କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ପରିବର୍ତ୍ତିତ ପରୀକ୍ଷା ସୂଚୀ ମେ 3 ପରେ ଘୋଷଣା ହେବ

• ପିଏମ କେୟାର୍ସ ଫଣ୍ଡକୁ ଗୋଟିଏ ଦିଗର ବେତନ ଦାନ କରିବେ ଏସଏସସି ଅଧିକାରୀ ଓ କର୍ମଚାରୀ

Posted On: 16 APR 2020 12:47PM by PIB Bhubaneshwar

କରୋନା ମହାମାରୀ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଷ୍ଟାଫ ସିଲେକସନ କମିଶନ (SSC) ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛିଲକଡାଉନ ସହିତ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହି ସମୟରେ କମିଶନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ମତେ ହେବାକୁ ଥିବା ସବୁ ପରୀକ୍ଷାର କାର୍ଯ୍ୟସୂଚୀ ତାରିଖକୁ ସମୀକ୍ଷା କରି ତାହାକୁ ପରିବର୍ତ୍ତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛିଗମନାଗମନ ଗୋଟିଏ ସ୍ଥାନରେ ଏକତ୍ର ହେବା ଉପରେ ଏବେ କଟକଣା ରହିଥିବାରୁ ଲକଡାଉନ କାଳରେ କୌଣସି ପରୀକ୍ଷା କରିବା ସମ୍ଭବ ନୁହେଁତେଣୁ ଘୋଷିତ ପରୀକ୍ଷାର ତାରିଖ ସୂଚୀର ସମୀକ୍ଷା କରାଯାଇ ତାହାକୁ ବଦଳାଯିବନୂଆ ପରୀକ୍ଷା ମେ 3 ପରେ ଘୋଷଣା କରାଯିବ

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସିଏଚସି (+2) ସ୍ତରର (ଟାୟାର-1) 2019ର ଅବଶିଷ୍ଟ ଦିନଗୁଡିକର ପରୀକ୍ଷା, ଜୁନିଅର ଇଂଜିନିୟର (ପେପର-1) ପରୀକ୍ଷା, 2019 ଷ୍ଟେନୋଗ୍ରାଫର ଗ୍ରେଡ ସି ପରୀକ୍ଷା 2018ର ହାୟରଗ୍ରେଡ ଲେଭଲ କମ୍ବାଇଣ୍ଡ ସ୍କିଲ ଟେଷ୍ଟ ପରୀକ୍ଷା ସଂକ୍ରାନ୍ତ ନୂଆ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଶେଷରେ ମେ ମାସ 3 ପରେ ଘୋଷଣା କରାଯିବ

ଏସବୁ ପରୀକ୍ଷାର ନୂଆ ତାରିଖ କାର୍ଯ୍ୟସୂଚୀ କମିଶନ ୱେବ ସାଇଟ ତଥା ଆଞ୍ଚଳିକ/ଉପଆଞ୍ଚଳିକ ଅଫିସର ୱେବସାଇଟରେ ଜଣାଇ ଦିଆଯିବଏହାଛଡା କମିଶନର ଯେଉଁ ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ଏହି ଅପ୍ରତ୍ୟାଶିତ ପରିସ୍ଥିତି ଦୃଷ୍ଟିରୁ ସେଥିରେ ମଧ୍ୟ ପରିବର୍ତ୍ତନ କରାଯିବ

କରୋନା ମୁକାବିଲା ପାଇ କମିଶନର ଅଧିକାରୀ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ବେତନ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠି ପିଏମ କେୟାର୍ସକୁ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି

 

***************



(Release ID: 1615022) Visitor Counter : 229