PIB Headquarters
କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ
ପୋଷ୍ଟ କରାଯିବା ଦିନାଙ୍କ:
10 APR 2020 2:50PM by PIB Bhubaneswar
କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ
ତାରିଖ : 10.4.2020
· ବର୍ତ୍ତମାନସୁଦ୍ଧା, 6412 ଜଣ ସଂକ୍ରମିତ ହୋଇଛନ୍ତି ଏବଂ 199 ଜଣ ପ୍ରାଣ ହରାଇଛନ୍ତି। 503 ଜଣ ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
· ମହାମାରୀ ମୁକାବିଲା ଲାଗି ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଯଥାସମ୍ଭବ ସହାୟତା ଯୋଗାଇବା ଲାଗି ଭାରତ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ
- ଭେଣ୍ଟିଲେଟର, ପିପିଇ, ଟେଷ୍ଟ କିଟ୍ସ ଓ ମାସ୍କ ଆମଦାନୀ ଉପରେ ମୌଳିକ ସୀମା ଶୁଳ୍କ ଏବଂ ସ୍ବାସ୍ଥ୍ୟ ସେସ ଉଚ୍ଛେଦ
- କୋଭିଡ-19 ଲକଡାଉନକୁ କଡ଼ାକଡ଼ି ପାଳନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ; କୌଣସି ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶ ଓ ଶୋଭାଯାତ୍ରାକୁ ଅନୁମତି ନଦେବାକୁ ନିର୍ଦ୍ଦେଶରେ ଉଲ୍ଲେଖ
- ଗର୍ଭସ୍ଥ ଶିଶୁର ଲିଙ୍କ ନିରୂପଣକୁ ନିଷେଦ୍ଧ କରୁଥିବା ପିସି ଆଣ୍ଡ ପିଏନଡିଟି ଆଇନକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରଦ୍ଦ କରିନାହିଁ
- ଭେଣ୍ଟିଲେଟର, ପିପିଇ, କୋଭିଡ ଟେଷ୍ଟ କିଟ୍ସ ଏବଂ ମୁହଁ ଓ ସର୍ଜିକାଲ ମାସ୍କର ଆମଦାନୀ ଉପରୁ ମୂଳ ସୀମା ଶୁଳ୍କ ଏବଂ ସ୍ବାସ୍ଥ୍ୟ ସେସ ଉଚ୍ଛେଦ ଲାଗି ସରକାରଙ୍କ ଅନୁମୋଦନ
|
ପତ୍ର ସୂଚନା କାର୍ଯ୍ୟାଳୟ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଭାରତ ସରକାର
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା
ବର୍ତ୍ତମାନୁଦ୍ଧା, ଦେଶରେ 6412 ଜଣ କୋଭିଡ-19ରେ ସଂକ୍ରମିତ ହୋଇଥିବା ବେଳେ 199 ଜଣଙ୍କର ମୃତ୍ୟୁ ଘଟିଛି। 503 ଜଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଛାଡ଼ ପାଇଛନ୍ତି । 146 ସରକାରୀ, 67ଟି ଘରୋଇ ପରୀକ୍ଷାଗାର ସମେତ 16000 ନମୁନା ସଂଗ୍ରହ କେନ୍ଦ୍ର ଜରିଆରେ ନମୁନା ପରୀକ୍ଷା ମଧ୍ୟ ବୃଦ୍ଧି ପାଇଛି। ଆହୁରି, ରାପିଡ ନିଦାନ କିଟ ମଞ୍ଜୁର କରାଯିବା ସହିତ ଏହାର ଉପଯୋଗ ପାଇଁ ଗାଇଡଲାଇନ ଜାରି କରାଯାଇଛି ଏବଂ ଏଥିପାଇଁ ଅର୍ଡର ମଧ୍ୟ ଦିଆଯାଇଛି ।
ମହାମାରୀ ମୁକାବିଲା ଲାଗି ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ନିମନ୍ତେ ଭାରତ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ
ମହାମାରୀ ମୁକାବିଲା ଲାଗି ବନ୍ଧୁ ରାଷ୍ଟ୍ରଗୁଡ଼ିକ ଯଥାସମ୍ଭବ ସହାୟତା କରିବା ନିମନ୍ତେ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଇସ୍ରାଏଲକୁ କ୍ଲୋରୋକୁଇନ ଯୋଗାଣ ନିମନ୍ତେ ଭାରତ ନିଷ୍ପତ୍ତି ନେଇଥିବାରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଏଥିପ୍ରତି କୃତଜ୍ଞତା ବ୍ୟକ୍ତ କରି ଟ୍ଵିଟ କରିବା ପରେ ଉତ୍ତରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1612840
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ-19 ମୁକାବିଲା ନିମନ୍ତେ କ୍ଷମତାପ୍ରାପ୍ତ ଗୋଷ୍ଠୀର ପଦକ୍ଷେପ ସମୀକ୍ଷା
ପ୍ରଧାମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ-19 ସଂକ୍ରମଣ କାରଣରୁ ସୃଷ୍ଟି ହୋଇଥିବା ଆହ୍ଵାନର ମୁକାବିଲା ନିମନ୍ତେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାମାରୀର ପ୍ରଭାବକୁ ପ୍ରତିହତ କରିବା ଲାଗି ଚାଲିଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ସ୍ତରରେ ସମୀକ୍ଷା କରାଯାଉଛି। ଏହା ଥିଲା ଏହି ବିଭିନ୍ନ ପର୍ଯ୍ୟାୟଓ୍ବାରୀ ସମୀକ୍ଷାର ସଦ୍ୟତମ ବୈଠକ।
ଅଧିକ ବିବରଣୀ ପାଇଁ । https://pib.gov.in/PressReleseDetail.aspx?PRID=1612890
ପ୍ରଧାନମନ୍ତ୍ରୀ ଏବଂ ନେପାଳ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ପ୍ରଧାନମନ୍ତ୍ରୀ ମହାମହିକ ଶ୍ରୀ କେ.ପି ଶର୍ମା ଓଲିଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ଏବଂ କ୍ଷେତ୍ରର ଜନସାଧାରଣଙ୍କ ସ୍ଵାସ୍ଥ୍ୟ ଓ ନିରାପତ୍ତା ପ୍ରତି କୋଭିଡ-19 କାରଣରୁ ସୃଷ୍ଟି ହୋଇଥିବା ଆହ୍ଵାନର ମୁକାବିଲା କରିବା ନିମନ୍ତେ ଦୁଇ ନେତା ସେମାନଙ୍କର ମତ ବିନିମୟ କରିଥିଲେ।
ଜାପାନ ପ୍ରଧାନମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ଆଲୋଚନା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। କୋଭିଡ-19 ମହାମାରୀ କାରଣରୁ ବିଶ୍ଵରେ ଦେଖାଦେଇଥିବା ସ୍ଵାସ୍ଥ୍ୟ ଓ ଅର୍ଥନୈତିକ ଆହ୍ଵାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଂକଟର ମୁକାବିଲା ନିମନ୍ତେ ସେମାନଙ୍କ ଦେଶ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେ।
ଏହି ଆହ୍ଵାନପୂର୍ଣ୍ଣ ସମୟରେ ଭାରତ- ବ୍ରାଜିଲ ଭାଗିଦାରୀ ଆହୁରି ସୁଦୃଢ଼ ହୋଇଛି : ପ୍ରଧାନମନ୍ତ୍ରୀ
ଏହି ଆହ୍ଵାନପୂର୍ଣ୍ଣ ସମୟରେ ଭାରତ ଓ ବ୍ରାଜିଲ ଭାଗିଦାରୀ ଆହୁରି ସୁଦୃଢ଼ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବ୍ରାଜିଲକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଯୋଗାଣ ନିମନ୍ତେ ଭାରତର ନିଷ୍ପତ୍ତି ପରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ଏମ ବୋଲ୍ସେନାରୋ ଟ୍ଵିଟ କରି କୃତଜ୍ଞତା ବ୍ୟକ୍ତ କରିବା ପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।
ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମାରେ ବିଏସଏଫ ସହିତ ସୀମା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ
ଗତକାଲି ବିଏସଏଫ କମାଣ୍ଡ ଏବଂ କ୍ଷେତ୍ରୀୟ ମୁଖ୍ୟାଳୟ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଶ୍ରୀ ଅମିତ ଶାହ । ସେ ନିର୍ଦ୍ଦେଶ ଦେଇ କହିଥିଲେ ଯେ କୋଭିଡ-19 ସମ୍ପର୍କରେ ସୀମାବର୍ତ୍ତୀ କ୍ଷେତ୍ରରେ କୃଷକମାନଙ୍କୁ ସଚେତନ କରାଯିବା ଉଚିତ ଏବଂ ଏସବୁ କ୍ଷେତ୍ରରେ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ସୀମାରେ ଥିବା ତାରବାଡ଼ ନିକଟକୁ ଯେପରି ଲୋକମାନେ ଅଜାଣତରେ ଚାଲିନଯାଆନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ସହିତ ମିଶି ବିଏସଏଫ ଦୃଷ୍ଟି ଦେବା ଆବଶ୍ୟକ ।
ଭେଣ୍ଟିଲେଟର, ପିପିଇ, କୋଭିଡ ଟେଷ୍ଟ କିଟ୍ସ ଏବଂ ମୁହଁ ଓ ସର୍ଜିକାଲ ମାସ୍କର ଆମଦାନୀ ଉପରୁ ମୂଳ ସୀମା ଶୁଳ୍କ ଏବଂ ସ୍ଵାସ୍ଥ୍ୟ ସେସ ଉଚ୍ଛେଦ ଲାଗି ସରକାରଙ୍କ ଅନୁମୋଦନ
କୋଭିଡ-19 ମହାମାରୀ ବ୍ୟାପିବା କାରଣରୁ ଦେଶରେ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସରଞ୍ଜାମର ଜରୁରି ଆବଶ୍ୟକତା ଦେଖାଦେଇଛି। ଏାହାକୁ ଦୃଷ୍ଟିରେ ରଖି ଭେଣ୍ଟିଲେଟର, ମୁଖ ମାସ୍କ, ସର୍ଜିକାଲ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), କୋଭିଡ-19 ଟେଷ୍ଟ କିଟ୍ସ, ଉପରୋକ୍ତ ସାମଗ୍ରୀର ଉତ୍ପାଦନ ପାଇଁ ଇନପୁଟ ଆଦି ଉପରୁ ମୂଳ ସୀମା ଶୁଳ୍କ ଏବଂ ସ୍ଵାସ୍ଥ୍ୟ ସେସକୁ ତୁରନ୍ତ ଉଚ୍ଛେଦ କରିବା ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି ।
ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1612748
କୋଭିଡ-19 ଚିକିତ୍ସା ସରଞ୍ଜାମ ଉତ୍ପାଦନରେ ନିୟୋଜିତ ଏମଏସଏମଇଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସହାୟତା ଯୋଗାଇ ଦିଆଯିବା ଉଚିତ : ଶ୍ରୀ ନୀତୀନ ଗଡ଼କରୀ
ମନ୍ତ୍ରୀ କହିଛନ୍ତି ଯେ ଦେଶକୁ ଦୁଇ ମୋର୍ଚ୍ଚାରେ ଯୁଦ୍ଧ କରିବାର ଆବଶ୍ୟକତା ରହିଛି, ଗୋଟିଏ କୋଭିଡ ବିରୋଧରେ ଏବଂ ଅନ୍ୟଟି ଅର୍ଥବ୍ୟବସ୍ଥା କ୍ଷେତ୍ରରେ । ସେ ଉଲ୍ଲେଖ କରିଛନ୍ତି ଯେ କୋଭିଡ-19 କାରଣରୁ ଭେଣ୍ଟିଲେଟର, ପିପିଇ କିଟ୍ସ, ମାସ୍କ ଓ ସାନିଟାଇଜର ଆଦି ଚିକିତ୍ସା ସରଞ୍ଜାମ ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଛି । ଗତ 1 ମାସ ମଧ୍ୟରେ ଏହି ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଲାଗି ଏମଏସଏମଇ ଉଦ୍ୟୋଗଗୁଡ଼ିକ ଉତ୍ପାଦନ ବୃଦ୍ଧି କରିଛନ୍ତି । ଯାହା ଫଳରେ ଚାହିଦାରେ ରହିଥିବା ଶୂନ୍ୟସ୍ଥାନ କେତେକାଂଶରେ ପୂରଣ ହୋଇପାରୁଛି। ସେ କହିଥିଲେ ଯେ ଏସବୁ କାର୍ଯ୍ୟକଳାପରେ ଜଡ଼ିତ ଥିବା ଏମଏସଏମଇଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସହାୟତା ଯୋଗାଇ ଦିଆଯିବା ଉଚିତ ।
ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1612721
ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ରାସନ କାର୍ଡ ଥିବା ଅଣ ଖାଦ୍ୟସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ
ସାରା ଦେଶର ସମସ୍ତ ହିତାଧିକାରୀମାନଙ୍କୁ କିଲୋ ପ୍ରତି 21 ଟଙ୍କା ଦରରେ ଗହମ ଏବଂ 22 ଟଙ୍କା ଦରରେ ଚାଉଳ ତିନି ମାସ ପାଇଁ ମୁଣ୍ଡପିଛା 5 କି.ଗ୍ରା ଲେଖାଏଁ ଯୋଗାଇ ଦେବା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଖାଦ୍ୟଶସ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ରାଜ୍ୟ ସରକାରଙ୍କ ରାସନକାର୍ଡଧାରୀ ହିତାଧିକାରୀମାନେ ପାଇପାରିବେ । ଏଥିପାଇଁ ନିଜ ଭାଗର ଷ୍ଟକ ଏକକାଳୀନ ଏବଂ ମାସିକ ଆଧାରରେ ଜୁନ 2020 ପର୍ଯ୍ୟନ୍ତ ତିନି ମାସ ପାଇଁ ଉଠାଇ ନେବାକୁ ରାଜ୍ୟଗୁଡ଼ିକୁ ବିକଳ୍ପ ଦିଆଯାଇଛି ।
ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1612712
ଗର୍ଭସ୍ଥ ଶିଶୁର ଲିଙ୍କ ନିରୂପଣକୁ ନିଷେଦ୍ଧ କରୁଥିବା ପିସି ଆଣ୍ଡ ପିଏନଡିଟି ଆଇନକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରଦ୍ଦ କରିନାହିଁ
ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣକୁ ନିଷିଦ୍ଧ କରିବା ଲାଗି ଉଦ୍ଦିଷ୍ଟ ପିସି ଆଣ୍ଡ ପିଏନଡିଟି ଆଇନକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରଦ୍ଦ କରିନାହିଁ । ପ୍ରତ୍ୟେକ ଅଲଟ୍ରାସାଉଣ୍ଡ କ୍ଲିନିକ, ଜେନେଟିକ କାଉନସେଲିଂ ସେଣ୍ଟର, ଜେନେଟିକ ଲାବୋରୋଟୋରି, ଜେନେଟିକ କ୍ଲିନିକ ଏବଂ ଇମେଜିଂ ସେଣ୍ଟରଗୁଡ଼ିକ ଆଇନ ଅନୁଯାୟୀ ଦୈନନ୍ଦିନ ରେକର୍ଡ ରଖିବେ ବୋଲି ପୁଣିଥରେ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । କେବଳ ରିପୋର୍ଟ ଦାଖଲ କରିବାର ଧାର୍ଯ୍ୟ ସମୟସୀମାକୁ 30 ଜୁନ, 2020କୁ ବଢ଼ାଇ ଦିଆଯାଇଛି । ପିସି ଆଣ୍ଡ ପିଏନଡିଟି ଆଇନର ବ୍ୟବସ୍ଥା ଅନୁପାଳନ (ନିଦାନ କେନ୍ଦ୍ରଗୁଡ଼ିକ ପାଇଁ)ରେ କୌଣସି ଛାଡ଼ ଦିଆଯାଇନାହିଁ ।
ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1612635
ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ବୈଠକରେ ହୋଇଥିବା ନିଷ୍ପତ୍ତି ପାଳନ ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଭାରତ ସରକାରଙ୍କ ପକ୍ଷରୁ ସୂଚନା
ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହେବାକୁ ଥିବା ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ ଡାଲି ଓ ତୈଳବୀଜ କ୍ରୟ ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । କ୍ରୟ ଆରମ୍ଭ ହେବା ତାରିଖ ଠାରୁ 90 ଦିନ ପର୍ଯ୍ୟନ୍ତ ଏହା ଚାଲିବ। କ୍ଷଣସ୍ଥାୟୀ କୃଷି ଉତ୍ପାଦ ଏବଂ ଉଦ୍ୟାନ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରିବା ଲାଗି ବଜାର ହସ୍ତକ୍ଷେପ ଯୋଜନାର ବିସ୍ତୃତ ବିବରଣୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ପକ୍ଷରୁ ବାଣ୍ଟି ଦିଆଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଛି ଯେଉଁଥିରେ ଭାରତ ସରକାର 50 ପ୍ରତିଶତ (ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ 75 ପ୍ରତିଶତ) ଭାରତ ସରକାର ବହନ କରିବେ ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ପାଇଁ ମାର୍ଗଦର୍ଶିକା
ବିଗତ ଦୁଇ ଦିନ ମଧ୍ୟରେ ସମ୍ଭାବ୍ୟ ରେଳ ଯାତ୍ରୀଙ୍କ ସମ୍ପର୍କରେ ବିଭିନ୍ନ ବ୍ୟବସ୍ଥା ଆଦି ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ନିର୍ଦ୍ଧାରିତ ତାରିଖରୁ ସଂଖ୍ୟାଧିକ ଟ୍ରେନ ଚଳାଚଳ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏ ସବୁ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ଏବଂ ଅନୁମାନ କରି ଏଭଳି ରିପୋର୍ଟ ପ୍ରକାଶ ପାଇବା ଦ୍ଵାରା ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ଜନସାଧାରଣଙ୍କ ମନରେ ନାନା ଆଶାଆଶଙ୍କା ସୃଷ୍ଟି ହେଉଛି । ତେଣୁ ଏସବୁରୁ ବିରତ ରହିବା ନିମନ୍ତେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରାଯାଉଛି ।
ଲଗାତାର ଲକଡାଉନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରହିଛି ଭାରତୀୟ ରେଳପଥ
23 ମାର୍ଚ୍ଚ ପରଠାରୁ ରେଳପଥ ପକ୍ଷଣୁ ପାଖାପାଖି 6.75 ଲକ୍ଷ ୱାଗନ ସାମଗ୍ରୀ ପରିବହନ କରାଯାଇଛି ଏଗୁଡ଼ିକ ମଧ୍ୟରେ ରହିଛି 4.50 ଲକ୍ଷ ୱାଗନ ଜରୁରି ସାମଗ୍ରୀ ଯେପରିକି ଖାଦ୍ୟଶସ୍ୟ, ଲୁଣ, ଚିନି, ଖାଇବା ତେଲ, କୋଇଲା ଏବଂ ପେଟ୍ରୋଲିୟମ ଉତ୍ପାଦ । 2 ରୁ 8 ଏପ୍ରିଲ ଲକଡାଉନ ମଧ୍ୟରେ ରେଳପଥ ପକ୍ଷରୁ 258503 ୱାଗନ ସାମଗ୍ରୀ ପରିବହନ କରାଯାଇଥିବା ବେଳେ ଏଥିମଧ୍ୟରୁ 155512 ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।
ଜରୁରି ଚିକିତ୍ସା ସରଞ୍ଜାମ ପରିବହନ କରିବା ଲାଗି 180ରୁ ଅଧିକ ଲାଇଫଲାଇନ ଉଡ଼ାନ ବିମାନ 1,66,000 କିମି ଅତିକ୍ରମ କଲା
କୋଭିଡ଼-19 ଲକଡାଉନ ସମୟରେ ଉଡ଼ାନ ଅନ୍ତର୍ଗତ ଏୟାର ଇଣ୍ଡିଆ ଓ ଆଲାଏନ୍ସ ଏୟାରର 114ଟି ବିମାନ ଚଳାଚଳ କରିଛି । ସେହିପରି ଭାରତୀୟ ବାୟୁସେନା ଓ ଘରୋଇ ବିମାନଗୁଡ଼ିକର 58ଟି ବିମାନ ଜରିଆରେ 2,675 ଟନ ସାମଗ୍ରୀ ପରିବହନ
ଦେଶରେ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ସପ୍ତାହବ୍ୟାପୀ ‘ଭାରତ ପଢ଼େ ଅନଲାଇନ’ ଅଭିଯାନ ଆରମ୍ଭ କଲା ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ
ଦେଶରେ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ରହିଥିବା ବାଧା ଦୂର କରିବା ଏବଂ ଡିଜିଟାଲ ଶିକ୍ଷାଦାନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପରାମର୍ଶ/ସମାଧାନ ଖୋଜିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରୁ ଶ୍ରେଷ୍ଠ ଉପାୟ ଆହ୍ଵାନ କରାଯାଉଛି । #BharatPadheOnline ଟ୍ୟାଗକୁ ବ୍ୟବହାର କରିବା ସହିତ @HRDMinistry ଏବଂ @DrRPNishank ନୋଟିଫାଏ କରି କିମ୍ବା bharatpadheonline.mhrd[at]gmail[dot]com ଇମେଲ ଜରିଆରେ 16 ଏପ୍ରିଲ 2020 ସୁଦ୍ଧା ଏହି ଉପାୟ ଶେୟାର କରାଯାଇପାରିବ ।
ମାତ୍ର 10 ଦିନ ମଧ୍ୟରେ କୋଭିଡ-19 ମୁକାବିଲା ଲାଗି 1.37 ଲକ୍ଷ ଇପିଏଫ ଉଠାଣ ଦାବିର ସମାଧାନ କଲା ଇପିଏଫଓ
କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏକ ସ୍ଵାୟତ୍ତ ଅନୁଷ୍ଠାନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପକ୍ଷରୁ ସାରା ଦେଶରେ ଆବେଦନ ହୋଇଥିବା 1.37 ଦାବିର ସମାଧାନ କରାଯାଇ ଏହାର ସଦସ୍ୟମାନଙ୍କୁ 279.65 କୋଟି ଟଙ୍କା ଜାରି କରାଯାଇଛି। କୋଭିଡ-19 ମୁକାବିଲା ଲାଗି ଉପଭୋକ୍ତାମାନଙ୍କୁ ସୁବିଧା ଦେବା ଉଦ୍ଦେଶ୍ୟରେ ଇପିଏଫ ଯୋଜନାରେ ନୂଆକରି ହୋଇଥିବା ବିଶେଷ ସଂଶୋଧନ ଅନୁଯାୟୀ ଏହା କରାଯାଇଛି ।
ଅଧିକ ବିବରଣୀ ପାଇଁ :
: https://pib.gov.in/PressReleseDetail.aspx?PRID=1612849
କୋଭିଡ-19 ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆଇସିଏଆଇ, ଆଇସିଏସଆଇ ଏବଂ ଆଇସିଏଆଇ ପକ୍ଷରୁ 28.80 କୋଟି ଟଙ୍କାର ସହାୟତା
କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ତିନୋଟି ପେସାଦାର ସଂସ୍ଥାନ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ, ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରିଜ ଅଫ ଇଣ୍ଡିଆ ଏବଂ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ ପକ୍ଷଣୁ କୋଭିଡ-19 ମହାମାରୀର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ 28.80 କୋଟି ଟଙ୍କାର ଯୋଗଦାନ ଦିଆଯାଇଛି ।
ଅଧିକ ବିବରଣୀ ପାଇଁ : : https://pib.gov.in/PressReleseDetail.aspx?PRID=1612783
ସିଏସଆଇଆର-ସିଏମଇଆରଆଇ, ଦୁର୍ଗାପୁର ପକ୍ଷରୁ କୋଭିଡ-19 ମୁକାବିଲା ଲାଗି ବିଶୋଧକ ପାଦଚଲା ମାର୍ଗ ଓ ରୋଡ ସାନିଟାଇଜର ୟୁନିଟ
ସାରା ବିଶ୍ବରେ ନୋଭେଲ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ଏସ ଆଣ୍ଡ ଟି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଦୁର୍ଘପୁରରେ ଥିବା ସିଏସଆଇଆରର ପ୍ରମୁଖ ଇଞ୍ଜିନିୟରିଂ ଲାବ ପକ୍ଷରୁ ସିଏସଆଇଆର-ସେଣ୍ଟ୍ରାଲ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରଯୁକ୍ତି ଏବଂ ଉତ୍ପାଦ ବିକଶିତ କରାଯାଇଛି ଯାହା ଭୂତାଣୁ ମୁକାବିଲାରେ ସହାୟକ ହୋଇପାରିବ ।
କୋଭିଡ-19 ରିଲିଫ କାର୍ଯ୍ୟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଓ ସରକାରଙ୍କୁ 86.5 ଲକ୍ଷ ଟଙ୍କାର ଯୋଗଦାନ ଦେଲେ ସିପେଟ ସଂସ୍ଥାନ ଓ କେନ୍ଦ୍ର
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଇନଷ୍ଟିଚୁ୍ୟଟ ପକ୍ଷଣୁ କୋଭିଡ-19 ମହାମାରୀ ମୁକାବିଲା କ୍ଷେତ୍ରରେ ସହାୟତା ନିମନ୍ତେ ବିଭିନ୍ନ ସ୍ଥାନୀୟ ପ୍ରଶାସନ, ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କୁ 85.50 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ।
ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1612874

(ରିଲିଜ ଆଡି: 1613141)
ପରିଦର୍ଶକ କାଉଣ୍ଟର : 183
ଏହି ରିଲିଜ ପଢନ୍ତୁ :
Punjabi
,
Assamese
,
Telugu
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Gujarati
,
Tamil
,
Kannada
,
Malayalam