କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
ଦେଶର 410 ଜିଲ୍ଲାର ଜାତୀୟ କରୋନା ସର୍ଭେ ରିପୋର୍ଟ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ
Posted On:
02 APR 2020 3:17PM by PIB Bhubaneshwar
କୋଭିଡ-19 ସମ୍ପର୍କିତ ଜାତୀୟ ପ୍ରସ୍ତୁତି ସର୍ଭେ ରିପୋର୍ଟକୁ ଆଜି କେନ୍ଦ୍ର ସାଧାରଣ ଅଭିଯୋଗ, କାର୍ମିକ ଓ ପେନସନ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଆଜି ଉନ୍ମୋଚନ କରିଛନ୍ତି । 2014 ରୁ 2018 ବ୍ୟାଚ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କ ମତାମତ ଉପରେ ପର୍ଯ୍ୟବେଶିତ ଏହି ରିପୋର୍ଟ https://darpg.gov.in. ୱେବସାଇଟରେ ଉପଲବ୍ଧ ଅଛି ।
କୋଭିଡ-19 ଜାତୀୟ ପ୍ରସ୍ତୁତି ସର୍ଭେ 2020 ଦେଶର 410 ଜିଲ୍ଲାରେ 3ଟି କାର୍ଯ୍ୟକାରୀ ଦିବସକୁ ନେଇ ପ୍ରସ୍ତୁତ ହୋଇଛି । ସ୍ୱାଧିନତା ପରେ ଦେଶ ସମ୍ମୁଖିନ ହେଉଥିବା ସବୁଠାରୁ ବଡ ଜଟିଳ ପରିସ୍ଥିତିର ଏହା ଏକ ବିହଙ୍ଗାବୋଲକନ ବୋଲି କୁହାଯାଇପାରେ ।
ଏହି ସର୍ଭେର ଲକ୍ଷ୍ୟଗୁଡିକ ହେଲା –
• ବିଭିନ୍ନ ରାଜ୍ୟ ରାଜ୍ୟ ମଧ୍ୟରେ କୋଭିଡ-19ର ପ୍ରସ୍ତୁତି ନେଇ ଏକ ତୁଳନାତ୍ମକ ବିଶ୍ଳେଷଣ
• କୋଭିଡ-19ର ମୁଖ୍ୟ ପ୍ରାଥମିକତା ଓ ସମ୍ମୁଖିନ ହେଉଥିବା ବାଧାବିଘ୍ନ
• ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀ ଯାହା ଦେଖନ୍ତି ଆନୁଷ୍ଠାନିକ, ଢ଼ାଂଚାଗତ ଓ ହସ୍ପିଟାଲ ପ୍ରସ୍ତୁତି ସମ୍ପର୍କିତ ତଥ୍ୟ, ସୁବିଧା ଅସୁବିଧାଗୁଡିକୁ ଚିହ୍ନଟ କରି ଜିଲ୍ଲା ସ୍ତରରେ ତାହାର ନିରାକରଣର ଉପାୟ
ଦେଶର 410ଟି ଜିଲ୍ଲାର କୋଭିଡ-19ର ପ୍ରସ୍ତୁତି ନେଇ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନଙ୍କ ମତ ଉପରେ ଏହି ସର୍ଭେ ଆଧାରିତ । 2014-2018 ମଧ୍ୟରେ ଭାରତ ସରକାରଙ୍କ ସହକାରୀ ସଚିବ ଭାବେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ଏବଂ ଜିଲ୍ଲାପାଳମାନେ ଏହି ସର୍ଭେରେ ଅଂଶଗ୍ରହଣ କରିଥିଲେ । ମାର୍ଚ୍ଚ 25 ରୁ 3ଟି କାର୍ଯ୍ୟକାରୀ ଦିବସ ମଧ୍ୟରେ ଏହି ସର୍ଭେକ୍ଷଣ କରାଯାଇଥିଲା । ଏ ସମ୍ପର୍କରେ ସୂଚନା ଦେଇ ଡଃ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମାର୍ଚ୍ଚ 19 ଓ 24 ତାରିଖରେ ଦେଶବାସୀଙ୍କୁ ଦେଇଥିବା ଉଦବୋଧନ କାଳରେ ଯେକୌଣସି ମତେ କରୋନା ସଂକ୍ରମଣର ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ । ବିଶ୍ୱ ମାହାମାରୀକୁ ରୋକିବା ଦିଗରେ ଜନସାଧାରଣଙ୍କ ଆକୁଣ୍ଠ ସମର୍ଥନ ଥିବାବେଳେ ଲକ୍ଷ୍ୟ ଲକ୍ଷ୍ୟ ପ୍ରଶାସନିକ ଅଧିକାରୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏପର୍ଯ୍ୟନ୍ତ ଅକ୍ଳାନ୍ତ ଉଦ୍ୟମ ଜାରୀ ରଖିଛନ୍ତି ।
ଡଃ ସିଂ କହିଛନ୍ତି ଯେ, କୋଭିଡ-19 ସମ୍ପର୍କିତ ଜାତୀୟ ସର୍ଭେ ଆହ୍ୱାନମୂଳକ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସମନ୍ୱୟର ସହିତ କାର୍ଯ୍ୟକାରୀ ହୋଇଛି । ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସମନ୍ୱୟ ଏହି ମହାମାରୀ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଅତ୍ୟାବଶ୍ୟକ ହୋଇଛି । ସରକାରଙ୍କ ଜନତା କର୍ଫ୍ୟୁ, ଜାତୀୟ ଲକଡାଉନ, 1.7 ବିଲିୟନ ଟଙ୍କାର ଆର୍ଥିକ ପ୍ୟାକେଜ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଘୋଷଣା ଇତ୍ୟାଦି ଏହି ସର୍ଭେରେ ସ୍ଥାନିତ ହୋଇଛି ।
ଏହି ଅବସରରେ ଡଃ ସିଂ ପ୍ରଶାସନିକ ଅଧିକାରୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞ, ପୁଲିସ ଅଧିକାରୀ ଇତ୍ୟାଦିଙ୍କ ଲକଡାଉନ କାଳରେ କରିଥିବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ଭାରତୀୟ ନାଗରିକମାନେ କୋଭିଡ-19 ପାଇଁ କରାଯାଇଥିବା ନିୟମାବଳୀକୁ ପଦ୍ଧତିଗତ ଭାବେ ପାଳନ କରିଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ, ଜାତୀୟ ଓ ରାଜ୍ୟ ସ୍ତରରେ ନୀତି ନିର୍ଣ୍ଣୟକାରୀମାନଙ୍କ ପାଇଁ ଏହି ସର୍ଭେ ଏକ ପଥ ପ୍ରଦର୍ଶକ ଭାବେ କାର୍ଯ୍ୟ କରିବ । ଏଭଳି ଜଟିଳ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନେଇଥିବା ଦୃଢ଼ ପଦକ୍ଷେପ ପାଇଁ ସେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସର୍ଭେ ରିପୋର୍ଟ ଉନ୍ମୋଚନ କାଳରେ ଡିଏଆରପିଜି ସଚିବ ଡଃ କ୍ଷେତ୍ରପତି ଶିବାଜୀ, ଅତିରିକ୍ତ ସଚିବ ଭି.ଶ୍ରୀନିବାସ, ସଯୁକ୍ତ ସଚିବ ଶ୍ରୀମତୀ ଜୟା ଦୁବେ ଓ ଏନବିଏସ ରାଜପୁତ ପ୍ରମୁଖ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ଥିଲେ ।
**********
(Release ID: 1610501)