ରେଳ ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ଲାଗି କାର୍ଯ୍ୟରତ ପେସାଦାର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଚଳିତ ମାସରେ ଭାରତୀୟ ରେଳବାଇ 30 ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବାକୁ ଯୋଜନା କରିଛି

• ମେ ମାସରେ ରେଳବାଇର 1 ଲକ୍ଷ ଉପକରଣ ପ୍ରସ୍ତୁତ ପାଇଁ ଯୋଜନା
• ଏହା ଅନ୍ୟମାନଙ୍କୁ ଏପରି ଉପକରଣ ପ୍ରସ୍ତୁତ କରିବାକୁ ଦେବ ପ୍ରୋତ୍ସାହନ
• ରେଳ ମଣ୍ଡଳରେ ଥିବା କର୍ମଶାଳା, ଉତ୍ପାଦନ ୟୁନିଟ ଏବଂ କ୍ଷୁଦ୍ର ୟୁନିଟ ଗୁଡିକ ଅଧିକ ଅଧିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପ୍ରସ୍ତୁତି ପାଇଁ ହେଉଛନ୍ତି ପ୍ରସ୍ତୁତ

प्रविष्टि तिथि: 15 APR 2020 2:23PM by PIB Bhubaneshwar

କୋଭିଡ-19 ସଂକ୍ରମିତ ରୋଗୀମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଭାରତୀୟ ରେଳବାଇର ଉତ୍ପାଦନ ଏକାଂଶ ପ୍ରୟୋଗଶାଳା କ୍ଷେତ୍ରୀୟ ଏକାଂଶଗୁଡିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ତିଆରି ଆରମ୍ଭ କରିଛନ୍ତି

କେବଳ ଏହି ମାସରେ ଭାରତୀୟ ରେଳବାଇ 30 ହଜାରରୁ ଅଧିକ ଉପକରଣ ପ୍ରସ୍ତୁତ କରୁଥିବାବେଳେ ମେ ମାସ ସୁଦ୍ଧା 1 ଲକ୍ଷ ଉପକରଣ ତିଆରି କରିବଗ୍ୱାଲିୟରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (DRDO) ଏହାର ଗୁଣବତ୍ତା ପରୀକ୍ଷା କରି ସବୁଜ ସଂକେତ ଦେଇଛି

କୋଭିଡ-19 ମହାମାରୀର ମୁକାବିଲା କରିବା ପାଇଁ ରେଳବାଇ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତିସେମାନେ ସଂକ୍ରମିତ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଛନ୍ତିଏଥିରୁ ନିଜକୁ ବଞ୍ଚାଇବାକୁ ହେଲେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଧରଣର ସୁରକ୍ଷା ପୋଷାକ ପରିଧାନ କରିବାର ଆବଶ୍ୟକତା ରହିଛିଏହି ପୋଷାକ ଥରେ ମାତ୍ର ବ୍ୟବହୃତ ହୋଇପାରୁଥିବାରୁ ଏହାର ବ୍ୟାପକ ଆବଶ୍ୟକତା ରହିଛିକୋଭିଡ-19 ସଂକ୍ରମଣ ବୃଦ୍ଧି ପାଇବା ସଂଗେ ସଂଗେ ଏହି ସୁରକ୍ଷା କିଟ ଗୁଡିକର ମଧ୍ୟ ଆବଶ୍ୟକତା ବୃଦ୍ଧି ପାଇବ

ବ୍ୟକ୍ତିଗତ ସୁରକ୍ଷା ଉପକରଣର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ତର ରେଳବାଇର ଜଗଧାରୀ ପ୍ରୟୋଗଶାଳା ଏହି ଉପକରଣର ପରିପାଟ୍ଟି ପ୍ରସ୍ତୁତ ସହ ଉତ୍ପାଦନ ଆରମ୍ଭ କରିଛିଗ୍ୱାଲିୟରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (DRDO) ଗ୍ୱାଲିୟର ୟୁନିଟ ଏହାର ନମୁନା ପରୀକ୍ଷା କରି ଏହାକୁ ସ୍ୱୀକୃତି ଦେଇଛିପରୀକ୍ଷାନିରୀକ୍ଷା ପରେ ଏଗୁଡିକ ଉନ୍ନତମାନର ବୋଲି ଜଣାପଡିଛି

ଏହି ମାସରେ 30 ହଜାରରୁ ଅଧିକ ଉପକରଣ ପ୍ରସ୍ତୁତ ପାଇଁ ଭାରତୀୟ ରେଳବାଇ ଏହାର ପ୍ରୟୋଗଶାଳାକୁ ଆବଶ୍ୟକ ପର୍ଯ୍ୟାପ୍ତ କଞ୍ଚାମାଲ ଯୋଗାଇ ଦେଇଛି

ଉତ୍ପାଦନ ଆରମ୍ଭ ହେବା ସଂଗେ ସଂଗେ ରେଳବାଇର ଡାକ୍ତରମାନେ ଏଗୁଡିକର ପରୀକ୍ଷା ମୂଳକ ବ୍ୟବହାର ଆରମ୍ଭ କରିଛନ୍ତିଆବଶ୍ୟକତା ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ମେ ମାସରେ 1 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପ୍ରସ୍ତୁତ ପାଇଁ ମଧ୍ୟ କଞ୍ଚାମାଲ ଯୋଗାଇ ଦେଇଛି

ବିଶ୍ୱବ୍ୟାପୀ ବ୍ୟକ୍ତିଗତ ସୁରକ୍ଷା ଉପକରଣର ବହୁଳ ଆବଶ୍ୟକତା ଯୋଗୁ କଞ୍ଚାମାଲ ଅଭାବ ସତ୍ତ୍ୱେ ଏହା ଯୋଗାଇ ଦିଆଯାଇଛିଏହି ସଫଳତା ପଛରେ ରେଳବାଇ ପ୍ରୟୋଗଶାଳା ଉତ୍ପାଦନ ୟୁନିଟଗୁଡିକର ନିରବଚ୍ଛିନ୍ନ ଅଭିଜ୍ଞତା ସାମର୍ଥ୍ୟ ସହାୟକ ହୋଇପାରିଛି

ଉଲ୍ଲେଖଯୋଗ୍ୟ ଯେ, ସେହି ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଭାରତୀୟ ରେଳବାଇ ଖୁବ କମ ସମୟ ମଧ୍ୟରେ ଏହାର 5 ହଜାର ଯାତ୍ରୀବାହୀ କୋଚକୁ ଭ୍ରାମ୍ୟମାଣ ଏକାନ୍ତ ବାସ ସଂଗରୋଧ ଶଯ୍ୟାରେ ପରିଣତ କରିପାରିଛି

 

*************


(रिलीज़ आईडी: 1614778) आगंतुक पटल : 311
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Punjabi , Gujarati , Tamil , Telugu , Kannada , Malayalam