ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଜୀବନରେଖା ଉଡାଣ ବିମାନ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଲା 541 ଟନରୁ ଊର୍ଦ୍ଧ୍ଵ ଔଷଧ

Posted On: 21 APR 2020 2:15PM by PIB Bhubaneshwar

କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା କରାଯାଇଥିବା ଜୀବନରେଖା ଉଡାନ କାର୍ଯ୍ୟରେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଔଷଧପତ୍ର ପହଞ୍ଚାଯାଉଛି ଏହି କାର୍ଯ୍ୟକ୍ରମ ଅନଧିନରେ ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଓ ଅନ୍ୟାନ୍ୟ ଘରୋଇ ବିମାନ ସଂସ୍ଥା 316ଟି ଉଡାଣ କରିଛନ୍ତିକେବଳ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ଦ୍ଵାରା 196ଟି ଉଡାଣ କରାଯାଇଛି ଏପର୍ଯ୍ୟନ୍ତ 541.33 ଟନ ଔଷଧପତ୍ର ପହଞ୍ଚାଯାଇଥିବାବେଳେ 3,14,965 କିଲୋମିଟର ଦୂର ରାସ୍ତା ଯାତ୍ରା କରାଯାଇଛି

ଜମ୍ମୁ-କଶ୍ମୀର, ଲଦାଖ, କେତେକ ଦୀପାଞ୍ଚଳ ଓ ଉତ୍ତରପୂର୍ବାଞ୍ଚଳରେ ରୋଗୀ ଓ ଔଷଧପତ୍ର ନେବା ପାଇଁ ପବନ ହଂସ ହେଲିକପ୍ଟରର ମଧ୍ୟ ସହାୟତା ନିଆଯାଇଛି 20 ତାରିଖ ପର୍ଯ୍ୟନ୍ତ ପବନ ହଂସ 1.90 ଟନ ମାଲ ପରିବହନ କରିଥିବା ବେଳେ 6,537 କିଲୋମିଟର ଯାତ୍ରା ଅତିକ୍ରମ କରିଛି

https://esahaj.gov.in/lifeline_udan/public_info ୱେବସାଇଟରେ ଜୀବନରେଖା ଉଡାଣ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଉପଲବ୍ଧ ରାଜ୍ୟସରକାର, ଡିଜିସିଏ, ଏଏଆଇ, ଏଏଆଇସିଏଲଏଏସ, ଏଆଇଏଏସଏଲ, ପିପିପି ଏୟାରପୋର୍ଟ, ପ୍ରାଇଭେଟ କେରିଅର ଓ ଗ୍ରାଉଣ୍ଡ ହେଣ୍ଡଲିଙ୍ଗ ସଂସ୍ଥା ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ ମିଳିଛି

 

**********

 



(Release ID: 1616783) Visitor Counter : 161