ଅର୍ଥ 1ରୁ 4 ବର୍ଷ ମଧ୍ୟରେ ମିଶନମୋଡରେ ଖର୍ଚ୍ଚ କରିବାକୁ ଦିଆଯାଇଛି

ଜରୁରିକାଳୀନ ଭିତ୍ତିରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ କୋଭିଡ-19 ସଂକ୍ରମଣ ନିରୂପଣ, ଆବଶ୍ୟକ ମେଡିକାଲ ଯନ୍ତ୍ରପାତି ଔଷଧ କ୍ରୟ ଏବଂ ସଂକ୍ରମିତ ରୋଗୀମାନଙ୍କ ଉପଚାର ଦିଗରେ ଖର୍ଚ୍ଚ ହେବଏହାଛଡା ଭବିଷ୍ୟତରେ ଯେପରି ଅଧିକ ରୋଗ ନହୁଏ ତଥା ଅଧିକ ପରୀକ୍ଷାଗାର ନିର୍ମାଣ, ପର୍ଯ୍ୟବେକ୍ଷଣ ଗବେଷଣା ବାବଦରେ ଖର୍ଚ୍ଚ ହେବକେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଅର୍ଥ ଖର୍ଚ୍ଚ ହେବ

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏଥି ସହିତ ସଂଲଗ୍ନ ଅନ୍ୟ କେତେକ ମନ୍ତ୍ରଣାଳୟ ସହ ମିଶି ନିମ୍ନ ପଦକ୍ଷେପମାନ ନେଇଛନ୍ତି

  1. ପ୍ୟାକେଜ ଅଧୀନରେ ମଞ୍ଜୁର ହୋଇଥିବା ଅତିରିକ୍ତ 3 ହଜାର କୋଟି ଟଙ୍କାରେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଥିବା ସ୍ୱାସ୍ଥ୍ୟ ସୁବିଧାକୁ ଅଧିକ ମଜବୁତ କରାଯିବଏଥିପାଇଁ ଆବଶ୍ୟକ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ର କେୟାର ସେଣ୍ଟରମାନ ନିର୍ମାଣ କରାଯିବମାର୍ଗଦର୍ଶିକା ଅନୁସାରେ ଏକାନ୍ତବାସ, ସଙ୍ଗରୋଧ ଗୃହ ପରୀକ୍ଷା ଉପଚାର, ରୋଗ ବ୍ୟାପିବାକୁ ରୋକିବା, ସାମାଜିକ ଦୂରତ୍ୱ ଏବଂ ପର୍ଯ୍ୟବେକ୍ଷଣ ବାବଦରେ ଖର୍ଚ୍ଚ ହେବଏଥିପାଇଁ ହଟସ୍ପଟ ଗୁଡିକୁ ଚିହ୍ନଟ କରାଯିବା ସହିତ ଉପଯୁକ୍ତ ଆବଦ୍ଧାଞ୍ଚଳ ଜୋନକୁ ତ୍ୱରାନ୍ୱିତ କରାଯାଉଛି
  2. ସଂକ୍ରମଣ ନିରୂପଣ ପରୀକ୍ଷାଗାର ବ୍ୟବସ୍ଥାକୁ ସଂପ୍ରସାରିତ କରାଯିବା ସହ ଆମର ନମୂନା ପରୀକ୍ଷଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।  କୋଭିଡ-19 ପରୀକ୍ଷାକୁ ବ୍ୟାପକ କରିବା ପାଇଁ 13 ଲକ୍ଷ ସଂକ୍ରମଣ ନିରୂପଣ କିଟ ଆଣିବାକୁ ଅର୍ଡର ଦିଆଯାଇଛି
  3. ଆଶାକର୍ମୀଙ୍କଠାରୁ ଆରମ୍ଭ କରି ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ, ଇନସ୍ୟୁରାନ୍ସ ସ୍କିମ ଫର ହେଲଥ ୱାର୍କର ଲାଇଟିଂ କୋଭିଡ-19ରେ ଅନ୍ତର୍ଭୁକ୍ତ କରାଯାଇଛିବ୍ୟକ୍ତିଗତ ସୁରକ୍ଷା ଉପକରଣ ଏନ-95 ମାସ୍କ ଏବଂ ଭେଣ୍ଟିଲେଟର, ଉପଚାର ପାଇଁ ଆବଶ୍ୟକ ଟେଷ୍ଟିଂ କିଟ ଏବଂ ଔଷଧ ପତ୍ର ଆହରଣ କରାଯାଇଛି

ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଜୁର ଅର୍ଥର ସିଂହଭାଗ ଖର୍ଚ୍ଚ ହେଉଥିବା ବେଳେ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ବିଶ୍ୱମାରୀ ଗବେଷଣା ଦିଗରେ ଖର୍ଚ୍ଚ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛିକେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାର ବିଭିନ୍ନ ସଂସ୍ଥା ଯଥାଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ, ଆଇସିଏମଆର ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସେଣ୍ଟ୍ରାଲ ପ୍ରୋକ୍ୟୁରମେଣ୍ଟ, ରେଳବାଇ ପ୍ରଭୃତି ଜରିଆରେ ଏହି ପ୍ୟାକେଜ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ

 

*******************

 



(Release ID: 1617167) Visitor Counter : 213