ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ସିଏସଆଇଆର-ଏନଏଏଲ ଦ୍ୱାରା ବ୍ୟକ୍ତିଗତ ସୁରକ୍ଷା କଭରାଲ ସୁଟ୍ ବିକଶିତ

• କୋଭିଡ ମୁକାବିଲାରେ ସହାୟକ ହେବ ଏହି ସୁଟ୍

प्रविष्टि तिथि: 18 APR 2020 12:21PM by PIB Bhubaneshwar

ବେଙ୍ଗାଲୁରୁସ୍ଥିତ ସିଏସଆଇଆରର ସହଯୋଗୀ ଲାବରୋଟାରୀ ଜାତୀୟ ଏରୋସ୍ପେସ୍ ଲାବରୋଟାରୀ ଏବଂ ଏମଏଏଫ କ୍ଲଦିଙ୍ଗ ପ୍ରାଇଭେଟ ଲିମିଟେଡ ମିଳିତ ସହଯୋଗରେ ବ୍ୟକ୍ତିଗତ ସୁରକ୍ଷା କଭରାଲ ସୁଟର ମଡେଲ (ପ୍ରୋଟୋଟାଇପ) ବିକଶିତ ହୋଇଛିଏହି ସୁରକ୍ଷା ପୋଷାକରେ ସାଧାରଣ ମେସିନ ବୁଣା କପଡା ପରିବର୍ତ୍ତେ ପଲିପ୍ରପଲିନ ସ୍ପନରେ ଏକାଧିକ ବିଶିଷ୍ଟ କୃତ୍ରିମ ବସ୍ତ୍ର ବ୍ୟବହାର କରାଯାଇଛିକରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଅନ୍ୟାନ୍ୟ କର୍ମଚାରୀ ଏହାକୁ ପରିଧାନ କଲେ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବେ

ସିଏସଆଇଆର-ଏନଏଏଲର ଡକ୍ଟର ହରିଶ ସି ବରଶିଳିଆ, .ହେମନ୍ତ କୁମାର ଶୁକ୍ଳା ଏବଂ ଏମଏଏଫ ଏମ ଜେ ବିଜୁଙ୍କ ନେତୃତ୍ୱରେ ଗଠିତ ଏକ ଟିମ ସ୍ଵଦେଶୀ ଜ୍ଞାନକୌଶଳ ଉପଯୋଗ କରି ଏଭଳି ଏକ ସୁରକ୍ଷା ପୋଷାକ ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଥିଲେଖୁବ କମ ଦିନରେ ସେମାନଙ୍କୁ ଏହି ସଫଳତା ମିଳିଛିଏହି ସୁଟକୁ କୋଏମ୍ବାଟୁରସ୍ଥିତସିଟ୍ରାପରୀକ୍ଷାଗାରରେ ତନ୍ନତନ୍ନ କରି ପରୀକ୍ଷା କରାଯିବା ପରେ ଏହା ବ୍ୟବହାର ପାଇଁ ନିରାପଦ ବୋଲି ସୁପାରିଶ କରାଯାଇଛିଚାରି ସପ୍ତାହ ମଧ୍ୟରେ ଏଭଳି 30 ହଜାର ସୁରକ୍ଷା ସୁଟ ଉତ୍ପାଦନ କରିବାକୁ ସିଏସଆଇଆର-ଏନଏଏଲ ଏବଂ ଏମଏଏଫ ପକ୍ଷରୁ ଚୂଡାନ୍ତ ହୋଇଛି

ସିଏସଆଇଆର-ଏନଏଏଲର ନିର୍ଦ୍ଦେଶକ ଜେ ଜାଦବ କହିଛନ୍ତି ଯେ, ଏହି ସୁରକ୍ଷା ସୁଟର ଉତ୍ପାଦନ ଖର୍ଚ୍ଚ କମମାନ ଗୁଣ ଦୃଷ୍ଟିରୁ ଏହା ମଧ୍ୟ ବିଦେଶରୁ ଆସୁଥିବା ସୁଟଠାରୁ ଅଧିକ ନିରାପଦ ବିଶ୍ୱସନୀୟଏହାକୁ ବ୍ୟବହାର କରିବା ପାଇଁ ସରକାରୀ ଅନୁମୋଦନ ମିଳିଥିବାରୁ ଏହା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗିଥିବା ଡାକ୍ତର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବିଶେଷ ସହାୟକ ହେବ

 

************


(रिलीज़ आईडी: 1615702) आगंतुक पटल : 237
इस विज्ञप्ति को इन भाषाओं में पढ़ें: Gujarati , English , Urdu , Marathi , हिन्दी , Assamese , Bengali , Punjabi , Tamil , Telugu