ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ଆମେରିକା ସହଭାଗୀତା ପୂର୍ବାପେକ୍ଷା ଆହୁରି ସୁଦୃଢ ହୋଇଛି :ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 09 APR 2020 10:51AM by PIB Bhubaneswar

ଭାରତ ଆମେରିକା ସହଭାଗୀତା ପୂର୍ବାପେକ୍ଷା ଆହୁରି ସୁଦୃଢ ହୋଇଛି ବୋଲି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଳୋରୋକୁଇନ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି   ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି, “ଏହିପରି କଠିନ ସମୟ ହିଁ ବନ୍ଧୁମାନଙ୍କୁ ଆହୁରି ନିକଟତର କରିଥାଏ ଭାରତ ଆମେରିକା ସହଭାଗୀତା ପୂର୍ବାପେକ୍ଷା ଆହୁରି ସୁଦୃଢ ହୋଇଛି । କୋଭିଡ ବିରୋଧରେ ମାନବତାର ଲଢେଇରେ ଭାରତ ସବୁକିଛି କରିବାକୁ ପ୍ରସ୍ତୁତ । ” 

***************


(ରିଲିଜ ଆଡି: 1612436) ପରିଦର୍ଶକ କାଉଣ୍ଟର : 302