ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଉଗାଣ୍ଡା ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 09 APR 2020 6:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଗାଣ୍ଡା ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ୟୋୱେରୀ କାଗୁଟା ମୁସେବେନୀଙ୍କ ମଧ୍ୟରେ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛି ।

କଥାବାର୍ତ୍ତା ସମୟରେ କୋଭିଡ-19 ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଆହ୍ୱାନ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ମୁସେଭେନୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଭାରତ ସଂପ୍ରତି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଆଫ୍ରିକାରେ ନିଜ ବନ୍ଧୁମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି  । ଉଗାଣ୍ଡା ସରକାରଙ୍କ ଦ୍ୱାରା ଭୂତାଣୁର ପ୍ରସାରକୁ ନିୟନ୍ତ୍ରଣ ପାଇଁ କରାଯାଉଥିବା ପ୍ରଚେଷ୍ଟାକୁ ଭାରତ ଯଥା ସମ୍ଭବ ସମର୍ଥନ କରିବ ।

ଉଗାଣ୍ଡାରେ ରହୁଥିବା ଭାରତୀୟମାନଙ୍କର ସଂପ୍ରତି ସ୍ଥିତିରେ ଏବଂ ସର୍ବକାଳୀନ ସୁରକ୍ଷା ଏବଂ ଯତ୍ନ ପାଇଁ ଉଗାଣ୍ଡା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଭୂରି ଭୂରି ପ୍ରଶଂସା କରିଥିଲେ  ।

କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ 2018 ଉଗାଣ୍ଡା ଗସ୍ତକୁ ସ୍ମରଣ କରିଥିଲେ ଏବଂ ଭାରତ-ଉଗାଣ୍ଡା ମଧ୍ୟରେ ଥିବା ସ୍ୱତନ୍ତ୍ର ବନ୍ଧୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।

ସଂପ୍ରତି କୋଭିଡ-19 ମହାମାରୀକୁ ନେଇ ଉପୁଜିଥିବା ଆହ୍ୱାନକୁ ବିଶ୍ୱ ଅତିଶୀଘ୍ର ମୁକାବିଲା କରିବ ବୋଲି ଦୁଇ ନେତା ଆଶା ବ୍ୟକ୍ତ କରିଥିଲେ ।

 

**********



(Release ID: 1612782) Visitor Counter : 163