ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 04 APR 2020 7:11PM by PIB Bhubaneshwar

ଦେଶରେ କୋଭିଡ-19ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ମିଶି ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି ଉଚ୍ଚସ୍ତରରେ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି

କୋଭିଡ-19 ସମସ୍ୟାର ସୁପରିଚାଳନା ତଥା ଏହାର ନିରାକରଣ ପାଇଁ ବିଭିନ୍ନ ସ୍ତରରେ ଡାକ୍ତରଙ୍କ ସମେତ ପେଷାଦାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥିରେ ନିୟୋଜିତ କରାଯାଇଛି ପ୍ରାୟ 9.70 ଲକ୍ଷ ଆଶାକର୍ମୀ, 1.00 ଲକ୍ଷ ଆୟୁଷ ଚିକିତ୍ସକ, ସମରଶିକ୍ଷାର୍ଥୀ, ଅବସରପ୍ରାପ୍ତ ସେନା କର୍ମଚାରୀ, ରେଡକ୍ରସ, ଏନଏସଏସ ଓ ନେହେରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ, ଗ୍ରାମପଞ୍ଚାୟତ ଓ ସ୍ଵାୟତଶାସନ ସଂସ୍ଥାର କର୍ମୀମାନେ ଏଥିରେ ସାମିଲ ଅଛନ୍ତି । ପିଜି ଓ ନର୍ସିଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯାଇଛି । 31 ହଜାରରୁ ଊର୍ଦ୍ଧ୍ଵ ସରକାରୀ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଚିକିତ୍ସକ, ସଶସ୍ତ୍ର ସେନା ଚିକିତ୍ସା ସେବା ଅଧିକାରୀ, ସରକାରୀ ଉଦ୍ୟୋଗ ଓ ଘରୋଇ ଚିକିତ୍ସକ କୋଭିଡ-19 ସଂଗ୍ରାମରେ ସାମିଲ ହେବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମୁଖମଣ୍ଡଳର ସୁରକ୍ଷା ପାଇଁ ଘର ତିଆରି ଉପକରଣ ଉପରେ ଆଦେଶନାମା ଜାରି କରିଛି, ଯାହାକି https://www.mohfw.gov.in/pdf/Advisory&ManualonuseofHomemadeProtectiveCoverforFace&Mouth.pdf ରେ ଉପଲବ୍ଧ30ଟି ଟ୍ରେନିଂ ମଡ୍ୟୁଲ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ କରାଯାଇଛି ଏଗୁଡିକ କ୍ଲିନିକ ପରିଚାଳନା, ଭେଣ୍ଟିଲେଟର ସହାୟତା, ସଂକ୍ରମଣର ପ୍ରତିଷେଧକ ଓ ନିୟନ୍ତ୍ରଣ, କ୍ଵାରେଣ୍ଟାଇନ ପରିଚାଳନା ଏହାର ଅନ୍ତର୍ଭୁକ୍ତ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ www.mohfw.gov.inରେ ସମସ୍ତ ତଥ୍ୟ ଉପଲବ୍ଧ ହେଉଛି ।

ଦେଖାଯାଇଛି ଯେ, ଏଥିରେ ଅଧିକାଂଶ ବୟସ୍କ ବ୍ୟକ୍ତି କିମ୍ବା ମଧୁମେୟ, ଉଚ୍ଚ ରକ୍ତଚାପ, ବୃକ୍କକ ଓ ହୃଦରୋଗ ଭଳି ସମସ୍ୟା ଥିବା ଲୋକମାନେ ଅଧିକ ମୃତ୍ୟୁମୁଖରେ ପଢୁଛନ୍ତି । ଏହାଛଡା କାରୋନା ଭୂତାଣୁ ଆକ୍ରାନ୍ତ ରୋଗୀମାନଙ୍କର ବୟସ ଭିତ୍ତିକ ଏକ ବିଶ୍ଲେଷଣାତ୍ମକ ପ୍ରୋଫାଇଲ ମଧ୍ୟ ପ୍ରସ୍ତୁତ କରାଯାଉଛି । 20 ବର୍ଷ ମଧ୍ୟରେ 8.61 ପ୍ରତିଶତ ମାମଲା ଦେଖାଯାଉଥିବା ବେଳେ 21 ରୁ 40 ବର୍ଷ ମଧ୍ୟରେ 41.88 ପ୍ରତିଶତ, 41 ରୁ 60 ବର୍ଷ ମଧ୍ୟରେ 32.82 ପ୍ରତିଶତ ଓ 60 ବର୍ଷରୁ ଊର୍ଦ୍ଧ୍ଵ 16.69 ପ୍ରତିଶତ ମାମଲା ରହିଛି । ଉଡାଣ ଓ ଜୀବନରେଖା ଅଧୀନରେ ପଣ୍ୟବାହୀ ଉଡାଜାହାଜ ପାଖାପାଖି 119 ଟନ ଡାକ୍ତରୀ ସରଞ୍ଜାମ ଦେଶର ବିଭିନ୍ନ ରାଜ୍ୟ ତଥା ଦୂରଦୂରାନ୍ତ ଅଞ୍ଚଳରେ ପହଞ୍ଚାଇଛି ।

ବର୍ତ୍ତମାନ ସୁଦ୍ଧା 2902ଟି କରୋନା ସଂକ୍ରମଣ ମାମଲା ଦୃଷ୍ଟିକୁ ଆସିଥିବା ବେଳେ 68 ଜଣଙ୍କର ପ୍ରାଣହାନୀ ଘଟିଛି ଏବଂ 183 ଜଣ ରୋଗୀ ସୁସ୍ଥ ହେବାପରେ ଘରକୁ ଫେରିଛନ୍ତି । 2902ଟି ସଂକ୍ରମଣ ମାମଲା ମଧ୍ୟରୁ 1023 ମାମଲା 17ଟି ରାଜ୍ୟରୁ ତବ୍ଲିଗ ଜମାତରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କର ବୋଲି ଜଣାପଡିଛି । ଏହି ରାଜ୍ୟଗୁଡିକ ହେଲା ତାମିଲନାଡୁ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଆସାମ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ । କୋଭିଡ-19 ସମ୍ପର୍କରେ ସବୁଠାରୁ ବିଶ୍ଵସ୍ତ ଓ ସଦ୍ୟତମ ସୂଚନା ପାଇବା ପାଇଁ www.mohfw.gov.in ଜରିଆରେ ପ୍ରାପ୍ତ କରିହେବ ସେହିପରି କୋଭିଡ-19ର ବୈଷୟିକ ପ୍ରଶ୍ନଗୁଡିକ technicalquery.covid19[at]gov[dot]inରୁ ଅନ୍ୟାନ୍ୟ ସୂଚନା ncov2019[at]gov[dot]in ମାଧ୍ୟମରେ ମିଳିପାରିବ

କୋଭିଡ-19 ସମ୍ପର୍କରେ ଅନ୍ୟ ଯେକୌଣସି ସୂଚନା ପାଇବାକୁ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନମ୍ବର +91-11-23978046 କିମ୍ବା 1075 (ଦେୟ ମୁକ୍ତ) ଫୋନ ଯୋଗେ ମିଳିପାରିବ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ହେଲ୍ପଲାଇନ ନମ୍ବର https://www.mohfw.gov.in/pdf/coronvavirushelplinenumber.pdf ରୁ ମିଳିପାରିବ ।

 

**********



(Release ID: 1611225) Visitor Counter : 148