ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ପ୍ରଧାନମନ୍ତ୍ରୀ ଏବଂ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
                    
                    
                        
                    
                
                
                    Posted On:
                16 APR 2020 7:53PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନର ପ୍ରଧାନମନ୍ତ୍ରୀ (Lyonchhen) ମାନ୍ୟବର ଡ. ଲୋତେ ଶେରିଙ୍ଗଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ।
କୋଭିଡ-19 ମହାମାରୀକୁ ନେଇ ଆଞ୍ଚଳିକ ସ୍ଥିତି ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ସେମାନଙ୍କ ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ଉଭୟେ ଉଭୟଙ୍କୁ ଅବଗତ କରାଇଥିଲେ । 
ନିଜ ରାଷ୍ଟ୍ରରେ ଭୂତାଣୁ ସଂକ୍ରମଣକୁ ସୀମିତ କରିବା ପାଇଁ ଭୁଟାନ ରାଜା ମାନ୍ୟବର ଡ. ଶେରିଙ୍ଗ ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ ।
ଆଞ୍ଚଳିକ ସ୍ତରରେ କୋଭିଡ ବିରୋଧୀ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ନେତୃତ୍ୱ ଗ୍ରହଣ ସମେତ ଭାରତ ଭଳି ଏକ ବିଶାଳ ରାଷ୍ଟ୍ରରେ ମହାମାରୀ ବିରୋଧୀ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡ. ଶେରିଙ୍ଗ ଧନ୍ୟବାଦ ଜଣାଇଥିଲେ ।
ସାର୍କ ରାଷ୍ଟ୍ରସମୂହ ନେତୃବୃନ୍ଦଙ୍କ ମଧ୍ୟରେ ମାର୍ଚ୍ଚ 15ରେ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଚୁକ୍ତି କାର୍ଯ୍ୟକାରିତାର ପ୍ରଗତି ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ ।
ଭାରତ-ଭୁଟାନ ଚୁକ୍ତିର ସ୍ୱତନ୍ତ୍ର ପ୍ରକୃତିକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନରେ ଏହି ମହାମାରୀଜନିତ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଆବଶ୍ୟକ ସବୁ ସମ୍ଭାବ୍ୟ ସହାୟତା ସୁନିଶ୍ଚିତ କରିବାକୁ ଡ. ଶେରିଙ୍ଗଙ୍କୁ ପ୍ରତିଶ୍ରୁତି ଦେଇଥିଲେ । 
ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନ ରାଜା ଡ. ଶେରିଙ୍ଗ ଏବଂ ଭୁଟାନ ଜନତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଥିଲେ ।
 
*************
                
                
                
                
                
                (Release ID: 1615478)
                Visitor Counter : 248
                
                
                
                    
                
                
                    
                
                Read this release in: 
                
                        
                        
                            Assamese 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam