ପୋଷ୍ଟ କରାଯିବା ଦିନାଙ୍କ:
26 SEP 2026 11:45PM by PIB Bhubaneswar
ଏସିଆନ ଗେମ୍ସର ପୁରୁଷ ମାରାଥନରେ ଐତିହାସିକ ରୌପ୍ୟ ପଦକ ଜିତିବା ପାଇଁ ସାୱନ ବରୱାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଫଳତା ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିବା ସହ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏହି ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ପଦକ ଆଣିଦେଇଛି। ଏହା ଆହୁରି ବିଶେଷ, କାରଣ ଭାରତ ବାହାରେ ଏସିଆନ୍ ଗେମ୍ସ ମାରାଥନରେ ଭାରତ ଜିତିଥିବା ଏହା ପ୍ରଥମ ପଦକ ଅଟେ। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଖେଳାଳିଙ୍କ ସହନଶକ୍ତି ଓ ଦୃଢ଼ ସଂକଳ୍ପ ଦେଶକୁ ଗର୍ବିତ କରିଛି ଏବଂ ସେ ତାଙ୍କର ଆଗାମୀ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
X ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି :
" ଏସିଆନ ଗେମ୍ସର ପୁରୁଷ ମାରାଥନ୍ରେ ଐତିହାସିକ ରୌପ୍ୟ ପଦକ ଜିତିଥିବାରୁ ସାୱନ ବରୱାଲଙ୍କୁ ଅଭିନନ୍ଦନ। ଏଥିରେ ଏକ ନୂତନ ଜାତୀୟ ରେକର୍ଡ ସ୍ଥାପିତ ହୋଇଛି ଏବଂ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ଏହି ଇଭେଣ୍ଟରେ ପଦକ ହାସଲ କରିଛି। ଏହି ସଫଳତା ଅଧିକ ବିଶେଷ, କାରଣ ଏସୀୟ କ୍ରୀଡ଼ା ମାରାଥନ୍ରେ ଭାରତ ପାଇଁ ଏହା ଦେଶ ବାହାରେ ଜିତାଯାଇଥିବା ପ୍ରଥମ ପଦକ ଅଟେ। ତାଙ୍କର ସହନଶକ୍ତି ଓ ଦୃଢ଼ ସଂକଳ୍ପ ଦେଶକୁ ଗର୍ବିତ କରିଛି। ତାଙ୍କର ଆଗାମୀ ଯାତ୍ରା ପାଇଁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ @narendramodi"
****
SSP