ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

କୋଭିଡ-19 ଉପରେ ନଜର ରଖିବା ଲାଗି ସ୍ମାର୍ଟ ସିଟି ମିଶନର ଡାଟା ଡେସବୋର୍ଡ ସହାୟତା କରିବ

Posted On: 06 APR 2020 2:44PM by PIB Bhubaneshwar

ପୁଣେ, ସୁରଟ, ବେଙ୍ଗାଲୁରୁ ଏବଂ ତୁମାକୁରୁ ଭଳି ସ୍ମାର୍ଟ ସହରଗୁଡିକ କୋଭିଡ-19ର  ସମ୍ପର୍କରେ ଟିକିନିଖି ତଥ୍ୟ ଆହରଣ ପାଇଁ ସମନ୍ଵିତ ଡାଟା ଡ଼େସବୋର୍ଡର ସହାୟତା ନେଉଛନ୍ତି

ପୁଣେ ସ୍ମାର୍ଟ ସିଟି ବିକାଶ ନିଗମ ଲିମିଟେଡ ଏବଂ ପୁଣେ ପୌର ନିଗମ ଉଭୟେ ମିଶି କରୋନା ଭୁତାଣୁର ମୁକାବିଲା ପାଇଁ ଏକ ସମନ୍ଵିତ ଡାଟା ଡ଼େସବୋର୍ଡ ପ୍ରସ୍ତୁତ କରିଛନ୍ତି ସେଠାରେ ଘଟୁଥିବା ପ୍ରତ୍ୟେକ କରୋନା ସଂକ୍ରମିତ ଅଞ୍ଚଳକୁ ମାନଚିତ୍ର ଦ୍ଵାରା ଚିହ୍ନଟ କରାଯାଇ ତାକୁ ବଫର ଜୋନ ଭାବେ ରଖାଯାଉଛି । ସେହି ଅନୁସାରେ ନଗର ପ୍ରଶାସନ ଡ଼େସବୋର୍ଡ ରେ ଚିହ୍ନିତ ସଂକ୍ରମଣ ଅଞ୍ଚଳରେ ମହାମାରୀକୁ ରୋକିବା ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି ଏହାଛଡା ସ୍ମାର୍ଟ ସିଟି ସମନ୍ଵିତ ଡ଼େସବୋର୍ଡ ମଧ୍ୟ କ୍ଵାରେଣ୍ଟାଇନରେ ଥିବା ସମ୍ଭାବ୍ୟ ରୋଗୀମାନଙ୍କ ସ୍ଵାସ୍ଥ୍ୟାବସ୍ଥା ମଧ୍ୟ ନଜର ରଖୁଛି । ସୁରଟ ପୌର ମହାନିଗମ ମଧ୍ୟ ଅନଲାଇନ ଡ଼େସବୋର୍ଡ ମାଧ୍ୟମରେ ଏହାର ପୌର ୱେବସାଇଟରେ ଜନସାଧାରଣଙ୍କୁ କୋଭିଡ-19 ସଂକ୍ରାନ୍ତ ତାଜା ତଥ୍ୟ ପ୍ରଦାନ କରୁଛି । ଏହି ଡ଼େସବୋର୍ଡର ଠିକଣା ହେଲା – https://www.suratmunicipal.gov.in/others/CoronaRelated ସେହିପରି ବେଙ୍ଗାଲୁରୁ ଏବଂ ତୁମାକୁରୁ ମଧ୍ୟ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରି 8 କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ସେ ଅଞ୍ଚଳରେ ସଂକ୍ରମଣ ବ୍ୟାପିବାକୁ ରୋକି ପାରୁଛି । କୋଭିଡ-19 ଡ଼େସବୋର୍ଡରୁ ତଥ୍ୟ ଆହରଣ କରି ବୃହତ ବେଙ୍ଗାଲୁରୁ ମହାନଗର ପାଳିକା କରୋନା ସଂକ୍ରମଣ ନେଇ ସବିଶେଷ ତଥ୍ୟ ସମ୍ବଳିତ ଏକ ଦୈନିକ ବୁଲେଟିନ ପ୍ରକାଶ କରୁଛି । କରୋନା ତଥ୍ୟ ଆହରଣ ନିମନ୍ତେ ସ୍ଥାପିତ ନିୟନ୍ତ୍ରଣ କକ୍ଷ, ସିସିଟିଭି ପର୍ଯ୍ୟବେକ୍ଷଣ, ଜିଆଇଏସ ମ୍ୟାପିଙ୍ଗ, ସ୍ୱାସ୍ଥ୍ୟ ସେବା ନିଯୁକ୍ତ କର୍ମଚାରୀମାନଙ୍କ ଜିପିଏସ ଟ୍ରାକିଂ ଭଳି ପଦ୍ଧତି ଦ୍ଵାରା କାର୍ଯ୍ୟଗ୍ରହଣ କରୁଛି ।

 

**********

 



(Release ID: 1611763) Visitor Counter : 176