ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜର୍ମାନ ଚାନ୍ସେଲରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

Posted On: 02 APR 2020 8:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନ ଚାନ୍ସେଲର ମହାମହିମ ଡଃ ଆଞ୍ଜେଲା ମର୍କେଲଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ଦୁଇ ନେତା କୋଭିଡ-19 ମହାମାରୀ ପରିପ୍ରେକ୍ଷୀରେ ନିଜ ନିଜ ଦେଶର ସ୍ଥିତି ତଥା ଏହି ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼େଇ ପାଇଁ ଅନ୍ତର୍ଜାତୀୟ ସହଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି ।

ମହାମାରୀ ମୁକାବିଲା ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀର ଅଭାବ ସମ୍ପର୍କରେ ନିଜ ମତ ବିନିମୟ କରିବା ସହ ଏ କ୍ଷେତ୍ରରେ ସହଯୋଗର ସମ୍ଭାବନା ଖୋଜିବାକୁ ରାଜି ହୋଇଥିଲେ ।

ଆଧୁନିକ ଇତିହାସରେ କୋଭିଡ-19 ମହାମାରୀ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି ଉଭୟ ଜର୍ମାନ ଚାନ୍ସେଲର ଓ ଭାରତର ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ । ସମଗ୍ର ମାନବଜାତିର ସାମୂହିକ ହିତକୁ ଲକ୍ଷ୍ୟ କରି ଜଗତୀକରଣର ନୂତନ ପରିକଳ୍ପନା ପାଇଁ ଏହା ସୁଯୋଗ ପ୍ରଦାନ କରିଛି ।

ବିଶ୍ୱରେ ସରଳ ଯୋଗ ବ୍ୟାୟାମ ଓ ପ୍ରତିଷେଧକ ଶକ୍ତି ବର୍ଦ୍ଧକ ଆୟୁର୍ବେଦ ଉପଚାରର ପ୍ରସାର ପାଇଁ ଭାରତ କରିଥିବା ଉଦ୍ୟମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜର୍ମାନ ଚାନ୍ସେଲରଙ୍କୁ ଅବଗତ କରାଇଥିଲେ । ଏହାର ଅଭ୍ୟାସ ବିଶେଷ କରି ବର୍ତ୍ତମାନର ଲକଡାଉନ ପରିସ୍ଥିତିରେ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ବୃଦ୍ଧି ପାଇଁ ବେଶ ଲାଭଦାୟକ ବୋଲି ଚାନ୍ସେଲର କହିଛନ୍ତି ।

 

**********

 



(Release ID: 1610562) Visitor Counter : 186