ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

“ଧର୍ମନିରପେକ୍ଷତା ଓ ସମନ୍ୱୟ” ଭାରତ ଓ ଭାରତୀୟଙ୍କ ପାଇଁ “ରାଜନୈତିକ ଫାସନ” ନୁହେଁ ବରଂ “ଉପଯୁକ୍ତ ଆବେଗ” : ମୁକ୍ତାର ଅବ୍ବାସ ନକଭୀ

• “ଭୁଲ ତଥ୍ୟ ପ୍ରଚାରପ୍ରସାର ପାଇଁ ଏବେ ବି ‘ପାରମ୍ପରିକ ଓ ପେସାଦାର ମିଥ୍ୟାବାଦୀ ବ୍ରିଗେଡ୍ ସକ୍ରିୟ ରହିଛନ୍ତି । ଆମକୁ ସଚେତନ ରହିବାକୁ ହେବ ଓ ଏକତ୍ରିତ ହୋଇ ଏହାର ସାମ୍ନା କରିବାକୁ ପଡିବ”
• “କରୋନା ବିରୋଧୀ ଲଢ଼େଇକୁ ଦୁର୍ବଳ କରିବା ପାଇଁ ଗୁଜବ ଓ ଷଡ଼ଯନ୍ତ୍ର କରାଯାଉଛି”
• ନିଜ ଘରେ ରହି ରମଜାନ ପାଳନ କରିବାକୁ ଲୋକମାନଙ୍କୁ ମୁକ୍ତାର ଅବ୍ବାସ ନକଭୀଙ୍କ ନିବେଦନ

ପୋଷ୍ଟ କରାଯିବା ଦିନାଙ୍କ: 21 APR 2020 1:44PM by PIB Bhubaneswar

ଧର୍ମନିରପେକ୍ଷତା ସମନ୍ୱୟଭାରତ ଭାରତୀୟଙ୍କ ପାଇଁରାଜନୈତିକ ଫାସନନୁହେଁ ବରଂଉପଯୁକ୍ତ ଆବେଗବୋଲି ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭୀ କହିଛନ୍ତିଏହି ସାମଗ୍ରିକ ସଂସ୍କୃତି ପ୍ରତିଶ୍ରୁତିବଦ୍ଧତା ଦେଶକୁବିବିଧତାର ଏକତାସୂତାରେ ବାନ୍ଧି ରଖିଛି

ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀ ନକଭୀ କହିଲେ ଯେ ଭାରତରେ ସଂଖ୍ୟାଲଘୁଙ୍କ ସମେତ ସବୁ ନାଗରିକଙ୍କର ସାମ୍ବିଧାନିକ, ସାମାଜିକ ଧାର୍ମିକ ଅଧିକାରର ସୁରକ୍ଷା ହେଉଛି ରାଷ୍ଟ୍ରର ସାମ୍ବିଧାନିକ ନୈତିକ ଅଧିକାରଯେକୌଣସି ପରିସ୍ଥିତିରେ ଆମରବିବିଧତାର ଏକତା ବଳ ଯେପରି ଦୁର୍ବଳ ହୋଇଯାଏ, ଆମକୁ ତାହା ସୁନିଶ୍ଚିତ କରିବାକୁ ପଡ଼ିବଭୁଲ ତଥ୍ୟ ପ୍ରଚାରପ୍ରସାର କରିବା ପାଇଁ ଏବେ ବିପାରମ୍ପରିକ ପେସାଦାର ମିଥ୍ୟାବାଦୀ ବ୍ରିଗେଡ୍ ସକ୍ରିୟ ରହିଛନ୍ତିଏଭଳି ଖଳ ପ୍ରକୃତିର ଲୋକଙ୍କ ନିକଟରୁ ଆମକୁ ସଚେତନ ରହିବାକୁ ହେବ ଏବଂ ଆମକୁ ଏକତ୍ରିତ ଭାବେ ସେମାନଙ୍କର କୁଟିଳ ଯୋଜନାକୁ ଭଣ୍ଡୁର କରିବାକୁ ପଡ଼ିବ

ଶ୍ରୀ ନକଭୀ କହିଲେ ଯେ ଆମେମାନେ ମିଥ୍ୟା ସୂଚନା ଜରିଆରେ ସୃଷ୍ଟି କରାଯାଉଥିବା ଯେକୌଣସି ପ୍ରକାର ମିଥ୍ୟା ଖବର ଷଡ଼ଯନ୍ତ୍ରଠାରୁ ସତର୍କ ରହିବାକୁ ହେବଦେଶର ସମସ୍ତ ନାଗରିକଙ୍କର ନିରାପତ୍ତା ମଙ୍ଗଳ ପାଇଁ ପ୍ରଶାସନ କାର୍ଯ୍ୟ କରୁଛିକରୋନା ବିରୋଧୀ ଲଢ଼େଇକୁ ଦୁର୍ବଳ କରିବା ପାଇଁ ଗୁଜବ ଷଡ଼ଯନ୍ତ୍ର ଭଳି କୁଟିଳ ଡିଜାଇନ କରାଯାଉଛିଆମେ ଏଭଳି ଗୁଜବ, ଭୁଲ ସୂଚନା ଷଡ଼ଯନ୍ତ୍ରକୁ ପରାସ୍ତ କରି କରୋନା ବିରୋଧୀ ଲଢ଼େଇ ଜିତିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉଚିତପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶ କରୋନା ବିରୋଧୀ ଲଢ଼େଇରେ ଜାତି, ଧର୍ମ ଅଂଚଳର ଭେଦଭାବକୁ ଭାଙ୍ଗି ଏକାଠି ହୋଇଛି

ଲୋକମାନେ ନିଜ ଘର ଭିତରେ ରହି ରମଜାନକୁ ପାଳନ କରନ୍ତୁ

ନକଭୀ କହିଲେ ଯେ ସବୁ ମୁସଲିମ୍ ଧାର୍ମିକ ନେତା, ଇମାମ୍, ଧାର୍ମିକ ସାମାଜିକ ସଂଗଠନ ଏବଂ ମୁସଲିମ୍ ସମାଜ ଏପ୍ରିଲ 24ରୁ ଆରମ୍ଭ ହେଉଥିବା ପବିତ୍ର ରମଜାନ ମାସରେ ଘର ଭିତରେ ରହି ପ୍ରାର୍ଥନା ଅନ୍ୟ ଧାର୍ମିକ କାର୍ଯ୍ୟ କରିବାକୁ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି

ଶ୍ରୀ ନକଭୀ ଗଣମାଧ୍ୟମକୁ କହିଲେ ଯେ ପବିତ୍ର ରମଜାନ ମାସରେ ସମସ୍ତ ମୁସଲିମ୍ ଧାର୍ମିକ ନେତା, ଇମାମ୍, ଧାର୍ମିକ ସାମାଜିକ ସଂଗଠନ ସହଯୋଗରେ କଠୋର ଲକଡାଉନ୍ କର୍ଫ୍ୟୁର କାର୍ଯ୍ୟକାରୀ ସହ ସାମାଜିକ ଦୂରତା ସୁନିଶ୍ଚିତ ପାଇଁ ରଣନୀତି ପ୍ରସ୍ତୁତ ଦିଗରେ 30 ରାଜ୍ୟର ୱାକଫ୍ ବୋର୍ଡଗୁଡ଼ିକ କାର୍ଯ୍ୟ କରୁଛନ୍ତିକରୋନା ମହାମାରୀ ବିରୋଧରେ ସାରା ଦେଶ ଏକତ୍ରିତ ହୋଇ ଲଢ଼େଇ ଜାରି ରଖିଛି

ସୂଚନା ଥାଉକି, ପବିତ୍ର ରମଜାନ୍ ମାସରେ ଲକଡାଉନ୍, କର୍ଫ୍ୟୁ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଗତ ସପ୍ତାହରେ ଶ୍ରୀ ନକଭୀଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟର ୱାକଫ୍ ବୋର୍ଡ ସହ ଏକ ଭିଡିଓ କନଫରେନ୍ସିଂ ବୈଠକରେ ନିଷ୍ପତ୍ତି ହୋଇଛିପ୍ରକାଶ ଥାଉକି, ସାରା ଦେଶରେ ରାଜ୍ୟ ୱାକଫ୍ ବୋର୍ଡଗୁଡ଼ିକ ଅଧୀନରେ 7 ଲକ୍ଷରୁ ଅଧିକ ପଞ୍ଜୀକୃତ ମସଜିଦ୍, ଇଦଗା, ଇମାମବାଦା, ଦରଗା ଅନ୍ୟ ଧାର୍ମିକ, ସାମାଜିକ ଅନୁଷ୍ଠାନ ରହିଛିକେନ୍ଦ୍ରୀୟ ୱାକଫ୍ ବୋର୍ଡ ଭାରତର ରାଜ୍ୟ ୱାକଫ୍ ବୋର୍ଡଗୁଡ଼ିକର ନିୟାମକ ସଂସ୍ଥା

ଏହା ବ୍ୟତୀତ ଶ୍ରୀ ନକଭୀ ନିୟମିତ ଭାବେ ବିଭିନ୍ନ ମୁସଲିମ ଧାର୍ମିକ ନେତା ଏବଂ ବିଭିନ୍ନ ଧାର୍ମିକ ସାମାଜିକ ସଂଗଠନର ପ୍ରତିନିଧିଙ୍କ ସହ ଯୋଗାଯୋଗରେ ରହୁଛନ୍ତି

ଶ୍ରୀ ନକଭୀ ପୁନଶ୍ଚ କହିଲେ ଯେ ଆମେମାନେ ସ୍ୱାସ୍ଥ୍ୟ କର୍ମୀ, ନିରାପତ୍ତା ରକ୍ଷୀ, ପ୍ରଶାସନିକ ଅଧିକାରୀ, ପରିମଳ କର୍ମୀଙ୍କୁ ସହଯୋଗ କରିବା ଉଚିତଏବେକାର କରୋନା ମହାମାରୀ ବେଳେ ସେମାନେ ନିଜ ଜୀବନକୁ ବିପଦରେ ପକାଇ ଆମର ନିରାପତ୍ତା ମଙ୍ଗଳ ପାଇଁ କାମ କରୁଛନ୍ତିକ୍ୱାରେଂଟାଇନ୍ ଆଇସୋଲେସନ ସେଣ୍ଟରଗୁଡ଼ିକ କେବଳ ଲୋକମାନଙ୍କୁ, ସେମାନଙ୍କ ପରିବାରକୁ ସମାଜକୁ କରୋନା ମହାମାରୀରୁ ରକ୍ଷା କରିବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଛି ବୋଲି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆମମାନଙ୍କୁ ଏଗୁଡ଼ିକ ସମ୍ପର୍କରେ ପ୍ରଚାର କରାଯାଉଥିବା ଗୁଜବ ମିଥ୍ୟା ଖବରକୁ ମୂଳୋତ୍ପାଟନ କରିବାକୁ ହେବ

ଶ୍ରୀ ନକଭୀ କହିଲେ ଯେ କରୋନା ମହାମାରୀ ଚାଲେଞ୍ଜକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ-ସାମାଜିକ କାର୍ଯ୍ୟକଳାପ ଦେଶର ସମସ୍ତ ମନ୍ଦିର, ଗୁରୁଦ୍ୱାର, ଚର୍ଚ୍ଚ ଅନ୍ୟ ଧାର୍ମିକ ସାମାଜିକ ସ୍ଥାନରେ ଜନସମାଗମକୁ ବନ୍ଦ କରାଯାଇଛିସେହିଭଳି ଦେଶର ସମସ୍ତ ମସଜିଦ ଅନ୍ୟ ମୁସଲିମ୍ ଧାର୍ମିକ ସ୍ଥାନରେ ମଧ୍ୟ ଜନସମାଗମକୁ ବନ୍ଦ କରାଯାଇଛିପବିତ୍ର ରମଦାନ୍ ମାସରେ ବିଶ୍ୱର ଅଧିକାଂଶ ମୁସଲିମ ରାଷ୍ଟ୍ର ମଧ୍ୟ ମସଜିଦ ଅନ୍ୟ ଧାର୍ମିକ ସ୍ଥାନରେ ଜନସମାଗମକୁ ନିଷେଧ କରିଛନ୍ତି ଏବଂ ଘର ଭିତରେ ରହି ପ୍ରାର୍ଥନା ଅନ୍ୟ ଧାର୍ମିକ ଦାୟିତ୍ୱ ନିର୍ବାହ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି

ଶ୍ରୀ ନକଭୀ କହିଲେ ଯେ ଲୋକମାନଙ୍କ ନିରାପତ୍ତା ମଙ୍ଗଳ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତିଲୋକମାନଙ୍କ ସହଯୋଗିତା କାରଣରୁ ଭାରତର କରୋନା ବିରୋଧୀ ଲଢ଼େଇକୁ ବିରାଟ ଆଶ୍ୱସ୍ତି ଦେଇଛିଏହା ସତ୍ତ୍ୱେ ଦେଶ ସମ୍ମୁଖରେ ଅନେକ ଆହ୍ୱାନ ରହିଛିକେନ୍ଦ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ନିୟମାବଳୀକୁ କଡ଼ାକଡ଼ି ଠିକ୍ ଭାବେ ପାଳନ କରି ଆମେ କରୋନା ବିରୋଧୀ ଏହି ଆହ୍ୱାନଗୁଡ଼ିକୁ ହରାଇପାରିବା

 

****************


(ରିଲିଜ ଆଡି: 1617024) ପରିଦର୍ଶକ କାଉଣ୍ଟର : 277