ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଦେଶ ବ୍ୟାପୀ ବିନା ବାଧାବିଘ୍ନରେ ସୂଚାରୁ ରୂପେ ମେଡିକାଲ ଅକ୍ସିଜେନ ଯୋଗାଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ରାଜ୍ୟମାନଙ୍କୁ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ପତ୍ର

ପୋଷ୍ଟ କରାଯିବା ଦିନାଙ୍କ: 06 APR 2020 5:47PM by PIB Bhubaneshwar

ଦେଶ ବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରାଯାଉଥିବା ବେଳେ, ଏହାର ଏକ ଅଂଶ ସ୍ୱରୂପ କେନ୍ଦ୍ର ଗୃହ ସଚିବ ଶ୍ରୀ ଅଜୟ କୁମାର ଭଲ୍ଲା ଆଜି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି ଦେଶବ୍ୟାପୀ ବିନା ବାଧାବିଘ୍ନରେ ସୂଚାରୁ ରୂପେ ଚିକିତ୍ସାରେ ଲାଗୁଥିବା ଅକ୍ସିଜେନ ଯୋଗାଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି । କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ ଅକ୍ସିଜେନକୁ ଜାତୀୟ ତାଲିକା ଏବଂ ଡବ୍ଲୁଏଚଓର ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ କରାଯାଇଥିବାରୁ, ଏହି ଘଡିସନ୍ଧି ମୁହୁର୍ତ୍ତରେ ପର୍ଯ୍ୟାପ୍ତ ପରିମାଣରେ ମେଡିକାଲ ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ(ଏମଏଚଏ)ଭାରତ ସରକାରଙ୍କର ସମସ୍ତ ମନ୍ତ୍ରଣାଳୟ/ ବିଭାଗ/ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡିର ସରକାର/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡକିର ପ୍ରାଧିକରଣଗୁଡିକୁ କୋଭିଡ-19ର ନିୟନ୍ତ୍ରଣ ପାଇଁ ଜାରି କରାଯାଇଥିବା ଲକଡାଉନ୍ ପରିପ୍ରେକ୍ଷୀରେ ସମୟ ଅନୁସାରେ 24.03.2020ମାର୍ଗଦର୍ଶୀକା ଜାରି କରିଥିଲେ । ପରେ 25.03.2020, 26.03.2020, 02.04.2020 ଏବଂ 03.04.2020ରେ ସଂଶୋଧନ କରିଥିଲେ ।

ସମୟ ଅନୁସାରେ ସେହି ସଂଶୋଧିତ ମାର୍ଗଦର୍ଶୀକା ଅନୁଯାୟୀ, ଡାକ୍ତରୀ ସରଞ୍ଜାମର ଉତ୍ପାଦନ ୟୁନିଟ, ତାହାର କଂଚାମାଲ ଏବଂ ଅନ୍ୟାନ୍ୟ ଶାଖା; ତାହାର ପ୍ୟାକେଜିଂ ସାମଗ୍ରୀ ନିର୍ମାଣ କରୁଥିବା ୟୁନିଟ, ଅତ୍ୟାବଶକ ସାମଗ୍ରୀ ପରିବହନ ଓ ମେଡିକାଲ ସାମଗ୍ରୀ ଯୋଗାଣ ଏବଂ ସଂସାଧନର ବିନିଯୋଗ, ହସ୍ପିଟାଲ ଭିତ୍ତିଭୂମି ନିର୍ମାଣ ଓ ସଂପ୍ରସାରଣ ପାଇଁ ଶ୍ରମିକ ଏବଂ ସାମଗ୍ରୀ ଯୋଗାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହା ବ୍ୟତୀତ 3 ଅପ୍ରେଲ 2020ରେ ସମସ୍ତ ରାଜ୍ୟଗୁଡିକୁ ଜାରି ସୂଚନା ଅନୁସାରେ ଛାଡ ପାଇଥିବା ସାମଗ୍ରୀର ଯୋଗାଣ ଶୃଙ୍ଖଳ ଏବଂ ସୂଚାରୁ ପରିଚାଳନା ଏବଂ କର୍ମଚାରୀମାନଙ୍କର ଆନ୍ତ ରାଜ୍ୟ ଗମନ ଆଦି ବିଷୟରେ ମାର୍ଗଦର୍ଶୀକା ଜାରି କରାଯାଇଥିଲା ।

ଲକଡାଉନକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ସଚିବ ସମୟାନୁସାରେ ଉପରୋକ୍ତ ମାର୍ଗଦର୍ଶୀକର ବିଭିନ୍ନ ଧାରାରେ ସଂଶୋଧନ ଆଣି ଆହୁରି କେତେକ ବିଷୟରେ ନିମ୍ନେକ୍ତ ତଥ୍ୟ  ସ୍ପଷ୍ଟ କରିଛନ୍ତି :

- ମେଡିକାଲ ଅକ୍ସିଜେନ ଗ୍ୟାସ/ତରଳ, ମେଡିକାଲ ଅକ୍ସିଜେନ ସିଲିଣ୍ଡର, ତରଳ ଅକ୍ସିଜେନ ଗଚ୍ଛିତ ପାଇଁ କ୍ରାୟୋଜେନିକ ସିଲିଣ୍ଡର, ତରଳ ଅକ୍ସିଜେନ ପରିବହନ ପାଇଁ କ୍ରାୟୋଜେନିକ ଟ୍ୟାଙ୍କ, ଆମ୍ବିଏଂଟ ବାସ୍ପିତ ପାତ୍ର, କ୍ରାୟୋଜେନିକ ଭାଲଭ୍, ସିଲିଣ୍ଡର ଭାଲଭ୍ ଏବଂ ଉପକରଣ ଆଦି ସମସ୍ତ ବିନିର୍ମାଣ ୟୁନିଟ

- ଉପରୋକ୍ତ ସାମଗ୍ରୀର ପରିବହନ

- ଉପରୋକ୍ତ ସାମଗ୍ରୀର ସୀମାପାର ପରିବହନ

- ଉପରୋକ୍ତ ସାମଗ୍ରୀର ବିନିର୍ମାଣ ୟୁନିଟ ପାଇଁ ଶ୍ରମିକ ଏବଂ ସେମାନଙ୍କର ପରିବହନକୁ ଅନୁମତି ଦିଆଯିବ/ ନିଜ ଘର ଠାରୁ କାରଖାନା ପର୍ଯ୍ୟନ୍ତ ଯିବା ଆସିବା ପାଇଁ ପାସ ଦିଆଯିବ ଏବଂ କାରକାନାକୁ ସଂମ୍ପୂର୍ଣ୍ଣ କ୍ଷମତା ଅନୁସାରେ ପରିଚାଳିତ କରାଯିବ ।

ଏହି ସୂଚନାରେ ପୁଣି ଗୁରୁତ୍ୱ ଦିଆଯାଇଛି ଯେ, ଉପରୋକ୍ତ କାର୍ଯ୍ୟ ପାଇଁ ଲକଡାଉନ୍ ସମୟରେ ସାମାଜିକ ଦୂରତା ଏବଂ ସ୍ୱାସ୍ଥ୍ୟକର ପରିବେଶ ଉପରେ ଧ୍ୟାନ ଦିଆଯିବ । ଏହି ମାନଦଣ୍ଡର ପରିପାଳନ ପାଇଁ ସଂମ୍ପୃକ୍ତ ସଂଗଠନ/ପ୍ରତିଷ୍ଠାନ ମୁଖ୍ୟ ସୁନିଶ୍ଚିତ କରିବାର ଦାୟିତ୍ୱ ନିର୍ବାହ କରିବେ । ଏହାର ଉପଯୁକ୍ତ ଓ କଡାକଡି କାର୍ଯ୍ୟାନ୍ୱୟନ ପାଇଁ ଜିଲ୍ଲା ପ୍ରଶାସନକୁ  କୁହାଯାଇଛି । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନକୁ ଏହି ସୂଚନା ଦିଆଯାଇଛି ଯେ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀ ଓ ସଂସ୍ଥାମାନେ ମେଡିକାଲ ଅକ୍ସିଜେନ ଯୋଗାଣ କ୍ଷେତ୍ରରେ କୌଣସି ଅଭିଯୋଗ ଯେପରି ନ ଆସେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।  

 

**********

 

 

 


(ରିଲିଜ ଆଡି: 1611915) ପରିଦର୍ଶକ କାଉଣ୍ଟର : 366