ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡ-19 ଲକଡାଉନକୁ କଡ଼ାକଡ଼ି ପାଳନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

• କୌଣସି ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶ ଓ ଶୋଭାଯାତ୍ରାକୁ ଅନୁମତି ନଦେବାକୁ ନିର୍ଦ୍ଦେଶରେ ଉଲ୍ଲେଖ

Posted On: 10 APR 2020 3:58PM by PIB Bhubaneshwar

ଏପ୍ରିଲ 2020 ମାସରେ ବିଭିନ୍ନ ପ୍ରକାରର ପର୍ବପର୍ବାଣୀ ପଡ଼ୁଥିବାକୁ ଆଖି ଆଗରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି କୋଭିଡ-19 ମୁକାବିଲା ନିମନ୍ତେ ଲକଡାଉନକୁ କଡ଼ାକଡ଼ି ପାଳନ କରିବା ସହିତ କୌଣସି ପ୍ରକାରର ସାମାଜିକ କିମ୍ବା ଧାର୍ମିକ ସମାବେଶ ଓ ଶୋଭାଯାତ୍ରା ଆୟୋଜନକୁ ଅନୁମତି ନଦେବା ଲାଗି ଏହି ନିର୍ଦ୍ଦେଶରେ କୁହାଯାଇଛି

ଏହି ନିର୍ଦ୍ଦେଶରେ ଆହୁରି କୁହାଯାଇଛି ଯେ ଲକଡାଉନ ପଦକ୍ଷେପକୁ ନିର୍ଦ୍ଦିଷ୍ଟ ଭାବେ ଲାଗୁ କରିବା ନିମନ୍ତେ ଜିଲ୍ଲା କର୍ତ୍ତୃପକ୍ଷ ଓ କ୍ଷେତ୍ରୀୟ ସଂସ୍ଥାଗୁଡ଼ିକୁ ସୂଚିତ କରାଯାଉ, ଯଦ୍ଵାରା ସେମାନେ ଆଇନଶୃଙ୍ଖଳା, ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ, ବାର୍ତ୍ତା ଉପରେ ଅଙ୍କୁଶ ଲଗାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମଧ୍ୟ କୁହାଯାଇଛି

ନିର୍ଦ୍ଧାରିତ ଗାଇଡଲାଇନର ବ୍ୟବସ୍ଥା ସମ୍ପର୍କରେ ସାର୍ବଜନୀନ କର୍ତ୍ତୃପକ୍ଷ, ସାମାଜିକ ଓ ଧାର୍ମିକ ସଂଗଠନ ଏବଂ ନାଗରିକମାନଙ୍କୁ ଅବଗତ କରାଇବା ନିମନ୍ତେ ବ୍ୟାପକ ପ୍ରଚାର କରିବା ନିମନ୍ତେ କୁହାଯାଇଛି ଲକଡାଉନ ପଦକ୍ଷେପର ଉଲ୍ଲଙ୍ଘନ କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ଆଇନ 2005 ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି

ଦେଶରେ କୋଭିଡ-19 ମହାମାରୀକୁ ପ୍ରତିହତ କରିବା ଲାଗି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ପ୍ରାଧିକରଣ ଦ୍ଵାରା ଲକଡାଉନ କାର୍ଯ୍ୟକାରୀ କରିବା ନିମନ୍ତେ ଗୃହମନ୍ତ୍ରଣାଳୟ ପକ୍ଷଣୁ 24 ମାର୍ଚ୍ଚ 2020ରେ ବିଜ୍ଞପ୍ତି ପ୍ରକାଶ ପାଇଥଇଲା ଏହି ବିଜ୍ଞପ୍ତିରେ 25, 27 ମାର୍ଚ୍ଚ ଓ 2 ଏପ୍ରିଲରେ ସଂଶୋଧନ କରାଯାଇଥିଲା ଏହି ଦିଶାନିର୍ଦ୍ଦେଶର ଅନୁଚ୍ଛେଦ 9 ଏବଂ 10ରେ କୁହାଯାଇଛି ଯେ କୌଣସି ଛାଡ଼ ଦିଆନଯାଇ ଧାର୍ମିକ ସଭାର ଆୟୋଜନ ଲାଗି ଅନୁମତି ଦିଆଯିବ ନାହିଁ ସାମାଜିକ/ସାଂସ୍କୃତିକ/ଧାର୍ମିକ ସମାରୋହ/ଶୋଭାଯାତ୍ରା ଉପରେ କଟକଣା ଓ ପ୍ରତିବନ୍ଧକ ଲାଗୁ ହେବ

 

*************

 



(Release ID: 1613075) Visitor Counter : 166