ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ଓ ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଆରମ୍ଭ ହେଲା “ସମାଧାନ”

• “ସମାଧାନ” ପାଇଁ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ 14, 2020

Posted On: 07 APR 2020 5:41PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଉଦ୍ଭାବନ ସେଲ ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ବୃହତ ଅନଲାଇନ ସମାଧାନ ଆରମ୍ଭ କରିଛନ୍ତି ଏଥିରେ ସାମିଲ ହେଉଥିବା ଛାତ୍ରଛାତ୍ରୀମାନେ ଏପରି ସୂତ୍ର ବାହାର କରିବେ ଯାହାକି, କୋଭିଡ-19 ଓ ଅନ୍ୟାନ୍ୟ ଜଟିଳ ପରିସ୍ଥିତିରେ ସରକାରୀ ସଂସ୍ଥାଗୁଡ଼ିକୁ ବିଭିନ୍ନ ପଦକ୍ଷେପ ନେବାରେ ସାହାଯ୍ୟ କରିବା । ଏହାଛଡା ସମାଧାନ ଜରିଆରେ ଯେକୌଣସି ଆହ୍ୱାନର ସମ୍ମୁଖୀନ ହେବା ସକାଶେ ଜନସାଧାରଣଙ୍କୁ ସଚେତନ କରାଯାଇପାରିବ ।

ସମାଧାନର ସହାୟତାରେ ଛାତ୍ରଛାତ୍ରୀମାନେ କିଛି ନା କିଛି ନୂତନ ଉଦ୍ଭାବନ ନିମନ୍ତେ କାର୍ଯ୍ୟ କରିବେ । ଏହି ଛାତ୍ରଛାତ୍ରୀମାନଙ୍କ ଅକ୍ଲାନ୍ତ ସାଧନା ଦ୍ଵାରା ବାହାର କରାଯିବାକୁ ଥିବା ସମାଧାନର ସୂତ୍ର ଫଳରେ କରୋନା ମହାମାରୀ ଭଳି ଜଟିଳ ସମସ୍ୟାର ସମାଧାନ ନିମନ୍ତେ ମଧ୍ୟ ସୂତ୍ର ମିଳିପାରିବ । ଏହି ପ୍ରତିଯୋଗୀତା ପାଇଁ ଆବେଦନ ଆଜିଠାରୁ ଅର୍ଥାତ ଏପ୍ରିଲ 07, 2020ରୁ ଆରମ୍ଭ କରାଯାଇଛି ଏବଂ ଏହା ଆସନ୍ତା ଏପ୍ରିଲ 14 ତାରିଖରେ ଶେଷ ହେବ । ଏଥିନିମନ୍ତେ ଯୋଗ୍ୟ ବିଦ୍ୟାର୍ଥୀମାନଙ୍କ ତାଲିକା ଆସନ୍ତା 17 ତାରିଖ ଦିନ ଘୋଷଣା କରାଯିବ । ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀମାନେ ସେମାନଙ୍କର ଯୋଗଦାନର ନିଷ୍ପତ୍ତି 18 ରୁ 23 ତାରିଖ ମଧ୍ୟରେ ଜଣାଇବେ ଏପ୍ରିଲ 24 ତାରିଖ ଦିନ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ଓ ବିଚାରକମାନେ 25 ତାରିଖ ଦିନ ବିଜେତାଙ୍କ ନାମ ଘୋଷଣା କରିବେ

 

**********



(Release ID: 1612116) Visitor Counter : 187