ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ବିଭିନ୍ନ ସମସ୍ୟା ନେଇ ସଂଶ୍ଳିଷ୍ଟ ବିଭାଗଗୁଡିକ ସହିତ ଯୋଗାଯୋଗ କରୁଛି ମନ୍ତ୍ରଣାଳୟ
• କୋଭିଡ-19 ଲକଡାଉନ କାଳରେ ଶିଳ୍ପ ପ୍ରତିନିଧିଙ୍କ ସହିତ ଶ୍ରୀମତୀ ବାଦଲଙ୍କ ଭିଡିଓ କନଫରେନ୍ସ
प्रविष्टि तिथि:
05 APR 2020 2:07PM by PIB Bhubaneshwar
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ମନ୍ତ୍ରଣାଳୟ ଏହାର ବିଭାଗଗୁଡିକୁ କାମରେ ଲଗାଇବ ବୋଲି ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ ଶିଳ୍ପ ପ୍ରତିନିଧିମାନଙ୍କ ସହ ଦ୍ଵିତୀୟ ଭିଡିଓ କନଫରେନ୍ସ କାଳରେ କହିଛନ୍ତି । ଲକଡାଉନ ପରେ କିପରି ଅଧିକ ମାତ୍ରାରେ ପ୍ରକ୍ରିୟାକରଣ ଶିଳ୍ପକୁ କ୍ରିୟାଶୀଳ କରାଯିବ ସେଥିନେଇ ଫିକି, ସିଏଚ, ଆସୋକାମ, ପିଏଚଡିସିସିଆଇ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରାଯାଇଥିଲା । କ୍ଷ୍ୟୁଦ୍ରାତିକ୍ଷୁଦ୍ର ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଇଛି । ଏଥିରେ ଖାଦ୍ୟ ଓ ମେଡ଼ିସିନର ଉପଲବ୍ଧତା ଭଳି ଶତକଡା 50 ଭାଗ ସମସ୍ୟା ସମାଧାନ କରାଯାଇଛି । ଏଦିଗରେ ମନ୍ତ୍ରଣାଳୟ ସମସ୍ତ ସହାୟତା ଯୋଗାଉଥିବାରୁ ଶିଳ୍ପ ପ୍ରତିନିଧୀମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଲକଡାଉନ ଉଠିବା ପରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେପରି ସୁରୁଖୁରୁରେ ଚାଲିବ, ସେଥିନେଇ ବିଭାଗୀୟ ମନ୍ତ୍ରୀ ଶିଳ୍ପ ପ୍ରତିନିଧିମାନଙ୍କଠାରୁ ପ୍ରସ୍ତାବମାନ ଆମନ୍ତ୍ରଣ କରିଥିଲେ । ଶିଳ୍ପ ପ୍ରତିନିଧୀମାନେ ଶ୍ରମିକମାନଙ୍କ କାମକୁ ଫେରିବା, ଏଥିପାଇଁ ଆବଶ୍ୟକ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା, କୃଷିଜାତ ଦ୍ରବ୍ୟ ଆହରଣ ନିମନ୍ତେ ଚଳନ୍ତି ପୁଞ୍ଜି ବ୍ୟବସ୍ଥା ଇତ୍ୟାଦି ବିଷୟ ଉପରେ ମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ କୌର ବିଭିନ୍ନ ପ୍ରସ୍ତାବ ପାଇଁ ଶିଳ୍ପ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ଵର ତେଲି, ପ୍ରତିନିଧୀମାନେ ବିଭିନ୍ନ ଉତ୍ତର-ପୂର୍ବାଞ୍ଚଳର ସମସ୍ୟା ଉଠାଇଥିବାରୁ ତାହାର ସ୍ଵାଗତ କରିଥିଲେ ।
**********
(रिलीज़ आईडी: 1611441)
आगंतुक पटल : 180
इस विज्ञप्ति को इन भाषाओं में पढ़ें:
English
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Tamil
,
Tamil
,
Telugu
,
Kannada