ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲା ପାଇଁ ଆଇଆଇଟି ବମ୍ବେ ଏସଆଇଏନଇଠାରେ ରାପିଡ ରେସ୍ପନ୍ସ ସେଣ୍ଟର ସ୍ଥାପନ କରିବ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ

Posted On: 03 APR 2020 5:35PM by PIB Bhubaneshwar

କୋଭିଡ-19 ବିଶ୍ୱ ମହାମାରୀର ଲଢ଼େଇ ଉଦ୍ଦେଶ୍ୟରେ ତ୍ୱରିତ ପଦକ୍ଷେପ ସ୍ୱରୂପ ଏକ ସେଣ୍ଟର ଫର ଅଗମେଣ୍ଟିଙ୍ଗ ୱାର ୱିଥ କୋଭିଡ-19 ହେଲ୍ଥ କ୍ରାଇସିସ (ସିଏଡବ୍ଲୁଏସିଏଚ) ସ୍ଥାପନ କରିବାକୁ ଭାରତ ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଭାଗ ମଞ୍ଜୁରି ଦେଇଛି 56 କୋଟି ଟଙ୍କା ବ୍ୟୟରେ ସ୍ଥାପନ ହେବାକୁ ଥିବା ଏହି ସେଣ୍ଟର କୋଭିଡ-19 ଆହ୍ୱାନର ସମାଧାନ ଦିଗରେ କାର୍ଯ୍ୟ କରୁଥିବା ନବୋନ୍ମେଷ ଷ୍ଟାର୍ଟଅପକୁ ମୂଲ୍ୟାଙ୍କନ ଏବଂ ସହାୟତା କରିବ ବିଜ୍ଞାନ ପ୍ରଯୁକ୍ତି ବିଭାଗ (ଡିଏସଟି) ସହଯୋଗରେ ଆଇଆଇଟି ବମ୍ବେରେ ଥିବା ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର, ସୋସାଇଟି ଫର ଇନୋଭେସନ ଆଣ୍ଡ ଏଣ୍ଟରପ୍ରିନରସିପ (ଏସଆଇଏନଇ)କୁ ସିଏଡବ୍ଲୁଏସିଏଚର କାର୍ଯ୍ୟକାରୀ ଏଜେନ୍ସି ଭାବେ ଚୟନ କରାଯାଇଛି

ସାରା ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ଦୋହଲାଇ ଦେଇଥିବା କୋଭିଡ-19କୁ ତତ୍କାଳ ମୁକାବିଲା କରିବା ସହ ଏହି ଭୂତାଣୁର ଚିହ୍ନଟ, ଚିକିତ୍ସା ସଂକ୍ରମଣକୁ ରୋକି ଲୋକଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଭାରତର ଏହି ଲଢ଼େଇରେ ଡିଏସଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି

ସାରା ଦେଶ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଦେଇ ଗତି କରୁଥିବା ବେଳେ ଏହି ମହାମାରୀ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଲାବୋରେଟୋରି କାମ କରୁଛନ୍ତି କୋଭିଡ-19ର ମହାମାରୀକୁ ରୋକିବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କ ସ୍ତରରେ ପଦକ୍ଷେପ ନିଆଯାଉଛି ଏବଂ ସମ୍ବଳକୁ ବିନିଯୋଗ କରାଯାଉଛି

ବର୍ତ୍ତମାନର ଜରୁରି ସ୍ଥିତିରେ କୋଭିଡ-19କୁ ନିୟନ୍ତ୍ରଣ କରିବା ପାଇଁ ଆରଏଣ୍ଡଡି ପଦକ୍ଷେପକୁ ସହାୟତା କରିବା ଉଦ୍ଦେଶ୍ୟରେ ଭେଣ୍ଟିଲେଟର, ଡାଏଗ୍ନୋଷ୍ଟିକ, ଥେରାପଟିକ୍ସ, ଇନଫରମେଟିକ୍ସ ଭଳି ସୃଜନଶୀଳ ସଲ୍ୟୁସନ ଯୋଗାଇବାକୁ ଡିଏସଟି ଏହି ପଦକ୍ଷେପ ନେଇଛି

ଷ୍ଟାର୍ଟଅପଗୁଡ଼ିକୁ ସେମାନଙ୍କ ଯାତ୍ରା ତଥା ବାଣିଜ୍ୟିକରଣ ପ୍ରକ୍ରିୟା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଏବଂ ବିଭିନ୍ନ ଦେଶରେ କାରବାର ନିମନ୍ତେ ସହାୟତା ଯୋଗାଇ ଦିଆଯିବ, ଯାହାକି ଦୀର୍ଘମିଆଦି ସୂତ୍ରରେ ବ୍ୟାପକ ପ୍ରଭାବ ପକାଇବ

ସିଏଡବ୍ଲୁଏସିଏଚ ସମ୍ଭାବ୍ୟ ଷ୍ଟାର୍ଟଅପଗୁଡ଼ିକୁ ଉଚିତ ସମମୟରେ ଆର୍ଥିକ ସହାୟତା ପାଣ୍ଠି ଯୋଗାଣର ପଥ ଦେଖାଇବ, ଫଳରେ ସେମାନେ 6 ମାସ ମଧ୍ୟରେ ବଜାରକୁ ନିଜର ସୃଜନଶୀଳତାକୁ ଛାଡ଼ିପାରିବେ

ନୂଆ, ଶସ୍ତା, ନିରାପଦ ତଥା ଦକ୍ଷ ଭେଣ୍ଟିଲେଟର, ରେସ୍ପିରେଟୋରି ସହାୟତା ଉପକରଣ, ସୁରକ୍ଷାକାରୀ ଗିୟର ସମେତ ସାନିଟାଇଜର, ବିଶୋଧକ, ନିଦାନ, ଇନଫରମେଟିକ୍ସ ପାଇଁ ନୂଆ ସମାଧାନ କୋଭିଡ-19 ରୋକିବାକୁ ଦକ୍ଷ ପଦକ୍ଷେପ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିବା 50 ନବୋନ୍ମେଷ ବା ଷ୍ଟାର୍ଟଅପକୁ ସିଏଡବ୍ଲୁଏସିଏଚ ଚିହ୍ନଟ କରିବ

କୋଭିଡ-19 ମୁକାବିଲା ପାଇଁ ଏହା ଉତ୍ପାଦ ସମାଧାନଗୁଡ଼ିକୁ ସର୍ବଭାରତୀୟ ନେଟଓ୍ବର୍କରେ ଟେଷ୍ଟିଂ, ଟ୍ରାଏଲ ବଜାର ସୁଯୋଗ ଯୋଗାଇବ ଏହା କୋଭିଡ-19 ପ୍ରଭାବରୁ ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ସମାଧାନ କରିବାରେ ସହାୟକ ହେବ

ବିଜ୍ଞାନ ପ୍ରଯୁକ୍ତି ବିଭାଗ ସଚିବ ପ୍ରଫେସର ଆଶୁତୋଷ ଶର୍ମା, କହିଛନ୍ତି, ଆମର ଟେକ୍ନୋଲୋଜି ଇନକ୍ୟୁବେଟର ଷ୍ଟାର୍ଟଅପଗୁଡ଼ିକର ଯୁବସୁଲଭ ଶକ୍ତି, ବୁଦ୍ଧିମତା ଅସାଧାରଣ ସୃଜନଶୀଳ ସମ୍ଭାବନାର ବ୍ୟବହାରକୁ ଗୁରୁତ୍ୱ ଦେଇ ଡିଏସଟିର ସିଏଡବ୍ଲୁଏସିଏଚ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି କୋଭିଡ-19 କାରଣରୁ ରେସ୍ପିରେଟୋରି ସହାୟକ ଉପକରଣ, ଡିସଇନଫେକ୍ସନ ସିଷ୍ଟମ, ସୁରକ୍ଷାକାରୀ ଗିୟର କୋଟିଂ, ସୂଚନା ପରିଚାଳନା ସହାୟକ ଉପକରଣ, ଡାଏଗ୍ନୋଷ୍ଟିକ୍ସ ଅନ୍ୟ ସମ୍ପୃକ୍ତ ଉପକରଣ, ଡିଭାଇସ ସମାଧାନ ଭଳି ଆହ୍ୱାନର ତୁରନ୍ତ ସମାଧାନ କରାଇବା ଦିଗରେ ଏହା ସେମାନଙ୍କୁ ସଶକ୍ତ କରାଇବ

ଏବେକାର ଜାତୀୟ ଜରୁରୀ ତଥା ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଡିଏସଟି ଏହାର ବ୍ୟାପକ ସମ୍ବଳ ନେଟଓ୍ବର୍କ ପ୍ରତିଷ୍ଠାନ, ଗବେଷକ, ବିଶେଷଜ୍ଞ, ଇନକ୍ୟୁବେଟର, ସୃଜନଶୀଳ ବ୍ୟକ୍ତିତ୍ୱ ଷ୍ଟାର୍ଟଅପଗୁଡ଼ିକ ନିକଟରୁ ପଦକ୍ଷେପ ଆଶା ରଖାଯାଇଛି

 

 

{For further details, please contact :

TBI Contact: MsPoyniBhatt ,Chief Executive Officer,

Society for Innovation & Entrepreneurship (SINE),

Indian Institute of Technology Bombay (IIT Bombay)

Phone: +91 22 25767072

email: poyni.bhatt@sineiitb.org

www.sineiitb.org

DST’s contact;Dr Anita Gupta, Scientist-G

Department of Science & Technology

Mob: +91-9811828996

Email; anigupta[at]nic[dot]in}

**********

 



(Release ID: 1611097) Visitor Counter : 198