ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

ଲକଡାଉନ ହେବା ପରଠାରୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ 1 କୋଟି 27 ଲକ୍ଷରୁ ଊର୍ଦ୍ଧ୍ଵ ଭିକାରି, ନିରାଶ୍ରୟ ଓ ପରିତ୍ୟକ୍ତ ଲୋକଙ୍କ ପାଇଁ କରିଛି ମାଗଣା ଭୋଜନ ବ୍ୟବସ୍ଥା

Posted On: 15 APR 2020 5:48PM by PIB Bhubaneshwar

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପୌରନିଗମ ଗୁଡିକ ସହ ମିଶି ଲକଡାଉନ ହେବା ପରଠାରୁ ଗତ 10 ତାରିଖ ପର୍ଯ୍ୟନ୍ତ 1.27 କୋଟିରୁ ଊର୍ଦ୍ଧ୍ଵ ଭିକାରୀ, ନିରାଶ୍ରୟ ଓ ପରିତ୍ୟକ୍ତ ଲୋକମାନଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା କରିଛି । ମନ୍ତ୍ରଣାଳୟ ଏକ ପ୍ରକଳ୍ପ ଜରିଆରେ 10ଟି ସହରକୁ ବାଛିଛି । ସେଗୁଡିକ ହେଲା ଦିଲ୍ଲୀ, ମୁମ୍ବାଇ, କୋଲକତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ, ନାଗପୁର, ପାଟନା ଏବଂ ଇନ୍ଦୋର ଏହି ପ୍ରକଳ୍ପ ଜରିଆରେ ମନ୍ତ୍ରଣାଳୟ ଏକ ବିସ୍ତୃତ ଯୋଜନାକୁ ତ୍ୱରାନ୍ୱିତ କରିଛି । ଏସବୁ ମଧ୍ୟରେ ଭିକ ମାଗୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ପୁନର୍ବାସ ଯୋଜନା, ଚିକିତ୍ସା ସୁବିଧା, ପରାମର୍ଶ, ଶିକ୍ଷା, କୌଶଳ ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ, ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥା ଓ ସ୍ଵେଚ୍ଚାସେବୀ ସଂଗଠନଗୁଡିକର ସହାୟତା ଏଥିପାଇଁ ନିଆଯାଇଛି ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଶତକଡା 100 ଭାଗ ସହାୟତା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯାଇଛି କୋଭିଡ-19 ମହାମାରୀ ସଂକ୍ରମଣ ଯୋଗୁଁ ଉତ୍ପନ୍ନ ପରିସ୍ଥିତି ଓ ଲକଡାଉନ ଯୋଗୁଁ ବର୍ତ୍ତମାନ ଭିକ୍ଷା ବୃତ୍ତି କରୁଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଅନାହାରରେ ରହି ଦିନ କାଟୁଥିବାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟିରେ ରଖି 10 ସହରର ପୌର ନିଗମଗୁଡିକରେ ଭୋଜନ କେନ୍ଦ୍ର ଖୋଲି ଭିକାରୀମାନଙ୍କୁ ରନ୍ଧା ଖାଦ୍ୟ ତୁରନ୍ତ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏହି ବ୍ୟବସ୍ଥା ଯୋଗୁଁ ଭିକାରୀମାନଙ୍କୁ ଚିହ୍ନଟ କରିବା ସହ ଭବିଷ୍ୟତରେ ସେମାନଙ୍କୁ ଜାତୀୟ ପୁନର୍ବାସ ଯୋଜନାରେ ଅନ୍ତର୍ଭୁକ୍ତ କରିହେବ ନିରାଶ୍ରୟ, ପରିତ୍ୟକ୍ତ ଓ ଭିକାରୀମାନଙ୍କୁ ଯୋଗା ଯାଉଥିବା ରନ୍ଧା ଖାଦ୍ୟର ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦତ୍ତ କରାଗଲା –

କ୍ରମିକ ସଂଖ୍ୟା

ସହରର ନାମ

ମାଗଣା ରନ୍ଧା ଖାଦ୍ୟ ଯୋଗାଯାଇଥିବା ଲୋକଙ୍କ ସଂଖ୍ୟା (ଲକ୍ଷରେ)

1.

ଦିଲ୍ଲୀ

75.0

2.

ମୁମ୍ବାଇ

9.8

3.

କୋଲକତା

1.3

4.

ଚେନ୍ନାଇ

3.5

5.

ବେଙ୍ଗାଲୁରୁ

14.0

6.

ହାଇଦ୍ରାବାଦ

7.0

7.

ନାଗପୁର

0.8

8.

ଇନ୍ଦୋର

8.4

9.

ଲକ୍ଷ୍ନୌ

7.0

10.

ପାଟନା

0.5

 

ମୋଟ

127.30

 

https://static.pib.gov.in/WriteReadData/userfiles/image/image001DGTN.jpg

 

*****


(Release ID: 1614844)