ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ପେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

Posted On: 04 APR 2020 9:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶନିବାର) ସ୍ପେନ ରାଷ୍ଟ୍ରପତି (ପ୍ରଧାନମନ୍ତ୍ରୀ ତୁଲ୍ୟ) ମହାମହିମ ପେଡ୍ରୋ ସାନଚେଜ ପେରେଜ-କାଷ୍ଟେଜନଙ୍କ ସହ ମହାମାରୀ କୋଭିଡ-19କୁ ନେଇ ସୃଷ୍ଟି ହୋଇଥିବା ବୈଶ୍ୱିକ ଆହ୍ୱାନ ଉପରେ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ ।

କୋଭିଡ-19ରେ ସ୍ପେନରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିଲେ । ଏହି ରୋଗରେ ଆକ୍ରାନ୍ତ ଜନସାଧାରଣଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ରୋଗର ମୁକାବିଲା ପାଇଁ ସ୍ପେନର ପ୍ରତିଟି ସାହସିକ ପଦକ୍ଷେପକୁ ଭାରତ ସ୍ୱାଗତ ଜଣାଉଛି ଏବଂ ଭାରତ ତାର ପାରୁପର୍ଯ୍ୟନ୍ତ ସହଯୋଗ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ  ।

ସଂପ୍ରତି ଉପୁଜିଥିବା ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା କରିବା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ଦୁଇ ନେତା ଗରୁତ୍ୱ ଆରୋପ କରିଥିଲେ । କୋଭିଡ ପରବର୍ତ୍ତୀ ସମୟ ବୈଶ୍ୱିକରଣର ଏକ ନୂତନ ମାନବ କେନ୍ଦ୍ରିତ ଧାରଣା ସହିତ ଆରମ୍ଭ କରିବାର ଆବଶ୍ୟକତା ଉପରେ ଦୁଇ ନେତା ସହମତି ଜଣାଇଥିଲେ ।

ମହାମାରୀର ଏହି ସଙ୍କଟକୁ ପ୍ରତିହତ କରିବା ପାଇଁ ଘରେ ଆବଦ୍ଧ ହୋଇ ରହିଥିବା ଲୋକମାନଙ୍କୁ ଯୋଗ ଏବଂ ହର୍ବାଲ ଔଷଧର ବ୍ୟବହାର, ଶାରିରୀକ ଏବଂ ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ନେଇ ଦୁଇ ନେତା ସହମତି ଜଣାଇଥିଲେ ।

ସଂପ୍ରତି କୋଭିଡ-19 ସ୍ଥିତିକୁ ନେଇ ଦୁଇ ଦେଶର ସଂପୃକ୍ତ ଦଳ ପରସ୍ପର ମଧ୍ୟରେ ନିରନ୍ତର ଭାବେ ଯୋଗସୂତ୍ର ରକ୍ଷା କରିବେ ଏବଂ ଆବଶ୍ୟକତା ଅନୁଯାୟୀ ପରସ୍ପରକୁ ସହଯୋଗ କରିବେ ବୋଲି ଦୁଇ ନେତା ସହମତି ଜଣାଇଥିଲେ  ।

 

**********



(Release ID: 1611254) Visitor Counter : 171