ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

କରୋନା ଭୂତାଣୁ ସଂକ୍ରମଣ ନିରାପତ୍ତା ସକାଶେ ଟ୍ରାଇଫେଡ଼ ଶିଳ୍ପୀ/ ଏସଏଚଜି, ବନଧନ ହିତାଧିକାରୀ ଏବଂ ଏନଜିଓମାନଙ୍କ ଦ୍ୱାରା ପ୍ରସ୍ତୁତ ମୁଖା (ମାସ୍କ) ଯୋଗାଣ ପାଇଁ ଟ୍ରାଇଫେଡ଼ର ପ୍ରସ୍ତାବ

Posted On: 11 APR 2020 2:47PM by PIB Bhubaneshwar

କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଟ୍ରାଇଫେଡ଼ ସଂସ୍ଥା  କାର୍ଯ୍ୟରତ । ଏହି ସଂସ୍ଥା ଆଦିବାସୀ ଶିଳ୍ପୀ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ବନ ଧନ ହିତାଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହ କାର୍ଯ୍ୟ କରିଆସୁଛି । ଏହିସବୁ ସଂସ୍ଥାମାନେ ଯେଉଁ ହାତବୁଣା ବସ୍ତ୍ର, ହସ୍ତଶିଳ୍ପ ଓ ପ୍ରାକୃତିକ ଉତ୍ପାଦ ପ୍ରସ୍ତୁତ କରିଥାନ୍ତି ସେମାନଙ୍କୁ ବଜାର ସୁବିଧା ଯୋଗାଣ ହେଉଛି ଟ୍ରାଇଫେଡ଼ର ମୂଳ ଲକ୍ଷ୍ୟ । ବର୍ତ୍ତମାନ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଏଭଳି କିଛି ଯୋଗାଣକାରୀ ମୁଖା (ମାସ୍କ) ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ସଂସ୍ଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏହା ଯୋଗାଇଛନ୍ତି । ଏଭଳି ମୁଖା ପ୍ରସ୍ତୁତି ଓ ଯୋଗାଣ ସରକାରଙ୍କୁ ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢ଼ାଇବା ମାନସିକତାକୁ ସୂଚୀତ କରେ । ସେମାନେ ନିଜ କ୍ଷମତାନୁସାରେ ମାସ୍କ ପ୍ରସ୍ତୁତ କରି ତାହା ଯୋଗାଇବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଘରେ ରହି ସେମାନେ ଏହି ମାସ୍କ ପ୍ରସ୍ତୁତ କରିପାରିବେ । ଏଭଳି ମାସ୍କ ଯୋଗାଣ ସେମାନଙ୍କ ପାଇଁ ମଧ୍ୟ ଜୀବନଜୀବିକା ସୃଷ୍ଟି କରିବ ତଥା ଆର୍ଥିକ ନିରାପତ୍ତା ଯୋଗାଇବ । ବର୍ତ୍ତମାନ ପରିସ୍ଥିତିରେ ଏହିସବୁ ସଂସ୍ଥା ଆଉ କି କି ସାମଗ୍ରୀମାନ ପ୍ରସ୍ତୁତ କରିବା ସହ ଯୋଗାଇ ପାରିବ ତାହାର ସମ୍ଭାବନା ସଂପର୍କରେ ମଧ୍ୟ ଟ୍ରାଇଫେଡ଼୍‌ ଚିନ୍ତାକରି ଦେଖୁଛି ।

କୋଭିଡ-19 ସଂକ୍ରମଣ ଏବେ ସାରା ଦେଶରେ ନାହିଁ ନଥିବା ସଂକଟ ସୃଷ୍ଟି କରିଛି । ଏହା ଦ୍ୱାରା ଦେଶର ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର  ବିଭିନ୍ନ ମାତ୍ରାରେ ଆକ୍ରାନ୍ତ ହୋଇଛନ୍ତି । ଏବଂ ଏହି ବିପଦ ଶିଳ୍ପ ଠାରୁ ନେଇ ବାଣିଜ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ଉପରେ ତାର ପ୍ରତିକୂଳ ପ୍ରଭାବ ବିସ୍ତାର କରିଛି । ସମାଜର ପ୍ରତ୍ୟେକ ବର୍ଗର ଲୋକ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । କୃଷି ଏବଂ ଅଣ କାଷ୍ଠ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଏହା ହେଉଛି ଅମଳ ଋତୁ ଯାହାକି ଦେଶର ସମସ୍ତ କ୍ଷେତ୍ର ପାଇଁ ସମାନ । ସେହି ଦୃଷ୍ଟିରୁ ସେଭଳି ସଂଗ୍ରହକାରୀ ଓ ଅନ୍ୟମାନଙ୍କ ନିରାପତ୍ତା ସକାଶେ ସେମାନେ ଯେଭଳି ନିଜର ମୁହଁକୁ ଏଭଳି ମାସ୍କ ଦ୍ୱାରା ସଂପୂର୍ଣ୍ଣ ରୂପେ ଢାଙ୍କି ପାରିବେ, ଏଭଳି ମାସ୍କ ସମସ୍ତଙ୍କ ପାଇଁ ଉପଲବ୍ଧ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ।

 

**********

 



(Release ID: 1613461) Visitor Counter : 191