ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲା ସୁଦୃଢ଼ କରୁଛି ଦେଶୀୟ କାର୍ଗୋ ବିମାନ

• ମାର୍ଚ୍ଚ 26 ପର ଠାରୁ ନିରନ୍ତର ପରୀକ୍ଷା କିଟ୍ସ, ମାସ୍କ, ଗ୍ଳୋଭ୍ସ ଆଦି ଡାକ୍ତରୀ ସରଞ୍ଜାମ ଯୋଗାଣ ଅବ୍ୟାହତ
• ନୀତି ନିର୍ଦ୍ଧାରଣ ଏବଂ କ୍ଷେତ୍ରୀୟ ସ୍ତରରେ 24 ଘଣ୍ଟିଆ ପରିଚାଳନା ଓ ନୀତି ନିର୍ଦ୍ଧାରଣ

Posted On: 04 APR 2020 1:58PM by PIB Bhubaneshwar

ଦେଶରେ କରୋନା ସଂକ୍ରମଣ ଅଭିଯାନକୁ ମଜବୁତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତାହାର ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି ଦେଶରେ ବିଭିନ୍ନ ସ୍ଥାନରେ କରିଥିବା ମାଲ ପରିବହନ ମଧ୍ୟରେ ରହିଛି ଡାକ୍ତରୀ ଉପକରଣ, ପରୀକ୍ଷାନିରୀକ୍ଷା କିଟ୍ସ, ରୋଗ ଚିକିତ୍ସା ଲାଗି ଆବଶ୍ୟକ ସୁରକ୍ଷା ଉପକରଣ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଜିନିଷପତ୍ର ଏବଂ ଡାକ ପାର୍ସଲବିଭିନ୍ନ ଆବଶ୍ୟକ ଡାକ୍ତରୀ ଉପକରଣ ଆଇସିଏମଆର ଓ ଅନ୍ୟାନ୍ୟ ସ୍ଥାନରେ ପହଞ୍ଚାଇବା ଯୋଗୁଁ କେତେକ ସ୍ଵତନ୍ତ୍ର ଲାଭ ହୋଇପାରିଛି । ସେଗୁଡିକ ମଧ୍ୟରେ ଠିକ ସମୟରେ ପରୀକ୍ଷାନିରୀକ୍ଷା ହେବା ସହ ରୋଗୀମାନଙ୍କ ଚିକିତ୍ସା ସୁଗମ ହୋଇଛି । ମାସ୍କ ଓ ଗ୍ଲୋଭ୍ସ ଯୋଗାଣ ଯୋଗୁଁ ଉତ୍ତର-ପୂର୍ବାଞ୍ଚଳ ଭଳି ଦୂରଦୂରାନ୍ତ ଅଗମ୍ୟ ସ୍ଥାନରେ ଡାକ୍ତର ଓ ଅନ୍ୟାନ୍ୟ  ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ-19 ମୁକାବିଲା କରିବାରେ ସହଜ ହୋଇପାରିଛି । ଜୀବନ ରକ୍ଷାକାରୀ ଔଷଧପତ୍ର ପହଞ୍ଚିବା ଯୋଗୁଁ ଦୂରଦୂରାନ୍ତର ଚିକିତ୍ସା ସେବା କେନ୍ଦ୍ରଗୁଡ଼ିକ ଅଯଥା ଖର୍ଚ୍ଚରୁ ରକ୍ଷା ପାଇଛନ୍ତି

ଗତ ମାସ 26 ତାରିଖରୁ ଚଳିତ ମାସ 3 ତାରିଖ ମଧ୍ୟରେ ଏୟାର ଇଣ୍ଡିଆ, ଆଲିଆନ୍ସ, ଭାରତୀୟ ବାୟୁସେନା, ଇଣ୍ଡିଗୋ ଓ ସ୍ପାଇସ ଜେଟ ଆଦି ବିମାନ ସଂସ୍ଥା ଏହି ମାଲ ପରିବହନ କାର୍ଯ୍ୟ ସମ୍ପାଦନ କରିଛନ୍ତି । 5ଟି ବିମାନ ସଂସ୍ଥା ଦ୍ଵାରା ମୋଟରେ 107ଟି ବିମାନ ଯୋଗେ ମାଲ ପରିବହନ ହୋଇଥିବା ବେଳେ ଏଥିମଧ୍ୟରୁ ଏୟାର ଇଣ୍ଡିଆର 42ଟି, ଆଲିଆନ୍ସର 37ଟି, ଭାରତୀୟ ବାୟୁସେନାର 20ଟି, ଇଣ୍ଡିଗୋର 6ଟି ଏବଂ ସ୍ପାଇସ ଜେଟର 2ଟି ବିମାନ ରହିଛି ।

 

**********



(Release ID: 1611100) Visitor Counter : 156