ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନିଃସ୍ୱାର୍ଥପରତା, ନିରପେକ୍ଷତା ଏବଂ ନ୍ୟାୟର ଗୁଣ ଉପରେ ଆଲୋକପାତ କରୁଥିବା ସଂସ୍କୃତ 'ସୁଭାଶିତମ୍ ’ କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 NOV 2026 10:04AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକୃତରେ ଗୁଣୀ ବ୍ୟକ୍ତିବିଶେଷଙ୍କ ଗୁଣ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି। ଏହି ପଦଟି ସମସ୍ତ ପ୍ରାଣୀଙ୍କୁ ସମାନତାର ସହ ବ୍ୟବହାର କରିବା, ବ୍ୟକ୍ତିଗତ ଇଚ୍ଛା ଏବଂ କ୍ରୋଧରୁ ମୁକ୍ତ ରହିବା ଏବଂ ନ୍ୟାୟ ପଥରୁ କଦାପି ବିଚ୍ୟୁତ ନହେବା ଉପରେ ଗୁରୁତ୍ୱାରୋପ କରେ ।

ଏକ ସଂସ୍କୃତ ସୁଭାଶିତମ୍ ସେୟାର କରି ଶ୍ରୀ ମୋଦୀ 'ଏକ୍ସ ’ ଉପରେ ଲେଖିଥିଲେ;

‘‘ସମାଃ ସର୍ବଷୁ ଭୂତେଷୁ କମାକ୍ରୋଧବିବର୍ଜିତାଃ ।

ନ୍ୟାୟମାର୍ଗ ନ ମୁଚ୍ୟନ୍ତି ତେ ବୈ ସପ୍ତୁରୂଷାଃ ସ୍ମୃତାଃ ।’’

HS


(ରିଲିଜ ଆଡି: 2334481) ପରିଦର୍ଶକ କାଉଣ୍ଟର : 20