ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ନୀରଜ କୁମାର ଏବଂ ରୁଦ୍ରାକ୍ଷ୍ଶ ପାଟିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2026 11:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସିଆନ ଗେମ୍ସର ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ସ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର, ନୀରଜ କୁମାର ଏବଂ ରୁଦ୍ରାକ୍ଷ୍ଶ ପାଟିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ଏକାଗ୍ରତା, ସଠିକତା ଏବଂ ସଂଯମତା ଦେଶକୁ ଗର୍ବିତ କରିଛି। ଶ୍ରୀ ମୋଦୀ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ଜଣାଇଥିଲେ।

X ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୋଷ୍ଟ କରିଛି :

ଏସିଆନ ଗେମ୍ସରେ ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ସ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ପାଇଁ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର, ନିରଜ କୁମାର ଏବଂ ରୁଦ୍ରାକ୍ଷ୍ଶ ପାଟିଲଙ୍କୁ ଅଭିନନ୍ଦନ। ସେମାନଙ୍କର ଧ୍ୟାନ, ସଠିକତା ଏବଂ ସଂଯମତା ଦେଶକୁ ଗର୍ବିତ କରିଛି। ସେମାନଙ୍କର ଆଗାମୀ ପ୍ରୟାସ ପାଇଁ ସେମାନଙ୍କୁ ଶୁଭକାମନା: ପ୍ରଧାନମନ୍ତ୍ରୀ @narendramodi"

***

SSP


(ରିଲିଜ ଆଡି: 2334245) ପରିଦର୍ଶକ କାଉଣ୍ଟର : 9