ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ବିରୋଧରେ ସଂଗ୍ରାମ ଲାଗି ରସାୟନମୁକ୍ତ ସିଲଭର ଆଧାରିତ ବିଶୋଧକ ପ୍ରସ୍ତୁତ କଲା ଡିଏସଟି ଅନୁଦାନପ୍ରାପ୍ତ ଷ୍ଟାର୍ଟ ଅପ୍‌

Posted On: 04 APR 2020 5:11PM by PIB Bhubaneshwar

ପୁନେସ୍ଥିତ ୱିନୋଭେଟ୍‌ ବାୟୋସଲ୍ୟୁସନ୍ସ ଷ୍ଟାର୍ଟ ଅପ୍‌ ଯାହାକି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (ଡିଏସଟି) ଏବଂ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ଦ୍ୱାରା ଅନୁଦାନପ୍ରାପ୍ତ, ତାହା ଏବେ ଏକ ଅଣ-ଆଲକୋହଲିକ୍‌ ଜଳଭିତ୍ତିକ କୋଲୋଏଡାଲ୍‌ ସିଲଭର ସଲ୍ୟୁସନ୍‌ ବାହାର କରିଛି ଏହା ଅଭିନବ ଏବଂ ନାନୋଆଗସାଇଡ଼୍‌ ପ୍ରଯୁକ୍ତି ଆଧାରିତ । ଏଥିରେ ହାତ ଓ ଚଟାଣ ପରିବେଶକୁ ଜୀବାଣୁମୁକ୍ତ କରିହେବ ।

ଏହି ଦ୍ରବଣ ଦାହ୍ୟ ନୁହେଁ ଏବଂ ଏଥିରେ କୌଣସି ପ୍ରକାର ରସାୟନିକ ବିଷପ୍ରକ୍ରିୟା ମଧ୍ୟ ନାହିଁ । ଏହା ବ୍ୟବହାର ଦ୍ୱାରା ପାରସ୍ପରିକ ସଂସ୍ପର୍ଶରେ ଆସି ସଂକ୍ରମଣ ବ୍ୟାପିବାକୁ ସଫଳତାର ସହ ରୋକାଯାଇପାରିବ ପ୍ରତ୍ୟକ୍ଷ ସଂସ୍ପର୍ଶ ହିଁ ଏବେ ବୈଶ୍ୱିକ ମହାମାରୀ ବ୍ୟାପିବାର ମୂଳ କାରଣ ଭାବେ ବିବେଚନା କରାଯାଉଛି । ଏଭଳି ସଲ୍ୟୁସନ ସ୍ୱାସ୍ଥ୍ୟ କର୍ମୀ ତଥା ଅନ୍ୟ ସଂକ୍ରମିତ ଲୋକମାନଙ୍କୁ ସୁରକ୍ଷା ପ୍ରଦାନରେ ସହାୟକ ହୋଇପାରିବ ।

 ୱିନୋଭେଟ୍‌ ବାୟୋସଲ୍ୟୁସନ ଦ୍ୱାରା ପ୍ରସ୍ତୁତ କୋଲୋଇଡାଲ୍‌ ସିଲଭର ସଲ୍ୟୁସନ୍‌ ସିଲଭର ନାନୋପାର୍ଟିକଲ ଆଧାରରେ ପ୍ରସ୍ତୁତ କରାଯାଇଛି ଯାହାକି ଭୂତାଣୁଜନିତ ନେଗେଟିଭ୍‌ ଷ୍ଟ୍ରାଣ୍ଡର ଡ଼ିଏନଏ ସିନ୍ଥେସିସକୁ ରୋକି ପାରିବ ଓ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବଏଥିରେ କୌଣସି ପ୍ରକାର ବିଷାକ୍ତ ରସାୟନିକ ପଦାର୍ଥ ନାହିଁ ଏବଂ ଏହା ଦାହ୍ୟଗୁଣ ହୀନ ଯାହାକି ତୁଳନାତ୍ମକ ଭାବେ ଅନ୍ୟ ଆଲକୋହଲ ଭିତ୍ତିକ ଡିସଇନଫେକ୍ଟାଣ୍ଟମାନଙ୍କରେ ଥାଏ ।

ଏହି ସଲ୍ୟୁସନକୁ ଏବେସୁଦ୍ଧା ଲାବ୍‌ ପରୀକ୍ଷା କରାଯାଇସାରିଛି ଏବଂ ଏହାର ଉତ୍ପାଦକମାନଙ୍କୁ ଏହାର ଟେଷ୍ଟିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏଭଳି କୋଲୋଇଡ଼ାଲ ସିଲଭର ସିନ୍ଥେସାଇଜିଂ କାର୍ଯ୍ୟ କମ୍‌ ମାତ୍ରାରେ କରାଯାଉଛି ଏବଂ  5 ଲିଟର ବ୍ୟାଚ ପର୍ଯ୍ୟନ୍ତ ଏହାର ରିପ୍ରଡ୍ୟୁସିବିଲିଟି ମଧ୍ୟ ସଂପାଦିତ ହୋଇଛି ।

ୱିନୋଭେଟ୍‌ ବାୟୋସଲ୍ୟୁସନର ଜନୈକ ପ୍ରତିଷ୍ଠାତା ଡକ୍ଟର ମିଲିନ୍ଦ୍‌ ଚୌଧୁରୀଙ୍କ ମତରେ, ‘ ଆମେ ପ୍ରାଥମିକ ପର୍ଯ୍ୟାୟରେ ଦିନକୁ 200 ଲିଟର ପର୍ଯ୍ୟନ୍ତ କୋଲୋଇଡ଼ାଲ ସିଲଭର ସଲ୍ୟୁସନ୍‌ ଉତ୍ପାଦନ କରିବୁ ଯାହାକି ଆମର ବର୍ତ୍ତମାନର କାରଖାନା କ୍ଷମତା ମଧ୍ୟରେ କରାଯାଇପାରିବ ଏବଂ ତାହା ହ୍ୟାଣ୍ଡ ସାନିଟାଇଜେସନ୍‌ ଓ ଡିସ୍‌ଇନଫେକ୍ସନ ଚାହିଦାକୁ ପୂରଣ କରିପାରିବ । ଆମର ଏହି ସଲ୍ୟୁସନ ସହିତ ଆମେ ଆହୁରି ଅନେକ ପ୍ରକାର ସଂକ୍ରମଣ ବିସ୍ତାରକୁ ରୋକି ପାରିବୁ ଓ ଭାରତକୁ ଏକ ପ୍ରଦୂଷଣମୁକ୍ତ ରାଷ୍ଟ୍ରରେ ପରିଣତ କରିପାରିବୁ ।

ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ପ୍ରଫେସର ଆଶୁତୋଷ ଶର୍ମା ଏ ସଂପର୍କରେ କହିଛନ୍ତି ଯେ ନାନୋପାର୍ଟିକଲ ଦ୍ରୁତ ବେଗରେ କୋଭିଡ଼- 19 ସମ୍ପର୍କିତ ବିଭିନ୍ନ ପ୍ରକାର ସମସ୍ୟାର ସଫଳ ସମାଧାନ ସୂତ୍ର ଭାବେ ମୁଣ୍ଡ ଟେକିବାରେ ଲାଗିଛି । ସେଥି ମଧ୍ୟରେ ଥେରାନୋଷ୍ଟିକ୍ସ ( ଥେରାପି ତଥା ଡାଇଗ୍ନୋଷ୍ଟିକ୍ସ) ଠାରୁ ନେଇ ସଂକ୍ରମଣମୁକ୍ତ ତଥା ଇମେଜିଂ କ୍ଷେତ୍ରରେ ଏହା ପରୀକ୍ଷିତ । ନାନୋପାର୍ଟିକଲର ଉପାଦେୟତା ଏହାର ଆକାର (100 ଏମଏମ ଠାରୁ ମଧ୍ୟ କ୍ଷୁଦ୍ର) ଯାହାକି କୋଭିଡ଼- 19ର ଭୂତାଣୁ ସହ ତୁଳନୀୟ ଏବଂ ଏହାର ଆହୁରି ଅନେକ ଉପାଦେୟତା ରହିଛି । ସେଥି ମଧ୍ୟରେ ଟାର୍ଗେଟିଂ ଓ ଡ୍ରଗ୍‌ ଡ଼େଲିଭରୀକୁ ମଧ୍ୟ ଆବଶ୍ୟକ ଅନୁସାରେ ପରିବର୍ତ୍ତନ କରାଯାଇପାରିବ ।

ସିଲଭର ନାନେପାର୍ଟିକଲ ଏକ ସଫଳ ଆଣ୍ଟିଭାଇରାଲ ଯାହା ଏଚଆଇଭି, ହେପାଟାଇଟିସ୍‌- ବି, ହର୍ପିସ୍‌ ସିମ୍ପଲେକ୍ସ ଭୂତାଣୁ, ଇନଫ୍ଲୁଏଞ୍ଜା ଭୂତାଣୁ ଆଦି ବିରୋଧରେ ସଫଳତାର ସହ କାର୍ଯ୍ୟ କରିଥାଏ । ନିକଟରେ ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ ଗ୍ଲୁଟାଥିଓନ୍‌ ପ୍ରଲେପଯୁକ୍ତ-ଏଜି2ଏସ ଏନସି (ସିଲଭର ନାନେକ୍ଲଷ୍ଟର୍ସ)ର ଭୂମିକା କରୋନା ଭୂତାଣୁର ବୃଦ୍ଧିକୁ ରୋକିଥାଏ  । କାରଣ ଏହା ଭୂତାଣୁଜନିତ ନେଗେଟିଭ-ଷ୍ଟ୍ରାଣ୍ଡ ଡ଼ିଏନଏ ସିନ୍ଥେସିସ ଓ ଭୂତାଣୁ ବୃଦ୍ଧିକୁ ପ୍ରତିହତ କରିଥାଏ । ଜାପାନର ସାଇତାମାସ୍ଥିତ ଜାତୀୟ ପ୍ରତିରକ୍ଷା ମେଡ଼ିକାଲ କଲେଜ ଗବେଷଣା ପ୍ରତିଷ୍ଠାନର ସିଙ୍ଗୋ ନାକାମୁରାଙ୍କ ଭଳି ବିଜ୍ଞାନୀମାନଙ୍କ ଗବେଷଣା ସୂଚୀତ କରେ ଯେ ଏଜି ଏନପି ଆଧାରିତ ଉପକରଣ ସ୍ୱାସ୍ଥ୍ୟସେବା କର୍ମଚାରୀ (ଏଚସିଡ଼ବ୍ଲୁ) ସଂସ୍ପର୍ଶ ଜନିତ ସଂକ୍ରମଣକୁ ରୋକି ପାରିବ । ଏହା ବ୍ୟତୀତ ରୋଗୀଙ୍କ ଠାରେ ସଂକ୍ରମଣକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ । ୱିନୋଭେଟ୍‌ ବାୟୋସଲ୍ୟୁସନର ଏହି ସଲ୍ୟୁସନ ଯେଉଁ ସିନ୍ଥେସାଇଜର ପ୍ରଯୁକ୍ତି ଉପରେ ଆଧାରିତ ତାହା କୋଭିଡ଼- 19ର ସଂପ୍ରସାରଣକୁ ରୋକିବ ଓ ତାହା ଆରଏନଏ ରିପ୍ଲିକେସନକୁ ନିରୋଧ କରିବା ସହ ଭୂପୃଷ୍ଠ ଗ୍ଲାଇକୋପ୍ରୋଟିନକୁ  ବନ୍ଦ କରି ଅକାମୀ କରିଦେବ ।ଏଭଳି କୋଲୋଇଡ଼ାଲ୍‌ ସିଲଭର ପ୍ରସ୍ତୁତି ପ୍ରକ୍ରିୟା ସକାଶେ ଏକ ଭାରତୀୟ ପାଟେଣ୍ଟ ଆବେଦନ କରାଯାଇଛି ଏବଂ ଏଭଳି ହ୍ୟାଣ୍ଡ ସାନିଟାଇଜର ଓ ଡ଼ିସଇନଫେକ୍ଟାଣ୍ଟ୍‌ ପ୍ରସ୍ତୁତି ନିମନ୍ତେ ଏକ ଟେଷ୍ଟ ଲାଇସେନ୍ସ ମଞ୍ଜୁରି ପ୍ରାପ୍ତ ହୋଇସାରିଛି ।

(ଅଧିକ ବିସ୍ତୃତ ବିବରଣୀ ଜାଣିବା ସକାଶେ, ଡକ୍ଟର ମିଲିନ୍ଦ୍‌ ଚୌଧୁରି, ସହ- ପ୍ରତିଷ୍ଠାତା, ବାୟୋସଲ୍ୟୁସନ୍ସଙ୍କ ସହ ଯୋଗାଯୋଗ କରନ୍ତୁ:

Email: milind.bio[at]gmail[dot]com,

Mob: 9867468149).

 

**********


(Release ID: 1611196)