ପୋଷ୍ଟ କରାଯିବା ଦିନାଙ୍କ:
19 NOV 2026 4:12PM by PIB Bhubaneswar
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍.ଓ.ଆର୍.ଟି.ଏଚ୍.) ନିୟମ ୧୧୫ର ଉପ-ନିୟମ (୭) ରେ ସଂଶୋଧନ କରିଛି, ଯାହାଦ୍ୱାରା ନିର୍ଗମନ ପରୀକ୍ଷଣର ବାରମ୍ବାରତାକୁ ଯାନଗୁଡ଼ିକର ବୟସ ସହ ଯୋଡ଼ି ହେବ, ନୂତନ ଏବଂ ସ୍ୱଚ୍ଛ ଯାନର ମାଲିକମାନଙ୍କ ଉପରେ ଅନୁପାଳନ ବୋଝ ହ୍ରାସ ପାଇବ, ଏବଂ ଅଧିକ ଦକ୍ଷ ପ୍ରଦୂଷଣ ନିୟନ୍ତ୍ରଣ (ପି.ୟୁ.ସି.) ସାର୍ଟିଫିକେଟ୍ ବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ ଏବଂ ବ୍ୟବହାର ହେଉଥିବା ଯାନରୁ ନିର୍ଗମନ ଉପରେ ନିରନ୍ତର ନଜର ରଖାଯିବ।
ଏହି ସଂଶୋଧନରେ ନିମ୍ନଲିଖିତ ବ୍ୟବସ୍ଥା ରହିଛି
୧. ସଂଶୋଧିତ ବୈଧତା ଅବଧି ନିମ୍ନମତେ ପ୍ରସ୍ତାବିତ ହୋଇଛି:
● ବିଏସ-୧, ବିଏସ-୨ ଏବଂ ବିଏସ-୩ଯାନ: ୩ ମାସ।
● ବିଏସ-୪ ଯାନ: ୬ ମାସ।
● ବି. ଏସ୍.-୬ ଅଣ ପରିବହନ ଯାନ:
● ପ୍ରଥମ ପଞ୍ଜୀକରଣ ତାରିଖ ଠାରୁ ୬ ବର୍ଷ ପର୍ଯ୍ୟନ୍ତ-୩ ବର୍ଷ;
● ୬ ବର୍ଷରୁ ଅଧିକ କିନ୍ତୁ ୧୦ ବର୍ଷରୁ ଅଧିକ ନୁହେଁ-୧ ବର୍ଷ; ଏବଂ
● ୧୦ବର୍ଷରୁ ଅଧିକ-୬ ମାସ
● ବି. ଏସ୍.-୬ ପରିବହନ ଯାନ:
● ପ୍ରଥମ ପଞ୍ଜୀକରଣ ତାରିଖ ଠାରୁ ୬ ବର୍ଷ ପର୍ଯ୍ୟନ୍ତ-୨ ବର୍ଷ;
● ୬ ବର୍ଷରୁ ଅଧିକ କିନ୍ତୁ ୧୦ ବର୍ଷରୁ ଅଧିକ ନୁହେଁ-୧ ବର୍ଷ; ଏବଂ
● ୧୦ ବର୍ଷରୁ ଅଧିକ-୬ ମାସ।
୨. ଏକ ପରିବର୍ତ୍ତନଶୀଳ ବ୍ୟବସ୍ଥା ଯେଉଁଥିରେ ସଂଶୋଧିତ ବୈଧତା ଅବଧି ସଂଶୋଧନ ଆରମ୍ଭ ହେବା ପୂର୍ବରୁ ଜାରି କରାଯାଇଥିବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପି.ୟୁ.ସି.ସି.) ଉପରେ କେବଳ ସଂଶୋଧନ କାର୍ଯ୍ୟକାରୀ ହେବା ପରେ ସେମାନଙ୍କର ପ୍ରଥମ ନବୀକରଣ ତାରିଖ ଠାରୁ ଲାଗୁ ହେବ।
୩. ଏଥିରେ ବ୍ୟବସ୍ଥା ରହିଛି ଯେ ଯଦି କୌଣସି ପି.ୟୁ.ସି.ସି. ବିଦ୍ୟମାନ ପ୍ରମାଣପତ୍ରର ସମାପ୍ତି ପୂର୍ବରୁ ଦଶ ଦିନ ମଧ୍ୟରେ ନବୀକରଣ କରାଯାଇଥାଏ, ତେବେ ନବୀକରଣ ହୋଇଥିବା ପ୍ରମାଣପତ୍ର ବିଦ୍ୟମାନ ପ୍ରମାଣପତ୍ରର ସମାପ୍ତି ତାରିଖ ଠାରୁ କାର୍ଯ୍ୟକାରୀ ହେବ। ତେବେ, ଯେଉଁ କ୍ଷେତ୍ରରେ ବିଦ୍ୟମାନ ପ୍ରମାଣପତ୍ରର ଅବଧି ଶେଷ ହେବା ପରେ ନବୀକରଣର ଆବଶ୍ୟକତା ରହିଛି, ସେହି କ୍ଷେତ୍ରରେ ନବୀକରଣ ହୋଇଥିବା ପ୍ରମାଣପତ୍ର ନବୀକରଣ ତାରିଖ ଠାରୁ ଲାଗୁ ହେବ।
HS