ରସାୟନ ଓ ସାର ମନ୍ତ୍ରଣାଳୟ
କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ପାଇଁ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନରେ ରାଷ୍ଟ୍ରୀୟ ଫର୍ଟିଲାଇଜର ଲିମିଟେଡର ସକ୍ରିୟ ଭୂମିକା
प्रविष्टि तिथि:
18 APR 2020 4:43PM by PIB Bhubaneswar
କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ପାଇଁ ସରକାରଙ୍କ ପ୍ରୟାସକୁ ସମର୍ଥନ ଜଣାଇ ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧିନସ୍ଥ ସାର ବିଭାଗର ଏକ ଅଗ୍ରଣୀ କମ୍ପାନୀ ନେସନାଲ ଫର୍ଟିଲାଇଜର ଲିମିଟେଡ (ଏନଏଫଏଲ) ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛି ।
କମ୍ପାନୀ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି.ସଦାନନ୍ଦ ଗୌଡା ପ୍ରସଂଶା କରିଛନ୍ତି ।
ରାଷ୍ଟ୍ରୀୟ ହିତ ଲାଗି ଦେଶବ୍ୟାପୀ ଏନଏଫଏଲ ୟୁନିଟ ଏଭଳି କାର୍ଯ୍ୟକ୍ରମ ଜାରି ରଖିଛି ।
କରୋନା ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ଏନଏଫଏଲର ଭଟିଣ୍ଡା ୟୁନିଟ ଜିଲ୍ଲା ପ୍ରଶାସନକୁ 3000 ମାସ୍କ ପ୍ରଦାନ କରିଛି । ଏନଏଫଏଲ ଭଟିଣ୍ଡାର ସିଜିଏମ ଶ୍ରୀ ଏ.କେ. ଜୈନ ଅନ୍ୟ ଅଧିକାରୀଙ୍କ ସହ ଏସଏସପି, ଭଟିଣ୍ଡା ଶ୍ରୀ ନାନକ ସିଂହଙ୍କ ଉପସ୍ଥିତିରେ ଭଟିଣ୍ଡା ଡିସି ଶ୍ରୀ ଏସ.ବି.ଶ୍ରୀନିବାସନଙ୍କୁ ଏହି ମାସ୍କ ହସ୍ତାନ୍ତର କରିଛନ୍ତି ।
ସେହିଭଳି ଏନଏଫଏଲ ପାନିପଥ ଜିଲ୍ଲା ରିଲିଫ ଫଣ୍ଡ, ପାନିପଥକୁ 1 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । କମ୍ପାନୀର କର୍ମଚାରୀମାନେ ଗୋଟିଏ ଦିନର ବେତନ ବାବଦକୁ 88 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଆଗରୁ ପ୍ରଦାନ କରିଥିଲେ ।
ଲକଡାଉନ କାଳରେ ଫସି ରହିଥିବା ଗରିବ ଏବଂ ଅସହାୟ ଲୋକଙ୍କୁ ସହାୟତା ବାବଦରେ ନଙ୍ଗଲ ଏନଏଫଏଲ ୟୁନିଟର ମହିଳା କ୍ଲବ ତରଫରୁ 50 ହଜାର ଟଙ୍କାର ସଉଦା ସାମଗ୍ରୀ ନଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ପଠାଇଛନ୍ତି । ପଞ୍ଜାବ କର୍ଫ୍ୟୁ ଅବଧି ସମୟରେ ସଉଦା ସାମଗ୍ରୀ ବଣ୍ଟନ କରିବା ଲାଗି କ୍ଳବର ଅଧ୍ୟକ୍ଷ ଶ୍ରୀମତୀ ସୁନିତା ମାର୍କନ ଏବଂ ଅନ୍ୟ କାର୍ଯ୍ୟକାରୀ ସଦସ୍ୟାମାନେ ସ୍ଥାନୀୟ ଏସଡିଏମଙ୍କ ସହାୟତା ଲୋଡିଥିଲେ ।
ଲୋକ ସେବା ଅଧିକାରୀଙ୍କ ଲାଗି ବାଙ୍ଗାଲୁରୁର କର୍ଣ୍ଣାଟକ ଏନଏଫଏଲ ରାଜ୍ୟ କାର୍ଯ୍ୟାଳୟ ତରଫରୁ N95 ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଥିଲା ।
ଏନଏଫଏଲ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନେ ଦିନ ରାତି ନିଜ ଜୀବନକୁ ପାଣି ଛଡାଇ ସେବାରେ ଲାଗିପଡିଥିବା ଯୋଗୁଁ ସିଏମଡି, ଏନଏଫଏଲ ଶ୍ରୀ ମନୋଜ ମିଶ୍ରା ସେମାନଙ୍କୁ ପ୍ରଶଂସା କରିବା ସହିତ ଏହା ମାନବ ଜାତି ପାଇଁ ଏକ ମହାନ ସେବା ବୋଲି କହିଥିଲେ ।
**********
(रिलीज़ आईडी: 1615912)
आगंतुक पटल : 252