ଅର୍ଥ ମନ୍ତ୍ରଣାଳୟ

କୋଭିଡ-19 ଯୋଗୁ ପରିବର୍ଦ୍ଧିତ ସମୟସୀମାର ସୁବିଧା ହାସଲ ସକାଶେ କରଦାତାଙ୍କ ଅବଗତି ନିମନ୍ତେ ସିବିଡ଼ିଟି ପକ୍ଷରୁ ରିଟର୍ଣ୍ଣ ଫର୍ମ ସଂଶୋଧନ

Posted On: 19 APR 2020 3:41PM by PIB Bhubaneshwar

କୋଭିଡ-19 ମହାମାରୀ ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପକ୍ଷରୁ କରଦାତାମାନଙ୍କ ଲାଗି ବିଭିନ୍ନ ସମୟସୂଚୀରେ ପରିବର୍ଦ୍ଧିତ କରାଯାଇଛି । ସେଥିରୁ କରଦାତାମାନେ କିଭଳି ପୂର୍ଣ୍ଣ ସୁବିଧା ପାଇପାରିବେ ସେଥିପାଇଁ 2019-20 ଆର୍ଥିକ ବର୍ଷ (ହିସାବ ବର୍ଷ 2020-21)ର ରିଟର୍ଣ୍ଣ ଫର୍ମରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ (ସିବିଡ଼ିଟି) ପକ୍ଷରୁ ସଂଶୋଧନ ଘଟାଯାଇଛି । ଏ ସଂପର୍କରେ ଚଳିତ ମାସ ଶେଷସୁଦ୍ଧା ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

ସିବିଡ଼ିଟି ପକ୍ଷରୁ ଆଜି ସୂଚୀତ କରାଯାଇଛି ଯେ କରଦାତାମାନେ ଯେଭଳି ବିଭିନ୍ନ ପରିବର୍ଦ୍ଧିତ ସମୟସୂଚୀରୁ ପୂର୍ଣ୍ଣ ସୁବିଧା ଉଠାଇ ପାରିବେ ସେଥିପାଇଁ ସରକାର ଏହାକୁ  ଜୁନ 30, 2020 ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ତେଣୁ ରିଟର୍ଣ୍ଣ ଫର୍ମରେ ଆବଶ୍ୟକ ପରିବର୍ଦ୍ଧିତ ଘଟାଯିବା ସକାଶେ କାର୍ଯ୍ୟପନ୍ଥା ଆରମ୍ଭ ହୋଇଛି । ଏହାଦ୍ୱାରା କରଦାତାମାନେ ଏପ୍ରିଲ 1, 2020 ଠାରୁ ଜୁନ 30, 2020 ପର୍ଯ୍ୟନ୍ତ 2019-20 ଆର୍ଥିକ ବର୍ଷ ପାଇଁ ରିଟର୍ଣ୍ଣ ଫର୍ମ ଦାଖଲ କଲାବେଳେ ସେଥିରୁ ସମସ୍ତ ପ୍ରକାର ସୁବିଧା ପାଇପାରିବେ ।

ସିବିଡ଼ିଟି ପକ୍ଷରୁ ଏକଥା ସ୍ପଷ୍ଟ କରାଯାଇଛି ଯେ ରିଟର୍ଣ୍ଣ ଫର୍ମରେ କରାଯାଇଥିବା ଆବଶ୍ୟକ ପରିବର୍ତ୍ତନ କରଦାତାମାନଙ୍କୁ ସେମାନଙ୍କର ନିବେଶ/ କାରବାର ଯାହାକି ସେମାନେ ଏପ୍ରିଲ ଠାରୁ ଜୁନ 2020 ଅବଧି ମଧ୍ୟରେ କରିଛନ୍ତି ସେଥିରୁ ସଂପୂର୍ଣ୍ଣ ଫାଇଦା ପ୍ରଦାନ କରିବ । ଏଭଳି ସଂଶୋଧିତ ଫର୍ମ ଜାରି କରାଯିବା ପରେ, ଏଥିପାଇଁ ସଫ୍ଟୱେର ଓ ରିଟର୍ଣ୍ଣ ଫାଇଲିଂ ୟୁଟିଲିଟିରେ ମଧ୍ୟ ସଂଶୋଧନ ଘଟାଯିବ । ତେଣୁ ରିଟର୍ଣ୍ଣ ଫାଇଲିଂ ୟୁଟିଲିଟିରେ ଆବଶ୍ୟକ ପରିବର୍ତ୍ତନ କରାଯିବା ପରେ ତାହା ମେ31, 2020 ସୁଦ୍ଧା ଆର୍ଥିକ ବର୍ଷ 2019-20 ପାଇଁ ଉପଲବ୍ଧ ହେବ ।

ସିବିଡ଼ିଟି ପକ୍ଷରୁ କୁହାଯାଇଛି ଯେ କୋଭିଡ-19 ସଂକ୍ରମଣ ହେବା କାରଣରୁ ସରକାର ବିଭିନ୍ନ ଆୟକର ଆଇନ, 1961ର ଟିକସ ଏବଂ ଅନ୍ୟାନ୍ୟ ନିୟମାବଳୀ (କେତେକ ବ୍ୟବସ୍ଥାରେ ରିହାତି ପ୍ରଦାନ) ଅଧ୍ୟାଦେଶ, 2020 ସମୟସୂଚୀକୁ ବଢ଼ାଇ ଦେଇଛନ୍ତି । ତଦନୁସାରେ, ଆୟକର ଆଇନର ଅଧ୍ୟାୟ-6 ଏ-ବି ଅନୁସାରେ ନିଜର ନିବେଶ ଓ ରିହାତି ଦାବି ପେମେଣ୍ଟ ପାଇଁ ଆବଶ୍ୟକ ସମୟ ଯାହାକି ସେକ୍ସନ 80ସି (ଏଲଆଇସି, ପିପିଏଫ, ଏନଏସସି ଇତ୍ୟାଦି), 80ଡ଼ି (ମେଡ଼ିକ୍ଲେମ୍‌), 80ଜି (ଡ଼ୋନେସନ) ଇତ୍ୟାଦି ରହିଛି, 2019- 20 ଆର୍ଥିକ ବର୍ଷ ସକାଶେ ତାହା  ଜୁନ 30, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏବଂ ନିଜର ନିବେଶ/ ନିର୍ମାଣ/ କ୍ରୟ ଉପରେ ରୋଲ୍‌ ଓଭର ବେନିଫିଟ ଦାବି କରିବା ସକାଶେ ଯାହାକି  ସେକ୍ସନ 54 ଠାରୁ ସେକ୍ସନ 54ଜିବି ମଧ୍ୟରେ କ୍ୟାପିଟାଲ ଗେନ ଭାବେ ବିବେଚିତ, ତାହାକୁ ମଧ୍ୟ ଜୁନ 30, 2020 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ତେଣୁ ରିଟର୍ଣ୍ଣ ଫର୍ମରେ ଆବଶ୍ୟକ ସଂଶୋଧନ ଘଟାଯାଉଛି ଏହି ରିଲିଫ ଅବଧି ମଧ୍ୟରେ କରାଯାଇଥିବା ଆର୍ଥିକ କାରବାର ସଂପର୍କରେ ରିପୋର୍ଟ କରିବାକୁ କରଦାତାମାନଙ୍କୁ ସୁବିଧା ହୋଇପାରିବ ।

ସୂଚନାଯୋଗ୍ୟ ଯେ, ସାଧାରଣତଃ ଆୟକର ରିଟର୍ଣ୍ଣ ଫର୍ମ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ବିଜ୍ଞପିତ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଇ-ଫାଇଲିଂ ୟୁଟିଲିଟି  ଯାହାକି 2020- 21 ଆର୍ଥିକ ବର୍ଷର ରିଟର୍ଣ୍ଣ ଆସେସମେଣ୍ଟ ପାଇଁ ଏପ୍ରିଲ 1, 2020 ଠାରୁ କରଦାତାମାନଙ୍କ ପାଇଁ ଉପଲବ୍ଧ କରାଯାଇଥିଲା ଏବଂ ଆୟକର ରିଟର୍ଣ୍ଣ (ଆଇଟିଆର) ଫର୍ମ ଆଇଟିଆର-1 (ସହଜ) ଏବଂ ଆଇଟିଆର-4 (ସୁଗମ) ଭାବେ ଆର୍ଥିକ ବର୍ଷ 2019 20 (ଆସେସମେଣ୍ଟ ବର୍ଷ 2020- 21) ମଧ୍ୟ  ଜାନୁଆରୀ 3, 2020 ତାରିଖରେ ଜାରି ବିଜ୍ଞପ୍ତିରେ ସୂଚୀତ କରାଯାଇଥିଲାତେବେ, କୋଭିଡ-19 ବୈଶ୍ୱିକ ମହାମାରୀ ସଂକ୍ରମଣ ଦୃଷ୍ଟିରୁ, କରଦାତାମାନେ ଯେଭଳି ଏଭଳି ସମୟସୂଚୀ ପରିବର୍ଦ୍ଧନରୁ ସଂପୂର୍ଣ୍ଣ ଫାଇଦା ପାଇପାରିବେ ଏବଂ ସଂଶୋଧିତ ରିଟର୍ଣ୍ଣ ଫର୍ମରେ ସେମାନଙ୍କର ରିଟର୍ଣ୍ଣ ଭରିପାରିବେ ତାହା ସୁନିଶ୍ଚିତ କରିବା ସକାଶେ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ।

 

**********

 

 



(Release ID: 1616163) Visitor Counter : 243