ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଶ୍ରମିକଙ୍କ ଅଭିଯୋଗର ସମାଧାନ ଲାଗି ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର

प्रविष्टि तिथि: 18 APR 2020 2:30PM by PIB Bhubaneshwar

କେନ୍ଦ୍ର ଶ୍ରମ ନିୟୋଜନ ମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ପତ୍ର ଲେଖି ଶ୍ରମ ବିଭାଗର ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତିକୋଭିଡ-19 ମହାମାରୀ ଯୋଗୁ କେନ୍ଦ୍ର ସରକାର ସ୍ଥାପନ କରିଥିବା ନିୟନ୍ତ୍ରଣ କକ୍ଷ ସହ ଏହି ନୋଡାଲ ଅଧିକାରୀମାନେ ଯୋଗସୂତ୍ର ରକ୍ଷାକରି ଶ୍ରମିକମାନଙ୍କ ସମସ୍ୟା ସମାଧାନ ଦିଗରେ ସାହାଯ୍ୟ କରିବେରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମମନ୍ତ୍ରୀମାନଙ୍କୁ ଲେଖିଥିବା ପତ୍ରରେ ଶ୍ରୀ ଗଙ୍ଗୱାର ଦେଶରେ ସ୍ଥାପିତ 20ଟି ନିୟନ୍ତ୍ରଣ କକ୍ଷକୁ ଆସୁଥିବା ଶ୍ରମିକ ସମସ୍ୟା ଉପରେ ଶ୍ରମବିଭାଗର ଏହି ନୋଡାଲ ଅଧିକାରୀମାନେ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତିଶ୍ରମିକମାନଙ୍କ ଆପତ୍ତି ଅଭିଯୋଗ ସମାଧାନ କରିବା ଦିଗରେ ଉଭୟ କେନ୍ଦ୍ର ରାଜ୍ୟ ସରକାର ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଶ୍ରୀ ଗଙ୍ଗୱାର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି

କେନ୍ଦ୍ର ଶ୍ରମ ନିୟୋଜନ ମନ୍ତ୍ରଣାଳୟ ମୁଖ୍ୟ ଶ୍ରମ ଆୟୁକ୍ତଙ୍କ ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ 20ଟି ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତିକୋଭିଡ-19 ମହାମାରୀ ବେଳେ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଏହି ନିୟନ୍ତ୍ରଣ କକ୍ଷଗୁଡିକ ସ୍ଥାପନ କରାଯାଇଛି

ନିୟନ୍ତ୍ରଣ କକ୍ଷଗୁଡିକ ସ୍ଥାପନ ହେବାର କିଛି ଦିନ ପରେ ଦେଖାଯାଇଛି ଯେ, ଆସିଥିବା 2100ଟି ଆପତ୍ତି ଅଭିଯୋଗ ମଧ୍ୟରୁ 1400ଟି ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛିଶ୍ରମ ବିଷୟ ସମ୍ବିଧାନର ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ହୋଇଥିବାରୁ ରାଜ୍ୟ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛିମନ୍ତ୍ରୀ 20ଟି ନିୟନ୍ତ୍ରଣ କକ୍ଷର ଠିକଣା ସହ କେନ୍ଦ୍ର ସରକାରଙ୍କ ତରଫରୁ ସେଠାକୁ ପଠାଯାଇଥିବା ଅଧିକାରୀମାନଙ୍କ ନାମ ଏକ ତାଲିକାରେ ଜଣାଇଛନ୍ତି

 

*************


(रिलीज़ आईडी: 1615746) आगंतुक पटल : 251
इस विज्ञप्ति को इन भाषाओं में पढ़ें: Assamese , Punjabi , English , Urdu , Marathi , हिन्दी , Bengali , Manipuri , Gujarati , Tamil , Telugu , Kannada , Malayalam