କୋଇଲା ମନ୍ତ୍ରଣାଳୟ

ଭୁବନେଶ୍ଵରଠାରେ କୋଭିଡ-19 ହସ୍ପିଟାଲ ପାଇଁ ଅର୍ଥ ପ୍ରଦାନ କରିବ ଏମସିଏଲ

ପୋଷ୍ଟ କରାଯିବା ଦିନାଙ୍କ: 06 APR 2020 2:31PM by PIB Bhubaneswar

ଭୁବନେଶ୍ଵରରେ ଦେଶରେ ତୃତୀୟ ବୃହତ କୋଭିଡ-19 ହସ୍ପିଟାଲ ନିର୍ମାଣ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ସମସ୍ତ ଅର୍ଥ ଯୋଗାଇଦେବ ଏଥିରେ ରୋଗୀମାନଙ୍କର ଚିକିତ୍ସା ବାବଦ ଅର୍ଥ ମଧ୍ୟ ଅନ୍ତର୍ଭୁକ୍ତ । ଏଥିଲାଗି ଏମସିଏଲ 7.31 କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଛି ଓଡିଶା ରାଜ୍ୟ ପାଇଁ ଏହି ହସ୍ପିଟାଲ ଅମୂଲ୍ୟ ବରଦାନ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଭିଡିଓ କନଫରେନ୍ସ ଜରିଆରେ ହସ୍ପିଟାଲର ଉଦ୍ଘାଟନୀ ଅବସରରେ ଏହା କହିଛନ୍ତି । ଏମସିଏଲ 25ଟି ଆଇସିୟୁ ସମେତ 500 ଶଯ୍ୟା ବିଶିଷ୍ଟ ହସ୍ପିଟାଲର ସମସ୍ତ ଖର୍ଚ୍ଚ ବହନ କରିଛି ଭୁବନେଶ୍ଵରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହି ହସ୍ପିଟାଲର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେଇଥିଲେ  

ଶ୍ରୀ ଯୋଶୀ କହିଛନ୍ତି ଯେ, କୋଭିଡ-19ର ମୁକାବିଲା ପାଇଁ ରାଜ୍ୟ ସରକାର ଶତକଡା 30 ଭାଗ ପର୍ଯ୍ୟନ୍ତ ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ କରିପାରିବେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି କୋଭିଡ-19ର ମୁକାବିଲା ନିମନ୍ତେ କୋଇଲା ଓ ଖଣି ଉଦ୍ୟୋଗଗୁଡିକୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ବ୍ୟକ୍ତିଗତ ଭାବେ ନିର୍ଦ୍ଦେଶ ଦେଇଥିବା ଶ୍ରୀ ଯୋଶୀ ପ୍ରକାଶ କରିଥିଲେ ।

କୋଲ ଇଣ୍ଡିଆର ଆନୁସଙ୍ଗିକ ସଂସ୍ଥାଗୁଡ଼ିକ 8ଟି ରାଜ୍ୟରେ 1500ରୁ ଊର୍ଦ୍ଧ୍ଵ କ୍ଵାରେଣ୍ଟାଇନ ବା ଏକାନ୍ତବାସ ଶଯ୍ୟାର ବ୍ୟବସ୍ଥା କରିଛନ୍ତି ଭୁବନେଶ୍ଵରସ୍ଥିତ ନାଲକୋ ମୁଖ୍ୟାଳୟର କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରାୟ 2.5 କୋଟି ଟଙ୍କା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଏହାଛଡା ଓଡିଶା ସରକାର କୋରାପୁଟ ଜିଲ୍ଲାରେ ନିର୍ମାଣ କରିବାକୁ ଥିବା ଏକ କୋଭିଡ-19 ହସ୍ପିଟାଲ ପାଇଁ ନାଲକୋ ଅର୍ଥ ଯୋଗାଇ ଦେବାକୁ ସମ୍ମତି ପ୍ରକାଶ କରିଛି

 

**********

 


(ରିଲିଜ ଆଡି: 1611759) ପରିଦର୍ଶକ କାଉଣ୍ଟର : 212