PIB Headquarters

କୋଭିଡ-19 ସମ୍ପର୍କରେ ଦୈନିକ ପିଆଇବି ବୁଲେଟିନ

Posted On: 03 APR 2020 7:20PM by PIB Bhubaneshwar

ତାରିଖ : 03.04.2020

(ଗତ 24 ଘଣ୍ଟା ମଧ୍ୟରେ ପିଆଇବି ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ଏବଂ ଫ୍ୟାକ୍ଟ ଚେକ ତଥ୍ୟ)

 

  • ଏକତା ବ୍ୟକ୍ତ କରିବା ଲାଗି ଏପ୍ରିଲ 5 ତାରିଖ ରାତି 9ଟା ସମୟରେ 9 ମିନିଟ ପାଇଁ କ୍ୟାଣ୍ଡେଲ, ଦୀପ ଜଳାଇବା ଲାଗି ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
  • ଏପ୍ରିଲ, 2020 ପାଇଁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ଆକାଉଣ୍ଟଧାରୀଙ୍କ ଖାତାକୁ ସିଧାସଳଖ ଅର୍ଥରାଶି  ହସ୍ତାନ୍ତର
  • ବର୍ତ୍ତମାନସୁଦ୍ଧା 2301 ସଂକ୍ରମିତଙ୍କ ମଧ୍ୟରୁ 56 ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିବେଦନ
  • କୋଭିଡ-19 ମୁକାବିଲା ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସହିତ ଆଲୋଚନା କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

 

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ବର୍ତ୍ତମାନ ସୁଦ୍ଧା ମୋଟ 2301 ଜଣ ସଂକ୍ରମିତଙ୍କ ମଧ୍ୟରୁ 56 ଜଣ ପ୍ରାଣ ହରାଇଛନ୍ତି। 156 ଜଣ ଆରୋଗ୍ୟ ଲାଭ କରିବା ପରେ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ଡାକ୍ତର ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିବେଦନ କରିଥିଲେ। ଦେଶର ଅଗ୍ରଣୀ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଥିବା ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ। କୋଭିଡ-19 ମୁକାବିଲା ପାଇଁ ମାନବ ସମ୍ବଳ ପରିଚାଳନା ନିମନ୍ତେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି।

https://pib.gov.in/PressReleseDetail.aspx?PRID=1610749

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଆଜି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ କୋଭିଡ-19 ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଲକଡାଉନ ମଧ୍ୟରେ କେହି ଏକାକୀ ଅନୁଭବ କରିବା ଅନୁଚିତ ସେ ସମଗ୍ର ଦେଶବାସୀଙ୍କୁ ଅନୁରୋଧ କରି କହିଥିଲେ ଯେ କରୋନା ଭୂତାଣୁ ବିରୋଧୀ ଲକଡାଉନ ସମୟରେ ଏପ୍ରିଲ ୫, ରବିବାର ଦିନ ନିଜ ଘର ଲାଇଟ ବନ୍ଦ କରି କିଛି ସମୟ ପାଇଁ କ୍ୟାଣ୍ଡେଲ, ଲ୍ୟାମ୍ପ, ମୋବାଇଲ ଫ୍ଲାଶ ଲାଇଟ ଜଳାଇ ଏକତା ବ୍ୟକ୍ତ କରିବା ଆବଶ୍ୟକ

https://pib.gov.in/PressReleseDetail.aspx?PRID=1610559

 

କ୍ରୀଡ଼ାବିତଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ କହିଥିଲେ ଯେ ସେମାନେ ଜନସାଧାରଣଙ୍କୁ ଦେଉଥିବା ବାର୍ତ୍ତାରେ ୫ଟି ପରାମର୍ଶ ଦିଅନ୍ତୁ : ମହାମାରୀ ବିରୋଧରେ ଲଢ଼େଇ ପାଇଁ ‘ସଂକଳ୍ପ’, ସାମାଜିକ ଦୂରତା ପାଳନ ପାଇଁ ‘ସଂଯମ’, ‘ସକାରତ୍ମକତା’ ବଜାୟ ରଖିବା, ଡାକ୍ତରୀ ପେସାଦାର, ପୋଲିସଙ୍କ ସମେତ ଆଗଧାଡ଼ିରେ ରହି କରୋନା ବିରୋଧରେ ଲଢ଼େଇ କରୁଥିବା କର୍ମକର୍ତ୍ତାଙ୍କୁ ‘ସମ୍ମାନ’, ଏବଂ ପିଏମ କେୟାର୍ସ ପାଣ୍ଠିରେ ସହଯୋଗ

https://pib.gov.in/PressReleseDetail.aspx?PRID=1610612

ରାଜ୍ୟପାଳ ଉପରାଜ୍ୟପାଳଙ୍କ ସହିତ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଆଲୋଚନା

କୋଭିଡ-19 ମହାମାରୀ ମୁକାବିଲା କ୍ଷେତ୍ରରେ ଦେଶବାସୀ ସାହସ, ଶୃଙ୍ଖଳା ଏବଂ ଏକତାର ଉଦାହରଣ ପ୍ରତିଷ୍ଠା କରିଛନ୍ତି ବୋଲି ମତବ୍ୟକ୍ତ କରି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଦୁଇଟି ଘଟଣା ଉପରେ ଚିନ୍ତା ପ୍ରକଟ କରିଥିଲେ। ଆନନ୍ଦ ବିହାରରେ ପ୍ରବାସୀ ଶ୍ରମିକ ଏକଜୁଟ ହେବା ଏବଂ ନିଜାମୁଦ୍ଦିନରେ ତବ୍ଲିଘ ଜମାତ ସମାବେଶ ଆୟୋଜନ କରାଯିବା ଫଳରେ ମୁକାବିଲା ପ୍ରୟାସ ପ୍ରତି ଏକ ଝଟକା ଲାଗିଛି।

https://pib.gov.in/PressReleseDetail.aspx?PRID=1610707

ଧାର୍ମିକ ସମାବେଶ ଆୟୋଜନ ନକରିବା ଲାଗି ଧର୍ମଗୁରୁମାନଙ୍କୁ ନିବେଦନ କରିବା ନିମନ୍ତେ କହିବାକୁ ରାଜ୍ୟପାଳ ଉପରାଜ୍ୟପାଳଙ୍କୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟପାଳ ଉପରାଜ୍ୟପାଳମାନଙ୍କ ସହିତ କଥା ହୋଇ ସେମାନଙ୍କ ରାଜ୍ୟର ଆଧ୍ୟାତ୍ମିକ ଏବଂ ଧାର୍ମିକ ନେତାମାନଙ୍କ ସହିତ ଯୋଗାଯୋଗ କରି କୋଭିଡ-19 ମୁକାବିଲା ଲାଗି କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ସମାବେଶ ଆୟୋଜନ ନକରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ସେମାନଙ୍କୁ ପ୍ରେରିତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ସେ ମଧ୍ୟ ସୂଚାରୁ ରୂପେ କୃଷି କାର୍ଯ୍ୟ ସମ୍ପାଦନ କରିବା, କୃଷିଜାତ ଉତ୍ପାଦର ସଂରକ୍ଷଣ ଏବଂ କ୍ରୟ ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିବା ଲାଗି ପରାମର୍ଶ ଦେଇଥିଲେ

https://pib.gov.in/PressReleseDetail.aspx?PRID=1610629

ମହିଳା ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟଧାରୀଙ୍କୁ ସିଧାସଳଖ ନଗଦ ହସ୍ତାନ୍ତର

2 ଏପ୍ରିଲ, 2020ରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ଏପ୍ରିଲ 2020 ପାଇଁ ମହିଳା ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟଧାରୀମାନଙ୍କୁ 500 ଟଙ୍କା ଲେଖାଏଁ ଅର୍ଥରାଶି ଜାରି କରିଛନ୍ତି ହିତାଧିକାରୀମାନେ ସାମାଜିକ ଦୂରତା ରକ୍ଷା କରିବା ଏବଂ ବ୍ୟବସ୍ଥିତ ଢଙ୍ଗରେ ଟଙ୍କା ଉଠାଇବା ଲାଗି, ବ୍ୟାଙ୍କ ଶାଖାରେ ହିତାଧିକାରୀଙ୍କ ଭିଡ଼ ନିୟନ୍ତ୍ରିତ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

https://pib.gov.in/PressReleseDetail.aspx?PRID=1610606

 

ତବ୍ଲିଗ ଜମାତ କାର୍ଯ୍ୟକଳାପରେ ସମ୍ପୃକ୍ତି କାରଣରୁ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟଟକ ଭିସାରେ ଆସିଥିବା ୯୬୦ ଜଣ ବିଦେଶୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି; ସେମାନଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

https://pib.gov.in/PressReleseDetail.aspx?PRID=1610456

 

ଭାରତରେ ଅଟକି ରହିଥିବା ବିଦେଶୀଙ୍କ ଯାତାୟାତ ପାଇଁ ଏସଓପି ଜାରି କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ପରିଶିଷ୍ଟ କରାଯାଇଛି ଏବଂ କୋଭିଡ-19 ନେଗେଟିଭ ରିପୋର୍ଟ ଆସିବା ପରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ

https://pib.gov.in/PressReleseDetail.aspx?PRID=1610509

କୋଭିଡ-19 ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିବା ଲାଗି . ରାମ ମନୋହର ଲୋହିଆ ଏବଂ ସଫଦରଜଙ୍ଗ ହସ୍ପିଟାଲ ପରିଦର୍ଶନ କଲେ . ହର୍ଷବର୍ଦ୍ଧନ; ରୋଗୀଙ୍କ ସହିତ କଲେ ଆଲୋଚନା

https://pib.gov.in/PressReleseDetail.aspx?PRID=1610703

ଦେଶରେ କୋଭିଡ-19 ମୁକାବିଲା ଲାଗି ଚିକିତ୍ସା ସରଞ୍ଜାମର ଅଭାବ ନାହିଁ

କେନ୍ଦ୍ର ସାର ରସାୟନ ମନ୍ତ୍ରୀ କହିଛନ୍ତି ଯେ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଚିକିତ୍ସା ସରଞ୍ଜାମର କୌଣସି ଅଭାବ ନାହିଁ

https://pib.gov.in/PressReleseDetail.aspx?PRID=1610688

 

କୋଭିଡ-19 ମୁକାବିଲା ଦିଗରେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହିତ କାନ୍ଧ ସହ କାନ୍ଧ ମିଳାଇ କାର୍ଯ୍ୟ କରୁଛି ସଶସ୍ତ୍ର ସେନାବାହିନୀ

ମୁମ୍ବାଇ, ଜୈଶାଲମେର, ଯୋଥପୁର, ହିନ୍ଦନ, ମାନେସାର ଚେନ୍ନାଇରେ ସେନାବାହିନୀ ପକ୍ଷରୁ 6ଟି ସଙ୍ଗରୋଧ କେନ୍ଦ୍ର ପରିଚାଳିତ ହେଉଛି ଏସବୁ କେନ୍ଦ୍ରରେ 1737 ଜଣଙ୍କୁ ରଖାଯାଇଛି, ଏମାନଙ୍କ ମଧ୍ୟରୁ 403 ଜଣଙ୍କୁ ଛାଡ଼ି ଦିଆଯାଇଛି

https://pib.gov.in/PressReleseDetail.aspx?PRID=1610577

କୋଭିଡ-19 କାରଣରୁ ଲକଡାଉନ ସ୍ଥିତିରେ ଦେଶବ୍ୟାପୀ ବାଧାମୁକ୍ତ ଖାଦ୍ୟଶସ୍ୟ ଯୋଗାଣ ସୁନିଶ୍ଚିତ କଲା ଭାରତୀୟ ଖାଦ୍ୟ ନିଗମ

ଆଜି 69ଟି ରେଳ ରେକ ଲୋଡ କରାଯାଇଛି, ୨୪ ମାର୍ଚ୍ଚରେ ଲକଡାଉନ ଆରମ୍ଭ ହେବା ପରଠାରୁ ମୋଟ 477 ରେକରେ 13.36 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପରିବହନ ହୋଇଛି

https://pib.gov.in/PressReleseDetail.aspx?PRID=1610732

ଏଲପିଜି ସିଲିଣ୍ଡର ଯୋଗାଣ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ମାଗଣା ସିଲିଣ୍ଡର ଯୋଗାଣ ସମ୍ପର୍କରେ ଡିଏନଓମାନଙ୍କ ସହିତ ଆଲୋଚନା କଲେ ଶ୍ରୀ ଧର୍ମେନ୍ଦ୍ର  ପ୍ରଧାନ

https://pib.gov.in/PressReleseDetail.aspx?PRID=1610740

 

-ନାମ ପ୍ଲାଟଫର୍ମରେ ନୂଆ ବୈଶିଷ୍ଟ୍ୟର ଶୁଭାରମ୍ଭ କଲେ କୃଷି ମନ୍ତ୍ରୀ

କୋଭିଡ-19 ମୁକାବିଲା ଲାଗି ଫସଲ ମଣ୍ଡିରେ ଭିଡ଼ ଦୂର କରିବାର ଜରୁରି ଆବଶ୍ୟକତା ଦେଖାଦେଇଛି। ତେଣୁ କୃଷକମାନଙ୍କୁ ସେମାନଙ୍କ କୃଷିଜାତ ଉତ୍ପାଦ ବିକ୍ରୟ ଲାଗି ବାରମ୍ବାର ଯେପରି ମଣ୍ଡିକୁ ଆସିବାକୁ ନପଡ଼ିବ ସେହି ଉଦ୍ଦେଶ୍ୟରେ ଜାତୀୟ କୃଷି ବଜାର (ଇ-ନାମ)ରେ ଏକ ନୂତନ ବୈଶିଷ୍ଟ୍ୟକୁ କୃଷି ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ଯାହା କୃଷି ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରିବ।

https://pib.gov.in/PressReleseDetail.aspx?PRID=1610403

ସର୍ବସାଧାରଣ ସ୍ଥାନରେ ପ୍ରଭାବୀ ବିଶୋଧନ ପାଇଁ ସରଞ୍ଜାମ ବିକଶିତ କଲା ଡିଆରଡିଓ

https://pib.gov.in/PressReleseDetail.aspx?PRID=1610736

ଶ୍ରୀ ପୀୟୂଷ ଗୋୟଲଙ୍କ ଷ୍ଟାର୍ଟଅପ୍ ଅଂଶୀଦାରଙ୍କ ସହିତ ଭିଡିଓ କନଫରେନ୍ସ

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଷ୍ଟାର୍ଟଅପ ଅଂଶୀଦାରମାନଙ୍କ ସହିତ ଏକ ବୈଠକ ଆୟୋଜନ କରିଥିଲେ, ସେମାନଙ୍କ କାରବାର ଉପରେ କୋଭିଡ-19 ଏବଂ ଲକଡାଉନର ପ୍ରଭାବ ଅନୁଧ୍ୟାନ କରିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରିବୁଝିଥିଲେ।

https://pib.gov.in/PressReleseDetail.aspx?PRID=1610453

 

କୋଭିଡ-19 ମୁକାବିଲା ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସୁରକ୍ଷିତ ରଖିବା ଲାଗି ସିମ ସିଲିଂ ଗ୍ଲୁ ସହିତ ବାୟୋ ସୁଟ ବିକଶିତ କଲା ଡିଆରଡିଓ

ନିଜସ୍ବ ସୁବିଧାରେ ମାସ୍କ ଓ ସାନିଟାଇଜର ଉତ୍ପାଦନ ତ୍ବରାନ୍ବିତ କଲା ରେଳପଥ

ଏପ୍ରିଲ 1, 2020 ସୁଦ୍ଧା ଭାରତୀୟ ରେଳପଥ ମୋଟ 287704 ସଂଖ୍ୟକ ମାସ୍କ ଏବଂ 25806 ଲିଟର ସାନିଟାଇଜର କ୍ଷେତ୍ରୀୟ ରେଳପଥ ଉତ୍ପାଦନ ୟୁନିଟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ ପ୍ରସ୍ତୁତ କରିସାରିଛି।

https://pib.gov.in/PressReleseDetail.aspx?PRID=1610695

ଲକଡାଉନ କଟକଣାରୁ ନିର୍ଦ୍ଦିଷ୍ଟ ସେବାକୁ ବାଦ ଦିଆଗଲା

ଲକଡାଉନରୁ ନିର୍ଦ୍ଦିଷ୍ଟ ସେବାକୁ ବାଦ ଦେବା ଲାଗି କେନ୍ଦ୍ର ଗୃହ ସଚିବ ବିଭିନ୍ନ ରାଜ୍ୟକୁ ପତ୍ର ଲେଖି ଅବଗତ କରିଛନ୍ତି ଏସବୁ ସେବା ମଧ୍ୟରେ ରହିଛି କୃଷି ଉତ୍ପାଦର ସିଧାସଳଖ ବିପଣନ, ଶିଶୁ, ମହିଳା, ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ଦିଆଯାଉଥିବା ଖାଦ୍ୟ ପୋଷକ ସହାୟତା ଏବଂ ଚିକିତ୍ସା ସେବା ଆୟୁଷ ବର୍ଗ ଅଧୀନରେ ଔଷଧ ଉତ୍ପାଦନ

https://pib.gov.in/PressReleseDetail.aspx?PRID=1610513

 

କୋଭିଡ-19 ମୁକାବିଲା ଲାଗି ଏସଆଇଏନଇ, ଆଇଆଇଟି ବମ୍ବେ ଠାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ପ୍ରତିଷ୍ଠା କଲା ଡିଏସଟି

https://pib.gov.in/PressReleseDetail.aspx?PRID=1610716

ଭାରତ ଦେଖୁଛି ଡିଡି, କରୁଛି କରୋନା ମୁକାବିଲା

ଲକଡାଉନ ସମୟରେ ଡିଡି ନାସନାଲ ଡିଡି ଭାରତୀରେ ଲୋକପ୍ରିୟ ଧାରାବାହିକ ପୁନଃ ପ୍ରସାରଣ କରାଯିବା ଫଳରେ ଦୂରଦର୍ଶନ ପୁଣିଥରେ ରାଷ୍ଟ୍ରୀୟ ପ୍ରସାରଣ ସେବା ଭାବେ ଭାରତବାସୀଙ୍କ ହୃଦୟରେ ନିଜର ସ୍ଥାନକୁ ପକ୍କା କରିଛି

https://pib.gov.in/PressReleseDetail.aspx?PRID=1610446

 

ପ୍ରଧାନମନ୍ତ୍ରୀ ଏବଂ ମହାମହିମ ୱେଲ୍ସର ଯୁବରାଜଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ୱେଲ୍ସର ଯୁବରାଜଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ଦୁଇ ମହାମହିମଙ୍କ ମଧ୍ୟରେ ବର୍ତ୍ତମାନର କୋଭିଡ-19 ମହାମାରୀ ସମ୍ପର୍କରେ ଆଲୋଚନା ହୋଇଥିଲା

https://pib.gov.in/PressReleseDetail.aspx?PRID=1610479

ପ୍ରଧାନମନ୍ତ୍ରୀ ଏବଂ ଜର୍ମାନୀ ଚାନ୍ସେଲରଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା

ଜର୍ମାନୀର ଚାନ୍ସେଲର ମହାମହିମ . ଆଞ୍ଜେଲା ମର୍କେଲଙ୍କ ସହିତ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ଦୁଇ ନେତା ବର୍ତ୍ତମାନର କୋଭିଡ-19 ମହାମାରୀ, ସେମାନଙ୍କ ଦେଶରେ ଏହାର ପରିସ୍ଥିତି, ଏବଂ ଏହି ସ୍ବାସ୍ଥ୍ୟ ସଂକଟର ମୁକାବିଲା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ

https://pib.gov.in/PressReleseDetail.aspx?PRID=1610467

କୋଭିଡ-19 ଏବଂ ତତସଂକ୍ରାନ୍ତ ଶ୍ବାସକ୍ରିୟା ଜନିତ ସଂକ୍ରମଣର ପ୍ରତିହତ କରିବା ଲାଗି ଡିଏସଟି-ଏସଇଆରବି ପକ୍ଷରୁ ଏହାର ପ୍ରଥମ ସେଟର ଅନୁମୋଦିତ ପ୍ରକଳ୍ପ ଘୋଷଣା

https://pib.gov.in/PressReleseDetail.aspx?PRID=1610399

 

ପର୍ଯ୍ୟଟକ ଏବଂ ପର୍ଯ୍ୟଟନ ଉଦ୍ୟୋଗ ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ସମସ୍ତ ସ୍ବାସ୍ଥ୍ୟ ସଂକ୍ରାନ୍ତ ଏବଂ ଅନ୍ୟ ମାର୍ଗଦର୍ଶିକା ଏବଂ ଗାଇଡଲାଇନର ନିୟମିତ ପ୍ରସାର ସୁନିଶ୍ଚିତ କରୁଛି ପର୍ଯ୍ୟଟନ ମନ୍ତ୍ରଣାଳୟ

https://pib.gov.in/PressReleseDetail.aspx?PRID=1610611

ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ପିଏମ କେୟାର୍ସ ପାଣ୍ଠିକୁ 925 କୋଟି ଟଙ୍କା ଦାନ

https://pib.gov.in/PressReleseDetail.aspx?PRID=1610671

କୋଭିଡ-19 ଭୂତାଣୁ ସଂକ୍ରମଣ ନିରାକରଣ ପାଇଁ ବିସ୍ତୃତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବ୍ୟାପକ ଭାବେ ନିଜର ସମସ୍ତ ବ୍ୟବସ୍ଥାକୁ ନିୟୋଜିତ କଲା ଭାରତୀୟ ରେଳପଥ

https://pib.gov.in/PressReleseDetail.aspx?PRID=1610692

କୋଭିଡ-19 ସଂକ୍ରମଣ ସମୟରେ କିଭଳି ସୁରକ୍ଷିତ ରହିହେବ ସେ ସମ୍ପର୍କରେ ଲିଖିତ ଭାବେ ୟୁଜିସି, ଏଆଇସିଟିଇ, ଏନସିଟିଇ, ଏନଆଇଓଏସ, ଏନସିଇଆରଟି ଏବଂ କେଭିଏସକୁ ସୂଚିତ କଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ;

https://pib.gov.in/PressReleseDetail.aspx?PRID=1610657

ଲକଡାଉନକୁ କାର୍ଯ୍ୟକାରୀ କରିବା ଲାଗି ଉତ୍ତର ପୂର୍ବ କ୍ଷେତ୍ରର ଅନ୍ତର୍ଜାତୀୟ ସୀମା (ପାଖାପାଖି 5500 କିମି)କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି : . ଜିତେନ୍ଦ୍ର ସିଂ

https://pib.gov.in/PressReleseDetail.aspx?PRID=1610672

 

**************

 

 

 

 

 

 

Fact Check on #Covid19

https://pbs.twimg.com/profile_banners/231033118/1584354869/1500x500

 



(Release ID: 1610833) Visitor Counter : 158